Posted inଫୁରସତ

ଯେଉଁ ମନ୍ଦିରରେ ପୂଜା ପାଏ କୁକୁର

ଉତ୍ତର ପ୍ରଦେଶ ବୁନ୍ଦେଲଖଣ୍ଡର ଝାନ୍ସୀ ରାଜପଥରେ ରଓ୍ବେନ ଓ କକଓ୍ବାରା ଗାଁ ମଝିରେ କୁକୁର ମହାରାଣୀଙ୍କର ଏକ ମନ୍ଦିର ରହିଛି। ଯେଉଁଠି କଳା ମାଈ କୁକୁରର ମୂର୍ତ୍ତିକୁ ପୂଜା କରାଯାଉଛି। ପ୍ରତିଦିନ ଲୋକେ ପରିବାରର ମଙ୍ଗଳକାମନା କରି ଏଠାରେ ପୂଜା କରିବା ସହ ମହିଳାମାନେ ଜଳଲାଗି କରିଥାଆନ୍ତି। ବିଶ୍ୱାସ ହେଉ ବା ଅନ୍ଧ ବିଶ୍ୱାସ ଲୋକଙ୍କର ଏଠାରେ ଅନେକ ଥର ମନସ୍କାମନା ପୂରଣ ହୋଇଥାଏ ବୋଲି କୁହନ୍ତି। ରାସ୍ତା କଡରେ ଏକ ଚଉତରା ନିର୍ମାଣ କରାଯାଇ ସେଥିରେ ତାର ଜାଲି ଭିତରେ କଳା ମାଈ କୁକୁରର ମୂର୍ତ୍ତିଟିକୁ ପୂଜା କରାଯାଉଛି। କାଳେ ମୂର୍ତ୍ତିର କିଛି କ୍ଷତି ହେବ ସେଥିପାଇଁ ଏହାକୁ ତାର ଜାଲି ଘେରାଇ ଦିଆଯାଇଛି। ଲୋକ କଥା ଅନୁଯାୟୀ, ରଓ୍ବେନ ଓ କକଓ୍ବାରା ଗାଁରେ କୌଣସି ଭୋଜି ହେଲେ ଏକ ସ୍ବତନ୍ତ୍ର ବାଜା ବଜାଯାଇ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥାଏ। ଆଉ ଏହି ବାଜାର ଶବ୍ଦ ଶୁଣି କୁକୁରମାନେ ମଧ୍ୟ ସେଠାରେ ପହଞ୍ଚିଥାନ୍ତି। ହେଲେ ଅତିତରେ ଦିନେ ଉଭୟ ଗାଁରେ ଭୋଜି ଥିବା ବେଳେ ଗୋଟିଏ କଳା କୁକୁର ଅସୁସ୍ଥତା କାରଣରୁ ବିଳମ୍ବରେ ପ୍ରଥମେ କକଓ୍ବାରା ଗାଁରେ ପହଞ୍ଚିଲା ବେଳକୁ ସେଠାରେ ଭୋଜି ସରି ଯାଇଥିଲା। ସେହିପରି ପୁଣିଥରେ ସେହିଦିନ ରଓ୍ବେନ ଗାଁରେ ମଧ୍ୟ କୁକୁରଟି ପହଞ୍ଚିବା ବେଳକୁ ଭୋଜି ସରି ଯାଇଥିଲା। ଶେଷରେ କୁକୁରଟି ନିରାଶ ହୋଇ ରାସ୍ତା କଡରେ ଏକ ନିଛାଟିଆ ସ୍ଥାନରେ ଶୋଇ ପଡିଥିଲା। ହେଲେ ପରଦିନ ତା’ର ମୃତ୍ୟୁ ହୋଇଥିବା ଗାଁ ଲୋକେ ଦେଖିଥିଲେ। ପରେ ଲୋକେ ସେହିଠାରେ ହିଁ କୁକୁରଟିକୁ ପୋତିଦେଇ ଏକ ମନ୍ଦିର ତିଆରି କରି ଦେଇଥିଲେ। ଯେଉଁଠି କଳା ମାଈ କୁକୁରର ଏକ ମୂର୍ତ୍ତି ମଧ୍ୟ କରାଯାଇଥିଲା। ହେଲେ ପରବର୍ତ୍ତି ଅବସ୍ଥାରେ ଲୋକେ ତାକୁ ଠାକୁରାଣୀ ଭାବି ପୂଜା କରି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖାଇବା ପରିବର୍ତ୍ତେ ଛତୁ ରସର ଇଞ୍ଜେକ୍‌ସନ ନେଲେ ଯୁବକ, ପରେ ଯାହା ଘଟିଲା…

ଜଣେ ୩୦ ବର୍ଷୀୟ ଯୁବକ ଛତୁରୁ ରସ ବାହାର କରି ମଜାରେ ନିଜ ଶରୀରରେ ଇଞ୍ଜେକ୍‌ସନ ଦେଇଦେଲେ। ଏହା କିଛି ସମୟରେ ତାଙ୍କ ଶରୀରରେ ଛତୁଗଛ...

ଚନ୍ଦ୍ର ଅବତରଣର ଅରିଜିନାଲ ଭିଡିିଓ ବିକ୍ରି ହେଲା

ନ୍ୟୁୟର୍କ, ୨୧।୭ :୨୦ ଜୁଲାଇ, ୧୯୬୯ରେ ପ୍ରଥମେ ମଣିଷ ଚନ୍ଦ୍ରରେ ପାଦ ରଖିଥିଲା। ସେହିି ସମୟର ପ୍ରତ୍ୟେକ ମୁହୂର୍ତ୍ତକୁ ରେକର୍ଡିିଂ କରାଯାଇଥିବା ଭିଡିଓକୁ ନାସା ପକ୍ଷରୁ...

୧୪ ଫୁଟ ଉଚ୍ଚରେ କିକ୍‌ କଲେ ତାଏକୋଣ୍ଡୋ ଖେଳାଳି: ଭିଡ଼ିଓ ଭାଇରାଲ

ସିଓଲ,୧।୨: ଦକ୍ଷିଣ କୋରିଆର ଜଣେ ତାଏକୋଣ୍ଡୋ ଖେଳାଳି ୧୪ ଫୁଟ ଉଚ୍ଚରେ ଡେଇଁ କିକ୍‌ କରିଛନ୍ତି। ଏହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ...

ମାଛ ବିବିଧା: କିଛି ବିରଳ ଆଉ ଦୁର୍ମୂଲ୍ୟ ମାଛ

ଜଳଭାଗ ହେଉ କି ସ୍ଥଳଭାଗ – ସବୁଠି ରହିଛି ବିବିଧ ସମ୍ପଦର ଗନ୍ତାଘର। ଯେତେବେଳେ ଜଳଭାଗ କଥା ଉଠେ, ସେତେବେଳେ ବହୁବିଧ ଜଳଜୀବଙ୍କ ଦୃଶ୍ୟ ଆଖି...

ବଦଳୁଛି ଭୂଭାଗ, ବଢୁଛି ମରୁଭୂମି

ପରିବେଶ ସମ୍ପର୍କିତ ଆଲୋଚନାବେଳେ ସର୍ବଦା ଚର୍ଚ୍ଚାର ପରିସର ଭିତରେ ରହିଥାଏ ବିଶ୍ୱତାପନ, ବାୟୁ ପ୍ରଦୂଷଣ। ଏହାକୁ ବାଦ୍‌ ଦେଲେ ହିମବାହ ତରଳିବା, ମହାସାଗର ଜଳସ୍ତର ବଢ଼ିବା...

‘ମୋଦି’ ମେଣ୍ଢାକୁ ୭୦ ଲକ୍ଷରେ କିଣିବାକୁ ଲୋକେ ରାଜି, ମାଲିକ ଦେଢ଼ କୋଟି ପର୍ଯ୍ୟନ୍ତ ବଢ଼ାଇଲେ ଦାମ୍‌

ପୁଣେ,୧୩।୧୨: ମହାରାଷ୍ଟ୍ରର ସାଙ୍ଗଲି ଜିଲାରେ ଭଲ ଗୁଣବତ୍ତା ମାଂସ ପାଇଁ ପ୍ରସିଦ୍ଧ ‘ମାଡାଗୟାଲ’ ପ୍ରଜାତିର ଏକ ମେଣ୍ଢା ୭୦ ଲକ୍ଷ ଟଙ୍କାରେ କିଣିବାକୁ ପ୍ରସ୍ତାବ ଦିଆଯାଇଥିଲା,...

ବିଚାରପତିଙ୍କୁ ଜୋତା ଫିଙ୍ଗିବାରୁ ୧୮ ମାସ ଜେଲ

ଅହମ୍ମଦାବାଦ: ଗୁଜରାଟ ହାଇକୋର୍ଟର ଜଣେ ବିଚାରପତିଙ୍କୁ ଜୋତା ଫିଙ୍ଗିବାରୁ ଜଣେ ବ୍ୟକ୍ତିଙ୍କୁ ଦେଢ଼ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଛି। ରାଜକୋଟ ଜିଲା ଭୟଭଦର ଚା’ ଦୋକାନୀ...

ସର୍ବୋଚ୍ଚ ରୋପ୍‌ ଓ୍ବେରେ ଚାଲି ରେକର୍ଡ

ଜର୍ମାନୀର ସର୍ବୋଚ୍ଚ ପର୍ବତ ଜୁଗ୍‌ସପିଜ୍‌ର ଉଚ୍ଚତା ୯୭୧୮ ଫୁଟ୍‌। ଏଠାରେ ଥିବା ୯୯୫ ମିଟର ଲମ୍ବ ରୋପ୍‌ଓ୍ବେରେ ସୁଇଜରଲାଣ୍ଡର ୪୬ ବର୍ଷୀୟ ଫ୍ରେଡି ନକ୍‌ ସନ୍ତୁଳନ...

Advertisement
Archives

Model This Week