ରଣବୀରଙ୍କ ନିଶ

ରଣବୀର ସିଂଙ୍କ ନିଶକୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। ତାଙ୍କର ଗେଟ୍‌ଅପ ଏବଂ ନିଶ ଫଟୋକୁ ସୋସିଆଲ ମିଡିଆରେ ସେ ଶେୟାର କରିବା ପରେ ତାହା ଭାଇରାଲ ହେବାରେ ଲାଗିଛି। କଥା କ’ଣ କି, ରଣବୀର ଏବେ କପିଲ ଦେବଙ୍କ ବାୟୋପିକ୍‌ ‘୮୩’ରେ କପିଲ ଭୂମିକାରେ ଅଭିନୟ କରୁଛନ୍ତି। ଏ ବିଷୟରେ ରଣବୀର କହନ୍ତି, ‘କପିଲ ଦେବଙ୍କ ପରି ମହାନ୍‌ କ୍ରିକେଟ ଖେଳାଳିଙ୍କ ବାୟୋପିକ୍‌ରେ ଅଭିନୟ କରିବା ଭାଗ୍ୟରେ ଥିଲେ ମିଳେ। ସିନେମା କଥା ଛାଡ଼ନ୍ତୁ, ତାଙ୍କ ସହ ବିତାଇଥିବା ସମୟକୁ ମୁଁ ସାରାଜୀବନ କେବେ ବି ଭୁଲିପାରିବି ନାହିଁ। ସତ କଥା କହିବାକୁ ଗଲେ, କପିଲଙ୍କ ନିଶ ମୋତେ ଭାରି ଭଲ ଲାଗେ। ଯେତେବେଳେ ମୁଁ ମେକ୍‌ଅପ ନେଇସାରି ମିରର ସାମ୍‌ନାରେ ଠିଆହେଲି ନିଜକୁ ବିଶ୍ୱାସ କରିପାରି ନ ଥିଲି। ଏହି ଭୂମିକା ପାଇଁ ମୋତେ ବେଶ୍‌ ପରିଶ୍ରମ କରିବାକୁ ପଡ଼ିଛି। ଆଶା ରଖିଛି, ଦର୍ଶକେ ମୋ ପରିଶ୍ରମର ମୂଲ୍ୟ ବୁଝିବେ।’ ଏହି ଫିଲ୍ମରେ କପିଲଙ୍କ ପତ୍ନୀ ରୋମି ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି ଦୀପିକା। ତେବେ ‘୮୩’ରେ ରଣବୀର-ଦୀପିକା ଯୋଡ଼ି କି କମାଲ କରୁଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାରାଙ୍କୁ ଛାଡି ଏହି ଅଭିନେତ୍ରୀଙ୍କ ସହ ଡେଟ୍‌ରେ ଗଲେ କାର୍ତ୍ତିକ, ୟୁଜର୍ସ କହିଲେ ଧୋକାବାଜ୍‌

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ୍‌ ଏବଂ ସୈଫ୍‌ ତନୟା ସାରା ଅଲ୍ଲୀ ଖାନ୍‌ଙ୍କ ପ୍ରେମ ସମ୍ପର୍କ କାହାକୁ ଅଛପା ନାହିଁ। ଉଭୟଙ୍କୁ ବିଭିନ୍ନ ସ୍ଥାନରେ ଏକାଠି...

ସୈଫିନାଙ୍କ ସହ ସମର ଭ୍ୟାକେସନରେ ତୈମୁର: ଭାଇରାଲ ହେଲା ହଲିଡେ ଫଟୋ

ମୁମ୍ବାଇ,୩।୬: କରୀନା କପୁର ଖାଁ ଓ ସୈଫ ଅଲ୍ଲୀ ଖାଁ ପୁଅ ତୈମୁରଙ୍କ ସହ ଏବେ ଭ୍ୟାକେସନରେ ଅଛନ୍ତି। ସୋସିଆଲ ମିଡିଆରେ କରୀନା, ସୈଫଙ୍କ ସହ...

‘ମରନେ ଭି ଦୋ ୟାରୋ’ର ଆଉ ଏକ ପୋଷ୍ଟର ରିଲିଜ୍‌

ମୁମ୍ବାଇ: ଦ କପିଲ ଶର୍ମା ଶୋ’ର ଆକର୍ଷଣ ସାଜିଥିବା କ୍ରିଷ୍ଣା ଅଭିଶେକଙ୍କ ଅଭିନୀତ ଫିଲ୍ମ ‘ମରନେ ଭି ଦୋ ୟାରୋ’ର ଆଉ ଏକ ପୋଷ୍ଟର ରିଲିଜ୍‌...

ମୋଦିଙ୍କ ପରେ ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ନଜର ଆସିବେ ସାଉଥ୍‌ ସୁପରଷ୍ଟାର

ବେଙ୍ଗାଲୁରୁ,୨୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ସାଉଥ ସୁପରଷ୍ଟାର ରଜନୀକାନ୍ତ ବିୟର ଗ୍ରୀଲ୍ସଙ୍କ ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ନଜର ଆସିବେ। ମଙ୍ଗଳବାର କର୍ନାଟକ ବାନ୍ଦିପୁରର ଟାଇଗର...

ଗଣବଳାତ୍କାର ଅଭିଯୁକ୍ତଙ୍କୁ ଏନକାଉଣ୍ଟର: ବଲିଉଡ ଅଭିନେତା କହିଲେ, ‘ଜୟ ହୋ’

ମୁମ୍ବାଇ, ୬।୧୨:ତେଲେଙ୍ଗାନାର ଡାକ୍ତରାଣୀଙ୍କୁ ଗଣବଳାତ୍କାର କରିବା ପରେ ତାଙ୍କୁ ହତ୍ୟା କରିଥିବା ୪ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଶୁକ୍ରବାର ସକାଳୁ ଏଭଳି ଘଟଣା...

ଖବରଦାତା ଭୂମିକାରେ ନଜର ଆସିବେ କିଙ୍ଗ୍‌ଖାନ୍‌

ମୁମ୍ବାଇ: ବଲିଉଡ୍‌ର କିଙ୍ଗ୍‌ଖାନ୍‌ ଶାହାରୁଖ୍‌ ଖାଁ ଦୀର୍ଘଦିନ ଧରି ବଡ଼ପରଦାରୁ ଦୂରେଇ ରହିଛନ୍ତି। ୨୦୧୮ରେ ‘ଜିରୋ’ ପରଠାରୁ ସେ କୌଣସି ଫିଲ୍ମରେ ଏ ପର୍ଯ୍ୟନ୍ତ ଅଭିନୟ...

ସୁଶାନ୍ତ ମାମଲା: ପୋଷ୍ଟମାର୍ଟମ ରିପୋର୍ଟକୁ ନେଇ ସନ୍ଦେହ ପ୍ରକାଶ କଲା ସିବିଆଇ

ମୁମ୍ବାଇ,୨୨।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଘଟଣାରେ ସିବିଆଇ ଜୋରସୋରରେ ତଦନ୍ତ ଚଳାଇଛି। ଶୁକ୍ରବାର ସୁଶାନ୍ତଙ୍କ ରୋଷେୟାଙ୍କୁ ସିବିଆଇ ୫ଘଣ୍ଟା ଧରି ଜେରା କରିଥିଲା।...

ରେଳଷ୍ଟେଶନରେ କାହିଁକି ଗାଉଥିଲେ ଗୀତ, ଭାବପ୍ରବଣ ହୋଇ ଏହାର ଖୁଲାସା କଲେ ରାନୁ ମଣ୍ଡଳ

ଏବେ ପଶ୍ଚିମବଙ୍ଗର ରାନୁ ମଣ୍ଡଳଙ୍କୁ ନେଇ ଥମୁନି ଚର୍ଚ୍ଚା। ରେଳ ଷ୍ଟେଶନରେ ଗୀତ ଗାଇ ପେଟ ପୋଷୁଥିବା ରାନୁଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳିଯାଇଛି। ସେ ଏବେ...

Coronavirus Update


Archives

Model This Week

Why Dharitri