ରାଗିଗଲେ ନେହା କକ୍କର

ବଲିଉଡ୍‌ର ଲୋକପ୍ରିୟ ସିଙ୍ଗ୍‌ର୍‌ ନେହା କକ୍କର ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିକଟରେ ଏକ କମେଡି ଶୋ’ରେ ତାଙ୍କ ମଜାକ୍‌ ଉଡାଯିବାକୁ ନେଇ ସେ ରାଗିଯାଇଛନ୍ତି। ସୋନି ଟିଭି ପକ୍ଷରୁ ପ୍ରସାରିତ ଡଃ ପ୍ରାଣ ଲେଲେ ଶୋ’ରେ ନେହାଙ୍କ ଉପରେ ଏକ କମେଡି ସିନ୍‌ ରଖାଯାଇଥିଲା। ଏହି ସିନ୍‌କୁ ନେଇ ଖୁସି ନାହାନ୍ତି ନେହା। ନିଜ ଇନଷ୍ଟାଗ୍ରାମରେ ନିଜ କ୍ରୋଧ ଜାହିିର କରିଛନ୍ତି ସେ। ତାଙ୍କ ଭାଇ ଟୋନି କକ୍କର ମଧ୍ୟ ଏଥିରେ ତାଙ୍କୁ ସାଥ୍‌ ଦେଇଛନ୍ତି। ଡଃ ପ୍ରାଣ ଲେଲେ ଶୋ’ରେ ଡାକ୍ତର ଭାବେ ଅଭିନୟ କରୁଥିବା କିକୁ ସାରଦା ଏବଂ ନର୍ସ ଗୌରବ ଗେରା ଜଣେ ଛୋଟ ଉଚ୍ଚତାର ଯୁବତୀଙ୍କୁ ନେଇ ମଜାକ ଉଡାଉ ଥିଲେ। ପରଦାରେ ଉକ୍ତ ଯୁବତୀଙ୍କ ନାଁ ଥିଲା ନେହା ଶକ୍କର। କେବଳ ଉଚ୍ଚତା ନୁହେଁ, ତାଙ୍କ ଟ୍ୟାଲେଣ୍ଟକୁ ନେଇ ମଧ୍ୟ କମେଡି କରାଯାଇଥିଲା। ଏହାକୁ ନେଇ ନେହା କକ୍କର ଆପତ୍ତି ଉଠାଇଛନ୍ତି। ଏଭଳି କମେଡି ଦେଖିବା ପରେ ମୁଁ ଭାଙ୍ଗିପଡିଥିଲି। କମେଡିକୁ ସମ୍ମାନ କରେ ତା’ ମାନେ ନୁହେଁ, ଜଣଙ୍କ ଉଚ୍ଚତା ଏବଂ ଟ୍ୟାଲେଣ୍ଟକୁ ନେଇ ଏଭଳି ମଜାକ ଉଡାଯିବ। ଏହା ମୋତେ ବ୍ୟଥିତ କରିଛି। ଏଭଳି ସମୟରେ ମୋ ଫ୍ୟାନ୍‌ମାନଙ୍କ ସମର୍ଥନ ପାଇଁ ମୁଁ ଖୁସି ଅଛି ବୋଲି ନେହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଲିଆ-ରଣବୀରଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ସମ୍ପର୍କୀୟ

ଆଲିଆ ଭଟ୍ଟ-ରଣବୀର କପୁର ଟିକେ ମୌକା ପାଇଲେ ଏକାଠି ଲୋକଙ୍କ ନଜରକୁ ଆସୁଛନ୍ତି। ଏମିତିରେ ବି କିଛିଦିନ ତଳେ ଦୁହିଁଙ୍କ ବିବାହ ଖବର ନେଇ ଖୁବ୍‌...

ମହାରାଷ୍ଟ୍ର ଦର୍ଶକଙ୍କ ପାଇଁ ଖୁସି ଖବର: ଫିଲ୍ମ ତାନାଜୀ ହେଲା ଟ୍ୟାକ୍ସ ଫ୍ରି

ମୁମ୍ବାଇ,୨୨।୧: ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ତାନାଜୀ-ଦ ଅନସଙ୍ଗ ଓ୍ବାରିୟର’ ବକ୍ସ ଅଫିସ୍‌ରେ ଏବେ ଧମାଲ୍‌ କରୁଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ...

ସୁଶାନ୍ତଙ୍କ ଆତ୍ମହତ୍ୟାର ଆସିଲା ଶେଷ ରିପୋର୍ଟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଭିସ୍ରା ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ସ୍ପଷ୍ଟ ଭାବରେ କୁହାଯାଇଛି, ଯେ ତାଙ୍କ ମୃତ୍ୟୁରେ କୌଣସି ସନ୍ଦେହଜନକ...

‘ଜିରୋ’ ପରେ ଶାହାରୁଖଙ୍କ ହାତ ଖାଲି

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ୨୭ ବର୍ଷ ଧରି ରାଜ୍‌ କରି ଆସିଥିବା ବାଦ୍‌ଶାହା ତଥା ଶାହାରୁଖଙ୍କ ହାତ ଏବେ ପୂରା ଖାଲି। ‘ଜିରୋ’ଫିଲ୍ମ ପରଠାରୁ ଶାହାରୁଖ୍‌ ଆଉ...

ଟେଲି ଜଗତର ବୋଲ୍ଡ ଶାଶୁମା’: ଯିଏ ୪୯ ବର୍ଷରେ ବି ରହୁଛନ୍ତି ଚର୍ଚ୍ଚାରେ

ମୁମ୍ବାଇ: ଅଭିନେତ୍ରୀ ଅଚ୍ଚିତ କୌର। ଟେଲିଭିଜନ ଜଗତର ଜଣେ ବୋଲ୍ଡ ଶାଶୁ ମା’ ହିସାବରେ ସେ ଘରେ ଘରେ ପରିଚିତ। ଏବେ ଅର୍ଚ୍ଚିତଙ୍କୁ ୪୯ ବର୍ଷ।...

‘ଇଣ୍ଡିଆନ୍‌ ଆଇଡଲ’ରେ ଅନୁଙ୍କ ସ୍ଥାନ ନେଲେ ହିମେଶ

ବମ୍ବେ: ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ସ୍ଥାନ ନେଲେ ହିମେଶ ରେଶମିୟା। ଲୋକପ୍ରିୟ ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌’ ଜଜ୍‌(ବିଚାରପତି) ଆସନ ଅନୁ...

ବିଗ୍‌ ବସ୍‌-୧୩: ଷ୍ଟେଶନ ମାଷ୍ଟର ସାଜି ଦର୍ଶକଙ୍କ ଉତ୍କଣ୍ଠା ବଢ଼ାଇଲେ ସଲମାନ୍‌

ଛୋଟ ପରଦାର ଚର୍ଚ୍ଚିତ ଟିଭି ଶୋ’ ‘ବିଗ୍‌ ବସ୍‌-୧୩’କୁ ନେଇ ଚର୍ଚ୍ଚା ଲାଗି ରହିଛି। ଇତିମଧ୍ୟରେ ଶୋ’ର ପ୍ରଥମ ପ୍ରମୋ ସମ୍ମୁଖକୁ ଆସିଯାଇଛି। କଲର୍ସ ଚ୍ୟାନେଲ...

୧୧ମାସ ୧୧ଦିନ ପରେ ଘରକୁ ଫେରିଲେ ରିଷି

ମୁମ୍ବାଇ: ବଲିଉଡ୍‌ ଅଭିନେତା ରିଷି କପୁର ଦୀର୍ଘ ୧୧ ମାସ ୧୧ ଦିନ ପରେ ମୁମ୍ବାଇ ଫେରିଥିବା ଜଣାପଡିଛି। ୬୭ ବର୍ଷୀୟ ଏହି ଅଭିନେତା ମଙ୍ଗଳବାର...

Coronavirus Update


Archives

Model This Week

Why Dharitri