Posted inଫୁରସତ

ରଙ୍ଗ ବଦଳାଉଥିବା ଝରଣା

ବିଶ୍ୱରେ ଅନେକ ଝରଣା ଦେଖିଥିବେ। ସାଧାରଣତଃ ଝରଣା ପାଣି ସ୍ବଚ୍ଛ ଆଉ ନିର୍ମଳ। ମାତ୍ର ଏମିତି କିଛି ଝରଣା ରହିଛି ଯାହା ନିଜର ରଙ୍ଗ ବଦଳାଇ ଦେଇଥା’ନ୍ତି। ଆସନ୍ତୁ ଜାଣିବା ଏପରି କିଛି ଅଦ୍ଭୁତ ଝରଣା ସମ୍ପର୍କରେ …


କାର୍ଲିଫର୍ଣ୍ଣିଆର ହର୍ସଟେଲ୍‌ ଫଲ୍‌ ବା ଝରଣା। ଏହା ପ୍ରାୟ ୧୫୬୦ ଫୁଟ ଉଚ୍ଚରୁ ପଡୁଛି। ଏହି ଝରଣାର ଖାସ୍‌ କଥା ହେଲା ଶୀତଋତୁରେ ଏହା ପ୍ରଖର ବେଗରେ ବହିଥାଏ। ଫେବୃୟାରୀ ଶେଷ ଦୁଇ ସପ୍ତାହରେ ଏହାର ରଙ୍ଗ ମଧ୍ୟ ବଦଳି ଯାଇଥାଏ। ରାତି ହେଲେ ଏହି ଝରଣାର ରଙ୍ଗ ଲାଲ୍‌ ହୋଇଯାଏ। ଯେମିତି ପାଣିରେ ନିଆଁ ଲାଗିବା ପରି ଦେଖାଯାଇଥାଏ।


ସେହିପରି କାନାଡାର ଆଲ୍‌ବର୍ଟାରେ ଥିବା ଏକ ଝରଣା ହେଉଛି କ୍ୟାମରନ୍‌ ଫଲ୍‌। ଏହି ଝରଣା ଜୁନ୍‌ ମାସରେ ନିଜର ରଙ୍ଗ ବଦଳାଇ ଦେଇଥାଏ। ଅଧିକ ବର୍ଷା ହେଲେ ଝରଣା ପାଣିରେ ଏଗ୍ରିଲାଇଟ୍‌ ନାମକ ଏକ ପଦାର୍ଥ ମିଶିଥାଏ। ଯାହା ପରେ ଗରମରେ ଏହାର ପାଣି ଗୋଲାପୀ ହୋଇଯାଇଥାଏ।


ଆଉ ଏକ ଝରଣା ରହିଛି ତୁର୍କୀରେ। ଏଠାକାର ପାମୁକକ୍‌ଲେ ଓ୍ବାଟରଫଲ୍‌ ଦେଖିବାକୁ ଖୁବ୍‌ ମନଲୋଭା। ଏହି କାରଣରୁ ଏହା ବିଶ୍ୱ ହେରିଟେଜ୍‌ ସାଇଟ୍‌ରେ ବି ସାମିଲ ହୋଇଛି। ଏହି ଝରଣା ପ୍ରାୟ ୮୮୦୭ ଫୁଟ ଲମ୍ବା ଏବଂ ୧୯୭୦ ଫୁଟ ଚଉଡ଼ା। ଏହାର ଉଚ୍ଚତା ୫୨୫ ଫୁଟ। ଏହା ଏକ ଭିନ୍ନ ଧରଣର ଝରଣା। କାରଣ ଏହା ଉପରେ ପଥର ଛାତ ପରି ରହିଛି। ଖାସ୍‌ କରି ଏହା ବାଥିଙ୍ଗ୍‌ ସ୍ପଟ୍‌ ପାଇଁ ବେଶ୍‌ ପ୍ରସିଦ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

ଆରଡ଼ିରେ ଶିବ ବିବାହ

ଶାସ୍ତ୍ରାନୁସାରେ ଦେବ, ମାନବ, ଦାନବ ସଭିଏଁ ବିବାହ ବନ୍ଧନରେ ଆବଦ୍ଧ ହୁଅନ୍ତି। ଏହି ପାରମ୍ପରିକ ଧାରାକୁ ବଜାୟ ରଖିବା ପାଇଁ କାହିଁ କେଉଁକାଳରୁ ପାଳିତ ହୋଇଆସୁଛି...

ଏମାନେ ବି ଷ୍ଟାର…

କ୍ୟାବ୍‌ ଡ୍ରାଇଭିଂରୁ ରାଜନୀତି, ସାମୂହିକ କାର୍ଯ୍ୟରୁ ମଡେଲିଂ -ସବୁକ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରୁଛନ୍ତି ଏମାନେ। ଟ୍ରାନ୍ସଜେଣ୍ଡର ଆକ୍ଟିଭିଷ୍ଟ ଲକ୍ଷ୍ମୀନାରାୟଣ ତ୍ରିପାଠୀ ହୁଅନ୍ତୁ କି ଭାରତର ପ୍ରଥମ...

ଦୀପାବଳି ୨୦୧୯: କିଛି ତେଲର ବ୍ୟବହାର ବଦଳାଇପାରେ ଆପଣଙ୍କ ଭାଗ୍ୟ, ଜାଣନ୍ତୁ କିପରି….

ହିନ୍ଦୁ ଶାସ୍ତ୍ରରେ କୌଣସି ପୂଜା ଦୀପ ବିନା ସମ୍ପୂର୍ଣ୍ଣ ହୋଇ ନ ଥାଏ। ଅନ୍ତୁଡିଶାଳରୁ ଆରମ୍ଭ କରି ଶ୍ମଶାନ ପର୍ଯ୍ୟନ୍ତ ସବୁଠି ଆଲୋକର ଆବଶ୍ୟକତା ରହିଛି।...

୪ ବର୍ଷରେ ୧୧୦ କିଲୋ ଓଜନ କମାଇଲେ ୧୪ ବର୍ଷ ବୟସ୍କ ବାଳକ

ଜାକର୍ତ୍ତା,୨୬।୧: ପୃଥିବୀର ସବୁଠାରୁ ମେଦବହୁଳ ବାଳକ ଗତ ୪ ବର୍ଷରେ ୧୧୦ କିଲୋ ଓଜନ କମାଇଇଛନ୍ତି। ସେ ବାଳକ ଜଣକ ହେଉଛନ୍ତି ଇଣ୍ଡୋନେସିଆର ୧୪ ବର୍ଷ...

ଶାକାହାରୀ କୁକୁର, ବାଡ଼ିବଗିଚାରୁ ସିଧା ତୋଳି ଖାଏ ଫଳମୂଳ

ସାଧାରଣତଃ କୁକୁରମାନେ ଆମିଷପ୍ରିୟ। ମାତ୍ର ସୋସିଆଲ ମିଡିଆରେ ଏକ କୁକୁରର ଫଟୋ ଭାଇରାଲ ହେଉଛି, ଯିଏ କି ପୂରା ଶାକାହାରୀ। କୁକୁରଟି କେବଳ ଫଳ ଏବଂ...

ଏହି ମହିଳାଙ୍କ ସାହସକୁ ସଲାମ୍‌: ୭୧ ବର୍ଷ ବୟସରେ କରିଦେଖାଇଲେ ଏମିତି

ଡେରାଡୁନ୍‌,୧୧।୫: ଶିକ୍ଷା ଗ୍ରହଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସ ସୀମା ନ ଥାଏ।ଯଦି ଆଗ୍ରହ ଥାଏ, ବୟସ ଅଧ୍ୟୟନ ପଥରେ କଣ୍ଟା ସାଜେ ନାହିଁ। ଉତ୍ତରାଖଣ୍ଡର...

କୁକୁରର କୌଶଳ ଦେଖି ପ୍ରଶଂସକ କହିଲେ…

ଅଧିକାଂଶ ସମୟରେ କୁକୁରମାନଙ୍କର ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ। ଯାହା ଦେଖିଲେ ହସ ଅଟକାଇ ହୁଏ ନାହିଁ। ଭାଇରାଲ ହେଉଥିବା ଭିଡିଓରେ ଗୋଟିଏ...

କ୍ଷୀର ତୁଳନାରେ ଗୋମୂତ୍ରରେ ରହିଛି ଅଧିକ ପୋଷକ ତତ୍ତ୍ୱ

ଇନ୍ଦୋର,୮।୨: ମଧ୍ୟପ୍ରଦେଶ ଜୁନାଗଡ଼ସ୍ଥିତ କୃଷି ବିଶ୍ୱ ବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି। ଗାଈ କ୍ଷୀର ତୁଳନାରେ ଗୋମୂତ୍ରରେ...

Advertisement
Archives

Model This Week