Posted inଜାତୀୟ

ରାଜସ୍ଥାନ ବିଧାନସଭାରେ ସିଏଏ ବିରୋଧୀ ପ୍ରସ୍ତାବ ଗୃହୀତ

ଜୟପୁର,୨୬ା୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ରାଜସ୍ଥାନ ବିଧାନସଭାରେ ଶନିବାର ଧ୍ୱନିମତରେ ପ୍ରସ୍ତାବ ଗୃହୀତ ହୋଇଛି। ଭାଜପା ପକ୍ଷରୁ ଏଭଳି ପ୍ରକ୍ରିୟାକୁ ବିରୋଧ କରାଯାଇ କଂଗ୍ରେସ ତୁଷ୍ଟୀକରଣ ରାଜନୀତି କରୁଛି ବୋଲି ଅଭିଯୋଗ କରାଯାଇଛି। ପ୍ରଥମେ କେରଳ ପରେ କଂଗ୍ରେସ ଶାସିତ ରାଜ୍ୟ ପଞ୍ଜାବ ଓ ରାଜସ୍ଥାନରେ ସିଏଏକୁ ଖୋଲାଖୋଲି ଭାବେ ବିରୋଧ କରାଯାଇ ଏଭଳି ପ୍ରସ୍ତାବ ଗୃହୀତ କରାଯାଇଛି। ରାଜସ୍ଥାନରେ ଏହି ପ୍ରସ୍ତାବ ପାସ୍‌ କରାଯିବା ସହ କେନ୍ଦ୍ର ସିଏଏର ପୁନଃସମୀକ୍ଷା କରିବା ଉଚିତ ବୋଲି କୁହାଯାଇଛି। ସିଏଏ ସମ୍ବିଧାନର ନିୟମକୁ ଉଲ୍ଲଂଘନ କରୁଛି ଓ ନାଗରିକତ୍ୱ ଲାଗି ଧର୍ମକୁ ଆଧାର କରି କେନ୍ଦ୍ର ଆଣିଥିବା ପ୍ରସ୍ତାବ ଭେଦଭାବ ବଢ଼ାଉଛି ବୋଲି ଅଭିଯୋଗ କରାଯାଇଛି। ତେଣୁ ସିଏଏକୁ ପ୍ରତ୍ୟାହାର କରିନେବା ଲାଗି କେନ୍ଦ୍ରକୁ ଅନୁରୋଧ କରାଯାଇଛି। ଗୃହରେ ପ୍ରସ୍ତାବ ଆଗତ କରିବାବେଳେ ମନ୍ତ୍ରୀ ଶାନ୍ତି ଧରିଓ୍ବାଲ କହିଥିଲେ, ସମସ୍ତ ଧର୍ମ ଲାଗି ଗୋଟିଏ ଆଇନ ଅଣାଯାଇ ପାତରଅନ୍ତର ଦୂର କରିଯିବା ଉଚିତ। ବିଧାନସଭାରେ ଏଭଳି ପ୍ରସ୍ତାବ ଅଣାଯିବା ଅଧିକାରକୁ ନେଇ ବିରୋଧୀ ଦଳର ନେତା ଗୁଲାବ ଚାନ୍ଦ କଟାରିଆ ପ୍ରଶ୍ନ ଉଠାଇଛନ୍ତି। ନାଗରିକତ୍ୱ ପ୍ରଦାନକରିବା କେନ୍ଦ୍ର ଆଇନ ପରିସରଭୃକ୍ତ ଓ ଏଥିରେ ରାଜ୍ୟର କୌଣସି କ୍ଷମତା ନାହିଁ। ତୁଷ୍ଟୀକରଣ ଓ ଭୋଟବ୍ୟାଙ୍କ ରାଜନୀତି ଛାଡ଼ି କେନ୍ଦ୍ରୀୟ ଆଇନ ବିରୋଧରେ ଯିବା ଠିକ୍‌ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri