ଯୁବକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ : ଷଡଯନ୍ତ୍ରକାରୀ ମହିଳାଙ୍କ ସମେତ ୫ ଗିରଫ

ବହଳଦା,୨୯ା୬(ଡି.ଏନ.ଏ)- ମୟୂରଭଞ୍ଜ ଜିଲା ବହଳଦା ଥାନା ପୋଲିସ ଏକ ହତ୍ୟା ଘଟଣାର ପର୍ଦ୍ଦାଫାସ କରି ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଗତ ମେ ୨୩ ତାରିଖ ଦିନ ବହଳଦା ଥାନା ଅନ୍ତର୍ଗତ ଅସନା ପଞ୍ଚାୟତର ଜିଆଲଦା ଓ ଏଦଲବେଡା ଗ୍ରାମ ମଧ୍ୟସ୍ଥଳରୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ଯୁବକ ଜଣକ ରାଇରଙ୍ଗପୁର ଥାନା ଅନ୍ତର୍ଗତ ଅସନବଣି ଗ୍ରାମର ପିଥ ମୁର୍ମୁ (୩୦) ବୋଲି ଜଣା ପଡିଥିଲା। ମୃତକଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା(ନଂ.୩୪/୧୯) ରୁଜୁ କରି ଘଟଣାର ତନାଘନା ଚଳାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଚାନ୍ଦୁ ମୁର୍ମୁ, ରାମଦାସ ମୁର୍ମୁ, ଜଗନ୍ନାଥ ଲୋହାର ଓ ପୁନା ମୁର୍ମୁ ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୃତ ପିଥ ମୁର୍ମୁ ଓ ରାଇରଙ୍ଗପୁର ଥାନା ଅନ୍ତର୍ଗତ ଦେଉଳି ଗ୍ରାମର ଛୋଟରାୟ ମାରାଣ୍ଡି ରାଜସ୍ଥାନର ଏକ କମ୍ପାନୀରେ କାମ କରୁଥିଲେ। ପିଥ ଛୁଟିରେ ଘରକୁ ଆସିଲେ ଛୋଟରାୟଙ୍କ ଘରକୁ ଯିବା ଆସିବା କରୁଥିଲେ। ଏହା ମଧ୍ୟରେ ଛୋଟରାୟଙ୍କ ପତ୍ନୀଙ୍କୁ ପିଥ ପରକିୟା ସମ୍ପର୍କ କହି ବିଭିନ୍ନ ସମୟରେ ବ୍ଲାକମେଲିଂ କରୁଥିଲେ। ଏଥିରେ ଅତିଷ୍ଠ ହୋଇ ଛୋଟରାୟଙ୍କ ପତ୍ନୀ ରାଇରଙ୍ଗପୁର ଓ ବହଳଦା ଅଞ୍ଚଳର ଚାନ୍ଦୁ ମୁର୍ମୁ, ରାମଦାସ ମୁର୍ମୁ, ଜଗନ୍ନାଥ ଲୋହାର ଓ ପୁନା ମୁର୍ମୁଙ୍କୁ ଅର୍ଥ ଦେଇ ପିଥଙ୍କୁ ମାରିଦେବା ପାଇଁ ଯୋଜନା କରିଥିଲେ। ଯୋଜନା ମୁତାବକ ଗତ ମେ ୨୨ ତାରିଖରେ ଫୋନ କରି ପିଥଙ୍କୁ ଡାକି ଅଣାଯାଇଥିଲା। ସେ ଆସି ପହଞ୍ଚିବା ପରେ ମହିଳା ଓ ପିଥ ବସ ଯୋଗେ ଆସି କୁମ୍ଭାରମୁଣ୍ଡା ଛକରେ ଓହ୍ଲାଇଥିଲେ। ସେଠାରୁ ଏଦଲବେଡା ଯାଉଥିବା ବେଳେ ଦୁଇଟି ବାଇକରେ ୪ ଯୁବକ ଆସି ପିଥଙ୍କ ମୁଣ୍ଡକୁ ଏକ ଲୁହାରଡରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ପିଥଙ୍କ ମୃତ୍ୟୁ ଘଟିବାରୁ ସେମାନେ ତାଙ୍କ ମୃତଦେହରେ ପେଟ୍ରୋଲ ଢାଲି ନିଆଁ ଲଗାଇ ଦେଇଥିଲେ। ପୋଲିସ ଅଭିଯୁକ୍ତମାନଙ୍କଠାରୁ ୨ଟି ବାଇକ, ୬ଟି ମୋବାଇଲ ଓ ୯ ହଜାର ଟଙ୍କା ସମେତ ହତ୍ୟାରେ ବ୍ୟବହୃତ ଲୁହାରଡ ଜବତ କରିଛି। ଶୁକ୍ରବାର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri