‘ଯୋଗ୍ୟ ହିତଧିକାରୀଙ୍କୁ ରାଶନ କାର୍ଡ ମିଳୁନି’

ସଜନାଗଡ଼,୧୬।୪(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ ରାଶନକାର୍ଡ଼ ସମ୍ବନ୍ଧୀୟ ଏକ ଦାବିପତ୍ର ନୀଳଗିରିର ଉପଜିଲାପାଳ ହରିଶ୍ଚନ୍ଦ୍ର ଜେନାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ଘଟଣାରୁ ପ୍ରକାଶ, ନୀଳଗିରି ବ୍ଲକ ଏକ ଆଦିବାସୀ ବହୁଳ ଅଞ୍ଚଳ। ଆଜିବି ନୀଳଗିରିର  ବହୁ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। କିନ୍ତୁ ସେମାନେ କୌଣସି ସୁବିଧା ପାଇପାରୁ ନାହାନ୍ତି। ବର୍ତ୍ତମାନ ବିଶ୍ୱବ୍ୟାପୀ ମହାମାରୀ କରୋନା ଭୂତାଣୁ ଏକ ଚିନ୍ତାଜନକ ବିଷୟ ସୃଷ୍ଟି କରିଥିବାବେଳେ ସାମୂହିକ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ନୀଳଗିରି ନିର୍ବାଚନମଣ୍ଡଳୀର ଗରିବ ପରିବାରକୁ ସହଯୋଗ ପାଇଁ ଷଡ଼ଙ୍ଗୀ ଉକ୍ତ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବିପତ୍ରରେ ସେ ରାଶନ କାର୍ଡ଼ଧାରୀଙ୍କୁ ୩ ମାସର ଆଗୁଆ ରାଶନ ସାମଗ୍ରୀ ସହ ନୂତନ ରାଶନ କାର୍ଡ଼ଧାରୀ ଚୟନ, ଉଜ୍ଜ୍ୱଳା ଗ୍ୟାସ୍‌ ଏବଂ କନ୍‌ଷ୍ଟ୍ରକ୍‌ସନ୍‌ର କର୍ମଚାରୀମାନଙ୍କୁ ସାହାଯ୍ୟ ପାଇଁ ସପ୍ତାହେ ମଧ୍ୟରେ ପଦକ୍ଷେପ ନେବାକୁ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ଥାୟୀ ପୋଲ ନିର୍ମାଣ ପରେ ସ୍ବାଭାବିକ ହେଲା ଜୁନାଗଡ଼-ଧର୍ମଗଡ଼ ରାଜପଥ

ଭବାନୀପାଟଣା,୨୬।୭(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଣ୍ଡାକୁଟ୍ରା ନିକଟ ହାଲେର ଯୋରରେ ବନ୍ୟା ପାଣି ଆସି ଗତ ୨୩ ତାରିଖରେ ଆପ୍ରୋଚ୍‌ ପୋଲ ଧୋଇ ହୋଇଯାଇଥିଲା।...

କ୍ୟାମେରା ସ୍କାନରରେ ରହିବ ଅନୁଗୋଳ

ଅନୁଗୋଳ ଅଫିସ, ୨୯ା୯: ଏଣିକି ସହରରେ ଆଉ ଅଳିଆ ପଡ଼ିବ ନାହିଁ କି ଟ୍ରାଫିକ୍‌ ସମସ୍ୟାରେ ଲୋକମାନେ ଦହଗଞ୍ଜ ହେବେ ନାହିଁ। ସେହିଭଳି ଅପରାଧୀମାନେ ମଧ୍ୟ...

ସରପଞ୍ଚ ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ

ଛେଣ୍ଡିପଦା,୯ା୨(ସ୍ବ.ପ୍ର.):ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ମନୋଜ କୁମାର ସେଠୀଙ୍କୁ ଅପହରଣ କରାଯାଇଥିବା ନେଇ ମଙ୍ଗଳବାର ରାତି ୯ଟାରେ ତାଙ୍କ ପରିବାର...

ଦେଢ଼ଲକ୍ଷ ଟଙ୍କା, ସାଢ଼େ ୩ ଭରି ଗହଣା ନେଇଗଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୯ା୩: ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ଅଧୀନ ହିଲପାଟଣା ଗୋପବନ୍ଧୁନଗରରେ ଏକ ତାଲାବନ୍ଦ ଘରେ ଚୋର କଳାକନା ବୁଲାଇଛନ୍ତି। ଘର ମାଲିକ କୋରାମଣି ପାଣିଗ୍ରାହୀଙ୍କ...

କରୋନାରେ ଆଖିବୁଜିଲେ ଅଙ୍ଗନଓ୍ବାଡି କର୍ମୀ, ଶୋକ ପ୍ରକାଶ କଲେ ବାଚସ୍ପତି

ଦିଗପହଣ୍ଡି,୧୦ା୧୦(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ଅଙ୍ଗନଓ୍ବାଡ଼ି କର୍ମୀ ପି. ମାଙ୍ଗାମା ପାତ୍ର କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।...

ସବ୍‌ରେଜିଷ୍ଟ୍ରି ଅଫିସରେ ତାଲା ପକାଇଲା ଓକିଲ ସଂଘ

ଲୋଇସିଂହା,୧୭।୮(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ତହସିଲର ସବରେଜିଷ୍ଟ୍ରି ଅଫିସର କିରାଣି ମେନାରାମ ବିଶିଙ୍କୁ ଲୋଇସିଂହା ତହସିଲକୁ ବଦଳି କରାଯାଇଥିଲା । ଶୁକ୍ରବାର ସେ ଲୋଇସିଂହା ତହସିଲରେ...

ଘରେ ଶୋଇଥିବାବେଳେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ ରାତିରେ କଳକନା ବୁଲାଇଛନ୍ତି ଦୁର୍ବୃତ୍ତ ।...

ଏନ୍‌ଏଚ୍‌ରେ ଟୋଲ୍‌ ଶୋଷଣ

ଯାଜପୁର ଅଫିସ,୧୦ା୫:ଏନ୍‌ଏଚ୍‌ଏଆଇ(ନ୍ୟାଶନାଲ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ)ରେ ଟୋଲ୍‌ ଶୋଷଣ ସୀମା ଲଂଘିଛି। ୫୦ କିମି ଦୂରତା ମଧ୍ୟରେ ଥିବା ୩ ଟୋଲ୍‌ ପ୍ଲାଜାରେ ଏଭଳି...

Advertisement
Archives

Model This Week