ଭୁବନେଶ୍ୱର,୨୯।୫(ବ୍ୟୁରୋ): ରାଜଧାନୀ ଶ୍ରୀ ଲିଙ୍ଗରାଜ ଥାନା ଅଧୀନ କପିଳେଶ୍ୱର କୁମ୍ଭାର ସାହିରେ ରହୁଥିବା ଜନୈକ ହକର ଏବଂ ତାଙ୍କ ସ୍ତ୍ରୀ ଶୁକ୍ରବାର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଯୁବକ ହେଲେ ରାକେଶ ରାଉତ(୨୫) ଓରଫ ବାପି। ବାପି ଓଲ୍ଡ ଟାଉନ୍ ପେପର ପଏଣ୍ଟରୁ ପେପର ନେଇ ହକରିଂ କରିଥାନ୍ତି। ସେ ଗତ ଫେବୃୟାରୀ ମାସରେ ଅର୍ଥାତ ଲକ୍ଡାଉନ୍ ପୂର୍ବରୁ ବିବାହ କରିଥିଲେ। ଗୁରୁବାର ସନ୍ଧ୍ୟାରେ ଉଭୟ ସ୍ତ୍ରୀସ୍ବାମୀ ଶ୍ରୀ ଲିଙ୍ଗରାଜଙ୍କ ବିବାହ ଦେଖିବାକୁ ଯାଇଥିଲେ। ସେଠାରୁ ଫେରି ଖାଇପିଇ ଶୋଇ ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେବେ ଶୁକ୍ରବାର ସକାଳୁ କବାଟ ନ ଫିଟାଇବାରୁ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି କବାଟ ଭାଙ୍ଗି ରାକେଶ ଫ୍ୟାନ୍ରେ ଝୁଲୁଥିବା ଦେଖିବାକୁ ପାଇଥିଲା। ସ୍ତ୍ରୀ ବିଷ ପିଇ ତଳେ ପଡ଼ିଥିବା ଦେଖିଥିଲା। ତେବେ ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ପାରିବାରିକ କଳହରୁ ଏପରି ଅଭାବନୀୟ ଘଟଣା ଘଟିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ପୋଲିସ କ୍ୟାପିଟାଲ ହସ୍ପିଟାଲ ପଟାଇଛି। ଏଥିସହ ଘଟଣାରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି।
ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ
ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...
ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ
ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...
ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ
ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...
ଜାନୁଆରୀ ୧ରୁ କଡ଼ାକଡ଼ି ହେବ ଗାଡ଼ି ଚେକିଂ, ଏହି ସାର୍ଟିଫିକେଟ ନ ଥିଲେ ମିଳିବନି ପେଟ୍ରୋଲ!
ଭୁବନେଶ୍ୱର,୨୨।୧୨: ଜାନୁଆରୀ ୧ ତାରିଖରୁ ଜୋରଦାର ଗାଡ଼ି ଚେକିଂ ହେବ। ଏନେଇ ପରିବହନ କମିଶନର ଅମିତାଭ ଠାକୁର ସୂଚନା ଦେଇଛନ୍ତି। ସେ କହିଛନ୍ତି, MVI ନିୟମ...
ଆଉ ୨ ଦିନ ପରେ କ୍ରିସ୍ମାସ
ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...
ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍ ଆମ….
ଭୁବନେଶ୍ୱର,୨୨।୧୨: ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...
ମଣ୍ଡିରେ ପଡ଼ିଛି ଧାନ: ଚାଲିଛି ନେତାଙ୍କ ଟଣା ଓଟରା
ଭୁବନେଶ୍ୱର,୨୨।୧୨: ମଣ୍ଡିରେ ଚାଷୀଙ୍କ ଧାନ କିଣା ସମସ୍ୟା ନେଇ ପ୍ରତିକ୍ରିୟା ରଖିଲା ବିଜେଡି। ସମବାୟ ମନ୍ତ୍ରୀଙ୍କୁ ବିଜେଡି ବରିଷ୍ଠ ଉପ ସଭାପତି ସଞ୍ଜୟ ଦାସବର୍ମା ଟାର୍ଗେଟ...
ଚିଟ୍ଫଣ୍ଡ ଜମାକାରୀଙ୍କ ପାଇଁ ବଡ଼ ଖବର: ମନମୋହନ କହିଲେ…
ଭୁବନେଶ୍ୱର,୨୨।୧୨: ଚିଟ୍ଫଣ୍ଡ ଜମାକାରୀଙ୍କ ପାଇଁ ଆସିଲା ବଡ଼ ଖବର। କ୍ଷୁଦ୍ର ଚିଟ୍ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରସଙ୍ଗରେ ଭାଜପା ଜିଲା...
Archives


