ଯୋଡ଼ାମୁଣ୍ଡ ଶିଶୁ ଅଲଗା ହେଲେ

ଢାକା: ହଙ୍ଗେରୀର ଏକ ଚିକିତ୍ସକ ଦଳ ସଫଳତାର ସହିତ ବାଂଲାଦେଶର ମୁଣ୍ଡଯୋଡା ଯମଜ ଶିଶୁଙ୍କୁ ଅଲଗା କରିବାରେ ସଫଳ ହୋଇଛନ୍ତି। ଏଥିପାଇଁ ଉକ୍ତ ଡାକ୍ତରୀ ଟିମ୍‌କୁ ୩୩ଘଣ୍ଟାର ପରିଶ୍ରମ କରିବାକୁ ପଡିଥିଲା। ଉଭୟ ଶିଶୁଙ୍କ ଖପୁରି ଯୋଡି ହୋଇ ରହିଥିଲା। ସ୍ଥାନୀୟ ମିଲିଟାରି ହସ୍ପିଟାଲ୍‌ରେ ଏପରି ଏକ ବିରଳ ଅସ୍ତ୍ରୋପଚାର ସଫଳ ହେବା ପରେ ଶିଶୁଦ୍ୱୟଙ୍କ ମାତାପିତା ଆନନ୍ଦ ପ୍ରକାଶ କରିଛନ୍ତି।
ବାଂଲାଦେଶ ସାମରିକ ବିଭାଗ ଇଣ୍ଟର-ସର୍ଭିସ ପବ୍ଲିକ୍‌ ରିଲେଶନ୍ସର ସହକାରୀ ନିର୍ଦ୍ଦେଶକ ମହମ୍ମଦ ନୁର ଇସଲାମ୍‌ ଖବରଦାତାଙ୍କୁ କହିଛନ୍ତି, ଗୁରୁବାର ଅସ୍ତ୍ରୋପଚାର କରାଯିବା ପରେ ବର୍ତ୍ତମାନ ଶିଶୁଦୁହିଁଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି।
ବୁଦାପେଷ୍ଟ ଭିତ୍ତିକ ମେଡିକାଲ ଏଡ୍‌ ଚାରିଟି ଆକ୍ସନ ଫର ଡିଫେନ୍ସଲେସ୍‌ ପିପୁଲ ଫାଉଣ୍ଡେଶନ୍‌(ଏଡିପିଏଫ୍‌)ର ଚିକିତ୍ସକ ଏବଂ ସ୍ଥାନୀୟ ଡାକ୍ତରମାନେ ଦୀର୍ଘ ୩୩ଘଣ୍ଟା ପରିଶ୍ରମ କରି ଯୋଡାଶିଶୁଙ୍କୁ ପୃଥକ୍‌ କରିବାରେ ସଫଳ ହୋଇଛନ୍ତି। ରବେୟା ଏବଂ ରୁକିୟା ନାମକ ଏହି ଦୁଇ ଶିଶୁଙ୍କ ବୟସ ଜୁଲାଇରେ ୩ବର୍ଷ ପୂରଣ ହୋଇଛି। ସେମାନଙ୍କ ପିତା ରଫିକୁଲ ଇସଲାମ୍‌ କହିଛନ୍ତି, ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ରହିଥିବା ଡାକ୍ତରଙ୍କଠାରୁ ସୂଚନା ମିଳିଛି।
ଜନ୍ମର ୫ଦିନ ପରେ ଯୋଡ଼ାମୁଣ୍ଡ ଶିଶୁଙ୍କୁ ଢାକାର ବଙ୍ଗବନ୍ଧୁ ଶେଖ୍‌ ମୁଜିବ ମେଡିକାଲ ୟୁନିଭର୍ସିଟିକୁ ଚିକିତ୍ସା ପାଇଁ ନିଆଯାଇଥିଲା। କିନ୍ତୁ ଜଟିଳତା ଦୃଷ୍ଟିରୁ ଡାକ୍ତରମାନେ ସେତେବେଳେ ଅସ୍ତ୍ରୋପଚାର କରି ନ ଥିଲେ। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ଶିଶୁଙ୍କର ଏହି ଅବସ୍ଥା ଜାଣିବା ପରେ ଆବଶ୍ୟକୀୟ ଚିକିତ୍ସା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜାନୁୟାରୀ ୪ରେ ବାଂଲାଦେଶ ସ୍ବାସ୍ଥ୍ୟମନ୍ତ୍ରୀ ମହମ୍ମଦ ନସିମ ଯୋଡାମୁଣ୍ଡ ଶିଶୁଙ୍କ ମାତାପିତାଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥତ୍କ ସହାୟତା ପ୍ରଦାନ କରିବା ପରେ ସେମାନେ ଶିଶୁଙ୍କୁ ନେଇ ହଙ୍ଗେରି ଯାତ୍ରା କରିଥିଲେ। ଯୋଡା ଶିଶୁଙ୍କୁ ଚଳିତବର୍ଷ ଜାନୁୟାରୀଠାରୁ ୭ମାସ ପର୍ଯ୍ୟନ୍ତ ହଙ୍ଗେରୀ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା। ଜୁଲାଇ ୨୨ରେ ଦୁହିଁଙ୍କୁ ଢାକା ଅଣାଯାଇଥିଲା। ସାଙ୍ଗରେ ଥିଲେ ପାଖାପାଖି ୩୦ଜଣିଆ ଡାକ୍ତର ଟିମ୍‌। ସେମାନେ ଅପରେଶନ୍‌ କାର୍ଯ୍ୟ ସଫଳତାର ସହିତ ସମ୍ପାଦନ କରିଥିବାରୁ ରଫିକୁଲ ସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ‘ଆମେ ଡାକ୍ତର ଟିମ୍‌ ଏବଂ ସାହାଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ବାସ୍ତବରେ କୃତଜ୍ଞ। ଆମେ ଆଜି ପୁନର୍ଜୀବନ ଲାଭକରିବା ଭଳି ଅନୁଭବ କରୁଛୁ।’
୨୦୧୬ ଜୁଲାଇ ୧୬ରେ ପାବ୍‌ନା ଜିଲାର ଏକ ଚିକିତ୍ସାଳୟରେ ସିଜରିଆନ୍‌ ଅପରେଶନ୍‌ ଦ୍ୱାରା ଯୋଡା ଶିଶୁଙ୍କୁ ପ୍ରସବ କରାଯାଇଥିଲା। ଶିକ୍ଷକ ଦମ୍ପତି ରଫିକୁଲ ଏବଂ ତସ୍‌ଲିମା ଖାତୁନ ଯୋଡାଶିଶୁଙ୍କୁ ଅଲଗା କରାଯାଇଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ କଂଗ୍ରେସ ନେତା, ଭାଜପା କହିଲା…

ନୂଆଦିଲ୍ଲୀ,୧।୧: ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ ଏକ ବୟାନ ଦେଇ ରାଜନୈତିକ ହଇଚଇ ସୃଷ୍ଟି କରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ...

ଚାଇନାରେ ‘ଗୋଟିଏ ସନ୍ତାନ ନୀତି’କୁ ପୂରଣ ହେଲା ୧୦ ବର୍ଷ, ବଢିଲା ନାହିଁ ଜନ୍ମହାର, ଏବେ ଭୟ…

ବେଜିଂ,୧।୧: ଚାଇନା ବର୍ତ୍ତମାନ ଏହାର ଯୁବପିଢ଼ିଙ୍କୁ ଯଥାସମ୍ଭବ ଅଧିକ ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରୁଛି ଯାହା ଦ୍ୱାରା ଦେଶର ଜନସଂଖ୍ୟା ଉପରେ ବିଶେଷ ପ୍ରଭାବ...

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…

ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...

ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କଲା ହାତୀ: ଆଉ ତା’ପରେ…

ଅନୁଗୋଳ,୧/୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବଡ଼କେରା ପଞ୍ଚାୟତ ଗୁରୁଙ୍ଗ ଖଇରା ସାହି ନିକଟ ଆଡଗଣ୍ଡି ନାଳ ପୋଲ ପାଖରେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ...

ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…

ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍‌...

ସ୍ତ୍ରୀଙ୍କ ଅନୁମତି ବିନା ମଦ୍ୟପାନ କଲେ ସ୍ବାମୀଙ୍କୁ ହେବ ଜେଲ୍‌! ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ଆସିବା ସହିତ, ଦେଶ ଏବଂ ବିଶ୍ୱରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ପାର୍ଟି ଏବଂ ଉତ୍ସବରେ ମଦ୍ୟପାନ କରିବା ସାଧାରଣ କଥା।...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri