ଯୁକ୍ତ ୨ ନାମଲେଖାରେ ଅନିୟମିତତା ପ୍ରସଙ୍ଗ: ଅସୁବିଧାରେ ପକାଯାଇଥିବା ପିଲାଙ୍କ ତାଲିକା ସଂଗ୍ରହ

ଭୁବନେଶ୍ୱର,୩ା୧୦(ବ୍ୟୁରୋ): ସାଏମ୍‌ଏସ(ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜମେଣ୍ଟ ସିଷ୍ଟମ୍‌) ପକ୍ଷରୁ ଯୁକ୍ତ୨ ନାମ ଲେଖାରେ ହୋଇଥିବା ଅନିୟମିତତା ଘଟଣାର ସମାଧାନ କରିବା ପାଇଁ ତତ୍ପରତା ପ୍ରକାଶ ପାଇଛି। ଉପରକୁ ସାଏମ୍‌ଏସ କର୍ତ୍ତୃପକ୍ଷ ଦୋଷ ଲୁଚାଉଥିବା ବେଳେ ଭିତରେ ଅସୁବିଧାରେ ପଡିଥିବା ଛାତ୍ରୀଛାତ୍ରଙ୍କ ସମସ୍ୟା ଦୂର କରିବା ପାଇଁ ଲାଗିପଡିଛନ୍ତି। ବୁଧବାର ଗାନ୍ଧୀ ଜୟନ୍ତୀରେ ଛୁଟି ଥିବା ସତ୍ତ୍ୱେ ସାଏମ୍‌ଏସ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ ଅଫିସର ଇନଚାର୍ଜ ଭାଗୀରଥି କାଣ୍ଡି ତ୍ରୁଟି ଯୋଗୁ ଅସୁବିଧାରେ ପଡିଥିବା ଛାତ୍ରୀଛାତ୍ରମାନଙ୍କ ତାଲିକା କଲେଜ ଗୁଡିକରୁ ସଂଗ୍ରହ କରିଥିବା ଜଣାପଡିଛି। କେମିତି ଏହି ଦୋଷତ୍ରୁଟିକୁ ସମାଧାନ କରିବେ ସେନେଇ କାଣ୍ଡି ପୂରା ତତ୍ପର ଥିବା କେତେଜଣ କଲେଜ କର୍ତ୍ତୃପକ୍ଷ କହିଛନ୍ତି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକ ସୁନ୍ଦରଲାଲ ସିଲ୍‌ ମଧ୍ୟ ତାଙ୍କୁ ବାରମ୍ବାର ଟେଲିଫୋନ କରି ପରିସ୍ଥିତି ସମ୍ପର୍କରେ ବୁଝୁଥିବା ଜଣାପଡିଛି। ଗତ ୨୯ ତାରିଖରେ ଏନେଇ ଧରିତ୍ରୀରେ ଏକ ଖବର ପ୍ରକାଶିତ ହୋଇଥିଲା। ରାଜ୍ୟର ଅଧିକାଂଶ କଲେଜରେ ଯୁକ୍ତ୨ ପିଲାଙ୍କ ନାମ ଲେଖାଯିବା ପରେ ପରବର୍ତ୍ତୀ ସମୟରେ ସେମାନଙ୍କୁ ଟଙ୍କା ଫେରାଇ ନେବାକୁ କୁହାଯାଇଥିଲା। ସାଏମ୍‌ଏସର ଭୁଲ୍‌ ଯୋଗୁ ପିଲାମାନଙ୍କ ଭବିଷ୍ୟତ ସହ ଖେଳିବାର ଏକ ଷଡଯନ୍ତ୍ର କରିଦିଆଯାଇଥିଲା। ଏନେଇ ଧରିତ୍ରୀ ହାତରେ କିଛି ତଥ୍ୟ ଲାଗିବା ପରେ ପୂରା ଘଟଣା ଜଣାପଡିଥିଲା। ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଉଭୟ ସିଲ୍‌ ଏବଂ କାଣ୍ଡିଙ୍କୁ ବିଭାଗୀୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍‌ କରି ଘଟଣା ସମ୍ପର୍କରେ ପଚରାଯିବା ସହ ତାଗିଦ କରାଯାଇଥିଲା। ଏହାର ଦିନକ ପରେ ଅର୍ଥାତ୍‌ ୧ ତାରିଖ ଦିନ ଖୋଦ୍‌ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଭୟଙ୍କୁ ପୁନର୍ବାର ଡକାଇ ତାଗିଦ କରିଥିବା ତାଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଥିଲା। ଘଟଣାକୁ ତୁରନ୍ତ ସମାଧାନ କରିବା ପାଇଁ ମନ୍ତ୍ରୀ ସେମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର କେତେଜଣ କଲେଜ ଅଧ୍ୟାପକଙ୍କ କହିବା କଥା ହେଲା, ଯଦି ଆମେ ଗୋଟିଏ ପିଲାର ନାମ ଲେଖାଇବା ବେଳେ ସାମାନ୍ୟ ଭୁଲ୍‌ କରିଦେଉଛୁ ସେହି ଜାଗାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ମାତ୍ର ସାଏମ୍‌ଏସ ପକ୍ଷରୁ ଏତେବଡ ଘଟଣା ଘଟିଯିବା ପରେ ମଧ୍ୟ କାହିଁକି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ତାହା ଜଣାପଡୁନାହିଁ। ଏହା ପଛରେ ନିଶ୍ଚିତଭାବେ କିଛି ବଡ ରହସ୍ୟ ଲୁଚି ରହିଥିବା ସେମାନେ ସନ୍ଦେହ କରୁଛନ୍ତି। ତେବେ କେତେଜଣ ଅଭିଭାବକ କହିଛନ୍ତି, ଏଥିରେ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ୫-ଟି କଥା କହୁଛନ୍ତି ତାହା ଏହି ସ୍ଥାନରେ ମଧ୍ୟ କାର୍ଯ୍ୟକାରୀ ହେବାର ଆବଶ୍ୟକତା ଥିବା ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣି ରଖନ୍ତୁ କିପରି କିଡ୍‌ନୀକୁ ରଖିବେ ସୁସ୍ଥ

ଆମ ଶରୀରର ଅନ୍ୟତମ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ...

ୟୁନୁସ ଭାରତ ବିରୋଧରେ…ବାଂଲାଦେଶ ସରକାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଶେଖ ହାସିନା

ଢାକା,୨୨।୧୨: ବାଂଲାଦେଶର ରାଜଧାନୀ ଢାକାର ପରିସ୍ଥିତି ସାମ୍ପ୍ରତିକ ହିଂସା ଏବଂ ପ୍ରତିବାଦ ପରେ ଶାନ୍ତ ହେଉଥିବା ପରି ମନେ ହେଉଛି। ତଥାପି ରାଜନୈତିକ ମହଲରେ ଉତ୍ତେଜନା...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

ଶ୍ମଶାନରେ ଗୁଣିଆଙ୍କ ତନ୍ତ୍ର ସାଧନା: ପ୍ରେମିକାଙ୍କ ନାଁରେ ଭୁବନେଶ୍ୱରରେ ଯୁବକ କିଣିଥିଲେ ପ୍ଲଟ ଓ ଆଉ ଗାଡ଼ି, ଧରାଛୁଆଁ ନ ଦେବାରୁ…

ବାଲିକୁଦା,୨୨।୧୨(ତାପସ ସ୍ବାଇଁ): ବାଲିକୁଦା ବ୍ଲକ ମରିଚପୁର ଗ୍ରାମ୍ୟ ଶ୍ମଶାନରେ ଶନିବାର ବିଳମ୍ବିତ ରାତିରେ କୌଣସି ଗୁଣିଆ ତନ୍ତ୍ର ସାଧନା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।...

୨୫ରୁ ଧର୍ମଶାଳା ମହୋତ୍ସବ: ବ୍ୟବସାୟ ପାଇଁ ରସିଦ୍‌ ଆଣିବାକୁ ବ୍ୟବସାୟୀଙ୍କ ଅସମ୍ଭାଳ ଭିଡ଼

ଧର୍ମଶାଳା,୨୨ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଐତିହ୍ୟ ପରମ୍ପରା, ଧର୍ମଶାଳା ମହୋତ୍ସବ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ପଡ଼ିଆରେ ଆରମ୍ଭ ହୋଇ ଜାନୁଆରୀ ୭ରେ...

ରୁଷିଆ ପୋଲିସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଭାରତୀୟ ଯୁବକ: ମୋଦିଙ୍କୁ କଲେ ଏମିତି ନିବେଦନ

ନୂଆଦିଲ୍ଲୀ,୨୨।୧୨: ରୁଷିଆ ଏବଂ ୟୁକ୍ରେନ ଦୀର୍ଘ ସମୟ ଧରି ଯୁଦ୍ଧ ଚାଲିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରାମ ପାଇଁ ମଧ୍ୟସ୍ଥତା ପାଇଁ ପ୍ରୟାସ ଜାରି ରହିଛି।...

ଘର ଆଗରେ ପଡ଼ିଛି ଅବସରପ୍ରାପ୍ତ ମହିଳା ଏଏନ୍‌ଏମ୍‌ଙ୍କ ମୃତଦେହ, ଏକାକୀର ସୁଯୋଗ ନେଇ…

ଭବାନୀପାଟଣା,୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗ୍ରାମରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ଏକାକୀ...

ବଡ଼ଦିନ ପାଇଁ ସଜେଇ ହେଉଛି ଦାରିଙ୍ଗବାଡ଼ି, ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି…

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଆଉ ମାତ୍ର ୨ ଦିନର ଅପେକ୍ଷା ସାରା ବିଶ୍ୱରେ ଦେଖାଦେବ ଖୁସି ଓ ଆନନ୍ଦ। ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ନେବେ ଏଥିପାଇଁ ଚାରିଆଡ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri