ଯେଉଁଠି ଜନ୍ମ ନିଅନ୍ତି କେବଳ ଯାଆଁଳା ସନ୍ତାନ

ଯାଆଁଳା ପିଲାଙ୍କ କଥା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ହେଲେ କେରଳର ମଲ୍ଲମପୁର ଜିଲା କୋଡିନ୍ନା ଗାଁ ସବୁଠାରୁ ନିଆରା। ଏଠାରେ ଅଧିକାଂଶ ମାଆଙ୍କର ଜମଜ ସନ୍ତାନ ଜନ୍ମ ନେଇଥାଆନ୍ତି। ଏବେ ଏଠାରେ ପ୍ରାୟ ୩୫୦ ଯାଆଁଳା ସନ୍ତାନ ରହିଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ନବଜାତ ଶିଶୁଙ୍କଠାରୁ ଆରମ୍ଭ କରି ୬୫ ବର୍ଷୀୟ ବୃଦ୍ଧ ପର୍ଯ୍ୟନ୍ତ। ଏକ ଗବେଷଣାରୁ ଜଣାଯାଏ ଯେ ପ୍ରତି ୧ ହଜାର ଶିଶୁଙ୍କ ମଧ୍ୟରେ ୪ ଯାଆଁଳା ସନ୍ତାନ ଜନ୍ମ ନିଅନ୍ତି। ହେଲେ କେରଳର କୋଡିନ୍ନା ଗାଁ ଏହାର ଏକ ବ୍ୟତିକ୍ରମ। ଏଠାରେ ପ୍ରତି ୧ ହଜାରରେ ୪୫ ଯାଆଁଳା ସନ୍ତାନ ଜନ୍ମ ନେଉଛନ୍ତି। ତେବେ ଯାଆଁଳା ସନ୍ତାନ ଜନ୍ମ କରିବାରେ ଏହି ଗାଁ ବିଶ୍ୱରେ ଦ୍ୱିତୀୟ। ଏହା ଏକ ମୁସଲମାନ ବହୁଳ ଗାଁ ହୋଇଥିବା ବେଳେ ଏହାର ଜନସଂଖ୍ୟା ପାଖାପାଖି ୨ହଜାର। ତେଣୁ ସ୍କୁଲ, କଲେଜ, ବ୍ୟବସାୟ ସ୍ଥଳ ସବୁଠି ଦେଖିବାକୁ ମିଳେ ଏମିତି କେତେଜଣ ଯାଆଁଳା ବ୍ୟକ୍ତିଙ୍କୁ। ଏକ ରିପୋର୍ଟ ଅନୁଯାୟୀ, ୨୦୦୮ରେ ଏଠାରେ ଜନ୍ମ ନେଇଥିବା ୩ଶହ ପିଲାଙ୍କ ମଧ୍ୟରେ ୧୫ ଯୋଡା ଥିଲେ ଯାଆଁଳା। ଯାହା ଏକ ବର୍ଷରେ ଜନ୍ମ ନେଇଥିବା ଯାଆଁଳା ଶିଶୁଙ୍କ ମଧ୍ୟରେ ସର୍ବାଧିକ ବୋଲି କୁହାଯାଏ। ତେବେ ଗତ କିଛି ବର୍ଷ ହେବ ଏହି ଗାଁରେ ୨ ଯାଆଁଳା ସନ୍ତାନଙ୍କ ବଦଳରେ ଅନେକ ସ୍ଥଳେ ଏକକାଳୀନ ୩ ସନ୍ତାନ ଜନ୍ମ ନେଉଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶ ଦୁବେଙ୍କ ଏନ୍‌କାଉଣ୍ଟର ପରେ ଖୁସି ମନାଇଲେ ଏହି ଗ୍ରାମବାସୀ

କାନପୁର,୧୧।୭: ଉତ୍ତରପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେଙ୍କ ଏନ୍‌କାଉଣ୍ଟର ପରେ କାନପୁର ବିକରୁ ଓ ଆଖପାଖ ଗଁାରେ ଏକ ନୂଆ ସକାଳ ଆରମ୍ଭ ହୋଇଛି। ବିକରୁ...

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ପାଇଲଟ ସୁରକ୍ଷିତ

ଜମ୍ମୁ,୩।୨: ଜମ୍ମୁ-କଶ୍ମୀରରେ ସୋମବାର ସକାଳ ପ୍ରାୟ ୧୧ଟା ୧୫ରେ ସେନାର ଏକ ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ୨ ପାଇଲଟ ସୁରକ୍ଷିତ ବାହାରି...

ଟ୍ରମ୍ପଙ୍କ ସହ ଫୋନ୍‌ରେ କଥାହେଲେ ମୋଦି: ଭାରତ ବିରୋଧୀ ହିଂସା ଅଶାନ୍ତି ବଢ଼ାଉଛି

ନୂଆଦିଲ୍ଲୀ,୨୦ା୮(ପି.ଟି.): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସୋମବାର ଅଧଘଣ୍ଟା ଧରି ଟେଲିଫୋନରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା...

କରୋନ ସରକାରୀ ସହାୟତା ପାଇବ କିଏ: ମହାଜନଙ୍କ ପାଖରେ ବନ୍ଧକ ପଡ଼ିଛି ଗରିବଙ୍କ ରାଶନ କାର୍ଡ

କୋଲକତା,୨୦।୪: କରୋନା ସଂକ୍ରମଣକୁ ଦୂରେଇବା ପାଇଁ ଭାରତ ସରକାର ଦେଶବ୍ୟାପୀ ଲକ୍‌ ଡାଉନ୍‌ ଜାରି କରିଛନ୍ତି। ତେବେ ଗରିବ, ଦିନ ମଜୁରିଆ, ବିପିଏଲ୍‌. ଶ୍ରମିକ ଆଦିଙ୍କ...

ପିଏମ୍‌ କେୟାର୍ସ ଫଣ୍ଡକୁ ୫୦୦କୋଟି ଦାନ କଲା ରିଲାଏନ୍ସ

ନୂଆଦିଲ୍ଲୀ,୩୧।୩: କରୋନା ସହ ମୁକାବିଲା ପାଇଁ ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରି ମଙ୍ଗଳବାର ପିଏମ୍‌ କେୟାର୍ସ ଫଣ୍ଡକୁ ୫୦୦କୋଟି ଟଙ୍କା...

ବଡ଼ ବିଦ୍ୟୁତ୍‌ ବିଭ୍ରାଟ୍‌ ‘ବ୍ଲାକ୍‌ ଆଉଟ୍‌’

ଭାରତ ଭଳି ବିଶାଳକାୟ ଦେଶରେ ବିଦ୍ୟୁତ୍‌ ଯୋଗାଣ କେତେ ଭରସାଯୋଗ୍ୟ ତାହାକୁ ନେଇ ଏବେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ଗତ ସୋମବାର ମୁମ୍ବାଇ ସମେତ ଏହାର...

ଧ୍ୱଂସ ହେବ ଆତଙ୍କବାଦୀ ଶିବିର: ସତ୍ୟପାଲ ମଲିକ

ଜମ୍ମୁ,୨୧।୧୦: ପାକ୍‌ ଅଧିକୃତ କଶ୍ମୀର(ପିଓକେ)ରେ ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରି ଭାରତୀୟ ସେନା ଯେଉଁ ତୋପ ବ୍ୟବହାର କରିଥିଲା ତାକୁ ନେଇ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ...

ମୋଦିଙ୍କ ପରେ ଲଦାଖ ଗସ୍ତ କରିବେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୧୫।୭: ଲଦାଖର ଗଲଓ୍ବାନ ଘାଟିରେ ସୀମା ବିବାଦକୁ ନେଇ ନିକଟରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହାପରେ ସେଠାକାର ସ୍ଥିତି ସମୀକ୍ଷା...

Coronavirus Update

Archives

Model This Week

Why Dharitri