ରବିରେ ୮୬,୧୩୫ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟ

ସୋନପୁର,୩୧।୧୦(ନି.ପ୍ର.): ୨୦୧୯-୨୦ ରବି ଋତୁରେ କୃଷି ପ୍ରଧାନ ସୁବର୍ଣ୍ଣପୁର ଜିଲାରେ ୮୬,୧୩୫ ହେକ୍ଟର ଜମିରେ ବିଭିନ୍ନ ପ୍ରକାଣ ଖରିଫ ଫସଲ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ଯାହା ଗତବର୍ଷର ଲକ୍ଷ୍ୟ ହାସଲଠାରୁ ୨,୭୫୮ହେକ୍ଟର ଅଧିକ। ଗୁରୁବାର ଜିଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ଜିଲାସ୍ତରୀୟ କୃଷି କୌଶଳ ନିର୍ଦ୍ଧାରଣ କମିଟି ବୈଠକରେ ଏ ବିଷୟରେ ସୂଚନା ଦେଇଛନ୍ତି ଜିଲା କୃଷି ଉପନିର୍ଦ୍ଦେଶକ ସନ୍ତୋଷ କୁମାର ଜେନା। ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ବୈଠକରେ ଅଧ୍ୟକ୍ଷତା କରିଥିଲେ। ପଣ୍ଡା ଜିଲାରେ ଥିବା ଭିତ୍ତିଭୂମି ଓ ସମସ୍ତ ବୈଷୟିକ ଜ୍ଞାନ କୌଶଳ ଉପଯୋଗରେ ରବି ଚାଷ ଲକ୍ଷ୍ୟକୁ ସଫଳତାର ସହ ହାସଲ କରିବା ପାଇଁ କୃଷି ଅଧିକାରୀମାନେ ବଦ୍ଧପରିକର ହେବା ପାଇଁ ପରାମର୍ଶ ଦେଇଥିଲେ । ୨୦୧୮ ରବି ଋତୁରେ ୩୪,୭୯୦ ହେକ୍ଟର ଜମିରେ ଅଧିକ ଅମଳକ୍ଷମ ଧାନ ଚାଷ କରାଯାଇଥିବା ବେଳେ ଚଳିତ ବର୍ଷ ୩୫ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ୨୦୧୮ ରବିରେ ୩୨,୧୦୪ହେକ୍ଟର ଜମିରେ ଡାଲି ଫସଲ, ୬,୭୫୯ହେକ୍ଟର ଜମିରେ ତୈଳବୀଜ, ୭, ୪୨୧ହେକ୍ଟର ଜମିରେ ପନିପରିବା, ୧,୮୨୬ ହେକ୍ଟର ଜମିରେ ମସଲା ଜାତୀୟ ଓ ୫୫ ହେକ୍ଟର ଜମିରେ ଆଖୁଚାଷ ହୋଇଥିଲା। ଚଳିତ ରବିରେ ୩୪ ହଜାର ୫୦ହେକ୍ଟର ଜମିରେ ଡାଲି ଜାତୀୟ, ୮ହଜାର ହେକ୍ଟର ଜମିରେ ତୈଳବୀଜ, ୬,୯୦୦ ହେକ୍ଟର ଜମିରେ ପନିପରିବା, ୧,୫୮୦ହେକ୍ଟର ଜମିରେ ମସଲା ଜାତୀୟ ଓ ୫୫ହେକ୍ଟର ଜମିରେ ଆଖୁ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି । ଚଳିତ ରବିରେ ୬୨,୮୩୫ ହେକ୍ଟର ଜମିକୁ ବୃହତ, କ୍ଷୁଦ୍ର, ମଧ୍ୟମ, ବୃହତ ଉଠାଜଳସେଚନ, ଉଠାଜଳସେଚନ, ଡଗ୍‌ ଓ୍ବେଲ ଓ ଅନ୍ୟାନ୍ୟ ଉତ୍ସରୁ ଜଳଯୋଗାଣ କରାଯିବା ବୋଲି ଜଳସେଚନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଅଣଜଳସେଚିତ ଜମିରେ ଆଦ୍ରତାରେ ମୁଗ, ବିରି ଓ କୋଳଥ ଚାଷ କରାଯିବ। ଚଳିତ ଋତୁରେ ପ୍ୟାକ୍ସ ଓ ପ୍ରାଇଭେଟ୍‌ ଡିଲରଙ୍କ ମାଧ୍ୟମରେ ୧୬,୧୫୦ କୁଇଣ୍ଟାଲ ଧାନ, ୨୬୪ କୁଇଣ୍ଟାଲ ମୁଗ ଓ ୪୨୪କୁଇଣ୍ଟାଲ ବାଦାମ ବିହନ ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ରବିରେ ହେକ୍ଟର ପ୍ରତି ୪୬.୬୨ କିଲୋଗ୍ରାମ ହିସାବରେ ମୋଟ ୪୦୧୬ ମେଟ୍ରିକ୍‌ ଟନ୍‌ ଏନପିକେ ସାର ବ୍ୟବହାର କରିବାକୁ ଲକ୍ଷ୍ୟ ରହିଛି । ଜିଲାରେ ଥିବା ମୃତ୍ତିକା ପରୀକ୍ଷାଗାରରେ ମାଟି ନମୂନା ପରୀକ୍ଷା କରାଯାଇ ମୃତ୍ତିକା ସ୍ବାସ୍ଥ୍ୟକାର୍ଡ ଯୋଗାଇ ଦେବାକୁ ଲକ୍ଷ୍ୟ ରହିଛି। ସେହିପରି ଚାଷୀଙ୍କୁ ଟ୍ରାକ୍ଟର, ପାଓ୍ବାର ଟିଲର, ରୋଟାଭେଟର, ଟ୍ରାନ୍ସପ୍ଲାଣ୍ଟର ଓ ପମ୍ପସେଟ୍‌ ଦିଆଯିବାକୁ ଯୋଜନା ରହିଛି। ସମବାୟ ବ୍ୟାଙ୍କ, ଷ୍ଟେଟବ୍ୟାଙ୍କ, ୟୁଜିବି ଓ ଅନ୍ୟାନ୍ୟ ବ୍ୟବସାୟିକ ବ୍ୟାଙ୍କ ଜରିଆରେ କୃଷିଋଣ ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ଜୈବିକ ସାର, ରୋଗପୋକ ନିୟନ୍ତ୍ରଣ, ଅଧିକ ଅମଳକ୍ଷମ ଓ ଶଙ୍କରଜାତୀୟ ବିହନ ଯୋଗାଣ ସମ୍ପର୍କରେ ଆଲୋଚନା ହୋଇଥିଲା। ଜିଲାରେ ସମ୍ପ୍ରସାରଣ ସଂସ୍କାର ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଜାଇ ଯୋଜନା, ଓ ରାଷ୍ଟ୍ରୀୟ ଖାଦ୍ୟ ନିରାପତ୍ତା ମିଶନରେ ସମସ୍ତ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିନା ସୂଚନାରେ କଣ୍ଟେନମେଣ୍ଟ ଜୋନ୍‌, ଚାଲିଛି ଥର୍ମାଲ ସ୍କ୍ରିନିଂ

ଜି.ଉଦୟଗିରି,୧୮।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ମହାଗୁଡ଼ାସାହିରୁ ଜଣେ ସ୍ଥାନୀୟ କରୋନା ପଜିଟିଭ୍‌ ଚିହ୍ନଟ ପରେ ଏହି ସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହା ସହ ଉକ୍ତ...

ଲୋକ ରୁଣ୍ଡ ଦେଖି ପିପଲବାହାଲ ଗ୍ରାମବାସୀ ଭୟଭୀତ

ଲାଠୋର,୩୧।୩ (ଡି.ଏନ.ଏ.): ମହାମାରୀ କରୋନା ଭାଇରସ (ଭୂତାଣୁ) ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ରୋଗୀ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ସାଧାରଣ ଜନତାଙ୍କ...

ଅନୁମତି ମିଳିଲେ ଲୋକ ମହୋତ୍ସବ ନିଷ୍ପତ୍ତି

ତାଳଚେର,୨୧।୩(ନି.ପ୍ର.): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ ୨୦ ତମ ଲୋକ ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଗୋପାଳପ୍ରସାଦସ୍ଥିତ ପୀଠ...

ଭିତରକନିକାରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବଢ଼ିଲା

ରାଜନଗର,୭।୧(ଡି.ଏନ.ଏ.):ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚଳିତ ମାସ ୬ ତାରିଖ ଦିନ ବନ ବିଭାଗ ପକ୍ଷରୁ ହୋଇଥିବା ଗଣନାରୁ...

ବିଷମକଟକରେ ଚାଷୀଙ୍କ ପାଇଁ ଶୀତଳଭଣ୍ଡାର ନିର୍ମାଣ

ବିଷମକଟକ,୨୫ା୧୧(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଚାଟିକଣା ସ୍ଥିତ ଦକ୍ଷତା ତାଲିମ କେନ୍ଦ୍ରଠାରେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା(ଡିକେଡିଏ) ଏବଂ ଉଦ୍ୟାନ ବିଭାଗର ମିଳିତ ସହଯୋଗରେ...

ଟ୍ୟୁଶନରୁ ଫେରୁ ଥିବା ବେଳେ ଛାତ୍ରୀଙ୍କୁ ଅସଦାଚରଣ: ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୩।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପୋଲିସ ଦିଗପହଣ୍ଡି ପନ୍ଦରା ସାହିର ରାମକୃଷ୍ଣ ପଣ୍ଡା ଓରଫ ଲୁଲୁଙ୍କୁ ଗିରଫ...

୮ ମାସରେ ୪. ୪୧ କୋଟି ଜରିମାନା

ବ୍ରହ୍ମପୁର ଅଫିସ,୧୨।୧୦: ବ୍ରହ୍ମପୁର ସହରର ଟ୍ରାଫିକ ସମସ୍ୟା ଦୂର କରିବା, ଦୁର୍ଘଟଣା ରୋକିବା ସହ ଲୋକଙ୍କ ଧନ ଜୀବନ ସୁରକ୍ଷା ପାଇଁ ପୋଲିସ ତା’ର ପ୍ରୟାସ...

ପାରାଦୀପ ସମେତ ୪ ସ୍ଥାନରେ ସରିଲା ପକ୍ଷୀ ଗଣନା

ପାରାଦୀପ,୧୩।୧(ସ୍ବ.ପ୍ର.): କୁଜଙ୍ଗ ବନାଞ୍ଚଳ ପକ୍ଷରୁ ପାରାଦୀପ ସମେତ ୪ଟି ସ୍ଥାନରେ ପକ୍ଷୀ ଗଣନା ସରିଛି। ତେବେ ଚଳିତ ବର୍ଷ ପକ୍ଷୀ ସଂଖ୍ୟା କମିଛି । ଆଉ...

Advertisement
Archives

Model This Week