ରଖେ ହରି ମାରେ କିଏ: ପ୍ଲାଟଫର୍ମ -ଟ୍ରେନ ମଝିରେ ଫସି ରହିଲେ ଯୁବତୀ

ବାରିପଦା ଅଫିସ,୧୯ା୧୧- କଥାରେ ଅଛି ରଖେ ହରି ମାରେ କିଏ। ମୟୂରଭଞ୍ଜ ଜିଲା ବାରିପଦା ସହର ଭଞ୍ଜପୁର ରେଳଷ୍ଟେଶନରେ ସୋମବାର ଘଟିଥିବା ଏକ ଘଟଣା ଉପରୋକ୍ତ ଉକ୍ତିକୁ ପ୍ରମାଣିତ କରିଛି। ପ୍ଲାଟଫର୍ମ ଓ ରେଳ ମଝିରେ ଜଣେ ଯୁବତୀ ଦୀର୍ଘ ସମୟ ଫସି ରହିଥିଲେ ମଧ୍ୟ ତାଙ୍କର ବିଶେଷ କିଛି କ୍ଷତି ନ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରେଳ ଷ୍ଟେଶନ କର୍ତ୍ତୃୃପକ୍ଷ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରି ତୁରନ୍ତ ପିଆରଏମ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ପଠାଇଥିଲେ। ଉଦ୍ଧାର ଯୁବତୀ ଜଣକ ବେତନଟୀ ଅଞ୍ଚଳର ଅନିତା ସାହୁ ବୋଲି ଜଣାପଡ଼ିଛି। ସେ ସାଙ୍ଗମାନଙ୍କ ସହ ବାରିପଦା ମେଳା ଦେଖିବାକୁ ଆସିଥିଲେ।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ବାଙ୍ଗିରିପୋଷି-ବାରିପଦା-ବାଲେଶ୍ୱର ଡିଏମୟୁ (ନଂ.୭୮୦୧୪) ଟ୍ରେନ ବାଙ୍ଗିରିପୋଷିରୁ ଆସି ଭଞ୍ଜପୁର ଷ୍ଟେଶନରେ ପହଞ୍ଚତ୍ଥିଲା। ଅପରାହ୍ନ ପ୍ରାୟ ୧ଟା ୫୨ ମିନିଟରେ ଭଞ୍ଜପୁରଠାରୁ ବାଲେଶ୍ୱର ଅଭିମୁଖେ ଟ୍ରେନ ଛାଡ଼ିିଥିଲା। ଟ୍ରେନର ବେଗ କମ୍‌ ଥିବାବେଳେ ଅନିତା ଦୌଡି ଦୌଡି ଆସି ଟ୍ରେନରେ ଚଢ଼ିବାକୁ ଉଦ୍ୟମ କରିଥିଲେ। ହେଲେ ତାଙ୍କ ଗୋଡ଼ ଖସିଯିବାରୁ ପ୍ଲାଟ ଫର୍ମ ଓ ରେଳ ମଝିରେ ଖସିି ପଡ଼ିଥିଲେ। ତେବେ ଟ୍ରେନ ଚାଲୁଥିବାରୁ ତାଙ୍କୁ କେହିବି ଉଦ୍ଧାର କରିବାକୁ ସାହସ କରିପାରି ନ ଥିଲେ। ସମସ୍ତେ ଅସହାୟ ଭାବେ ଟ୍ରେନ ଯିବାକୁ ଅପେକ୍ଷା କରି ରହିଥିଲେ। ଟ୍ରେନ ଯିବା ପରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ତାଙ୍କର ହାତ, ଗୋଡ଼ ଓ ଅଣ୍ଟା ଆଦିରେ ଆଘାତ ଲାଗିଥିବାବେଳେ ସେ ସୁସ୍ଥ ଥିବା ଜଣାପଡିଛି। ଘଟଣା ବେଳେ ସେଠାରେ ଉପସ୍ଥିତ ଥିବା ଷ୍ଟେଶନ ମ୍ୟାନେଜର ତପନ କୁମାର ଦାସ ତୁରନ୍ତ ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଏଭଳି ଘଟଣା ଆଶ୍ଚର୍ଯ୍ୟଜନକ ବୋଲି ଷ୍ଟେଶନ ମ୍ୟାନେଜର ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri