Posted inଖେଳ

ରଣଜୀତଙ୍କୁ ୧ ସ୍ବର୍ଣ୍ଣ, ୧ ରୌପ୍ୟ: କିଟ୍‌କୁ ୩ ପଦକ

ଭୁବନେଶ୍ୱର, ୨୬।୨(କ୍ରୀଡ଼ା ପ୍ରତିନିଧି): ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ାର ୬ଷ୍ଠ ଦିବସରେ ପଦକ ହାସଲ କରି ଓଡ଼ିଶାକୁ ଗର୍ବିତ କରିଛନ୍ତି କିଟ୍‌ ପ୍ରତିଯୋଗୀ। ଏଥିସହିତ କିଟ୍‌ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ପଦକ ଖାତା ଖୋଲିଛି। ଏହି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ରଣଜୀତ ନାୟକ ଆର୍ଚେରୀ ଇଭେଣ୍ଟରୁ ୧ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ଜିତି ନିଜ ଉଜ୍ଜ୍ୱଳ ଭବିଷ୍ୟତର ସୂଚନା ଦେଇଛନ୍ତି। ରିକର୍ଭ ପୁରୁଷ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରି ଅଭିଯାନ ଆରମ୍ଭ କରିଥିଲେ ରଣଜୀତ। ଫାଇନାଲ ମୁକାବିଲାରେ ପଞ୍ଜାବୀ ବିଶ୍ୱବିଦ୍ୟାଳୟର ଉତ୍କର୍ଷଙ୍କ ସହିତ ରଣଜୀତଙ୍କ ମୁକାବିଲା ହୋଇଥିଲା। ଏଥିରେ ରଣଜୀତ ୧୩୨ ପଏଣ୍ଟ ହାସଲ କରି ରୌପ୍ୟ ଏବଂ ଉତ୍କର୍ଷ ୧୩୬ ପଏଣ୍ଟ ସହିତ ସ୍ବର୍ଣ୍ଣ ପଦକ ପାଇଥିଲେ।
ରିକର୍ଭ ପୁରୁଷ ଟିମ୍‌ ଇଭେଣ୍ଟରେ କିଟ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏହାର ସଦସ୍ୟଭାବେ ରଣଜୀତ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ଏହି ଦଳର ଅନ୍ୟ ଦୁଇ ସଦସ୍ୟ ହେଲେ ସୂର୍ଯ୍ୟମଣି ମାଝି ଓ ଶ୍ରବଣ କୁମାର ମାନ୍ଦାଗି। ଫାଇନାଲରେ କିଟ୍‌ ସହିତ ପଞ୍ଜାବୀ ବିଶ୍ୱବିଦ୍ୟାଳୟର ମୁକାବିଲା ହୋଇଥିଲା। ପଓ୍ବନ, ଉତ୍କର୍ଷ ଓ ଲଳିତ ଜୈନ ପଞ୍ଜାବୀ ବିଶ୍ୱବିଦ୍ୟାଳୟର ସଦସ୍ୟ ଥିଲେ। ସ୍ବର୍ଣ୍ଣ ପଦକ ମୁକାବିଲାରେ କିଟ୍‌ ଦଳ ୧୬୨ ପଏଣ୍ଟ ସ୍କୋର କରିଥିଲା। ପଞ୍ଜାବୀ ବିଶ୍ୱବିଦ୍ୟାଳୟ ୧୫୪ ପଏଣ୍ଟ ସହିତ ରୌପ୍ୟ ପଦକରେ ସୀମିତ ରହିଥିଲା।
କୁମ୍ଭେଶ୍ୱରଙ୍କୁ ବ୍ରୋଞ୍ଜ
ଭାରୋତ୍ତୋଳନ ଇଭେଣ୍ଟକୁ କିଟ୍‌ ତୃତୀୟ ପଦକ ପାଇଛି। କୁମ୍ଭେଶ୍ୱର ମଲିକ ଭାରୋତ୍ତୋଳନର ପୁରୁଷ ୫୫ କେଜି ବିଭାଗରେ ମୋଟ ୨୧୦ କେଜି ଭାର ଉଠାଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେ ସ୍ନାଚ୍‌ରେ ୯୨ ଏବଂ କ୍ଲିନ୍‌ ଆଣ୍ଡ ଜର୍କରେ ୧୧୮ କେଜି ଭାରୋତ୍ତୋଳନ କରିଥିଲେ। ଶିବାଜୀ ବିଶ୍ୱବିଦ୍ୟାଳୟ, ମହାରାଷ୍ଟ୍ରର ସଙ୍କେତ ମହାଦେବ ସାଗର ୨୪୪(୧୦୬+୧୩୮) କେଜି ସହ ସ୍ବର୍ଣ୍ଣ ଏବଂ କବୟିତ୍ରୀ ବାହିନବାଇ ଚୌଧାରୀ ନର୍ଥ ମହାରାଷ୍ଟ୍ର ବିଶ୍ୱବିଦ୍ୟାଳୟର ପ୍ରଶାନ୍ତ ସୁରେଶ କୋଲି ୨୪୩(୧୧୦+୧୩୩) କେଜି ଉଠାଇ ରୌପ୍ୟ ପଦକ ହାସଲ କରିଛନ୍ତି।
ସଙ୍କେତ, ପ୍ରଶାନ୍ତଙ୍କ ଜାତୀୟ ରେକର୍ଡ
ପୁରୁଷ ୫୫ କେଜି ଭାରୋତ୍ତୋଳନରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିବା ଅବସରରେ ସଙ୍କେତ ମହାଦେବ ସାଗର ଓ ପ୍ରଶାନ୍ତ ସୁରେଶ କୋଲି ଜାତୀୟ ରେକର୍ଡ ଭାଙ୍ଗିଛନ୍ତି। ସଙ୍କେତ କ୍ଲିନ୍‌ ଆଣ୍ଡ ଜର୍କରେ ୧୩୮ ଓ ମୋଟ ୨୪୪ କେଜି ଭାର ଉଠାଇବା ସହ ୨ଟି ଜାତୀୟ ରେକର୍ଡର ଅଧିକାରୀ ହୋଇଛନ୍ତି। କ୍ଲିନ୍‌ ଆଣ୍ଡ ଜର୍କରେ ପୂର୍ବରୁ ମହାରାଷ୍ଟ୍ରର ଶୁଭମ୍‌ ତୋଦକର ରେକର୍ଡର ଅଧିକାରୀ ଥିଲେ। ସେହିପରି ମଣିପୁରର ରିଷିକାନ୍ତ ସିଂ ଏହି ଓଜନ ବର୍ଗରେ ମୋଟ ଭାରୋତ୍ତୋଳନରେ ରେକର୍ଡଧାରୀ ଥିଲେ। ସେହିପରି ସ୍ନାଚ୍‌ରେ ୧୧୦ କେଜି ଭାର ଉଠାଇ କୋଲି ପୂର୍ବ ରେକର୍ଡଧାରୀ ପଣ୍ଡିଚେରୀର ଆର. ମାଧବନଙ୍କୁ ପଛରେ ପକାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଟପଲେସ୍‌, ବ୍ରେନଲେସ ଆଣ୍ଡ ସେମଲେସ୍‌’, ଏଆଇ ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନ ଉପରେ ଭାଜପାର ଭର୍ତ୍ସନା

ନୂଆଦିଲ୍ଲୀ,୨୦।୨: ସମ୍ବିତ ପାତ୍ର ଫେବୃଆରୀ ୨୦, ୨୦୨୬ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ସଦସ୍ୟମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ…

ବଜେଟରେ ବନ୍ୟା ପରିଚାଳନାକୁ ଗୁରୁତ୍ୱ

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି ଟଙ୍କାର…

ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ରହମାନ ଭାରତକୁ ନେଇ କଲେ ବଡ଼ ଘୋଷଣା, ୟୁନୁସଙ୍କୁ ଶକ୍ତ ଝଟ୍‌କା

ଢାକା,୨୦।୨: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ତାରିକ ରହମାନ ଭାରତ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ଥିବା ବାଂଲାଦେଶ…

ବଡ଼ ଘୋଷଣା: ଚଳିତ ବଜେଟରେ ବାହାର ଅତିଥିଙ୍କୁ ଖୁସି କରିଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୨: ଶୁକ୍ରବାର ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହେଉଛି ବଜେଟ ୨୦୨୬-୨୭ । ଚଳିତ ଥର ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରୁଛନ୍ତି। ଗତ…

BA ପାସ୍‌ କଲେ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କା: ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା…

୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପିଇଓ

କଟକ,୨୦।୨: କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ବ୍ଲକର ଜଣେ ମେକାନିକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଜଣେ ପଞ୍ଚାୟତ ଅଧିକାରୀ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।…

ଆସିବ ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା: ବଜେଟରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

ଶ୍ରୀମନ୍ଦିର ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ‘ସମର୍ପଣ’ ନାଁରେ…

ଭୁବନେଶ୍ୱର,୨୦।୨: ବିଧାନସଭାରେ ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ରାଜ୍ୟ ବଜେଟ୍‌ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ବଜେଟ୍‌ରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri