ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ବୋଲେରୋ ସହ ବିଭିନ୍ନ ମାରଣାସ୍ତ୍ର ଜବତ

ସଜନାଗଡ, ୧୨ା୧(ଡି.ଏନ.ଏ.)-ନୀଳଗିରି ଥାନା ଅନ୍ତର୍ଗତ ଈଶ୍ୱରପୁର ପଞ୍ଚାୟତ ହାଇସ୍କୁଲ୍‌ ପଡ଼ିଆ ସମ୍ମୁଖରେ ଯୋଜନାବଦ୍ଧ ଭାବେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଈଶ୍ୱରପୁର ମେଡ଼ିକାଲ ପରେ ବାଲେଶ୍ୱର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ମଧ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲକୁ ପଠାଯାଇଛି।
ସନ୍ଧ୍ୟା ପ୍ରାୟ ସାଢେ ୬ଟା ବେଳେ ପଡିଆ ସମ୍ମୁଖରେ ଈଶ୍ୱରପୁର ଗ୍ରାମର ସୁଦର୍ଶନ ମହାନ୍ତି (୪୨) ଏକୁଟିଆ ଥିବା ବେଳେ ହଠାତ୍‌ ଏକ ବୋଲେରୋ (ନଂ.ଓଡ଼ି-୦୧-ଟି- ୮୯୭୭)ରେ ୪/୫ଜଣ ଯୁବକ ଆସି ତାଙ୍କୁ ଧକ୍କା ଦେଇଥିଲେ। ସୁଦର୍ଶନ ଏହାର ପ୍ରତିବାଦ କରିବାରୁ ବୋଲେରୋରେ ଥିବା ଅଜଣା ଯୁବକମାନେ ଠେଙ୍ଗା ଓ ଭୁଜାଲି ସହିତ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସୁଦର୍ଶନ ଚିତ୍କାର କରୁଥିଲା ବେଳେ ସ୍ଥାନୀୟ ଲୋକେ ପହଞ୍ଚତ୍ଥିଲେ। ଆକ୍ରମଣକାରୀ ଯୁବକଙ୍କ ମଧ୍ୟରୁ ଘଟଣାସ୍ଥଳରୁ ଜଣେ ଧରାପଡ଼ିଥିଲା ବେଳେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି। ନୀଳଗିରି ଆଇଆଇସି ମିନତୀ ବିଶ୍ୱାଳ ଗ୍ରାମବାସୀ ଅଟକ ରଖିଥିବା ଯୁବକଙ୍କୁ ଗିରଫ କରିବା ସହ ବ୍ୟବହୃତ ବୋଲେରୋ ଓ ମାରଣାସ୍ତ୍ରକୁ ଜବତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୫୩ କରୋନା ଆକ୍ରାନ୍ତ: ଗଞ୍ଜାମରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୧୭।୭(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୪୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲାରୁ ସର୍ବାଧିକ ୨୨୦ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ୪୧, ନବରଙ୍ଗପୁରରୁ ୩୩,...

‘କୃଷି କ୍ଷେତ୍ରକୁ ବ୍ୟାଙ୍କଗୁଡ଼ିକ ଅଧିକ ଋଣ ଯୋଗାନ୍ତୁ’

ଭୁବନେଶ୍ୱର, ୨୩ା୧(ବ୍ୟୁରୋ): ଓଡ଼ିଶାରେ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହୋଇଥିବାରୁ ଚାଷକାର୍ଯ୍ୟ ନିମନ୍ତେ ଋଣର ଜରୁରୀ ଆବଶ୍ୟକତା ରହିଛି। ସମ୍ପ୍ରତି ଚାଷ...

ହାତଧୋଇ ସଚେତନତାର ବାର୍ତ୍ତା

ଭୁବନେଶ୍ୱର,୧୪।୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ)ର ଅଧିକାରୀ, ମନ୍ତ୍ରୀପରିଷଦର ସଦସ୍ୟ ଏବଂ ବିଧାୟକ ଗଣ ସମସ୍ତେ ଶୁକ୍ରବାର ଅପରାହ୍ନରେ...

କଲରାପତରିଆ ବାଘୁଣୀ ବର୍ଷା ମୃତ

ବାରଙ୍ଗ,୩୧ା୧୨(ଡି.ଏନ୍‌.ଏ)- ପ୍ରାଣୀ ଉଦ୍ୟାନ ନନ୍ଦନକାନନ ରବିବାର ବେଶ ଖୁସିରେ ପ୍ରତିଷ୍ଠା ଦିବସ ପାଳନ କରିଥିବାବେଳେ ସୋମବାର ଏକ ଦୁଃଖଦ ଘଟଣା ଘଟିଯାଇଛି। ୧୯ନଂ. ଏନ୍‌କ୍ଲୋଜରରେ ଥିବା...

ଡଗରପଡ଼ା ବୋମାମାଡ଼ ଘଟଣା: ଧଳସାମନ୍ତ ଭ୍ରାତାଙ୍କ ସହଯୋଗୀ ସମେତ ୩ ଗିରଫ

କଟକ ଅଫିସ, ୨୪।୮: ଡଗରପଡ଼ା ବୋମାମାଡ଼ ଘଟଣାରେ ୩ଜଣଙ୍କୁ ଗିରଫ କରିଛି ଲାଲବାଗ ଥାନା ପୋଲିସ। ଶୁକ୍ରବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ...

ରାଜ୍ୟର ସ୍ଥିତି ସମ୍ପର୍କରେ ସୋନିଆଙ୍କ ସହ କଥାହେଲେ ନିରଞ୍ଜନ

ଭୁବନେଶ୍ୱର,୧୧ା୪(ବ୍ୟୁରୋ): ଦେଶରେ ମହାମାରୀ କରୋନା ଭୂତାଣୁ(କୋଭିଡ-୧୯) ସଂକ୍ରମଣ ବଢ଼ିବାରେ ଲାଗିଛି। ଜନସାଧାରଣଙ୍କ ଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକ୍‌ଡାଉନ ଅବଧିକୁ ଏପ୍ରିଲ ୩୦ଯାଏ...

୧୫ ଯାଏ ରାଜ୍ୟସାରା ବର୍ଷା: ୧୪ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର, ୧୦।୬(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତର...

ଖାଁ ଖାଁ ଶ୍ରୀମନ୍ଦିର: ଏକା ଏକା ବସିଛନ୍ତି ମହାପ୍ରଭୁ, ଶ୍ରୀଅଙ୍ଗକୁ ଅଣ୍ଟୁନି ତୁଳସୀ, ଫୁଲ

ପୁରୀ ଅଫିସ,୨୨।୩: ଶ୍ରୀଜଗନ୍ନାଥ ଭକ୍ତ ବତ୍ସଳ ପୁଣି ଭାବର ଠାକୁର। ହେଲେ ଆଜି ଭକ୍ତ ନାହାନ୍ତି, ଏକା ଏକା ରତ୍ନସିଂହାନରେ ବସିଛନ୍ତି ମହାପ୍ରଭୁ। ନୀତିକାନ୍ତି ଚାଲିଛି,...

Advertisement


Archives

Model This Week