Posted inଖେଳ

ରଣଜୀ ଟ୍ରଫି: ଦେବାଶିଷଙ୍କ ଶତକରେ ଓଡ଼ିଶା ୪୩୬

କଟକ ଅଫିସ,୧୪ା୨- ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଝାଡ଼ଖଣ୍ଡ ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ରେ ଓଡ଼ିଶା ପ୍ରଥମ ଇନିଂସରେ ୪୩୬ରନ କରିଛି। ଯୁବ ପ୍ରତିଭା ଦେବାଶିଷ ସାମନ୍ତରାୟ ଏଠାରେ ୧୫୬ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଚଳିତ ସିଜନରେ ଦେବାଶିଷଙ୍କର ଏହା ଦ୍ୱିତୀୟ ଶତକ। ଜବାବରେ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ଝାଡ଼ଖଣ୍ଡ ଗୁରୁବାର ଖେଳ ଶେଷ ସୁଦ୍ଧା ୨ ଉଇକେଟ ହରାଇ ୭୧ରନ କରିଛି। କ୍ବାର୍ଟର ଫାଇନାଲରେ ପ୍ରବେଶ କରିବାକୁ ହେଲେ ଓଡ଼ିଶା ପାଇଁ ବିଜୟ ହାସଲ ନିହାତି ଆବଶ୍ୟକ। ତେଣୁ ୩୬୫ରନ ପଛରେ ଥିବା ଝାଡ଼ଖଣ୍ଡକୁ ଶୁକ୍ରବାର ଖୁବଶୀଘ୍ର ଅଲଆଉଟ କରିବାକୁ ଚେଷ୍ଟା କରାଯିବ ବୋଲି ଅଧିନାୟକ ଶୁଭ୍ରାଂଶୁ ଶେଖର ସେନାପତି କହିଛନ୍ତି।
ପ୍ରଥମ ଦିବସ ଷ୍ଟମ୍ପ ଅପସାରଣ ସୁଦ୍ଧା ଓଡ଼ିଶା ୪ ଉଇକେଟ ହରାଇ ୨୦୫ରନ କରିଥିଲା। ଦେବାଶିଷ ୬୭ ଓ ପୂର୍ବତନ ଅଧିନାୟକ ବିପ୍ଳବ ସାମନ୍ତରାୟ ୧୬ରନରେ ଅପରାଜିତ ଥିଲେ। ଦ୍ୱିତୀୟ ଦିବସର ପ୍ରଥମ ସେସନ୍‌ରେ ଓଡ଼ିଶା କୌଣସି ଉଇକେଟ ନ ହରାଇ ୫୭ରନ ସଂଗ୍ରହ କରିଥିଲା। ଦେବାଶିଷ-ବିପ୍ଳବ ଖୁବ ସତର୍କତାର ସହ ପ୍ରଥମ ସେସନ୍‌ରେ ଝାଡ଼ଖଣ୍ଡର ପେସ୍‌ ଆକ୍ରମଣକୁ ସାମ୍‌ନା କରିଥିଲେ। ଇତି ମଧ୍ୟରେ ବିପ୍ଳବ ୧୦୨ବଲରୁ ଅର୍ଦ୍ଧଶତକ ପୂରଣ କରି ସାରିଥିଲେ। ଦ୍ୱିତୀୟ ସେସନ୍‌ରେ ବିପ୍ଳବଙ୍କ ଉଇକେଟ ଦଖଲ କରିଥିଲେ ଝାଡ଼ଖଣ୍ଡର ପେସ୍‌ ବୋଲର ଆଶିଷ କୁମାର। ୧୫୩ବଲରୁ ୭୪ରନ କରି କ୍ୟାଚ ଆଉଟ ହୋଇ ବିପ୍ଳବ ପ୍ୟାଭିଲିୟନ ଫେରିଥିଲେ। ଓଡ଼ିଶାର ୫ମ ଉଇକେଟ ପତନ ବେଳକୁ ଦଳୀୟ ସ୍କୋର ଥିଲା ୨୯୨। ଏହା ପରେ ଅନ୍ୟ କୌଣସି ଖେଳାଳି ଦେବାଶିଷଙ୍କ ସହ ବଡ଼ ଭାଗୀଦାରି କରି ପାରି ନ ଥିଲେ। ଗୋଟିଏ ପାର୍ଶ୍ୱରୁ ବାମହାତୀ ଦେବାଶିଷଙ୍କ ଚମତ୍କାର ବ୍ୟାଟିଂ ଦେଖିବାକୁ ମିଳିଥିଲା। ୨୯୦ବଲରୁ ଶତକ ଓ ୩୪୭ବଲରୁ ୧୫୦ରନ୍‌ ପୂରଣ କରିବା ପରେ ୮ମ ବ୍ୟାଟ୍ସମ୍ୟାନ ଭାବେ ସେ ଆଉଟ ହୋଇଥିଲେ। ୩୪୯ବଲରୁ ସେ ୧୫୬ରନ କରିଥିଲେ। ଏହା ମଧ୍ୟରେ ୨୬ ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଉଇକେଟ କିପର ରାଜେଶ ଧୁପର ୨୦ରନରେ ଆଉଟ ହୋଇଥିବା ବେଳେ ପଦାର୍ପଣ ମ୍ୟାଚ୍‌ ଖେଳୁଥିବା ଅଙ୍କିତ ଯାଦବ ୧୨, ଦେବବ୍ରତ ପ୍ରଧାନ ୨୬, ବସନ୍ତ ମହାନ୍ତି ୮ରନରେ ଆଉଟ ହୋଇଥିଲେ। ସୂର୍ଯ୍ୟକାନ୍ତ ପ୍ରଧାନ ୧୨ରନରେ ଅପରାଜିତ ଥିଲେ। ଝାଡ଼ଖଣ୍ଡର ଡାହାଣହାତୀ ମିଡ଼ିୟମ ପେସ୍‌ ବୋଲର ଆଶିଷ କୁମାର ଏଠାରେ ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟରର ଶ୍ରେଷ୍ଠ ବୋଲିଂ କରିଥିଲେ। ୭୯ରନ ବିନିମୟରେ ସେ ୬ଟି ଉଇକେଟ ହାସଲ କରିଥିଲେ। ଅଜୟ ଯାଦବ, ରାହୁଲ ଶୁକ୍ଳା, ସାହିଲ ରାଜ ଓ ଉତ୍କର୍ଷ ସିଂଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଥିଲା। ୨୪ ଓଭର ବ୍ୟାଟିଂ କରିଥିବା ଝାଡ଼ଖଣ୍ଡ ୨ଟି ଉଇକେଟ ହରାଇ ୭୧ରନ କରିଛି। ୩ୟ ଓଭରର ଦ୍ୱିତୀୟ ବଲରେ ଓପନର ଅର୍ନଭ ସିହ୍ନା ୧ରନ କରି ବସନ୍ତ ମହାନ୍ତିଙ୍କ ଶିକାର ହୋଇଥିଲେ। ଅନ୍ୟତମ ଓପନର କୁମାର ଦେଓବ୍ରତ ୧୬ରନ କରିଥିବା ବେଳେ ସୂର୍ଯ୍ୟକାନ୍ତଙ୍କ ବଲରେ କ୍ୟାଚ୍‌ ଆଉଟ ହୋଇଥିଲେ। କୁମାର ସୂରଜ ୪୨ ଓ ଉତ୍କର୍ଷ ସିଂ ୧୦ରନରେ ଅପରାଜିତ ଅଛନ୍ତି।
ସିଜନର ଦ୍ୱିତୀୟ ଶତକ
ଚଳିତ ସିଜନରେ ଦେବାଶିଷ ସାମନ୍ତରାୟ ଓଡ଼ିଶାର ଏକମାତ୍ର ଖେଳାଳି ଭାବେ ଦୁଇଟି ଶତକ ହାସଲ କରିଛନ୍ତି। ପୂର୍ବରୁ ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ସର୍ଭିସେସ୍‌ ବିପକ୍ଷ ମ୍ୟାଚ୍‌ରେ ୧୯୫ରନର ଇନିଂସ ଖେଳିଥିଲେ ଏହି ୨୪ବର୍ଷୀୟ ବ୍ୟାଟ୍ସମ୍ୟାନ। ୧୧ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ଦେବାଶିଷ ୩ଟି ଶତକ ହାସଲ କରି ସାରିଲେଣି।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ପ୍ରଥମ ଇନିଂସ: ୪୩୬/ଅଲଆଉଟ(ଦେବାଶିଷ ସାମନ୍ତରାୟ-୧୫୬, ବିପ୍ଳବ ସାମନ୍ତରାୟ-୭୪, ଅନୁରାଗ ଷଡ଼ଙ୍ଗୀ-୬୫, ଗୋବିନ୍ଦ ପୋଦ୍ଦାର-୩୧, ଦେବବ୍ରତ ପ୍ରଧାନ-୨୬,


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

ମାର୍ଚ୍ଚ ୨୬ରୁ ମେ ୩୧ ମଧ୍ୟରେ ହେବ ଆଇପିଏଲ୍‌

ମୁମ୍ୱାଇ, ୧୬ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମି ସଂସ୍କରଣ ମାର୍ଚ୍ଚ ୨୬ରୁ ମେ ୩୧ ଓ୍ୱିଣ୍ଡୋରେ ଖେଳାଯିବ। ମାତ୍ର ଆରସିବିର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ...

୧୯ ବର୍ଷର  ଏହି ଖେଳାଳିଙ୍କ ଉପରେ ୧୪.୨ କୋଟି ଉଡାଇଲା CSK, ଆଫ୍ରିଦିଙ୍କଠାରୁ ଦ୍ରୁତ ଶତକ ମାରି ଥିଲେ ଚର୍ଚ୍ଚାରେ… 

ଆବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ସବୁଠାରୁ ବଡ଼ ସରପ୍ରାଇଜ୍‌ ପାଲଟିଥିଲେ ରାଜସ୍ଥାନର ୧୯ ବର୍ଷୀୟ ଯୁବ ଉଇକେଟକିପର୍‌ ତଥା ବ୍ୟାଟ୍ସମ୍ୟାନ କାର୍ତ୍ତିକ ଶର୍ମା। ଏହି...

ରାଜନୀତିରେ ପ୍ରବେଶ କରିବେ ଅଲିମ୍ପିଆନ୍ ଦୂତୀ ଚାନ୍ଦ, ବିଧାୟକ ହେବାକୁ ଇଚ୍ଛା

ଭୁବନେଶ୍ୱର,୧୬।୧୨: ଅଲିମ୍ପିଆନ୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପ୍ରତିଦ୍ୱନ୍ଦ୍ୱିତାମୂଳକ ଆଥଲେଟିକ୍ସରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ...

IPL 2026 Auction LIVE Updates: ଏଯାଏ ବିକ୍ରି ହୋଇଛନ୍ତି ଏସବୁ ଖେଳାଳି, ପ୍ରଶାନ୍ତ-କାର୍ତ୍ତିକଙ୍କ ଉପରେ CSKର ଟଙ୍କା ବର୍ଷା  

ଆବୁଧାବୀ,୧୬।୧୨: ବିଶ୍ୱର ସବୁଠାରୁ ଚର୍ଚ୍ଚିତ କ୍ରିକେଟ ପ୍ରିମିୟର୍‌ ଲିଗ୍‌ ଆଇପିଏଲ୍‌ର ୧୯ତମ ସିଜନ (୨୦୨୬) ପୂର୍ବରୁ ମିନି ନୀଲାମୀ ଆରମ୍ଭ ହୋଇଛି। ଏହି ନୀଲାମୀ ସଂଯୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri