Posted inଜାତୀୟ

ରାଜସ୍ଥାନରେ ବସ୍‌-ଜିପ୍‌ ମୁହାଁମୁହିଁ: ୧୩ ମୃତ

ଯୋଧପୁର,୨୭।୯: ରାଜସ୍ଥାନ ଯୋଧପୁରର ବାଲେସର ଗଁ। ନିକଟରେ ଶୁକ୍ରବାର ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବସ୍‌ ଓ ଜିପ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏଥିରେ ୧୬ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ, ୭ ଜଣ ପୁରୁଷ ଓ ୫ ଜଣ ମହିଳା ରହିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୮ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ସୂଚନାଯୋଗ୍ୟ, ଯୋଧପୁର-ଜୈସଲମେର ଜାତୀୟ ରାଜପଥ ନିକଟ ବାଲେସରଠାରେ ଟାୟାର ଫାଟିଯିବାରୁ ବସ୍‌ଟି ନିୟନ୍ତ୍ରଣ ହରାଇ ଜିପ୍‌କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶୋକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୨ ଆସନରେ ଭାଜପା ଆଗରେ ଥିବାରୁ ବିଜୟେନ୍ଦ୍ରଙ୍କୁ ମିଠା ଖୁଆଇଲେ ୟେଦୁରପ୍ପା

ବେଙ୍ଗାଲୁରୁ,୯।୧୨: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଏବେ ଟିକେ ଖୁସିଥିବା ଦେଖାଯାଇଛି। ସୋମବାର କର୍ନାଟକର ୧୫ ବିଧାନସଭା ଆସନର ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଥିବା...

କରୋନାରେ କେନ୍ଦ୍ରମନ୍ତ୍ରୀଙ୍କ ଭାଇଙ୍କର ପରଲୋକ

ଲକ୍ଷ୍ନୌ,୧୮।୫: ଉତ୍ତରପ୍ରଦେଶ ମୁଜଫରପୁରନଗରର ଭାଜପା ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବଲିଆନଙ୍କ ଭାଇ ଜିତେନ୍ଦ୍ର ବଲିଆନଙ୍କ କରୋନାରେ ପରଲୋକ ଘଟିଛି। ଗତ କିଛି ଦିନ ତଳେ...

ଦଳର ନାଁ ପରିବର୍ତ୍ତନ କରିବାର ଅଧିକାର ଇସିଙ୍କ ପାଖରେ ନାହିଁ: ଉଦ୍ଧବ

ମୁମ୍ବାଇ.୧୦।୭: ଶିବସେନାର ନାମ ଏବଂ ନିର୍ବାଚନୀ ଚିହ୍ନକୁ ନେଇ ଲଢେଇ ବର୍ତ୍ତମାନ ସୁପ୍ରିମକୋର୍ଟରେ ଚାଲିଛି। ଏହି ପ୍ରସଙ୍ଗରେ ଉଦ୍ଧବ ଠାକରେଙ୍କ ଆବେଦନ ଶୁଣାଣି କରିବାକୁ ସର୍ବୋଚ୍ଚ...

ଭୁଲ ଯୋଗୁ ଜେଲରେ ବନ୍ଦ ଥିବା ଲୋକଙ୍କୁ ମିଳୁ ନିଯୁକ୍ତି, କଂଗ୍ରେସ ଏମ୍‌ପି ଲୋକ ସଭାରେ ଆଣିବେ ବିଲ୍‌ …

ନୂଆଦିଲ୍ଲୀ,୧୭।୭ : କଂଗ୍ରେସ ଏମ୍‌ପି ମହମ୍ମଦ ଜାଭେଦ ରବିବାର କହିଛନ୍ତି ଯେ ସଂସଦର ମୌସୁମୀ ଅଧିବେଶନରେ ସେ ଜଣେ ବ୍ୟକ୍ତିଗତ ସଦସ୍ୟଙ୍କ ବିଲ ଆଗତ କରିବାକୁ...

ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଅଗ୍ରହଣୀୟ: କଂଗ୍ରେସ

ନୂଆଦିଲ୍ଲୀ,୧୧।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ବଡ ରାୟ ଦେଇଛନ୍ତି। ଆଜୀବନ କାରାଦଣ୍ଡ ଭୋଗୁଥିବା ନଳୀନି ଶ୍ରୀହରନ୍‌ଙ୍କ ସମେତ ୬ଜଣ ଦୋଷୀଙ୍କୁ...

ସମୁଦ୍ରରେ ବୁଡିଯାଉଥିବା ସୁରକ୍ଷାକର୍ମୀଙ୍କୁ ଉଦ୍ଧାର କଲେ ଚୋରା ଚାଲାଣକାରୀ ଦଳ

ମାଡ୍ରିଡ,୭।୧୦: ସ୍ପେନର ଦକ୍ଷିଣ ସମୁଦ୍ରରେ ଶୁକ୍ରବାର ଏକ ଫିଲ୍ମର ଦୃଶ୍ୟ ଭଳି ଘଟଣା ନଜର ଆସିଥିଲା। ସମୁଦ୍ର ମଧ୍ୟରେ ଗୋଟିଏ ବୋଟ୍‌ରେ ଏକ ଚୋରାଚାଲାଣକାରୀ ଦଳଙ୍କୁ...

ଚନ୍ଦ୍ରଚୂଡ଼ ରିଟର୍ନସ, ପିତାଙ୍କର ୪୪ ବର୍ଷ ପରେ ପ୍ରଧାନ ବିଚାରପତି…

ନୂଆଦିଲ୍ଲୀ,୯।୧୧ : ଜଷ୍ଟିସ ଧନଞ୍ଜୟ ଓ୍ବାଇ. ଚନ୍ଦ୍ରଚୂଡ଼ ଦେଶର ୫୦ ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

ମହାତ୍ମା ଗାନ୍ଧୀଙ୍କ ହତ୍ୟା ପାଇଁ ସାବରକର ଗଡସେଙ୍କୁ ବନ୍ଧୁକ ଖୋଜିବାରେ କରିଥିଲେ ସାହାଯ୍ୟ: ତୁଷାର ଗାନ୍ଧୀ

ମୁମ୍ବାଇ,୨୨ ।୧୧: ମହାତ୍ମା ଗାନ୍ଧୀଙ୍କ ଅଣନାତୀ ତୁଷାର ଗାନ୍ଧୀ ଦାବି କରିଛନ୍ତି ଯେ ସ୍ୱତନ୍ତ୍ରତା ସେନାନୀ ବିନାୟକ ଦାମୋଦର ସାବରକର ରାଷ୍ଟ୍ରପିତାଙ୍କ ହତ୍ୟା ପାଇଁ ନାଥୁରାମ...

Advertisement
Archives

Model This Week