ରଥତ୍ରୟ ଦାରୁବ୍ରହ୍ମଙ୍କର ଆସନ ବିଗ୍ରହ

ପୁରୀ ଅଫିସ,୩ା୭: ଦିନକ ପରେ ଅର୍ଥାତ୍‌ ଆସନ୍ତା ୪ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ରଥଖଳାରେ ତିନିରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏହି ରଥ କେବଳ କାଷ୍ଠର ରଥ ବା ସାଧାରଣ ରଥ ନୁହଁନ୍ତି। ଏହି ରଥତ୍ରୟ ସ୍ବୟଂ ଦାରୁବ୍ରହ୍ମଙ୍କର ଆସନ ବିଗ୍ରହ।
ଏ ସମ୍ପର୍କରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ସ୍କନ୍ଦ ପୁରାଣର ୨୫ ଅଧ୍ୟାୟ ୧୨ ଶ୍ଲୋକରେ କୁହାଯାଇଛି ଯେ, ନିଖିଳ ଜଗତର ଆସନ ବା ଆଧାର ସେ ସ୍ବୟଂ ଆସନବିଗ୍ରହ ବା ରଥ। ଏଣୁ ସ୍ବୟଂ ଜଗନ୍ନାଥ ହିଁ ତାଙ୍କ ଯାନ ଅଟନ୍ତି। କାରଣ ତାଙ୍କଠାରୁ ଭିନ୍ନ ଆଉ ଅନ୍ୟ କିଛି ଆଧାର ରୂପ ଯାନ ନାହିଁ। ତେଣୁ ବଡ଼ଦାଣ୍ଡରେ ରଥଯାତ୍ରା ଅବସରରେ ଗଡ଼ୁଥିବା ତିନିରଥ ତାଳଧ୍ୱଜ, ନନ୍ଦିଘୋଷ ଓ ଦର୍ପଦଳନ ଠାକୁରମାନଙ୍କର ଆସନ ବିଗ୍ରହ। ଠାକୁରମାନଙ୍କୁ ବସ୍ତ୍ର ଭୂଷଣରେ ସୁସଜ୍ଜିତ କଲାଭଳି ରଥଗୁଡ଼ିକୁ ମଧ୍ୟ ବସ୍ତ୍ର ଭୂଷଣରେ ସୁସଜ୍ଜିତ କରାଯାଇଥାଏ। ଶ୍ରୀବଳଭଦ୍ରଙ୍କୁ ନୀଳାମ୍ବର କୁହାଯାଏ। ତେଣୁ ତାଙ୍କ ରଥ ଚକଗୁଡ଼ିକ ନୀଳବର୍ଣ୍ଣରେ ସୁସଜ୍ଜିତ କରାଯାଏ। ଏହି ରଥରେ ଯେଉଁ ବସ୍ତ୍ର ଆବରଣ କରାଯାଏ ତାହା ରକ୍ତ ଓ ନୀଳବର୍ଣ୍ଣ। ସେହିପରି ରଥର ଆୟୁଧ ଭାବେ ହଳ ଓ ମୂଷଳ ରହିଥାନ୍ତି। ସେହିଭଳି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ପୀତାମ୍ବର କୁହାଯାଏ। ସେଥିପାଇଁ ତାଙ୍କ ରଥ ଚକଗୁଡ଼ିକ ପୀତ ବା ହଳଦିଆ ବର୍ଣ୍ଣ। ନନ୍ଦିଘୋଷ ରଥକୁ ଯେଉଁ ବସ୍ତ୍ରରେ ଆବରଣ କରାଯାଏ ତାହା ହେଉଛି ପୀତ (ହଳଦିଆ) ଓ ଲୋହିତ। ଏହି ରଥର ଆୟୁଧ ଶଙ୍ଖ ଓ ଚକ୍ର। ସେହିପରି ଦେବୀ ସୁଭଦ୍ରାଙ୍କୁ ଶାସ୍ତ୍ରରେ କୁଙ୍କୁମାରୁଣା ବୋଲି କୁହାଯାଏ। ତେଣୁ ମା’ଙ୍କ ଦର୍ପଦଳନ ରଥର ଚକଗୁଡ଼ିକ କୁଙ୍କୁମ (ନାଲି) ବର୍ଣ୍ଣ। ମା’ ସୁଭଦ୍ରାଙ୍କ ରଥକୁ ଯେଉଁ ବସ୍ତ୍ରରେ ଆବୃତ୍ତ କରାଯାଏ ତାହାର ରଙ୍ଗ କୃଷ୍ଣ ଓ ଲୋହିତ ବର୍ଣ୍ଣ। ଏହି ରଥର ଆୟୁଧ ପଦ୍ମ ଓ କହ୍ଲାର। ଏହିସବୁ ଲକ୍ଷଣରୁ ଜଣାଯାଏ ରଥଗୁଡ଼ିକ କେବଳ କାଠ ନିର୍ମିତ ସାଧାରଣ ରଥ ନୁହଁନ୍ତି, ଠାକୁରମାନଙ୍କର ଆସନ ବିଗ୍ରହ। ଏହି ଆସନ ବିଗ୍ରହରେ ଆସୀନ ହୋଇ ମହାପ୍ରଭୁ ନବଦିନାତ୍ମକ ଯାତ୍ରା କରିଥାନ୍ତି। ତେଣୁ ଶ୍ରୀଜଗନ୍ନାଥାଦି ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ପ୍ରାପ୍ତି ହୋଇଥାଏ ସେହି ଫଳ ରଥମାନଙ୍କୁ ଦର୍ଶନ କଲେ ମଧ୍ୟ ପ୍ରାପ୍ତି ହୋଇଥାଏ ବୋଲି ଡ. ଦାଶ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୁଡ଼ାରେ ରଙ୍ଗ: ମାଲଗୋଦାମରେ ଚଢ଼ାଉ

କଟକ,୨୦ା୬ (କାର୍ତ୍ତିକ ସାହୁ)ସାଧାରଣ ଲୋକଠୁ ଆରମ୍ଭ କରି ସବୁବର୍ଗର ଲୋକଙ୍କ ଦ୍ୱାରା ଚୁଡ଼ା ଏକ ସହଜ, ସରଳ ତଥା ଗ୍ରହଣୀୟ ଖାଦ୍ୟ। ମାତ୍ର ସେହି ଚୁଡ଼ାରେ...

ଆହାର କେନ୍ଦ୍ର ଆଗରେ ଲମ୍ବା ଧାଡି

କଟକ,୨୦।୬(ଶିଳ୍ପା ପ୍ରିୟଦର୍ଶିନୀ)ଏସ୍‌ସିବି ମେଡିକାଲରେ ଯୋଜନାରେ ସୀମିତ ରହିଛି ଦ୍ୱିତୀୟ ଆହାର କେନ୍ଦ୍ର। ମେଡିକାଲ ପରିସରରେ ଥିବା ଗୋଟିଏ ଆହାର କେନ୍ଦ୍ର ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ...

ଭାଜପା-ବିଜେଡି ମୁହାଁମୁହିଁ

ଭୁବନେଶ୍ୱର,୨୦ା୬(ଅନିଲ ଦାସ)ରାଜ୍ୟରେ ଭାଜପା ସରକାର ଗଠନ ହେବା ପରେ ମହାନଦୀ ଜଳ ବିବାଦକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ୨୪ ବର୍ଷ କ୍ଷମତାରେ ଥିବା ବିଜେଡି...

ବାଲେଶ୍ୱରରେ କୋହଳ ହେଲା କର୍ଫ୍ୟୁ

ବାଲେଶ୍ୱର,୨୦ା୬(ମାନସ ବିଶ୍ବାଳ)ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣା ପରେ ବାଲେଶ୍ୱର ସହରର ଅଣାୟତ୍ତ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ସୋମବାର ବିଳମ୍ବିତ ରାତିରୁ...

ଧାନ ଓ କପା ସହିତ ୧୪ଟି ଖରିଫ୍ ଫସଲର ଏମଏସପି ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୬: ଧାନ ଓ କପା ସହିତ ୧୪ଟି ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

ଓଡ଼ିଶାରେ କାହିଁକି ଫେଲ୍ ମାରିଲା କଂଗ୍ରେସ, ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଖୋଜିବ କାରଣ

ନୂଆଦିଲ୍ଲୀ, ୧୯।୬: କିଛି ରାଜ୍ୟରେ ଲୋକ ସଭା ଏବଂ ଓଡ଼ିଶା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିଲା। ଏହି ସବୁ ରାଜ୍ୟରେ...

ବଜେଟ୍‌ ପ୍ରସ୍ତୁତି ପାଇଁ ଜନସାଧାରଣଙ୍କଠାରୁ ସଂଗ୍ରହ କରାଯିବ ମତାମତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୬: ଅର୍ଥ ବିଭାଗ ସମାଜର ବିଭିନ୍ନ ବର୍ଗର ପ୍ରତିନିଧିମାନଙ୍କର ମତାମତ ନେଇ ବଜେଟ୍‌ରେ ପୂର୍ବ ପ୍ରସ୍ତୁତି କରିଆସୁଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ସୂଚାଇ ଦେବାକୁ ଚାହେଁ...

ଖୋଲିବନି ରତ୍ନଭଣ୍ଡାର, ମନା କଲେ ମନ୍ତ୍ରୀ

ଭୁବନେଶ୍ୱର,୧୯ା୬: ରତ୍ନଭଣ୍ଡାର ଆସନ୍ତା ଜୁଲାଇ ୮ରେ ଖୋଲିବ ବୋଲି ଜଣେ ଏଏସ୍‌ଆଇ ଅଧିକାରୀ କହିଥିଲେ। ମାତ୍ର ଏହାକୁ ଖଣ୍ଡନ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri