Posted inଜାତୀୟ

ରାଜ୍ୟପାଳ ଜଣେ ଦୁର୍ବଳ ବ୍ୟକ୍ତି

ଜମ୍ମୁ,୨୩ା୧୦(ପି.ଟି.): ଦେଶରେ ରାଜ୍ୟପାଳ ଜଣେ ଦୁର୍ବଳ ବ୍ୟକ୍ତି, ଯିଏକି ଖବରଦାତା ସମ୍ମଳିନୀ କରିପାରିବେନି କି ନିଜ ହୃଦୟର କଥା କହିପାରିବେ ନାହିଁ। ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ମଙ୍ଗଳବାର ଏହା କହିଛନ୍ତି।
ଜିଲା କତ୍ରା ସହରସ୍ଥିତ ମାତା ବୈଷ୍ଣୋଦେବୀ ୟୁନିଭର୍ସିଟିର ସପ୍ତମ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରି ସତ୍ୟପାଲ କହିଛନ୍ତି, ରାଜ୍ୟପାଳ ଏକ ଦୁର୍ବଳ ପଦବୀ। ତାଙ୍କୁ ଖବରଦାତା ସମ୍ମିଳନୀ ଡାକି ମନକଥା କହିବା ଅଧିକାର ନାହିଁ। ତାଙ୍କ ନିଜ ଭାଷଣକୁ ନେଇ ଦିଲ୍ଲୀରେ କେହି କ୍ଷୁବ୍ଧ ହେଲେ ୩ ଦିନ ଧରି ଚିନ୍ତା ଲାଗୁଛି। ଏହାସହ ବାରମ୍ବାର ସଫେଇ ଦେବାକୁ ପଡ଼ୁଛି। ଦେଶର ଏକ ଧନୀ ବର୍ଗର ଚିନ୍ତାଧାରା ପଚାଆଳୁ ସଦୃଶ। କାରଣ ସେମାନେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଆଗେଇ ଆସନ୍ତି ନାହିଁ। ସେମାନେ ୧୪ ମହଲା ବିଶିଷ୍ଟ କୋଠାରେ ରହିପାରିବେ। ହେଲେ ପିଲାଙ୍କ ଶିକ୍ଷା ପାଇଁ ଟଙ୍କାଏ ବି ଖର୍ଚ୍ଚ କରିପାରିବେ ନାହିଁ। ଏଭଳି ଲୋକ ରାଜନେତାଙ୍କ ସହ ନିଜ ନାମ ଯୋଡ଼ି ସମ୍ମାନ ଅନୁଭବ କରନ୍ତି। ନେତାମାନେ ମଧ୍ୟ ସେମାନଙ୍କ ପାଖକୁ ହାତ ମିଳାଇବା ପାଇଁ ଧାଇଁଯାଆନ୍ତି ବୋଲି ରାଜ୍ୟପାଳ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ମିନିଟ୍‌ ଧରି କୁନି ଝିଅକୁ ପାଖରେ ଧରି କଥା ହେଲେ ପ୍ରଧାନମନ୍ତ୍ରୀ : ଜାଣନ୍ତୁ ସେ କିଏ

ପୁଣେ,୧୨।୮: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ଅନେକ ଲୋକେ ଇଚ୍ଛା କରନ୍ତି। ବୃଦ୍ଧଠାରୁ ଆରମ୍ଭ କରି ଶିଶୁ ମଧ୍ୟ ଏଥିରେ ସାମିଲ ଅଛନ୍ତି। କିନ୍ତୁ...

ବୋଟ୍‌ ଦୁର୍ଘଟଣା, ୩୦ ନିଖୋଜ

ଗୁଆହାଟି,୯।୯: ଆସାମର ଜୋର୍ହାଟଠାରେ ବ୍ରହ୍ମପୁତ୍ର ନଦୀରେ ଦୁଇଟି ଯାତ୍ରୀବାହି ବୋଟ ପରସ୍ପରକୁ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ୩୦ ଜଣ ଏବେ ମଧ୍ୟ...

ମାଦି ଶର୍ମା କିଏ

ନୂଆଦିଲ୍ଲୀ,୩୧ା୧୦: ଇୟୁ ପ୍ରତିନିଧି ଦଳ ପାଇଁ କଶ୍ମୀର ଗସ୍ତର ଆୟୋଜିକା ମାଦି ଶର୍ମାଙ୍କୁ ନେଇ ବିବାଦ ଉଠିଛି। ମାଦି ତାଙ୍କ ଟୁଇଟର ଆକାଉଣ୍ଟରେ ନିଜକୁ ଜଣେ...

ମୁଖ୍ୟମନ୍ତ୍ରୀଙ୍କ ବିବାହ ସମ୍ପନ୍ନ

ଚଣ୍ଡିଗଡ,୭।୭: ଶେଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଡା. ଗୁରୁପ୍ରୀତ କୌରଙ୍କୁ ଜୀବନ ସାଥୀ ଭାବେ ବାଛିଛନ୍ତି। ମଧ୍ୟାହ୍ନ...

ଗୋଆ କରୋନା ମୁକ୍ତ, ଆସିପାରିବେ ସ୍ଥାନୀୟ ପର୍ଯ୍ୟଟକ: ରାଜ୍ୟପାଳ

ପଣଜୀ,୨୩।୫: ଗୋଆ ଏବେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲିଥିବା ବେଳେ ଗୋଆ ଏକେ କରୋନା...

ମନେ ପଡନ୍ତି କଲାମ

ନୂଆଦିଲ୍ଲୀ,୨୭ ।୭: ଜଣେ ମହାନ ବିଚାରକ, ଲେଖକ ଓ ବୈଜ୍ଞାନିକ ତଥା ଦେଶର ୧୧ତମ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମଙ୍କର ସପ୍ତମ ଶ୍ରାଦ୍ଧ ବାର୍ଷିକୀରେ...

୪୯୭ ଦିନ ପରେ ପ୍ରଥମଥର ବିଦେଶ ଯିବେ ପ୍ରଧାନମନ୍ତ୍ରୀ ମୋଦି

କୋଲକାତା,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୪୯୭ ଦିନ ପରେ ବିଦେଶ ଗସ୍ତରେ ଯିବେ। କରୋନା ସଂକ୍ରମଣ ସମୟ ଆରମ୍ଭ ହେବା ପରେ ପ୍ରଧାନମନ୍ତ୍ରୀ ପ୍ରଥମ...

ମାଓବାଦୀଙ୍କ ପାଇଁ ନିର୍ମାଣ ହେଉଛି ଟାଉନଶିପ୍‌…

ଦନ୍ତେଓ୍ବାଡ଼ା,୧୨।୮: ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବା ଲାଗି ଛତିଶଗଡ଼ ଦନ୍ତେଓ୍ବାଡ଼ାରେ ଟାଉନଶିପ୍‌ ନିର୍ମାଣ କରାଯାଉଛି। ସଂଗଠନ ଛାଡ଼ି ଆତ୍ମ ସମର୍ପଣ କରିଥିବା ମାଓବାଦୀମାନଙ୍କ...

Advertisement
Archives

Model This Week