Posted inଖେଳ

ରଣ୍‌ଜୀ ଭେନ୍ୟୁ ଘୋଷିତ: ଘରୋଇ ଗ୍ରାଉଣ୍ଡରେ ୫ ମ୍ୟାଚ୍‌ ଖେଳିବ ଓଡ଼ିଶା

କଟକ ଅଫିସ,୧୬ା୧୦- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ଚଳିତ ଘରୋଇ କ୍ରିକେଟ ଟୁର୍ନାମେଣ୍ଟର ଭେନ୍ୟୁ ତାଲିକା ଘୋଷଣା କରାଯାଇଛି । ଆସନ୍ତା ଡିସେମ୍ବର ୯ରୁ ଆରମ୍ଭ ହେବ ରଣ୍‌ଜୀ ସିଜନ ୨୦୧୯-୨୦। ଚଳିତ ସଂସ୍କରଣରେ ଏଲିଟ ଗ୍ରୁପ-ସିରେ ସ୍ଥାନ ପାଇଥିବା ଓଡ଼ିଶା ଘରୋଇ ଗ୍ରାଉଣ୍ଡରେ ୫ଟି ମ୍ୟାଚ୍‌ ଖେଳିବାର ସୁଯୋଗ ପାଇବ । ୩ବର୍ଷର ବ୍ୟବଧାନ ପରେ ରାଜ୍ୟର ଏକମାତ୍ର ଅନ୍ତର୍ଜାତୀୟ କ୍ରିକେଟ ଗ୍ରାଉଣ୍ଡ ବାରବାଟୀ ଷ୍ଟାଡିୟମରେ ରଣ୍‌ଜୀ ମ୍ୟାଚ୍‌ ଦେଖିବାକୁ ମିଳିବ। ଲୋଧା କମିଟି କାର୍ଯ୍ୟକାରୀ ହେବା ପରେ ରାଜ୍ୟ କ୍ରିକେଟ ସଂଘର ଅଚଳାବସ୍ଥା ଯୋଗୁଁ ଏଠାରେ ମ୍ୟାଚ୍‌ ଆୟୋଜନ କରିବା ପାଇଁ ଓସିଏ କର୍ତ୍ତୃପକ୍ଷ ପଛଘୁଞ୍ଚା ଦେଉଥିଲେ। ଘୋଷିତ ମ୍ୟାଚ୍‌ ସୂଚୀରେ ବାରବାଟୀ ଷ୍ଟାଡିୟମରେ ୨ଟି, ଡ୍ରିମ୍ସ ଗ୍ରାଉଣ୍ଡରେ ୨ଟି ଓ କିଟ୍‌ରେ ଗୋଟିଏ ମ୍ୟାଚ୍‌ ହେବ ବୋଲି ଉଲ୍ଲେଖ ରହିଛି ।
୨୦୧୬-୧୭ ସିଜନରେ ବାରବାଟୀ ଷ୍ଟାଡିୟମରେ ଶେଷଥର ପାଇଁ ରଣ୍‌ଜୀ ଟ୍ରଫି ମ୍ୟାଚ୍‌ ଖେଳାଯାଇଥିଲା। ଏହି ସିଜନର ୩ଟି ମ୍ୟାଚ୍‌ ଏଠାରେ ହୋଇଥିଲା। ୨୦୧୬ ନଭେମ୍ବର ୨୯ରୁ ଡିସେମ୍ବର ୨ ପର୍ଯ୍ୟନ୍ତ ହୋଇଥିବା କେରଳ-ତ୍ରିପୁରା ମ୍ୟାଚ୍‌ ହେଉଛି ବାରବାଟୀରେ ଶେଷ ରଣଜୀ ମ୍ୟାଚ୍‌। ସେହିବର୍ଷ ନଭେମ୍ବର ୫ରୁ ୮ ଛତିଶଗଡ଼-ଗୋଆ, ନଭେମ୍ବର ୧୩ରୁ ୧୬ ପର୍ଯ୍ୟନ୍ତ ହରିୟାଣା-ଜମ୍ମୁ କଶ୍ମୀର ମ୍ୟାଚ୍‌ ଏଠାରେ ଖେଳାଯାଇଥିଲା। ବାରବାଟୀ ଷ୍ଟାଡିୟମରେ ୪ବର୍ଷ ବ୍ୟବଧାନ ପରେ ଓଡ଼ିଶା ଦଳ ରଣଜୀ ଟ୍ରଫି ଖେଳିବାର ସୁଯୋଗ ପାଇବ। ୨୦୧୫ ଅକ୍ଟୋବର ୧୫ରେ ଓଡ଼ିଶା ଏହାର ଶେଷ ମ୍ୟାଚ୍‌ ଆସାମ ବିପକ୍ଷରେ ଏଠାରେ ଖେଳିଥିଲା ଓ ୮ ଉଇକେଟରେ ବିଜୟୀ ମଧ୍ୟ ହୋଇଥିଲା । ୨୦୧୫ ସଂସ୍କରଣରେ ଓଡ଼ିଶା-ମହାରାଷ୍ଟ୍ର ଲିଗ ପର୍ଯ୍ୟାୟ ମ୍ୟାଚ୍‌ ଓ ଟୁର୍ନାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା।
ଡିସେମ୍ବର ୯ରୁ ୧୨ ପର୍ଯ୍ୟନ୍ତ ଓଡ଼ିଶା ଛତିଶଗଡ଼ ବିପକ୍ଷରେ ଛତିଶଗଡ଼ ଗ୍ରାଉଣ୍ଡରେ ଆସନ୍ତା ରଣ୍‌ଜୀ ଟ୍ରଫିର ପ୍ରଥମ ମ୍ୟାଚ୍‌ ଖେଳିବ। ପରେ ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଦ୍ୱିତୀୟ ମ୍ୟାଚ୍‌ ଖେଳିବ । ଡିସେମ୍ବର ୧୭ରୁ ୨୦ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମ୍ୟାଚ୍‌ରେ ଓଡ଼ିଶାର ମୁକାବିଲା ସର୍ଭିସେସ ସହିତ ହେବ। ଡିସେମ୍ବର ୨୫ରୁ ୨୮ ଓଡ଼ିଶାର ପରବର୍ତ୍ତୀ ମ୍ୟାଚ୍‌ ମଧ୍ୟ ଡ୍ରିମ୍ସ ଗ୍ରାଉଣ୍ଡରେ ଉତ୍ତରାଖଣ୍ଡ ବିପକ୍ଷରେ ଖେଳାଯିବ୍‌। ଜାନୁୟାରୀ ୩ ଓ ୧୧ ତାରିଖରେ ଯଥାକ୍ରମେ ତ୍ରିପୁରା, ହରିୟାଣା ବିପକ୍ଷରେ ଓଡ଼ିଶା ବିପକ୍ଷ ଦଳର ଘରୋଇ ମାଟିରେ ମ୍ୟାଚ୍‌ ଖେଳିବ। ଜାନୁୟାରୀ ୧୯ରୁ ୨୨ ପର୍ଯ୍ୟନ୍ତ ଜମ୍ମୁ କଶ୍ମୀର ବିପକ୍ଷ ଓ ୨୭ରୁ ୩୦ ଆସାମ ବିପକ୍ଷ ୨ଟି ଯାକ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଫେବୃୟାରୀ ୪ରୁ ମହାରାଷ୍ଟ୍ର ଗ୍ରାଉଣ୍ଡରେ ଘରୋଇ ମହାରାଷ୍ଟ୍ର ଦଳକୁ ଭେଟିବ ଓଡ଼ିଶା । ଲିଗ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍‌ ଓଡ଼ିଶା ଝାଡ଼ଖଣ୍ଡ ବିପକ୍ଷରେ ଖେଳିବାକୁ ଥିବା ବେଳେ ଏହା କିଟ୍‌ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ।

ଓଡ଼ିଶାର ରଣ୍‌ଜୀ ମ୍ୟାଚ୍‌ ସୂଚୀ
ତାରିଖ ବିପକ୍ଷ ଭେନ୍ୟୁ
ଡିସେମ୍ବର ୯ରୁ ୧୨ ଛତିଶଗଡ଼ ଛତିଶଗଡ଼
ଡିସେମ୍ବର ୧୭ରୁ ୨୦ ସର୍ଭିସେସ ଡ୍ରିମ୍ସ
ଡିସେମ୍ବର ୨୫ରୁ ୨୮ ଉତ୍ତରାଖଣ୍ଡ ଡ୍ରିମ୍ସ
ଜାନୁୟାରୀ ୩ରୁ ୬ ୍‌ତ୍ରିପୁରା ତ୍ରିପୁରା
ଜାନୁୟାରୀ ୧୧ରୁ ୧୪ ହରିୟାଣା ହରିୟାଣା
ଜାନୁୟାରୀ ୧୯ରୁ ୨୨ ଜମ୍ମୁ-କଶ୍ମୀର ବାରବାଟୀ
ଜାନୁୟାରୀ ୨୭ରୁ ୩୦ ଆସାମ ବାରବାଟୀ
ଫେବୃୟାରୀ ୪ରୁ ୭ ମହାରାଷ୍ଟ୍ର ମହାରାଷ୍ଟ୍ର
ଫେବୃୟାରୀ ୧୨ରୁ ୧୫ ଝାଡ଼ଖଣ୍ଡ କିଟ୍‌


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri