ରଥ ନିର୍ମାଣକୁ କେନ୍ଦ୍ର ସରକାରଙ୍କ ଅନୁମତି: ରଥ ଖଳାରେ ଧାର୍ମିକ ସମାବେଶକୁ ବାରଣ

ଭୁବନେଶ୍ୱର, ୭।୫(ବ୍ୟୁରୋ): ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କରିବା ସକାଶେ ଲାଗି ରହିଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ରଥ ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାର ଗୁରୁବାର ରାଜ୍ୟ ସରକାରଙ୍କୁ କେତେକ ସର୍ତ୍ତମୂଳକ ଭତ୍ତିରେ ଅନୁମତି ଦେଇଛନ୍ତି। ଏ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଚିଠି ମାଧ୍ୟମରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ଜଣାଇ ଦିଆଯାଇଛି। ରଥ ନିର୍ମାଣ କରିବା ବେଳେ ରଥଖଳାରେ କୌଣସି ପ୍ରକାର ଧାର୍ମିକ ସମାଗମ ହୋଇପାରିବ ନାହିଁ। ସେଠାକୁ ଜନସାଧାରଣଙ୍କୁ ଯିବାଲାଗି ବାରଣ କରାଯାଇଛି। ରଥଖଳାକୁ ଗ୍ରାଣ୍ଡ୍‌ ରୋଡଠାରୁ ଲୁଗାରେ ବାଡ଼ ଦେଇ ଅଲଗା ରଖିବା ଲାଗି ପରାମର୍ଶ ଦିଆଯାଇଛି। ୨୦୨୦ ମେ’ ପହିଲାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଲକ୍‌ଡାଉନ ଗାଇଡ୍‌ଲାଇନକୁ କଡ଼ାକଡ଼ି ପାଳନ କରିବା ଲାଗି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ୫ଟି ସଚିବ, ସମସ୍ତ ବ୍ୟବସ୍ଥାର କଲେ ଅନୁଧ୍ୟାନ

ପୁରୀ ଅଫିସ, ୧୯।୨: ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପହଞ୍ଚିବା ପରେ ସନ୍ଧ୍ୟାରେ ଶ୍ରୀମନ୍ଦିର ଦର୍ଶନରେ ଆସିବେ। ତେବେ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ...

ଘର ତାଲା ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ

ରାୟଗଡ଼ା ଅଫିସ,୧୬।୧: ରାୟଗଡ଼ା ସହର ଓଏମ୍‌ପି ପ୍ରଥମ ଗଳିରେ ଘର ତାଲା ଭାଙ୍ଗି ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ନେହେରୁ ନଗର ତୃତୀୟ ଲାଇନ୍‌ର ଓଏମ୍‌ପି...

ବରଗଡ଼ ଧନୁଯାତ୍ରା: ମଥୁରା ବୁଲିଲେ କୃଷ୍ଣ ବଳରାମ

ମଥୁରାନଗରୀ,୧୦।୧ – ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଦଶମ ଦିବସରେ ଅନ୍ୟ ଦିନ ଭଳି କଂସ ମହାରାଜା ମଥୁରା ନଗରୀ ପରିକ୍ରମା କରିଥିବାବେଳେ ଶ୍ରୀକୃଷ୍ଣ ଓ...

ପ୍ରସ୍ତୁତ ହେବ ବିକାଶମୂଳକ ଯୋଜନା:ବଦଳିବ ସହରାଞ୍ଚଳ କଳେବର

ଢେଙ୍କାନାଳ ଅଫିସ,୩୦।୫: ବଦଳିବ ଢେଙ୍କାନାଳ ଜିଲାର ପ୍ରମୁଖ ସହରାଞ୍ଚଳର କଳେବର। ସହରବାସୀ ଅତ୍ୟାଧୁନିକ ସୁବିଧା ହାତପାହାନ୍ତାରେ ପାଇବେ। ଏଥିପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ କରାଯିବ। ଏ...

ବ୍ରାହ୍ମଣୀ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରତ୍ନଗିରି,୧୮ା୯(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ  ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅନ୍ୟାସିପୁର ଖରଦାସାହି ନିକଟସ୍ଥ ବ୍ରାହ୍ମଣୀ ନଦୀରୁ ମଙ୍ଗଳବାର ଏକ ଯୁବକଙ୍କ ମୃତଦେହକୁ ପୋଲିସ ଉଦ୍ଧାର...

ଜଣକୁ ହେଲେ ୧୦ ଜଣଙ୍କୁ ସଂକ୍ରମିତ ଆଶଙ୍କା

ଫୁଲବାଣୀ ଅଫିସ,୨୭ା୪- କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସମୀର...

ମାଲିକଙ୍କ ଏଟିଏମରୁ ଟଙ୍କା ଚୋରି: ୨ ଗିରଫ, ଲକ୍ଷେ ୬୪ହଜାର ଟଙ୍କା ଉଦ୍ଧାର

କଣ୍ଟାପଡ଼ା,୩୧ା୩(ଡି.ଏନ୍‌.ଏ)- ମାଲିକଙ୍କ ଏଟିଏମକୁ ବ୍ୟବହାର କରି ଲକ୍ଷାଧିକ ଟଙ୍କା ଚୋରି କରିବା ଅଭିଯୋଗରେ ଓଲଟପୁର ଥାନା ପୋଲିସ ୨ଜଣଙ୍କୁ ଗିରଫକରି ମଙ୍ଗଳବାର କୋର୍ଟଚାଲାଣ କରିଛି। ସେମାନେ...

୬୨ ଲକ୍ଷ ଖର୍ଚ୍ଚ ସତ୍ତ୍ୱେ ଅବସ୍ଥା ସୁଧୁରୁନି

ପଟ୍ଟାମୁଣ୍ଡାଇ,୨୨ା୧୧(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଅଞ୍ଚଳର ଜୀବନରେଖା କୁହାଯାଉଥିବା ଉତିକଣ ବନ୍ୟା ବନ୍ଧ ରାସ୍ତା ନିର୍ମାଣରେ ୬୨ ଲକ୍ଷ ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଅବସ୍ଥା ସୁଧୁରୁନାହିଁ ବୋଲି ଅଭିଯୋଗ...

Advertisement
Archives

Model This Week