ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମ ସମ୍ପର୍କକୁ ନେଇ ହତ୍ୟା ସନ୍ଦେହ

ବନ୍ତଳା,୮।୧୦(ଡି.ଏନ.ଏ.)-ଅନୁଗୋଳ ଜିଲା ପୁରୁଣା କୋଟ ଥାନା ସାରଧାପୁର ପଞ୍ଚାୟତର ଗୁରୁଧି ଗ୍ରାମ ଆମ୍ବ ତୋଟାରେ ମଙ୍ଗଳବାର ସକାଳେ ସୁଶୀଲ ଦାସ (୧୯) ଓରଫ ଟିନୁଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ତାଙ୍କୁ ଚାରିରୁ ପାଞ୍ଚଜଣ ହତ୍ୟା କରି ଗଛରେ ଝୁଲାଇ ଦେଇଥିବା ସନ୍ଦେହ କରାଯାଉଛି। ଏ ନେଇ ସୁଶୀଲଙ୍କ ବାପା କରୁଣା ଦାସ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ମୃତଦେହକୁ ଜବତ କରି ତଦନ୍ତ କରୁଛନ୍ତି। ଅଭିଯୋଗରୁ ପ୍ରକାଶ ଯେ, ସୁଶୀଲ ସୋମବାର ରାତିରେ ବନ୍ତଳା ଥାନା ପୁରୁଣା ଗଡ଼ ବଡଦାଣ୍ଡ ସାହି ଶୁକ୍ରବାର ସାପ୍ତାହିକ ହାଟ ନିକଟକୁ ଦଶହରା ନାଚ ଦେଖିବା ପାଇଁ ଯାଇ ଭୋର ଦୁଇଟାରେ ଘରକୁ ଫେରିଥିଲେ। ଏହାପରେ ଏକ ଟ୍ରଚ୍ଚ ଲାଇଟ୍‌ ଧରି ବାହାରକୁ ଯାଇ ସୁଶୀଲ ଆଉ ଫେରି ନ ଥିଲେ। ମଙ୍ଗଳବାର ସକାଳେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଦେଖିବାକୁ ମିଳିଛି। ପ୍ରେମ ସମ୍ପର୍କକୁ ନେଇ ଯୋଜନାବଦ୍ଧ ଭାବରେ ଏକାଧିକ ଲୋକ ମିଶି ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ ଅଭିଯୋଗ ଦେଲା ୩ ମୃତଦେହର ପରିଚୟ

ରାଉରକେଲା ଅଫିସ,୧୧।୨: ସୁନ୍ଦରଗଡ଼ ଜିଲା କୋଏଲ ନଦୀରେ ବୁଡି ପ୍ରାଣ ହରାଇଥିବା ୩ ଜଣ ନାବାଳକଙ୍କ ପରିଚୟ ମିଳିଛି। ଉକ୍ତ ନାବାଳକମାନେ ହେଲେ ପ୍ଲାଣ୍ଟସାଇଟ ଥାନା...

ଗଛ ଭାଙ୍ଗିଲା, ବିଦ୍ୟୁତ୍‌ ସେବା ପ୍ରଭାବିତ

କୁଆଁରମୁଣ୍ଡା,୨୧।୪: (ଡି.ଏନ.ଏ.) ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ବୁଧବାର ବିଳମ୍ବିତ ରାତି ପ୍ରାୟ ସାଢେ ୧ଟାରେ ହଠାତ କାଳବୈଶାଖୀ ହୋଇଥିଲା। ଏହାର ପ୍ରଭାବରେ ବିଦ୍ୟୁତ୍‌...

ଗାଳି ଗୁଲଜ କରି ଶିକ୍ଷକ ନିଲମ୍ବିତ

ଫିରିଙ୍ଗିଆ,୧୦ା୮: ଗୋଟିଏ ବିଦ୍ୟାଳୟର ଶିକ୍ଷକ ଅନ୍ୟ ବିଦ୍ୟାଳୟକୁ ଯାଇ ସେଠାରେ ଥିବା ଶିକ୍ଷକ ଏବଂ ପିଲାମାନଙ୍କୁ ଗାଳି ଗୁଲଜ କରିବା ମହଙ୍ଗା ପଡିଛି ା ଏ...

୬ ପୌରାଧ୍ୟକ୍ଷା, ୭୬ କାଉନସିଲର ପ୍ରାର୍ଥୀପତ୍ର କାଏମ

ସୁନ୍ଦରଗଡ଼,୧୧ା୩(ଡି.ଏନ.ଏ.): ସୁନ୍ଦରଗଡ଼ ପୌରନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚପରେ ୬ ପୌରାଧ୍ୟକ୍ଷ ଏବଂ ୭୬ କାଉନସିଲର ପ୍ରାର୍ଥୀପତ୍ର କାଏମ ରହିଛି। ପୌରାଧ୍ୟକ୍ଷା ପଦବୀରେ ବିଜେଡିର ରଞ୍ଜନା ପଣ୍ଡା,...

ଶେଷ ହେଉନି ସଞ୍ଜୀବନୀ ସଂଗ୍ରାମ

ଅନୁଗୋଳ ଅଫିସ, ୨୮ା୯ ଟିକା ନେଲେ ଦେହରେ ସୃଷ୍ଟି ହେଉଛି ଆଣ୍ଟିବଡି। ମହାମାରୀ କୋଭିଡ୍‌ରୁ ଅନେକାଂଶରେ ମିଳୁଛି ସୁରକ୍ଷା। ସରକାର ଓ ବିଶେଷଜ୍ଞମାନଙ୍କ ଏପରି ମତକୁ...

୩ ଦୋକାନ ସିଲ୍‌, ୩୫ ବାଇକ୍‌ ଜବତ: ୨୨ ଜଣଙ୍କ ନାଁରେ ମାମଲା

ସମ୍ବଲପୁର,୬।୪(ବ୍ୟୁରୋ)-କରୋନା ଭୂତାଣୁର ମୁକାବିଲା ଲାଗି ସରକାର କଟକଣା ଜାରି କରିଛନ୍ତି। ଏପ୍ରିଲ ୧୪ ପର୍ଯ୍ୟନ୍ତ ସାରା ଦେଶକୁ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି। ହେଲେ ନିୟମ...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ପର୍ଯ୍ୟଟନ କ୍ଷେତ୍ର

ଜଗତସିଂହପୁର ଅଫିସ, ୧୦ା୧୨: ଜଗତ୍‌ସିଂହପୁର ଜିଲାର ମଠ, ମନ୍ଦିର, କଳା, ସଂସ୍କୃତିି ତଥା ପର୍ଯ୍ୟଟନ କ୍ଷେତ୍ର ସବୁବେଳେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ। ଜିଲାର ଅଧିଷ୍ଠାତ୍ରୀ ଦେବୀ...

ଧର୍ମାନ୍ତରୀକରଣ ରୋକିବା ପାଇଁ ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗ୍ରାମବାସୀ

କେନ୍ଦୁଝର,୫ା୧୧(ସ୍ବ.ପ୍ର.): ଧର୍ମାନ୍ତରୀକରଣ ରୋକିବା ପାଇଁ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଡାଳପକା ପଞ୍ଚାୟତର ସୁନାପୋଷୀ ଓ ଗୋପୀନାଥପୁର ଗ୍ରାମର ଅଧିବାସୀମାନେ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି...

Advertisement
Archives

Model This Week