Posted inଖେଳ

ରାଜ୍ୟବର୍ଦ୍ଧନ ସିଂ ରାଠୋର: ଅଲିମ୍ପିକ୍ସରେ ରୌପ୍ୟ ଜିତିବାଠାରୁ ରାଜନୀତି ମୈଦାନ

ପୂର୍ବତନ ଭାରତୀୟ ଶୁଟର୍‌ ରାଜ୍ୟବର୍ଦ୍ଧନ ସିଂ ରାଠୋର ବୁଧବାର ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ୨୦୦୪ ଅଲିମ୍ପିକ୍ସରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ରାଜ୍ୟବର୍ଦ୍ଧନ ଏବେ ରାଜନୀତିରେ ମଧ୍ୟ କରିସ୍ମା ଦେଖାଇଛନ୍ତି। ରାଜସ୍ଥାନର ଜୟପୁର ଗ୍ରାମୀଣ ଲୋକ ସଭା ଆସନରୁ ଏମ୍‌ପି ଥିବା ରାଜ୍ୟବର୍ଦ୍ଧନ ମୋଦିଙ୍କ ପ୍ରଥମ ପାଳି ସରକାରରେ କ୍ରୀଡା ମନ୍ତ୍ରୀ ଥିଲେ। ସେ କ୍ରୀଡ଼ା କ୍ୟାରିୟରରେ ରାଷ୍ଟ୍ରମଣ୍ଡଳ, ଏସିଆନ୍‌ ଗେମ୍ସ ଏବଂ କମନ୍‌ଓ୍ବେଲଥ ଗେମ୍ସରେ ୨୫ରୁ ଊର୍ଦ୍ଧ୍ୱ ପଦକ ଜିତିଛନ୍ତି। ୨୦୦୫ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ଅର୍ଜୁନ ଆଓ୍ବାର୍ଡ ଏବଂ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଥିଲା। ୧୯୭୦ ଜାନୁୟାରୀ ୨୯ରେ ଜନ୍ମିତ ରାଠୋରଙ୍କ ପିତା କଲୋନେଲ ଲକ୍ଷ୍ମଣ ସିଂ ସେନାରେ କାର୍ଯ୍ୟରତ ଥିଲେ। ରାଠୋର ମଧ୍ୟପ୍ରଦେଶ ରଣଜୀ ଦଳରେ ମଧ୍ୟ ସ୍ଥାନ ପାଇଥିଲେ। ଅଲିମ୍ପିକ୍ସରେ ରୌପ୍ୟ ପରେ କମନ୍‌ଓ୍ବେଲଥ ଗେମ୍ସରେ ସ୍ବର୍ଣ୍ଣ ଏବଂ ବିଶ୍ୱ ଶୁଟିଂ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ଜିତିଥିଲେ। ଖେଳରୁ ଅବସର ନେବା ପରେ ସେ ଭାଜପାରେ ଯୋଗ ଦେଇ ନିର୍ବାଚନ ଲଢିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

VIDEO: ବ୍ୟସ୍ତବହୁଳ ରାସ୍ତାରେ କ୍ରାସ ଲ୍ୟାଣିଂ କଲା ବିମାନ, ଅନେକ କାର ସହିତ ଧକ୍କା…

ନୂଆଦିଲ୍ଲୀ, ୧୦।୨: ଆମେରିକାର ଜର୍ଜିଆରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି । ଜର୍ଜିଆର ଗେନ୍ସଭିଲରେ ରାସ୍ତା ମଝିରେ ଏକ ବିମାନ ଜରୁରୀକାଳୀନ ଅବତରଣ କରିଥିଲା। ଦୁର୍ଘଟଣାଗ୍ରସ୍ତ…

ଏହିଦିନ ଭାରତ ସହ ମୁକାବିଲା କରିବ ‘ଡ୍ରାମେବାଜ୍‌’, ଜାଣନ୍ତୁ କେଉଁଠି ଦେଖିବେ ମ୍ୟାଚ

ନୂଆଦିଲ୍ଲୀ,୧୦।୨: ପାକିସ୍ତାନ ନିଜ ନିଷ୍ପତ୍ତିରୁ ୟୁ-ଟର୍ଣ୍ଣ ନେବାକୁ ବାଧ୍ୟ ହୋଇଛି। ଫେବୃଆରୀ ୧ରେ ପାକିସ୍ତାନ ସରକାର ଘୋଷଣା କରିଥିଲେ ଯେ ତାଙ୍କ ଦଳ ଟି-୨୦ ବିଶ୍ୱକପରେ ଭାରତ…

ଭାରତ ସହିତ ମ୍ୟାଚକୁ ନେଇ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଟାଣି ଆଣିଲା ପାକିସ୍ତାନ! ‘ମୁଁ ଭୟ କରେ ନାହିଁ…’ ବୋଲି ଏକ ସ୍ପଷ୍ଟ ଧମକ ମଧ୍ୟ …

ଇସଲାମାବାଦ,୧୦।୨: ବର୍ଷ ବର୍ଷ ଧରି ବାରମ୍ବାର ମନା କରିବା ପରେ, ପାକିସ୍ତାନ ଶେଷରେ ଭାରତ ସହିତ ଏକ ଟି-୨୦ ମ୍ୟାଚ ଖେଳିବାକୁ ରାଜି ହୋଇଛି, ମ୍ୟାଚ ହେବ…

ଭୁବନେଶ୍ବରରୁ ଛାତ୍ରୀ ନିଖୋଜ ଘଟଣା, ୫ ଘଣ୍ଟା ପରେ….

ଭୁବନେଶ୍ବର, ୧୦।୨: ଭୁବନେଶ୍ୱରରୁ ଛାତ୍ରୀ ନିଖୋଜ ଘଟଣାରେ ପୋଲିସକୁ ସଫଳତା । ୫ ଘଣ୍ଟା ପରେ କ୍ୟାପିଟାଲ ହସ୍ପିଟାଲରୁ ଉଦ୍ଧାର ହେଲେ ଛାତ୍ରୀ । ସୂଚନା ଅନୁସାରେ,…

ପାକିସ୍ତାନୁ ଝଟକା ଦେଲା ଭାରତର ‘ବନ୍ଧୁ’, ଭାରତକୁ ହେବ ଲାଭ!

ନୂଆଦିଲ୍ଲୀ/କାବୁଲ,୧୦।୨: ପାକିସ୍ତାନ ଆଉ ଏକ ବଡ଼ ଆର୍ଥିକ ଏବଂ କୂଟନୈତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପଡ଼ୋଶୀ ଆଫଗାନିସ୍ତାନରେ କ୍ଷମତାସୀନ ତାଲିବାନ ପାକିସ୍ତାନରୁ ଔଷଧ ଆମଦାନୀକୁ ସମ୍ପୂର୍ଣ୍ଣ ନିଷିଦ୍ଧ…

ଦାରିଙ୍ଗବାଡି ଇକୋ ରିଟ୍ରିଟରେ ରାତ୍ରିଯାପନ କଲେ ଉପମୁଖ୍ୟମନ୍ତ୍ରୀ: ପ୍ରଶଂସାରେ ପୋତିଲେ

ଦାରିଙ୍ଗବାଡି,୧୦।୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡି ଗସ୍ତରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ ସୋମବାର ବିଳମ୍ବିତ ରାତ୍ରିରେ ଦାରିଙ୍ଗବାଡି ଇକୋ ରିଟ୍ରିଟ…

୧୨ ଘାଣ୍ଟିଆ ଉମରକୋଟ ବନ୍ଦ, କଣ ରହିଛି ପ୍ରଭାବ ଜାଣନ୍ତୁ

ଉମରକୋଟ,୧୦।୨(ସନ୍ତୋଷ ଶତପଥୀ): ଦୀର୍ଘ ଦିନର ଦାବି ପୂରଣ ନହେବାରୁ ମଙ୍ଗଳବାର ଆନ୍ଦୋଳନ ପଥକୁ ଓହ୍ଲାଇଛି ‘ଉମରକୋଟ ସଂଗ୍ରାମ ମଞ୍ଚ’ । ଆଜି ଉମରକୋଟ, ରାଇଘର, ଝରିଗାଁ ଏବଂ…

ବାଂଲାଦେଶକୁ ନେଇ ICC ନେଲା ବଡ଼ ନିଷ୍ପତ୍ତି: କ୍ରିକେଟ୍‌ ଜଗତରେ ଖେଳିଗଲା…

ନୂଆଦିଲ୍ଲୀ,୧୦।୨: ଭାରତରେ T20 ବିଶ୍ୱକପ ମ୍ୟାଚ ଖେଳିବାକୁ ମନା କରିବା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ ଉପରେ କୌଣସି ଦଣ୍ଡ ଲାଗୁ କରାଯିବ ନାହିଁ। ICC ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri