Posted inଖେଳ

ରଣଜୀ ଟ୍ରଫି: ଓଡ଼ିଶାର ଉତ୍କଣ୍ଠାପୂର୍ଣ୍ଣ ବିଜୟ

କଟକ ଅଫିସ,୩୧ା୧- ଟାଙ୍ଗୀ ସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ଚମକପ୍ରଦ ବିଜୟ ହାସଲ କରିଛି। ପେସ୍‌ ବୋଲରଙ୍କ ପ୍ରଭାବଶାଳୀ ବୋଲିଂ ସହାୟତାରେ ଓଡ଼ିଶା ଏକ ଇନିଂସ ଓ ୩ରନରେ ଆସାମକୁ ପରାସ୍ତ କରିଛି। ଅଲରାଉଣ୍ଡ ପ୍ରଦର୍ଶନ କରିଥିବା ଦେବବ୍ରତ ପ୍ରଧାନ ମ୍ୟାନ ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଏଥି ସହିତ ଏଲିଟ୍‌ ଗ୍ରୁପ-ସି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ଫେରିଛି ଓଡ଼ିଶା। ୭ ମ୍ୟାଚ୍‌ରୁ ୫ ବିଜୟ ଓ ଗୋଟିଏ ଲେଖାଏ ପରାଜୟ, ଡ୍ର ସହିତ ଓଡ଼ିଶା ୩୫ ପଏଣ୍ଟ ହାସଲ କରିଛି। ଆସନ୍ତା ୪ ତାରିଖରେ ମହାରାଷ୍ଟ୍ରର ନାଗୋଥାନେସ୍ଥିତ ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ମହାରାଷ୍ଟ୍ର ବିପକ୍ଷରେ ଦଳ ପରବର୍ତ୍ତୀ ମ୍ୟାଚ୍‌ ଖେଳିବ।
ଆସାମ ୧୯୫ରେ ସୀମିତ
ଓଡ଼ିଶାର ପ୍ରଥମ ଇନିଂସ ୪୩୬ରନ ଜବାବରେ ଆସାମ ୨୩୮ରନରେ ଅଲଆଉଟ ହୋଇଥିଲା। ଫଲୋଅନ ପାଇ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ଗୋକୁଳ ଶର୍ମାଙ୍କ ନେତୃତ୍ୱାଧୀନ ଆସାମ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ବିନା ଉଇକେଟରେ ୧୦୨ରନ କରିଥିଲା। ଦୁଇ ଓପନର ଶୁଭମ ମଣ୍ଡଳ ୪୦ରନ ଓ କୁନାଲ ସାଇକିଆ ୬୨ରନରେ ଅପରାଜିତ ଥିଲେ। ମ୍ୟାଚ୍‌କୁ ବଞ୍ଚାଇବା ଲକ୍ଷ୍ୟରେ ଥିଲା ଭ୍ରମଣକାରୀ ଆସାମ। ଏପରିକି ୯୬ରନ ପଛରେ ଥିବାରୁ ଓଡ଼ିଶା ସମ୍ମୁଖରେ ଆସାମ ବିଜୟଲକ୍ଷ୍ୟ ଧାର୍ଯ୍ୟ କରିବ ବୋଲି ଆଶା କରାଯାଉଥିଲା। ହେଲେ ଦୁଇ ଓପନରଙ୍କୁ ବାଦ୍‌ ଦେଇ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ। କୁନାଲ ୭୨ରନ କରିଥିବା ବେଳେ ଦେବବ୍ରତ ପ୍ରଧାନଙ୍କ ବଲରେ ବଡ୍‌ ଶଟ୍‌ ଖେଳିବାକୁ ଯାଇ ତ୍ରୁଟି କରିଥିଲେ। ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ହାତରେ ଧରାପଡ଼ି ପ୍ୟାଭିଲିୟନ ଫେରିବା ସହ ଓଡ଼ିଶାକୁ ବହୁ ମୂଲ୍ୟବାନ ବ୍ରେକଥ୍ରୁ ମିଳିଥିଲା। ପରେ ରିଷଭ ଦାସ ୭ ଓ ଅଧିନାୟକ ଗୋକୁଳ ୯ରନ କରି ଦେବବ୍ରତଙ୍କ ପରବର୍ତ୍ତୀ ଶିକାର ହୋଇଥିଲେ। ଦଳ ୧୫୬ରନରେ ୩ଟି ଉଇକେଟ ହରାଇଥିବା ବେଳେ ଗୋଟିଏ ପାର୍ଶ୍ୱରେ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ ବାମହାତୀ ବ୍ୟାଟ୍ସମ୍ୟାନ ତଥା ଓପନର ଶୁଭମ ମଣ୍ଡଳ। ଶୁଭମ ୭୪ରନ କରିଥିବା ବେଳେ ରାଜେଶ ମହାନ୍ତିଙ୍କ ଦ୍ରୁତ ବଲରେ ଶାନ୍ତନୁ ମିଶ୍ରଙ୍କ ଦ୍ୱାରା କ୍ୟାଚ୍‌ ଆଉଟ ହୋଇଥିଲେ। ଏହି ଉଇକେଟ ପରେ ଆସାମର ମଧ୍ୟକ୍ରମ ବ୍ୟାଟିଂ ଲାଇନଅପ ଭୁଶୁଡ଼ି ପଡ଼ିଥିଲା। ରିୟାନ ପରାଗ ୧, ସାହିଲ ଜୈନ ୫, ବିପ୍ଳବ ସାଇକିଆ ୧, ରଞ୍ଜିତ ମାଲି ୧, ପ୍ରୀତମ ଦାସ ୪, ଅରୁପ ଦାସ ୧୩ରନରେ ଆଉଟ ହୋଇଥିବା ବେଳେ କ୍ରୀଷ୍ଣା ଦାସ ୮ରନରେ ଅପରାଜିତ ଥିଲେ। ୧୯୫ରନରେ ଆସାମର ଦ୍ୱିତୀୟ ଇନିଂସ ସୀମିତ ରହିଯାଇଥିଲା। ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି ସର୍ବାଧିକ ୪ଟି ଉଇକେଟ ଅକ୍ତିଆର କରିଥିବା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ ଓ ଦେବବ୍ରତ ପ୍ରଧାନଙ୍କୁ ୩ଟି ଲେଖାଏ ଉଇକେଟ ମିଳିଥିଲା।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ପ୍ରଥମ ଇନିଂସ: ୪୩୬/ଅଲଆଉଟ।
ଆସାମ ପ୍ରଥମ ଇନିଂସ: ୨୩୮/ଅଲଆଉଟ।
ଆସାମ ଦ୍ୱିତୀୟ ଇନିଂସ: ୧୯୫/ଅଲଆଉଟ(ଶୁଭମ୍‌ ମଣ୍ଡଳ-୭୪, କୁନାଲ ସାଇକିଆ-୭୨, ରାଜେଶ ମହାନ୍ତି ୧୦.୪-୩-୩୦-୪, ଦେବବ୍ରତ ପ୍ରଧାନ ୧୮-୪-୫୩-୩, ସୂର୍ଯ୍ୟକାନ୍ତ ପ୍ରଧାନ ୧୮-୩-୫୩-୩।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସ୍ଥାପନ ହେଲା ନୂଆ ‘ବିଶ୍ୱ ରେକର୍ଡ’, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚ ୧୫ ଫେବୃଆରୀରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନରେ ଏକ ବଡ଼…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri