Posted inଜାତୀୟ

ଯୋଗୀଙ୍କ ଘୋଷଣା, ଫାଷ୍ଟ ଟ୍ରାକ୍‌ରେ ହେବ ଉନ୍ନାଓ ମାମଲାର ଶୁଣାଣି: ଅନ୍ୟପଟେ ଏହି ଘଟଣାକୁ ଟୁଇଟ କଲେ ମାୟାବତୀ

ଲକ୍ଷ୍ନୌ,୭।୧୨: ଉତ୍ତରପ୍ରଦେଶ ଉନ୍ନାଓରେ ଜୀବନ୍ତ ଜଳାଇଦେଇଥିବା ବଳାତ୍କାର ପୀଡ଼ିତାଙ୍କ ଦିଲ୍ଲୀ ସଫ୍‌ଦରଜଙ୍ଗ ହସ୍ପିଟାଲରେ ଶୁକ୍ରବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ପୀଡ଼ିତାଙ୍କ ମୃତ୍ୟୁରେ ସାରା ଦେଶ ମର୍ମାହତ ହୋଇପଡ଼ିଛି। ଇତିମଧ୍ୟରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଥିବା ବେଳେ ପୀଡ଼ିତାଙ୍କୁ ନ୍ୟାୟ ପାଇଁ ଦାବି କରାଯାଇଛି। ଏହି ମାମଲାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଯାଇ ଏହି ମାମଲାର ଶୁଣାଣି ଫାଷ୍ଟ ଟ୍ରାକ୍‌ କୋର୍ଟରେ କରାଯିବ ବୋଲି ସେ କହିଛନ୍ତି। ଅପରପକ୍ଷରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସ୍‌ପି ସୁପ୍ରିମୋ ମାୟାବତି ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସେ ଟୁଇଟ କରି କହିଛନ୍ତି, ପୀଡ଼ିତାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। ପୀଡ଼ିତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ଏଭଳି ସ୍ଥିତିରେ ବିଏସ୍‌ପି ତାଙ୍କ ସହ ରହିଛି ବୋଲି ସେ କହିଛନ୍ତି। ଏଥିସହ ଉକ୍ତ ପରିବାରଙ୍କୁ ନ୍ୟାୟ ଦେବା ପାଇଁ ରାଜ୍ୟ ସରକାର ନିର୍ଦ୍ଧାରିତ ସମୟରେ ବା ତୁରନ୍ତ ଅଭିଯୁକ୍ତଙ୍କ ପାଇଁ ଫାଶି ଆଇନ ଆଣନ୍ତୁ। ଯାହାଫଳରେ ଅଭିଯୁକ୍ତଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେବ ବୋଲି ମାୟାବତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଜରିଓ୍ବାଲଙ୍କ ଫ୍ରି ଓ୍ବାଇଫାଇ ଯୋଜନା: ମାସକୁ ମିଳିବ ମାଗଣା ୧୫ ଜିବି ଡାଟା

ନୂଆଦିଲ୍ଲୀ,୪।୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ହାତମୁଠାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଟାଣ କରିବାର ପ୍ରୟାସ କରିଛନ୍ତି। ସେ ବୁଧବାର ଫ୍ରି...

ରାଜ୍ୟପାଳଙ୍କୁ ବିମାନ ଦେଲେନି ଉଦ୍ଧବ ସରକାର

ମୁମ୍ବାଇ, ୧୨ା୨: ମହାରାଷ୍ଟ୍ର ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ପୁଣି ସୃଷ୍ଟି ହୋଇଛି ବିବାଦ। ଗୁରୁବାର ସକାଳେ ଉତ୍ତରାଖଣ୍ଡ ଯିବାକୁ ବାହାରିଥିବା ରାଜ୍ୟପାଳ ଭଗତ ସିଂ...

ସେଓ ଭର୍ତ୍ତି ଟ୍ରକ୍‌ରେ ନିଆଁ ଲଗାଇଲେ ଆତଙ୍କବାଦୀ

ଶ୍ରୀନଗର,୧୮।୧୦: ଜମ୍ମୁ-କଶ୍ମୀର ସୋପୋରେ ଶୁକ୍ରବାର ସକାଳେ ପୁଣି କିଛି ଆତଙ୍କବାଦୀ ସେଓ ବ୍ୟବସାୟୀଙ୍କ ଉପରକୁ ଆକ୍ରମଣ କରିଛନ୍ତି। ସେଓ ଭର୍ତ୍ତି ଥିବା ଏକ ଟ୍ରକ୍‌ରେ ସେମାନେ...

କଂଗ୍ରେସ ନିକଟରେ ନା ଅଛି ନେତା ନା ନୀତି ନା କୌଣସି ଉଦ୍ଦେଶ୍ୟ: ଭାଜପା

ନୂଆଦିଲ୍ଲୀ,୯।୧୦: କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ ଦଳର ବିଜୟକୁ ନେଇ ଯେଉଁ ବୟାନ ଦେଲେ ଏବେ ତାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଟୁଇଟ୍‌...

ବ୍ରିଫ୍‌କେସ୍‌ ବଦଳରେ ବହିଖାତା

ନୂଆଦିଲ୍ଲୀ,୬ା୭(ପି.ଟି.): ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ପରମ୍ପରା ଭଙ୍ଗକରି ବ୍ରିଫ୍‌କେସ୍‌ ବଦଳରେ ଗୃହକୁ ଏକ ଲାଲ୍‌ ରଙ୍ଗର ସିଲ୍କ ବ୍ୟାଗ୍‌ରେ ବଜେଟ ଦସ୍ତାବିଜ୍‌...

୭ମ ଶ୍ରେଣୀ ଛାତ୍ରୀ ଆରୋହଣ କଲେ ୬୯୬୨ ମିଟର ଉଚ୍ଚା ଗିରିଶୃଙ୍ଗ

ମୁମ୍ବାଇ/ଓ୍ବାଶିଂଟନ, ୯।୨: ଜଣେ ୭ ଶ୍ରେଣୀ ଛାତ୍ରୀ ଦକ୍ଷିଣ ଆମେରିକାର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ୍‌ ଆକୋନ୍‌କାଗୁଆ ଆରୋହଣ କରିଛନ୍ତି। ମୁମ୍ବାଇର ନୌସେନା ସ୍କୁଲରେ ପଢୁଥିବା ଛାତ୍ରୀ...

୨୪ ସପ୍ତାହରେ ବି ଗର୍ଭପାତ କରିପାରିବେ ମହିଳା: କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ,୨୯।୧: ଏଣିକି ମହିଳାମାନେ ୨୪ ସପ୍ତାହରେ ମଧ୍ୟ ଗର୍ଭପାତ କରିପାରିବେ। ଏସମ୍ପର୍କିତ ଏକ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିଛି। ୧୯୭୧ ମେଡିକାଲ...

ପ୍ରତ୍ୟେକ ନାଗରିକଙ୍କ ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି, ସରକାର ନେଉଛନ୍ତି ଏପରି ପଦକ୍ଷେପ ଜାଣନ୍ତୁ

ନୂଆଦିଲ୍ଲୀ,୨୮ା୯: ବର୍ତ୍ତମାନ ଦେଶର ପ୍ରତ୍ୟେକ ନାଗରିକ ମହାମାରୀ କରୋନା ଭୂତାଣୁ ସଂକ୍ରମଣରୁ କିପରି ରକ୍ଷା ପାଇବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି। ତେବେ ଦେଶର ପ୍ରତ୍ୟେକ...

Advertisement


Archives

Model This Week

Why Dharitri