ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ: ‘ଫନୀ କ୍ଷତିଗ୍ରସ୍ତଙ୍କୁ ଉଚିତ୍‌ ସହାୟତା ଦିଅ’

ଜଗତ୍‌ସିଂହପୁର ଅଫିସ୍‌, ୪ା୧୨: ଫନୀ ବାତ୍ୟା ପ୍ରଭାବରେ ଜଗତ୍‌ସିଂହପୁର ଜିଲାରେ ଅନେକ କ୍ଷତି ହୋଇଛି। ତେଣୁ କ୍ଷତିଗ୍ରସ୍ତଙ୍କୁ ଉଚିତ୍‌ ସରକାରୀ ସହାୟତା ଦିଆଯିବା ଆବଶ୍ୟକ। କିନ୍ତୁ କୌଣସି ଜଣେ ହେଲେ ବି ଅଯୋଗ୍ୟଙ୍କୁ ଯେପରି ଯୋଗ୍ୟ ଦର୍ଶା ନ ଯିବ ସେଥିପ୍ରତି ଧ୍ୟାନ ଦିଆଯାଉ। ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ରାଜସ୍ବ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ସୁଦାମ ମାର୍ଣ୍ଡିଂ ଏହା କହିଛନ୍ତି। ସେ ଏକଥା ମଧ୍ୟ କହିଥିଲେ, ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ କେନ୍ଦ୍ରଗୁଡିକ କ୍ଷତିଗ୍ରସ୍ତ ହୋଇଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି। ଏହା ଉପରେ ଅଡିଟ୍‌ କରାଯାଇ କେଉଁ ଆଶ୍ରୟସ୍ଥଳରେ କିପରି ମରାମତି ଆବଶ୍ୟକ ତାହା ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ। ଅନେକ ଗରିବ ଲୋକଙ୍କ ନାଁ ଇନ୍ଦିରା ଆବାସ, ବିଜୁ ପକ୍କାଘର ତାଲିକାରେ ସ୍ଥାନ ପାଇଛି। କିନ୍ତୁ ସେମାନଙ୍କ ନାମରେ ଜମି ନ ଥିବାରୁ ଅସୁବିଧା ହେଉଛି। ତେଣୁ ସେମାନଙ୍କୁ ଜମି ଦିଆଯାଇ ଯୋଜନାରେ ଘର ତିଆରି ପାଇଁ ସୁଯୋଗ ସୃଷ୍ଟି କରାଯିବା ଉପରେ ଆଲୋଚନା ହୋଇଥିଲା। ଏହାବାଦ୍‌ ଜିଲାରେ ଏକାଧିକ ଆର୍‌ଆଇ ପଦବୀ ଖାଲି ପଡିଛି। ଯେଉଁ କାରଣରୁ ରାଜସ୍ବ ସମ୍ପର୍କିତ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ୧୫ଟି ଆର୍‌ଆଇ ପଦବୀରେ ଅବସରପ୍ରାପ୍ତ ଆର୍‌ଆଇଙ୍କୁ ପୁନଃ ଅବସ୍ଥାପିତ କରାଯାଇଛି। ଜିଲାର ସବୁ ତହସିଲରେ ସିସିଟିଭି ଲଗାଯିବା ବ୍ୟବସ୍ଥା ହୋଇଛି। ସିଧାସଳଖ ଏପରି କି ଇ ପାଉତି ମାଧ୍ୟମରେ ମଧ୍ୟ ରାଜସ୍ବ ଆଦାୟ ହୋଇପାରୁଛି। ସମ୍ପ୍ରତ୍ତି ମଠ, ମନ୍ଦିର ସମ୍ପତ୍ତି ଅସୁରକ୍ଷିତ ହୋଇପଡିଛି। ଏହି ସମ୍ପତ୍ତିର ସୁରକ୍ଷା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ଅଦ୍ୟାବଧି ୧୦ କୋଟି ୬୩ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ସରିଲାଣି। ଏଥିରେ କୁକୁଡା ଫାର୍ମ, ଡଙ୍ଗା ଓ ଜାଲ ଆଦି ନଷ୍ଟ ବାବଦରେ ମଧ୍ୟ ସହାୟତା ଦିଆଯାଇଛି। କେତେକ ପଡ଼ା ଗାଁକୁ ରାଜସ୍ବ ଗ୍ରାମରେ ପରିଣତ ପାଇଁ ଦାବି ହେଉଛି। ଏଥିପ୍ରତି ଧ୍ୟାନ ଦେବାକୁ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ। ଜିଲାପାଳ ଏକଥା ମଧ୍ୟ ଉଠାଇଥିଲେ ଯେ, କୁଜଙ୍ଗ ଅଞ୍ଚଳର ୯ଟି ଗାଁର ଲୋକେ ଜମି ବିକ୍ରି କରିପାରୁନାହାନ୍ତି। ଯଦିଓ ସେମାନେ ପିଢି ପିଢି ଏହି ଜମି ଭୋଗ କରୁଛନ୍ତି କିନ୍ତୁ ସେମାନଙ୍କର ରେକର୍ଡ ଅଫ ରାଇଟ୍ସ ନାହିଁ। ତେଣୁ ଏହି ଗାଁଗୁଡକରେ ଏରିଅଲ ସର୍ଭେ କରାଯାଇ ଜମି ପଟ୍ଟା ଦିଆଯିବା ବ୍ୟବସ୍ଥା ହେଉ। ଏହି ଅବସରରେ ଜମିହୀନ ୧୭୪ ଜଣଙ୍କୁ ବସୁନ୍ଧରା ଯୋଜନାରେ ଘର ଡିହ ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଥିଲା। ଅନ୍ୟତମ ମନ୍ତ୍ରୀ ରଘୁନନ୍ଦନ ଦାସ ତାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ଅଧିନ ଏରସମା ଅଞ୍ଚଳର କେତେକ ସମସ୍ୟା କଥା ଉଠାଇଥିଲେ। ସେ କହିଥିଲେ, ଏରସମା ତହସିଲ ଅଧୀନ କେତେକ ଅଞ୍ଚଳରେ ଜମି ପଟ୍ଟା ମିଳିପାରୁନାହିଁ। ରାସ୍ତା ସମସ୍ୟା ମଧ୍ୟ ଉତ୍କଟ୍ଟ। ଏସବୁର ସମାଧାନ ପାଇଁ ସରକାର ବଦ୍ଧ ପରିକର। ସାଧାରଣ ଲୋକ ନାର୍ଯ୍ୟ ଦାବିରୁ ଯେପରି ବଞ୍ଚତ୍ତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦିଆଯିବା ଜରୁରୀ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଗତ୍‌ସିଂହପୁର ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ ଓ ଉପଜିଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ଦୁଇ ମନ୍ତ୍ରୀ ବାଲିକୁଦା ସବରେଜିଷ୍ଟ୍ରାର ନୂତନ କାର୍ଯ୍ୟାଳୟ ଓ କୁଜଙ୍ଗ ତହସିଲ ନୂତନ କାର୍ଯ୍ୟାଳୟର ଉଦ୍‌ଘାଟନ କରିଥିଲେ। ଉଭୟ କାର୍ଯ୍ୟକ୍ରମରେ ଜିଲାପାଳ ଉପସ୍ଥିତ ରହିଥିଲେ। କୁଜଙ୍ଗରେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ଉପଜିଲାପାଳ, କୁଜଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri