ରଥ ପାଇଁ ମିଳିଲାନି ନୂଆ କାଠ

ବାରିପଦା ଅଫିସ,୨୮।୫- ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା ବାରିପଦା ରଥଯାତ୍ରା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ୩ ରଥ ନିର୍ମାଣ ଲାଗି ୪୦ରୁ ଊର୍ଦ୍ଧ୍ୱ କାରିଗର ଲାଗିଛନ୍ତି। ରଥଯାତ୍ରାକୁ ଆଉ ଅଳ୍ପଦିନ ବାକିଥିବାରୁ ସେମାନେ ଦିନରାତି କାର୍ଯ୍ୟ କରୁଛନ୍ତି। ପୁରୀ ରଥଯାତ୍ରାର ଦିନକ ପରେ ହେଉଥିବା ବାରିପଦା ରଥଯାତ୍ରାରେ କେବଳ ମହିଳାମାନେ ସୁଭଦ୍ରାଙ୍କ ରଥ ଟାଣିବା ପରମ୍ପରା ଭକ୍ତମାନସରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ପ୍ରତିବର୍ଷ କିଛି ନୂଆ ପୂରୁଣା କାଠ ମିଶାଇ ରଥ ନିର୍ମାଣ କରାଯାଉଥିବା ବେଳେ ଏଥର ପ୍ରଶାସନ ଖଣ୍ଡିଏ ବି ନୂଆ କାଠ ଯୋଗାଇ ଦେଇନାହିଁ। କାଠର ଅଭାବ ରଥନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ନିର୍ମାଣ ଦାୟିତ୍ୱରେ ଥିବା ରଥ ମହାପାତ୍ର ମୃତ୍ୟୁଞ୍ଜୟ ମହାପାତ୍ର ଅଭିଯୋଗ କରିଛନ୍ତି ।
ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ବାରିପଦା ଠାକୁରଙ୍କ ୩ ରଥ କେବଳ ଶାଳ କାଠରେ ନିର୍ମାଣ ହୋଇଥାଏ। ରଥ ନିର୍ମାଣ ସକାଶେ ୫ହଜାର ସିଫ୍ଟ କାଠ ଦରକାର ପଡିଥାଏ। ଗତ ବର୍ଷର କିଛି ବଳକା କାଠରେ ବର୍ତ୍ତମାନ ସୁଦ୍ଧା ରଥ ନିର୍ମାଣ କରାଯାଉଛି। ପୁରୁଣା କାଠରେ ରଥ ତିଆରି ହେଉଥିବାରୁ ରଥଯାତ୍ରା ବେଳେ ଦୁର୍ଘଟଣା ଘଟିବା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ । ପ୍ରଶାସନ ଓ ଦେବୋତ୍ତର ବିଭାଗକୁ ଏନେଇ ଅବଗତ କରାଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନାହିଁ।
ପୁରୀ ଭଳି ବାରିପଦାର ଜଗନ୍ନାଥଙ୍କ ରଥରେ ୧୬, ବଳଭଦ୍ରଙ୍କ ରଥରେ ୧୪ ଓ ସୁଭଦ୍ରାଙ୍କ ରଥରେ ୧୨ ଟି ଚକ ଲାଗିଥାଏ। ୨୦୧୫ ନବକଳେବର ସମୟରେ ଏଠାକାର ୩ ରଥର ୪୨ ଚକ ମଧ୍ୟରୁ ୨୨ଟି ନୂତନ ଚକ ଲଗାଯାଇଥିଲା। ଏ ସବୁ ପୁରୁଣା ହୋଇ ଗଡିବା ଅବସ୍ଥାରେ ନାହିଁ। ଏହାସତ୍ତ୍ୱେ ପ୍ରଶାସନ ପକ୍ଷରୁ ପୁରୁଣା ଚକକୁ ରଥରେ ଲଗାଇବାକୁ କୁହାଯାଇଛି। ସ୍ଥାନୀୟ ବଡଦାଣ୍ଡ ରାସ୍ତାର ଅବସ୍ଥା ଠିକ ନ ଥିବାରୁ ରଥ ଗଡିବାରେ ସମସ୍ୟା ଦେଖାଦେଇ ପାରେ ବୋଲି ରଥ ମହାପାତ୍ର ଆଶଙ୍କା ବ୍ୟକ୍ତ କରିିଛନ୍ତି।
ହରି ବଳଦେବ ଜୀଉ ମନ୍ଦିରର ବିଧି ଅନୁଯାୟୀ ରଥ ମହାପାତ୍ରଙ୍କୁ ଡାକି ରଥ କାଠ ଚୟନ କରି ଉପଯୁକ୍ତ ପରିମାଣର ନୂଆ କାଠ ଯୋଗାଇ ଦିଆଯିବା ବ୍ୟବସ୍ଥା ରହିଛି। ଜିଲା ପ୍ରଶାସନ ଏବଂ ଦେବୋତ୍ତର ବିଭାଗ ଏହି ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଉଦାସୀନ ରହିବା ଏକ ବିଡମ୍ବନା ବୋଲି ସ୍ଥାନୀୟ ନାଗରିକ ଓ ବୁଦ୍ଧିଜୀବୀ କହିଛନ୍ତି। ଅନ୍ୟପକ୍ଷେ ରଥ ନିର୍ମାଣ ଲାଗି ମଜୁରୀ ଠିକ୍‌ ସମୟରେ ମିଳୁ ନାହିଁ ବୋଲି କାରିଗରମାନେ ଅଭିଯୋଗ କରିଛନ୍ତି। ଦୁଇ ସପ୍ତାହ କାର୍ଯ୍ୟ କଲେ କେବଳ ଗୋଟିଏ ସପ୍ତାହର ମଜୁରି ମିଳୁଛି। ସରକାରଙ୍କ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ଅନୁଯାୟୀ କୁଶଳୀ ଶ୍ରମିକଙ୍କୁ ଦୈନିକ ୫ ଶହ ଟଙ୍କା ପରିବର୍ତ୍ତେ କାରିଗରମାନଙ୍କୁ ଦୈନିକ ୩୫୦ ଟଙ୍କା ଦିଆଯାଉଛି ବୋଲି ସେମାନେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ଦେବୋତ୍ତର ଅଧିକାରୀ ତଥା ବାରିପଦା ଉପ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ପଚାରିବାରୁ ନିର୍ବାଚନ କାର୍ଯ୍ୟରେ ସେ ବ୍ୟସ୍ତ ଥିବାରୁ ରଥ ନିର୍ମାଣ କାର୍ଯ୍ୟରେ ଅସୁବିଧା ଦେଖାଦେଇଛି। ଚଳିତ ବର୍ଷ ରଥ ନିର୍ମାଣ ଲାଗି ଆବଶ୍ୟକ ହେଉଥିବା କାଠ ଯୋଗାଣରେ କୌଣସୀ ଅସୁବିଧା ହେବନି। ଏନେଇ ଜିଲାର ସମସ୍ତ ବନଖଣ୍ଡ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ସେହିପରି ଆଚରଣବିଧି ଲାଗୁ ହୋଇଥିବା ଯୋଗୁ କାରିଗରମାନଙ୍କୁ ମଜୁରୀ ପ୍ରଦାନରେ ଅସୁବିଧା ହୋଇଥାଇପାରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri