Posted inଖେଳ

ରଣଜୀ ଟ୍ରଫି: ସୌରାଷ୍ଟ୍ରକୁ ପ୍ରଥମ ଟାଇଟଲ

ରାଜକୋଟ,୧୩।୩ (ପି.ଟି.): ଦେଶର ସର୍ବବୃହତ୍‌ କ୍ରିକେଟ ଟୁର୍ନାମେଣ୍ଟ ରଣଜୀ ଟ୍ରଫିରେ ସୌରାଷ୍ଟ୍ର ନୂଆ ଚାମ୍ପିୟନ ଭାବେ ଉଭା ହୋଇଛି। ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଅନୁଷ୍ଠିତ ବେଙ୍ଗଲ ବିପକ୍ଷ ଫାଇନାଲ ମ୍ୟାଚ୍‌ରେ ସୌରାଷ୍ଟ୍ର ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ବିଜୟୀ ଚାମ୍ପିୟନ ହୋଇଛି। ଗତ ସଂସ୍କରଣରେ ସୌରାଷ୍ଟ୍ର ଫାଇନାଲ ମ୍ୟାଚ୍‌ରେ ବିଦର୍ଭଠାରୁ ପରାସ୍ତ ହୋଇ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲା। ତେବେ ଏଥର ତ୍ରୁଟି ସୁଧାରି ବାଜି ମାରିଛି। ପ୍ରଥମ ଇନିଂସରେ ୧୦୬ ରନର ଶତକୀୟ ପାଳି ଖେଳିଥିବା ସୌରାଷ୍ଟ୍ର ମିଡଲଅର୍ଡର ବ୍ୟାଟ୍ସମ୍ୟାନ ଅର୍ପିତ ଭାସଭଡା ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଅନ୍ୟପଟେ ୧୯୮୯-୯୦ ପରେ ବେଙ୍ଗଲ ପ୍ରଥମ ରଣଜୀ ଟାଇଟଲ ଜିତିବା ସ୍ବପ୍ନ ଅଧୁରା ରହିଛି। ୧୩ ବର୍ଷ ପରେ ବେଙ୍ଗଲ ଫାଇନାଲରେ ପ୍ରବେଶ କରିଥିଲା।
ଟସ୍‌ ଜିତି ସୌରାଷ୍ଟ୍ର ପ୍ରଥମ ଇନିଂସରେ ୧୭୧.୫ ଓଭରରେ ୪୨୫ ରନ କରି ଅଲଆଉଟ ହୋଇଥିଲା। ଜବାବରେ ବେଙ୍ଗଲ ୧୬୧ ଓଭରରେ ୩୮୧ ରନ କରି ଅଲଆଉଟ ହୋଇଥିଲା। ଫଳରେ ସୌରାଷ୍ଟ୍ର ପ୍ରଥମ ଇନିଂସରେ ୪୪ ରନର ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ସୌରାଷ୍ଟ୍ର ପଞ୍ଚମ ଦିବସ ମ୍ୟାଚ୍‌ ଶେଷ ସୁଦ୍ଧା ୩୪ ଓଭରରେ ୪ ଉଇକେଟ ହରାଇ ୧୦୫ ରନ ସଂଗ୍ରହ କରିଥିଲା। ଟି ଟାଇମ୍‌ରେ ଦୁଇ ଅଧିନାୟକ ହାତ ମିଳାଇଥିଲେ ଓ ମ୍ୟାଚ୍‌ ଶେଷ କରିବାକୁ ମିଳତ ଭାବେ ନିଷ୍ପତ୍ତି ନେଇଥିଲେ। ଫଳରେ ମୋଟ ଉପରେ ୬ ଉଇକେଟ ହାତରେ ରଖି ସୌରାଷ୍ଟ୍ର ୧୪୯ ରନର ଅଗ୍ରଣୀ ହାସଲ କରିଥିଲା। ଶେଲଡନ ଜ୍ୟାକ୍‌ସନ ୧୨ ରନ କରି ଅପରାଜିତ ରହିଥିଲେ। ଓପନର ହାର୍ଭିକ ଦେଶାଇ ୨୧, ଉଇକେଟକିପର ତଥା ଓପନର ଅଭି ବାରୋଟ ୩୯, ବିଶଭରାଜ ଜାଡେଜା ୧୭, ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ଭାସଭଡା ୩ ରନ କରି ଆଉଟ ହୋଇଥିଲେ। ବୋଲିଂରେ ବେଙ୍ଗଲ ତରଫରୁ ଶାହବାଜ ଅହମ୍ମଦ ୨, ଆକାଶ ଦୀପ ଓ ସୁଦୀପ ଚାଟାର୍ଜୀ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଚତୁର୍ଥ ଦିନରେ ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୫୪/୬ ରୁ ବେଙ୍ଗଲ ଖେଳି ଆରମ୍ଭ କରି ଅଲଆଉଟ ହୋଇଥିଲା। ହତରେ ୪ ଉଇକେଟ ରଖି ବେଙ୍ଗଲ ଇନିଂସ ଅଗ୍ରଣୀ ପାଇଁ ଆଉ ୭୨ ରନ ଆବଶ୍ୟକ କରୁଥିଲା। ତେବେ ବେଙ୍ଗଲ ଲକ୍ଷ୍ୟ ହାସଲ କରିପାରି ନ ଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ଅନୁଷ୍ଟୁପ ମଜୁମ୍‌ଦାର ୫୮ରୁ ଖେଳ ଆରମ୍ଭ କରି ୬୩ ରନ କରି ଜୟଦେବ ଉନାଡ଼କଟ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ସେହିପରି ୨୮ରୁ ଖେଳ ଆରମ୍ଭ କରି ଅର୍ଣ୍ଣବ ନନ୍ଦୀ ୪୦ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ମଧ୍ୟ ତାଙ୍କୁ ଅନ୍ୟମାନେ ସହଯୋଗ କରିପାରି ନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆକାଶ ଦୀପ ଖାତା ଖେଳିବା ପୂର୍ବରୁ ରନ୍‌ ଆଉଟ ହୋଇଥିବା ବେଳେ ମୁକେଶ କୁମାର ୫ ରନ କରି ଧର୍ମନ୍ଦ୍ରସିନ ଜାଡେଜାଙ୍କ ଦ୍ୱାରା ଆଉଟ ହୋଇଥିଲେ। ଶେଷରେ ଇଶାନ ପୋରେଲ ୧ ରନ କରିଥିବା ବେଳେ ଉନାଡକଟଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିବା ପରେ ବେଙ୍ଗଲ ଇନିଂସ୍‌ର ପରିସମାପ୍ତି ହୋଇଥିଲା। ବୋଲିଂରେ ଧର୍ମେନ୍ଦ୍ରସିନ ଜାଡେଜା ସର୍ବାଧିକ ୩, ଉଡ଼ାଡକଟ ଓ ପ୍ରେରକ ମଙ୍କଡ ୨ଟି ଲେଖାଏ, ଚେତନ ସାକାରିୟା ଓ ଚିରାଗ ଜାନୀ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ଉନାଡକଟ ଦମ୍‌ଦାର ବୋଲିଂ ପ୍ରଦର୍ଶନ କରି ଏକାଏକା ସୌରାଷ୍ଟ୍ରକୁ ଫାଇନାଲରେ ପହଞ୍ଚାଇଥିଲେ। ଗୁଜରାଟ ବିପକ୍ଷ ସେମିଫାଇନାଲର ଅନ୍ତିମ ଦିବସରେ ସେ ୭ ଉଇକେଟ ହାସଲ କରି ଦଳକୁ ବିଜୟୀ କରାଇଥିଲେ। ଉନାଡକଟ ୧୩.୨୩ ରନ ହାରରେ ୬୭ଟି ଉଇକେଟ ହାସଲ କରି ସର୍ବକାଳୀନ ରେକର୍ଡର ଗୋଟିଏ ପାଦ ଦୂରରେ ରହିଛନ୍ତି। ସକାଳେ ଏକ ଘଣ୍ଟା ୧୦ ମିନିଟ୍‌ର ଖେଳ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ୨୭ ରନରେ ୪ ଉଇକେଟ ହରାଇ ବେଙ୍ଗଲ ଅଲଆଉଟ ହୋଇଥିଲା। ଅନ୍ୟପଟେ ସାରା ସେସନରେ ବେଙ୍ଗଲ ତରଫରୁ ଆକାଶ ଦୀପ , ମୁକେଶ କୁମାର, ଇଶାନ ପୋରେଲ ଓ ଅଭିଜ୍ଞ ବ୍ୟାଟ୍ସମ୍ୟାନ ମନୋଜ ତିଓ୍ବାରୀ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ସେହିପରି ସୌରାଷ୍ଟ୍ର ତରଫରୁ ଶେଲଡନ ଜ୍ୟାକ୍‌ସନ, ଅର୍ପିତ ଭାସଭଡା ଓ ଅଧିନାୟକ ଉନାଡକଟ ଷ୍ଟାର ପରଫର୍ମର ରହିଥିଲେ। କରୋନା ଭାଇରସ ଆତଙ୍କ ପାଇଁ ଅନ୍ତିମ ଦିବସର ଖେଳ ଫାଙ୍କା ଷ୍ଟାଡିୟମରେ ଖେଳାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚିହିଁକି ଉଠିଲା ଇରାନ, UAE ସମେତ ଏହି ୮ ଦେଶ ଉପରେ କ୍ଷେପଣାସ୍ତ୍ର ମାଡ଼, ଆମେରିକୀୟ ଘାଟିରୁ…

ତେହରାନ,୨୮।୨: ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଇରାନ ଏବେ ପାଲଟା ଜବାବ ଦେଇ ଯୁଦ୍ଧ ଘୋଷଣା କରିଛି। ଶନିବାର ଇରାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ବିଜେଡିରୁ ବହିଷ୍କାର ପରେ ପ୍ରତିକ୍ରିୟା ରଖିଲେ ପ୍ରଭାତ, କହିଲେ…

ଭୁବନେଶ୍ୱର,୨୮।୨: ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ନେତା ତଥା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ଶନିବାର ଦଳରୁ ବହିଷ୍କୃତ କରାଯାଇଛି।…

SL vs PAK: ସବୁଠୁ ବଡ଼ ମ୍ୟାଚ୍‌ରୁ ବାବରଙ୍କୁ ବାଦ ଦେଲା ପାକିସ୍ତାନ, ସେମିଫାଇନାଲ ଖେଳିବା ପାଇଁ ଦଳର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୮।୨: ଟି-୨୦ ବିଶ୍ୱକପ ୨୦୨୬ର ସେମିଫାଇନାଲ ଦୌଡ଼ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗ୍ରୁପ-୨ରୁ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରୁ କିଏ ଶେଷ୍ଠ ୪ରେ ସ୍ଥାନ ପାଇବ,…

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ଚାଲିଗଲା ୧୮ଜଣଙ୍କ ଜୀବନ, ୬ଜଣ ଗୁରୁତର

ଭେଟ୍‌ଲାପାଲେମ୍‌,୨୮ା୨: ଆନ୍ଧ୍ରପ୍ରଦେଶର କାକିନାଡା ଜିଲାରେ ଥିବା ଏକ ବାଣ କାରଖାନାରେ ଶନିବାର ଭୟଙ୍କର ବିସ୍ପୋରଣ ଘଟିଛି। ବିସ୍ପୋରଣରେ ୧୮ ଜଣଙ୍କ ମୃତ୍ୟୁ ଘଟିବା ସହ ୬ଜଣ ଗୁରୁତର…

ବିଜେଡିରୁ ବହିଷ୍କୃତ ହେଲେ ପ୍ରଭାତ ବିଶ୍ବାଳ

ଭୁବନେଶ୍ୱର,୨୮।୨: ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ନେତା ତଥା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ଏନେଇ…

କ୍ୟାବିନ ପୋଡ଼ି, ଠେଲା ଭାଙ୍ଗିଦେଲେ

ରିଷିଡ଼ା,୨୮ା୨ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ୍‌ ରିଷିଡ଼ା ତେରେସିଂହା (ଫଟାମୁଣ୍ତା) ଛକରେ କାଠରେ ତିଆରି ଏକ କ୍ୟାବିନକୁ କେହି ଜଣେ ଦୁର୍ବୃତ୍ତ ପୋଡ଼ିଦେଇଥିବା ଅଭିଯୋଗ…

ଇନ୍ଦ୍ରାବତୀ ଜଳଭଣ୍ଡାରରେ ଡଙ୍ଗା ବୁଡ଼ି: ଜଣେ ନିଖୋଜ, ୨ ଉଦ୍ଧାର

ଥୁଆମୂଳ ରାମପୁର, ୨୮ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ମାଛ ଧରିବାକୁ…

ବାଇକ ଧକ୍କାରେ ୬ ବର୍ଷର ଶିଶୁ ଗୁରୁତର

ମୋହନା,୨୮।୨( ମମ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବଡ଼ଖଣି ଗାଁ ସ୍କୁଲ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶନିବାର …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri