ରପ୍ତାନି କଟକଣା ପରେ କମୁଛି ପିଆଜ ଦର

ଭୁବନେଶ୍ୱର,୪-୧୦: ସରକାର ପିଆଜ ରପ୍ତାନିକୁ ନିଷେଧ ଏବଂ ମହଜୁଦ ଉପରେ ସୀମା ଲଗାଇବା ପରେ ଏହାର ଦର ଆସ୍ତେ ଆସ୍ତେ କମୁଛି। ଏହାର ପାଇକାରୀ ଦର ମହାରାଷ୍ଟ୍ରର ଲାସାଲଗାଁରେ ୩୦ ଟଙ୍କାରୁ ନିମ୍ନ ସ୍ତରକୁ ଖସିଛି। ଅପରପକ୍ଷରେ ସାରା ଦେଶରେ କିଛି ଭାଗରେ ପିଆଜର ଉଭୟ ପାଇକାରୀ ଏବଂ ଖୁଚୁରା ମୂଲ୍ୟ କମୁଥିବା ଗୁରୁବାର କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶ୍ୱାନ କହିଛନ୍ତି। କିଛି ଦିନ ତଳେ ଜାତୀୟ ରାଜଧାନୀ ନୂଆଦିଲ୍ଲୀ ସମେତ ଦେଶର ଆଉ କିଛି ସ୍ଥାନରେ ପିଆଜ ଦର ୬୦ରୁ ୭୦ ଟଙ୍କା ଛୁଇଁଥିଲା। ଗୁରୁବାର ପିଆଜ ଦର ୬୦ ଟଙ୍କା ତଳକୁ ଖସିଥିବା ବଜାର ଡାଟାରୁ ଜଣା ପଡିଛି।
ସେ କହିଛନ୍ତି ଯେ, ସରକାର ଉଭୟ ଚାଷୀ ଏବଂ ଲୋକଙ୍କ ସ୍ବାର୍ଥକୁ ଧ୍ୟାନରେ ରଖିଛନ୍ତି। ଖୁଚୁରା ଏବଂ ପାଇକାରୀ ବ୍ୟବସାୟୀଙ୍କ ଲାଗି ପିଆଜ ମହଜୁଦ ସୀମା ଯଥାକ୍ରମେ ୧୦୦ ଏବଂ ୫୦୦ କୁଇଣ୍ଟାଲ ଧାର୍ଯ୍ୟ କରାଯାଇଛି। ସରକାର ୫୬,୦୦୦ ଟନ୍‌ ବଫର ଷ୍ଟକ ମଧ୍ୟରୁ ୧୮୦୦୦ ଟନ ବଜାରକୁ ଛାଡିଛନ୍ତି। ଷ୍ଟକରେ ଏବେ ମଧ୍ୟ ବୃହତ୍ତ ପରିମାଣର ପିଆଜ ରହିଛି। ଏହି ଷ୍ଟକରୁ ରାଜ୍ୟଗୁଡିକ ସେମାନଙ୍କ ଆବଶ୍ୟତା ଅନୁସାରେ ପିଆଜ ନେବା ଲାଗି କୁହାଯାଇଛି। ଦର ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ଯୋଗାଣକୁ ଉନ୍ନତ କରିବା ସହ କିଲୋ ପିଛା ୨୩.୯୦ ଟଙ୍କାରେ ପିଆଜ ଲୋକଙ୍କୁ ବିକ୍ରି କରିବାକୁ କୁହାଯାଇଥିବା ପାଶ୍ୱାନ ସ୍ପଷ୍ଟ କରିଛନ୍ତି।
ପିଆଜ ଉପରେ ରପ୍ତାନୀ କଟକଣା ଏବଂ ମହଜୁଦ ସୀମା ଉପରେ ଲାଗୁ ହେବା ପରେ ଏସିଆର ସର୍ବବୃହତ୍ତ ପିଆଜ ବଜାର ମହାରାଷ୍ଟ୍ରର ଲାସାଲଗାଉଁରେ ଉପଲବ୍ଧତା ସ୍ଥିତି ସୁଧୁରିଛି। ପିଆଜର ପାଇକାରୀ ମୂଲ୍ୟ ୫୧ ଟଙ୍କାରୁ ଖସି ୩୦ ଟଙ୍କା ତଳକୁ ଆସିଥିବା ନ୍ୟାଶନାଲ ହର୍ଟିକଲଚର ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଫାଉଣ୍ଡେଶନ (ଏନ୍‌ଏଚ୍‌ ଆର୍‌ଡିଏଫ୍‌) ସୂଚନା ଦେଇଛି। ଏଠାରେ ଶୁକ୍ରବାର ପିଆଜର ମୋଡାଲ ପାଇକାରୀ ମୂଲ୍ୟ ୨୬ ଟଙ୍କା ରହିଛି। ସେହିଭଳି ମୂଲ୍ୟ ସର୍ବୋଚ୍ଚ ମୂଲ୍ୟ ୩୦.୩୨ ଟଙ୍କା ଥିବା ବେଳେ ଅନ୍ୟୁନ ୧୫ ଟଙ୍କାକୁ ଖସୁଥିବା ଦେଖାଯାଉଛି। ଲାସାଲଗାଉଁ ମଣ୍ଡି ସାରା ଦେଶ ଲାଗି ପିଆଜର ମୂଲ୍ୟ ଧାରା ନିର୍ଦ୍ଧାରଣ କରୁଥିବା ବେଳେ ଏଠାରେ ଦର ହ୍ରାସ ବୃଦ୍ଧି ହେଲେ ଏହାର ପ୍ରଭାବ ସାରା ଦେଶରେ ଦେଖାଯାଇଥାଏ।
ପିଆଜ ଉତ୍ପାଦନକାରୀ ରାଜ୍ୟଗୁଡିକରେ ଅଗଷ୍ଟ ମାସରେ ବନ୍ୟା ଯୋଗୁ ଯୋଗାଣ ପ୍ରଭାବିତ ହୋଇଛି। ଏହାବାଦ ଖରିଫ ଚାଷ ଉପରେ ଏହାର ପ୍ରଭାବ ପଡିଛି। ବର୍ତ୍ତମାନ ଗତବର୍ଷର ରବି ଋତୁର ଗଛିତ ପିଆଜ ବ୍ୟବହାର ହେଉଛି। ଚଳିତ ବର୍ଷର ଖରିଫ ଫସଲ ନଭେମ୍ବର ପରେ ବଜାରକୁ ଆସିବ। ପିଆଜର ଦରବୃଦ୍ଧି ସାଧାରଣ ଲୋକଙ୍କ ଉପରେ ଗଭୀର ପ୍ରଭାବ ପକାଉଥିବାରୁ ରିଟେଲ ବଜାର ଦରକୁ ନିୟନ୍ତ୍ରଣ ଲାଗି ସରକାର ପଦକ୍ଷେପ ନେଉଛନ୍ତି ମାତ୍ର ଏହା ସତ୍ତ୍ୱେ ଏବେ ଏହା ମଧ୍ୟ ଉଚ୍ଚରେ ରହିଛି। ନୂଆଦିଲ୍ଲୀରେ ଲୋକଙ୍କୁ ଶସ୍ତାରେ ପିଆଜ ଯୋଗାଇବା ଲାଗି ରାଷ୍ଟ୍ରାୟତ୍ତ ମଦର ଡେରୀ ଏବଂ ଏନ୍‌ସିସିଏଫ୍‌ ୨୩.୯୦ ଟଙ୍କାରେ ପିଆଜ ଯୋଗାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ବ୍ଲକ ଓଷ୍ଟାର ନୂତନ କର୍ମକର୍ତ୍ତା ମନୋନୀତ: ଜାଣନ୍ତୁ ସେମାନେ ସବୁ କିଏ…

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପିଏମଶ୍ରୀ ୟୁ. ବି. ହାଇସ୍କୁଲଠାରେ ବ୍ଲକର ଓଷ୍ଟା ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଦିଲ୍ଲୀପ କୁମାର…

ଟ୍ରମ୍ପଙ୍କୁ ଇରାନର ଭୟଙ୍କର ଚେତାବନୀ: ଯଦି ବନ୍ଦରଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୁଏ, ତା’ହେଲେ…

ଓ୍ବାଶିଂଟନ୍‌,୧୩।୪: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏକ ନୂତନ ଏବଂ ଗମ୍ଭୀର ମୋଡ଼ ନେଇଛି। ଆମେରିକା ଇରାନର ଉପସାଗରୀୟ ବନ୍ଦରଗୁଡ଼ିକର ନୌସେନା ଅବରୋଧ ଘୋଷଣା…

ଭାଜପା ଏସସି ମୋର୍ଚ୍ଚା ଜିଲା ସଭାପତି ଘୋଷଣା: ଗନ୍ଧମାର୍ଦ୍ଦନ ଉପରେ ପୁଣି ଭରସା କଲା ଭାଜପା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଭାଜପା ଅନୁସୂଚିତ ଜାତି (ଏସ୍‌ସି) ମୋର୍ଚ୍ଚା ଜିଲା ସଭାପତି ସୋମବାର ଘୋଷଣା ହୋଇଛି। ଏଥିରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା (ଘୁମୁସର) ଏସସି ମୋର୍ଚ୍ଚା…

ବସ୍‌ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ

ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍‌ କ୍ଲବର ଫୁଟବଲ ଖେଳାଳି ବେରେକୁମ୍‌ ଚେଲ୍‌ସୀର ଡୋମିନିକ୍‌ ଫ୍ରିମ୍‌ପଙ୍ଗ୍‌ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

ପାରମ୍ପରିକ ଖାଦ୍ୟକୁ ନେଇ ପ୍ରତିଯୋଗିତା: ପ୍ରଥମ ସ୍ଥାନରେ ଆନନ୍ଦମୟୀ….

ଦାରିଙ୍ଗବାଡି, ୧୩ା୪ (ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ୍‌ କାର୍ଯ୍ୟାଳୟ ପରିସର ମଧ୍ୟରେ ସୋମବାର ଓଡ଼ିଆ ପକ୍ଷ ଅବସରରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ବିଡ଼ିଓ ପ୍ରୀତିରଞ୍ଜନ…

ମାଲକାନଗିରି କୋର୍ଟର ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ମାଲକାନଗିରି,୧୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କୋର୍ଟକୁ ଏକ ଅଜ୍ଞାତ ମେଲ୍‌ରୁ ସୋମବାର ବୋମା ଧମକ ମିଳିଛି। କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ଅଞ୍ଚଳରେ…

ସ୍ତ୍ରୀଙ୍କୁ ହତ୍ୟା ପରେ ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲେ ସ୍ବାମୀ ଗୁମର ଖୋଲିଲା ୪ ବର୍ଷର ପୁଅ

ରାଇଘର,୧୩।୪ (କିରଣ ପଟ୍ଟନାୟକ): ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ଯାଇ ସ୍ବାମୀ ଜଣକ ଏକ ପାଇଖାନା ଟାଙ୍କିରେ ମୃତଦେହକୁ ଲୁଚେଇ ରଖିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri