ଯୋଡ଼ା ଖଣି ଅଞ୍ଚଳରେ ଛଟ୍‌ ପର୍ବ ପାଳନ

ଯୋଡ଼ା, ୩।୧୧(ଡି.ଏନ୍‌.ଏ.): ସୂର୍ଯ୍ୟ ଉପାସନାର ପର୍ବ ଛଟ୍‌ ପୂଜା ଅବସରରେ କେନ୍ଦୁଝର ଯୋଡା ଖଣି ଅଞ୍ଚଳର ବିଭିନ୍ନ ସ୍ଥାନରେ ଏହି ପର୍ବ ପାଳନ କରାଯାଉଥିବା ଦେଖିବାକୁ ମିଳିଛି । ଏହି ପୂଜାର ତିନି ଦିନ ପୂର୍ବରୁ ପ୍ରଥମ ଦିନରେ ଶ୍ରଦ୍ଧାଳୁମାନେ ସ୍ନାନ କରି ଏକ ଓଳି ସାତ୍ତ୍ୱିକ ଖାଦ୍ୟ ଖାଇ ଉପବାସ ଆରମ୍ଭ କରିଥାନ୍ତି । ଦ୍ୱିତୀୟ ଓ ତୃତୀୟ ଦିନରେ ଉପବାସ ରଖିବା ପରେ ପୂଜା ଶେଷରେ ଉପବାସ ବ୍ରତ ଭଙ୍ଗ କରିଥାନ୍ତି । ଏହି ତିନିଦିନରେ ପ୍ରାତଃ ସୂର୍ଯ୍ୟୋଦୟ ସମୟରେ ଜଳରେ ସ୍ନାନ ପୂର୍ବକ ବୁଡ ଦେଇ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରିଥାନ୍ତି । ସେହିପରି ସୂର୍ଯ୍ୟାସ୍ତ ସମୟରେ ସ୍ନାନ ପୂର୍ବକ ବୁଡ ଦେଇ ସୂର୍ଯ୍ୟଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରିଥାନ୍ତି । ଏହି ପୂଜାରେ ଆଖୁ, ପଇଡ, କଦଳୀ, ସେଓ ଆଦି ବିଭିନ୍ନ ପ୍ରକାରର ଫଳ ଭୋଗ ଲଗାଯାଇଥାଏ।ଏହି ପର୍ବ ଯୋଡା ସହର ସମେତ ଜୁରୁଡି, ବାମେବାରୀ ଅଞ୍ଚଳରେ ପାଳନ କରୁଥିବା ଦେଖିବାକୁ ମିଳିଛି । ନଦୀ କୂଳରେ ବିଭିନ୍ନ ତୋରଣ ଓ ଆଲୋକ ମାଳାରେ ସାଜସଜ୍ଜା କରି ଶ୍ରଦ୍ଧାଳୁମାନେ ଏହି ପର୍ବ ମହାଆଡମ୍ବରରେ ପାଳନ କରିଥିବା ଜୁରୁଡି ଅଞ୍ଚଳର ଶିବନାରାୟଣ ପ୍ରସାଦ, ମଞ୍ଜିତ ଗୁପ୍ତା, ନନ୍ଦଲାଲ ଗୁପ୍ତା ଓ ଯୋଡା ଅଞ୍ଚଳର ଜିତୁ ଜୟସ୍ବାଲ, ମାନସ ଠାକୁର, ଚନ୍ଦନ ଗୁପ୍ତା, ପିଣ୍ଟୁ ସିଂ ପ୍ରମୁଖ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପଜିଟିଭ୍‌ ଆସିବା ପରେ ଖଇରା ବ୍ଲକର ୨ ଗ୍ରାମ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ଖଇରା,୩୦।୪(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ଅନ୍ତରା ପଞ୍ଚାୟତର କନ୍ଦଡା ଗ୍ରାମର ଜଣେ କଲିକତା ଫେରନ୍ତାଙ୍କ ସ୍ବାବ ପଜିଟିଭ୍‌ ଜଣାପଡଛି। ଏହା ପରେ ବାଲେଶ୍ବର ଉପଜିଲାପାଳ...

ବୈତରଣୀ ଜଳ ଶୋଷିବ ଶିଳ୍ପ

ଯାଜପୁର ଅଫିସ,୨୫ା୧: କେନ୍ଦୁଝର, ଯାଜପୁର ଓ ଭଦ୍ରକ ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀଜଳ ଉପରେ ପୁଣି ଏକ ଶିଳ୍ପ କମ୍ପାନୀ ନିର୍ଭରଶୀଳ ହେବ। ଇଡ୍‌କୋର...

ମା’ଙ୍କ ଲାଗି ବ୍ରହ୍ମପୁର ଉତ୍ସବମୁଖର

ବ୍ରହ୍ମପୁର ଅଫିସ,୨୬।୯: ବ୍ରହ୍ମପୁର ସହରରେ ଆରମ୍ଭ ହୋଇଛି ନବରାତ୍ର ପୂଜା। ଶାରଦୀୟ ବିଜୟ ଦଶମୀ ପୂର୍ବରୁ ନବରାତ୍ର ଆରମ୍ଭରେ ସୋମବାରଠାରୁ ଧରାପୃଷ୍ଠରେ ମା’ଙ୍କ ଅବତରଣ ହୋଇଛି।...

ମଙ୍ଗଳବାରଠୁ ଖୋଲିବ ଘଟଗାଁ ତାରିଣୀ ମନ୍ଦିର

କେନ୍ଦୁଝର/ଘଟଗାଁ,୯ା୮(ସ୍ବ.ପ୍ର./ଡି.ଏନ୍‌.ଏ.): ମଙ୍ଗଳବାରଠାରୁ କୋଭିଡ୍‌ କଟକଣାରେ ଖୋଲିବ କେନ୍ଦୁଝର ଜିଲାର ପ୍ରସିଦ୍ଧ ଘଟଗାଁ ତାରିଣୀ ମନ୍ଦିର। ଏନେଇ ଜିଲା ପ୍ରଶାସନ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଛି। ଶ୍ରଦ୍ଧାଳୁମାନେ...

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରକ୍ରିୟା ପୁଣି ଆରମ୍ଭ

ପୁରୀ ଅଫିସ,୮।୮: କରୋନା କଟକଣା ଯୋଗୁ ବନ୍ଦ ରହିଥିବା ଶ୍ରୀମନ୍ଦିର ଐତିହ କରିଡ଼ର କାର୍ଯ୍ୟ ଶନିବାର ପୁଣି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚତୁଃପାର୍ଶ୍ୱ...

ଭିତରକନିକାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି

ରାଜନଗର,୭।୧(ଡି.ଏନ.ଏ): ପ୍ରକୃତିର ଗନ୍ତାଘର ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚଳିତବର୍ଷ ୧ ଲକ୍ଷ ୧୮,୩୨୬ଟି ପକ୍ଷୀ ଆସିଥିବାବେଳେ ଗତବର୍ଷ...

ତାତିଲେ ମହିଳା, ଭାଙ୍ଗିଲେ ମଦ ଦୋକାନ

ସଜନାଗଡ଼,୧।୮ (ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ମିତ୍ରପୁର କାଠପାଳ ଅଞ୍ଚଳରେ ଚୋରା ମଦ କାରବାର ବିରୋଧରେ ମହିଳାମାନଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି। ଚୋରାମଦ...

ରେକର୍ଡ ଭାଙ୍ଗିଲା ପୁରୀ, ଭୁବନେଶ୍ୱର

ଭୁବନେଶ୍ୱର,୧୩।୯(ବ୍ୟୁରୋ):ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି। ବର୍ଷା ପୁରୀରେ ୮୭ ବର୍ଷର ରେକର୍ଡ ଭାଙ୍ଗି ଥିବା ବେଳେ ଭୁବନେଶ୍ୱରରେ ୬୩ ବର୍ଷର...

Advertisement
Archives

Model This Week