ଯେଉଁ ବ୍ୟାଙ୍କରେ କେବେ ତାଲା ପଡେ ନାହିଁ

ଦେଶର ପ୍ରାୟ ସବୁ ବ୍ୟାଙ୍କରେ ସିକ୍ୟୁରିଟି ବ୍ୟବସ୍ଥାକୁ କଡାକଡି କରାଯାଇଥାଏ। କାରଣ ଏଠି ପ୍ରତିଦିନ କାରବାର ହୋଇଥାଏ ମୋଟା ଅଙ୍କର ଅର୍ଥ। ହେଲେ ମହାରାଷ୍ଟ୍ରର ମହମ୍ମଦନଗର ଜିଲାରେ ଏମିତି ଏକ ବ୍ୟାଙ୍କ ଅଛି ଯେଉଁଠି କେବେ ବି ତାଲା ପଡେ ନାହିଁ। ଏହା ହେଉଛି ୟୁକୋ ବ୍ୟାଙ୍କର ଏକ ଶାଖା। ଏହି ବ୍ୟାଙ୍କଟି ଅହମ୍ମଦନଗରର ଶନି ଶିଙ୍ଗନାପୁରରେ ଅବସ୍ଥିତ। ୨୦୧୧ ପୂର୍ବରୁ ଏଠାରେ କୌଣସି ବ୍ୟାଙ୍କ ତା’ର ଶାଖା ଖୋଲିବାକୁ ଚାହୁଁ ନ ଥିଲେ। କାରଣ ଗ୍ରାମବାସୀଙ୍କ ଅନୁରୋଧ ଥିଲା କି ଏଠାରେ ଖୋଲାଯିବା ବ୍ୟାଙ୍କରେ ତାଲା ପଡିବ ନାହିଁଁ। ଆଉ ଏହି ସର୍ତ୍ତରେ କୌଣସି ବ୍ୟାଙ୍କ ରାଜି ହେଉ ନ ଥିଲେ। ଏହାର କିଛି ଦିନ ପରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ତା’ର ନିୟମରେ କିଛି ପରିବର୍ତ୍ତନ ଆଣିଲା। ୨୦୧୧ରେ ଆର୍‌ବିଆଇ ସେଠାରେ ଏକ ୟୁକୋ ବ୍ୟାଙ୍କର ଶାଖା ଖୋଲିବ ବୋଲି ସ୍ଥିର କଲା। ଆଉ ବ୍ୟାଙ୍କ ଖୋଲିବା ପରେ ପ୍ରଥମେ ପ୍ରଥମେ କର୍ମଚାରୀମାନଙ୍କୁ ଭୟ ଲାଗୁଥିଲା। କାରଣ ବ୍ୟାଙ୍କରେ ବହୁ ପରିମାଣର ଅର୍ଥ ଥିବା ସତ୍ତ୍ୱେ ସେଠାରେ ତାଲା ପଡୁ ନ ଥିଲା। ସେଥିପାଇଁ ରାତିରେ ଓ ଛୁଟି ଦିନରେ କେତେଜଣ କର୍ମଚାରୀ ବ୍ୟାଙ୍କକୁ ଜଗି ରହୁଥିଲେ। ହେଲେ ଏଠାରେ ଚୋରିର କୌଣସି ଲକ୍ଷଣ ଦେଖାଯାଉ ନ ଥିଲା। ଏହାପରେ କେବଳ ବ୍ୟାଙ୍କର ପ୍ରବେଶ ଦ୍ୱାରରେ ଏକ କାଚର କବାଟ ଲଗାଇ ଛାଡି ଦିଆଗଲା। କୌଣସି ଜୀବଜନ୍ତୁ କାଳେ ବ୍ୟାଙ୍କ ଭିତରେ ପଶି ଯିବେ ସେଥିପାଇଁ ଏକ କାଚର କବାଟ ଲଗାଇ ଦିଆଗଲା। ଆଉ ଏହି କାଚ କବାଟ ବ୍ୟତୀତ ଏହି ବ୍ୟାଙ୍କରେ ଆଜି ପର୍ଯ୍ୟନ୍ତ ତାଲା ପଡୁ ନାହିଁ। ଏଠାରେ ଶନି ଦେବତାଙ୍କୁ ପୂଜା କରାଯାଉଥିବାରୁ ଚୋରି କଲେ ଏହାର ପରିଣତି ଭୋଗିବାକୁ ପଡେ ବୋଲି ଲୋକେ ବିଶ୍ୱାସ କରନ୍ତି। ସେଥିପାଇଁ ଏଠାରେ କେହି ଚୋରି କରିବାକୁ ସାହସ କରନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକଙ୍କୁ ଅପହରଣ କରି ନିଜ ଝିଅ ସହ ବିବାହ କରାଇଲେ

ପାଟନା,୧ା୧୨: ନିକଟରେ ଗୌତମ କୁମାର ବିହାର ଲୋକ ସେବା ଆୟୋଗ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ବୁଧବାର ୩-୪ ଜଣ ବ୍ୟକ୍ତି ତାଙ୍କ...

୨୦ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ଇଡି ଅଧିକାରୀ

ଚେନ୍ନାଇ,୧।୧୨: ଲାଞ୍ଚ ନେବାବେଳେ ଧରା ପଡିଛନ୍ତି ଜଣେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର(ଇଡି) ଅଧିକାରୀ। ତାମିଲନାଡୁରେ କଥିତ ରୂପେ ଲାଞ୍ଚ ନେବାବେଳେ ଜଣେ ଇଡି ଅଧିକାରୀ ଧରାପଡିଛନ୍ତି। ତାମିଲନାଡୁର...

ବିଲେଇ କାମୁଡିବାରୁ ଚାଲିଗଲା ଯୁବକଙ୍କ ଜୀବନ, ପରେ ପୁଅ ଚିନ୍ତାରେ ଜୀବନ ହାରିଦେଲେ ବାପା

କାନପୁର,୧।୧୨: ବିଲେଇ ପାଳିବା ପଡିଲା ମହଙ୍ଗା। ବିଲେଇ କାମୁଡିବାରୁ କାନପୁର ଦେହାତର ଜଣେ ଯୁବକଙ୍କର ଜୀବନ ଚାଲିଯାଇଛି। ଅକବରପୁର ଅଶୋକ ନଗରର ଅଜେମ ଘରେ ଗୋଟିଏ...

ବଦଳିଲା ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳର ତାରିଖ, ନୂଆ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୧।୧୨: ଆଉ ଦିନକ ପରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବ। କିଏ ବାଜିମାତ୍‌ କଲା ଆଉ କିଏ ଧରାଶାୟୀ ହେଲା ଜଣାପଡିବ। ନଭେମ୍ବର ୩୦ରେ...

ୟୁସିସି ଲାଗୁ କରିବା ନେଇ କେନ୍ଦ୍ରକୁ ଦେଇ ପାରିବେନି ନିର୍ଦ୍ଦେଶ, ଯାଚିକା ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୧।୧୨: ସମାନ ନାଗରିକ ସଂହିତା ଲାଗୁ କରିବା ନେଇ ଦାଖଲ କରାଯାଇଥିବା ଯାଚିକାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି। ଏହି ମାମଲାର ଶୁଣାଣି କରି କୋର୍ଟ...

୫ ବର୍ଷ ପୂର୍ବେ ହୋଇଯାଇଥିଲେ ଛାଡ଼ପତ୍ର: ହେଲେ ସ୍ବାମୀଙ୍କ ହୋଇଛି ହୃଦଘାତ, ତା’ପରେ…

ଗାଜିଆବାଦ,୧।୧୨: କୁହାଯାଏ ସ୍ବାମୀ-ସ୍ତ୍ରୀ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି। ଦୁଇ ଜଣଙ୍କ ଭିତରେ କେବେକେବେ ବୁଝାମଣା ବାଟବଣା ହେଲେ ବି ସମୟ ଆସିଲେ ପରସ୍ପର...

ମନକଥା କହିଲେ ରାହୁଲ ଗାନ୍ଧୀ, ଲେଖକ ହେବାର ଇଛା ଥିଲା ହେଲେ…

କନ୍ନୁର,୧।୧୨:କଂଗ୍ରେସ ଏମପି ରାହୁଲ ଗାନ୍ଧୀ କେରଳର କନ୍ନୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ମନକଥା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମୁଁ ଲେଖକ ହେବାକୁ...

ବିଲେଇଙ୍କ ମଧ୍ୟରେ  ଫଶି ଯାଇଥିଲେ ପକ୍ଷୀ:  ଆଖି ପିଛୁଳାକେ ବଞ୍ଚାଇଲେ ଜୀବନ, ଭିଡିଓ ଦେଖିଲେ..

ପକ୍ଷୀମାନେ ବିପଦ ଆସିଲେ  ସତର୍କ ହୋଇଯାନ୍ତି। ଏହାକୁ ଅଧିକ ସାହାସର ସହିତ ସାମ୍ନା କରନ୍ତି। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି।  ଯେଉଁଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri