Posted inଜାତୀୟ

ଯୁବକ ଦେଖୁଛନ୍ତି ପରିଣତ ବୟସର ମୁହଁ

ନୂଆଦିଲ୍ଲୀ, ୨୦ା୭: ବର୍ତ୍ତମାନ ଫେସ୍‌ଆପ୍‌ ଭଳି ଏକ ସବୁଠୁ ଲୋକପ୍ରିୟ ଅପ୍ସନ୍‌ ବ୍ୟବହାର କରି ଲୋକେ ଖୁସି ମନାଉଛନ୍ତି। ରୁଷିଆରେ ବିକଶିତ ଏହି ଆପ୍ଲିକେଶନ ଚଳିତ ସପ୍ତାହରେ ପ୍ରତ୍ୟେକ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ ଖେଳର ଖୋରାକ ହୋଇଛି। ତେବେ ଏହି ଅପ୍ସନକୁ ଥରେ ଡାଉନଲୋଡ୍‌ କରିଦେଲେ ଆପଣ ନିଜ ମୁହଁର ବିଭିନ୍ନ ଆକୃତି ବୟସ ଅନୁସାରେ ଦେଖିପାରିବେ। ସେଥିପାଇଁ ୮ଟି ବିକଳ୍ପ ମଧ୍ୟରୁ ଗୋଟିଏ ବାଛିବାକୁ ହେବ। ସେହିସବୁ ବିକଳ୍ପ ହେଲା: ମୁହଁର ଭଙ୍ଗୀ, ମୁହଁର ସଜ୍ଜୀକରଣ, ହସ, କେଶର ରଙ୍ଗ, କେଶର ଷ୍ଟାଇଲ୍‌, ଚଷମା ପିନ୍ଧା ମୁହଁ, ମୁହଁରେ ବୟସର ଛାପ ଏବଂ ଦାଢ଼ିଯୁକ୍ତ ମୁହଁ।
ପ୍ରତ୍ୟେକ ଅପ୍ସନରେ ବିଭିନ୍ନ ଶୋଧନ ପଦ୍ଧତି ରହିଛି। ସେଗୁଡିକୁ ମୁହଁରେ ପ୍ରୟୋଗ କରାଯାଇପାରିବ। ନିଜ ମୁହଁର ଆକୃତି କେତେ ଭିନ୍ନ ପ୍ରକାର ହୋଇପାରେ ସେଗୁଡିକୁ ଦେଖି ଖୁବ୍‌ ଖୁସି ହୋଇପାରିବେ ଆପଣ। ଖୁବ୍‌ ମଜାଦାର ବିଷୟ ହେଉଛି ନିଜ ମୁହଁର ବିଭିନ୍ନ ଭଙ୍ଗୀକୁ ନେଇ ଖେଳିପାରିବେ ଏବଂ ବିଭିନ୍ନ ପରିସ୍ଥିତିରେ ଆପଣ କିପରି ଦିଶୁଛନ୍ତି ତାହା ଜାଣିପାରିବେ। ଚନ୍ଦାମୁଣ୍ଡିଆ ଲୋକେ ‘ହିଟମ୍ୟାନ୍‌’ ଅପ୍ସନ ବ୍ୟବହାର କରି ମୁଣ୍ଡରେ କେଶ ଥିବା ଭଳି ଦେଖାଯିବେ। ମୁହଁକୁ ସୁନ୍ଦର କରିବା, କେଶ ଲମ୍ବା କରିବା ଏବଂ ଚଷମା ପିନ୍ଧି ନିଜ ମୁହଁ ଦେଖିବାର ଅପ୍ସନ ମଧ୍ୟ ରହିଛି।
ଫେସ୍‌ଆପ୍‌ରେ ‘ଫିଲ୍ଟର୍ସ’, ‘ଲେନ୍ସ ବ୍ଲର’ ଏବଂ ‘ବ୍ୟାକ୍‌ଗ୍ରାଉଣ୍ଡ୍ସ’ ଭଳି ଅପ୍ସନ ରହିଛି। ନିଜ ମୁହଁ କିପରି ଦିଶୁଛି ବୋଲି କିଛି ସମୟ ନିରେଖି ଦେଖିବା ପରେ ଏକାଧିକ ଅପ୍ସନ୍‌ ଫେସ୍‌ଆପ୍‌ରେ ଖେଳିବୁଲିବ। ବିଶେଷକରି ଫିଲ୍ଟର୍ସ ଅପ୍ସନ ବ୍ୟବହାର କରି ନିଜର ମୁହଁର ସମ୍ପୂର୍ଣ୍ଣ ରୂପକୁ ବଦଳେଇ ଦେଇପାରିବେ। ଲେନ୍ସ ବ୍ଲର ଅପ୍ସନ ବ୍ୟବହାର କରି ମୁହଁର ଭବିଷ୍ୟତର ରୂପ ଏବଂ ବ୍ୟାକ୍‌ଗ୍ରାଉଣ୍ଡ୍ସ ଅପ୍ସନ ବ୍ୟବହାର କରି ଅନ୍ୟ ସ୍ଥାନରେ ନିଜେ ଥିବା ଭଳି ଦେଖାଯିବେ। ଏହି ୩ ଅପ୍ସନ ମଧ୍ୟରୁ ସବୁଠୁ ମଜାଦାର ଅପ୍ସନ ହେଉଛି ବ୍ୟାକ୍‌ଗ୍ରାଉଣ୍ଡ୍ସ ଅପ୍ସନ। ଏହାଦ୍ୱାରା ବିଭିନ୍ନ ନଗରୀରେ ନିଜେ ଥିବାର ଦେଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri