Posted inଖେଳ

ରଣଜୀ ଟ୍ରଫି: ସୌରାଷ୍ଟ୍ରକୁ ପ୍ରଥମ ଟାଇଟଲ

ରାଜକୋଟ,୧୩।୩ (ପି.ଟି.): ଦେଶର ସର୍ବବୃହତ୍‌ କ୍ରିକେଟ ଟୁର୍ନାମେଣ୍ଟ ରଣଜୀ ଟ୍ରଫିରେ ସୌରାଷ୍ଟ୍ର ନୂଆ ଚାମ୍ପିୟନ ଭାବେ ଉଭା ହୋଇଛି। ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଅନୁଷ୍ଠିତ ବେଙ୍ଗଲ ବିପକ୍ଷ ଫାଇନାଲ ମ୍ୟାଚ୍‌ରେ ସୌରାଷ୍ଟ୍ର ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ବିଜୟୀ ଚାମ୍ପିୟନ ହୋଇଛି। ଗତ ସଂସ୍କରଣରେ ସୌରାଷ୍ଟ୍ର ଫାଇନାଲ ମ୍ୟାଚ୍‌ରେ ବିଦର୍ଭଠାରୁ ପରାସ୍ତ ହୋଇ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲା। ତେବେ ଏଥର ତ୍ରୁଟି ସୁଧାରି ବାଜି ମାରିଛି। ପ୍ରଥମ ଇନିଂସରେ ୧୦୬ ରନର ଶତକୀୟ ପାଳି ଖେଳିଥିବା ସୌରାଷ୍ଟ୍ର ମିଡଲଅର୍ଡର ବ୍ୟାଟ୍ସମ୍ୟାନ ଅର୍ପିତ ଭାସଭଡା ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଅନ୍ୟପଟେ ୧୯୮୯-୯୦ ପରେ ବେଙ୍ଗଲ ପ୍ରଥମ ରଣଜୀ ଟାଇଟଲ ଜିତିବା ସ୍ବପ୍ନ ଅଧୁରା ରହିଛି। ୧୩ ବର୍ଷ ପରେ ବେଙ୍ଗଲ ଫାଇନାଲରେ ପ୍ରବେଶ କରିଥିଲା।
ଟସ୍‌ ଜିତି ସୌରାଷ୍ଟ୍ର ପ୍ରଥମ ଇନିଂସରେ ୧୭୧.୫ ଓଭରରେ ୪୨୫ ରନ କରି ଅଲଆଉଟ ହୋଇଥିଲା। ଜବାବରେ ବେଙ୍ଗଲ ୧୬୧ ଓଭରରେ ୩୮୧ ରନ କରି ଅଲଆଉଟ ହୋଇଥିଲା। ଫଳରେ ସୌରାଷ୍ଟ୍ର ପ୍ରଥମ ଇନିଂସରେ ୪୪ ରନର ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ସୌରାଷ୍ଟ୍ର ପଞ୍ଚମ ଦିବସ ମ୍ୟାଚ୍‌ ଶେଷ ସୁଦ୍ଧା ୩୪ ଓଭରରେ ୪ ଉଇକେଟ ହରାଇ ୧୦୫ ରନ ସଂଗ୍ରହ କରିଥିଲା। ଟି ଟାଇମ୍‌ରେ ଦୁଇ ଅଧିନାୟକ ହାତ ମିଳାଇଥିଲେ ଓ ମ୍ୟାଚ୍‌ ଶେଷ କରିବାକୁ ମିଳତ ଭାବେ ନିଷ୍ପତ୍ତି ନେଇଥିଲେ। ଫଳରେ ମୋଟ ଉପରେ ୬ ଉଇକେଟ ହାତରେ ରଖି ସୌରାଷ୍ଟ୍ର ୧୪୯ ରନର ଅଗ୍ରଣୀ ହାସଲ କରିଥିଲା। ଶେଲଡନ ଜ୍ୟାକ୍‌ସନ ୧୨ ରନ କରି ଅପରାଜିତ ରହିଥିଲେ। ଓପନର ହାର୍ଭିକ ଦେଶାଇ ୨୧, ଉଇକେଟକିପର ତଥା ଓପନର ଅଭି ବାରୋଟ ୩୯, ବିଶଭରାଜ ଜାଡେଜା ୧୭, ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ଭାସଭଡା ୩ ରନ କରି ଆଉଟ ହୋଇଥିଲେ। ବୋଲିଂରେ ବେଙ୍ଗଲ ତରଫରୁ ଶାହବାଜ ଅହମ୍ମଦ ୨, ଆକାଶ ଦୀପ ଓ ସୁଦୀପ ଚାଟାର୍ଜୀ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଚତୁର୍ଥ ଦିନରେ ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୫୪/୬ ରୁ ବେଙ୍ଗଲ ଖେଳି ଆରମ୍ଭ କରି ଅଲଆଉଟ ହୋଇଥିଲା। ହତରେ ୪ ଉଇକେଟ ରଖି ବେଙ୍ଗଲ ଇନିଂସ ଅଗ୍ରଣୀ ପାଇଁ ଆଉ ୭୨ ରନ ଆବଶ୍ୟକ କରୁଥିଲା। ତେବେ ବେଙ୍ଗଲ ଲକ୍ଷ୍ୟ ହାସଲ କରିପାରି ନ ଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ଅନୁଷ୍ଟୁପ ମଜୁମ୍‌ଦାର ୫୮ରୁ ଖେଳ ଆରମ୍ଭ କରି ୬୩ ରନ କରି ଜୟଦେବ ଉନାଡ଼କଟ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ସେହିପରି ୨୮ରୁ ଖେଳ ଆରମ୍ଭ କରି ଅର୍ଣ୍ଣବ ନନ୍ଦୀ ୪୦ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ମଧ୍ୟ ତାଙ୍କୁ ଅନ୍ୟମାନେ ସହଯୋଗ କରିପାରି ନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆକାଶ ଦୀପ ଖାତା ଖେଳିବା ପୂର୍ବରୁ ରନ୍‌ ଆଉଟ ହୋଇଥିବା ବେଳେ ମୁକେଶ କୁମାର ୫ ରନ କରି ଧର୍ମନ୍ଦ୍ରସିନ ଜାଡେଜାଙ୍କ ଦ୍ୱାରା ଆଉଟ ହୋଇଥିଲେ। ଶେଷରେ ଇଶାନ ପୋରେଲ ୧ ରନ କରିଥିବା ବେଳେ ଉନାଡକଟଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିବା ପରେ ବେଙ୍ଗଲ ଇନିଂସ୍‌ର ପରିସମାପ୍ତି ହୋଇଥିଲା। ବୋଲିଂରେ ଧର୍ମେନ୍ଦ୍ରସିନ ଜାଡେଜା ସର୍ବାଧିକ ୩, ଉଡ଼ାଡକଟ ଓ ପ୍ରେରକ ମଙ୍କଡ ୨ଟି ଲେଖାଏ, ଚେତନ ସାକାରିୟା ଓ ଚିରାଗ ଜାନୀ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ଉନାଡକଟ ଦମ୍‌ଦାର ବୋଲିଂ ପ୍ରଦର୍ଶନ କରି ଏକାଏକା ସୌରାଷ୍ଟ୍ରକୁ ଫାଇନାଲରେ ପହଞ୍ଚାଇଥିଲେ। ଗୁଜରାଟ ବିପକ୍ଷ ସେମିଫାଇନାଲର ଅନ୍ତିମ ଦିବସରେ ସେ ୭ ଉଇକେଟ ହାସଲ କରି ଦଳକୁ ବିଜୟୀ କରାଇଥିଲେ। ଉନାଡକଟ ୧୩.୨୩ ରନ ହାରରେ ୬୭ଟି ଉଇକେଟ ହାସଲ କରି ସର୍ବକାଳୀନ ରେକର୍ଡର ଗୋଟିଏ ପାଦ ଦୂରରେ ରହିଛନ୍ତି। ସକାଳେ ଏକ ଘଣ୍ଟା ୧୦ ମିନିଟ୍‌ର ଖେଳ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ୨୭ ରନରେ ୪ ଉଇକେଟ ହରାଇ ବେଙ୍ଗଲ ଅଲଆଉଟ ହୋଇଥିଲା। ଅନ୍ୟପଟେ ସାରା ସେସନରେ ବେଙ୍ଗଲ ତରଫରୁ ଆକାଶ ଦୀପ , ମୁକେଶ କୁମାର, ଇଶାନ ପୋରେଲ ଓ ଅଭିଜ୍ଞ ବ୍ୟାଟ୍ସମ୍ୟାନ ମନୋଜ ତିଓ୍ବାରୀ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ସେହିପରି ସୌରାଷ୍ଟ୍ର ତରଫରୁ ଶେଲଡନ ଜ୍ୟାକ୍‌ସନ, ଅର୍ପିତ ଭାସଭଡା ଓ ଅଧିନାୟକ ଉନାଡକଟ ଷ୍ଟାର ପରଫର୍ମର ରହିଥିଲେ। କରୋନା ଭାଇରସ ଆତଙ୍କ ପାଇଁ ଅନ୍ତିମ ଦିବସର ଖେଳ ଫାଙ୍କା ଷ୍ଟାଡିୟମରେ ଖେଳାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri