Posted inଫୁରସତ

ଯାହା ମଣିଷ ପାରୁନି, ପ୍ରୟାସ କରୁଛି ମାଙ୍କଡ଼, ଭିଡିଓ ଭାଇରାଲ

ମଣିଷକୁ ଭଗବାନ ବୁଦ୍ଧି ବିବେକ ସବୁ ଦେଇଛନ୍ତି ମାତ୍ର କିଛି ଲୋକ ଏହାକୁ କାମରେ ଲଗାଇ ନ ଥାନ୍ତି। ମଣିଷ ସିନା ସଚେତନ ନୁହନ୍ତି, କିନ୍ତୁ ମାଙ୍କଡ଼ଟିଏ ସମ୍ପୂର୍ଣ୍ଣ ସଚେତନ। ଯାହାକୁ ମଣିଷ ଅଣଦେଖା କରି ଚାଲି ଯାଉଛନ୍ତି ସାମାନ୍ୟ ପଶୁଟିଏ ହୋଇ ମଧ୍ୟ ମାଙ୍କଡ଼ଟି ଏପରି କାମ କରିଛି, ମଣିଷ ନିଜକୁ ଲଜ୍ଜିତ ମନେ କରିବ।

ପାଣି ବିନା ମଣିଷ ବଞ୍ଚିପାରିବ ନାହିଁ। ଭୂତଳ ଜଳସ୍ତର ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଲୋକେ ପାଣି ଟିକେ ପାଇଁ ହାହାକାର ହେଉଛନ୍ତି। ପାଣି ସଂରକ୍ଷଣ ପାଇଁ ସରକାରଙ୍କ ପକ୍ଷରୁ ସଚେତନ ବି କରାଯାଉଛି। କିନ୍ତୁ ଲୋକେ ସଚେନତନ ହେଉନାହାନ୍ତି। କିଛି ଲୋକ ଅଛନ୍ତି, ଅଯଥାରେ ପାଣି ନଷ୍ଟ କରିଥାନ୍ତି। ଟ୍ୟାପ୍‌ରୁ ପାଣି ନେବା ପରେ ବନ୍ଦ ନ କରି ଚାଲିଯାଇଥା’ନ୍ତି। ଫଳରେ ପାଣି ନଷ୍ଟ ହୋଇଥାଏ। ଲୋକେ ସିନା ସଚେତନ ନୁହନ୍ତି, କିନ୍ତୁ ମାଙ୍କଡ଼ଟିଏ ଏହା ଦେଖି ଆଦୌ ସହିପାରୁନି। ସେ ଚେଷ୍ଟା କରୁଛି ଟ୍ୟାପ୍‌ଟିକୁ ବନ୍ଦ କରିବା ପାଇଁ। ଶେଷରେ ସଫଳ ମଧ୍ୟ ହୋଇଛି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। କିଛି ୟୁଜର ଲେଖିଛନ୍ତି ପ୍ରକୃତ ମଣିଷ କିଏ? ଆଉ କିଛି ଲେଖିଛନ୍ତି ସାଧାରଣ ମାଙ୍କଡ଼ଠାରୁ ମଣିଷ କିଛି ଶିକ୍ଷାଲାଭ କରୁ।


Enter your email to get our daily news in your inbox.

All Right Reserved By Dharitri.Com

ଖ୍ରୀଷ୍ଟମାସରେ ପିନ୍ଧାଯାଏ ଏହି ରଙ୍ଗର ପୋଷାକ, ଜାଣନ୍ତୁ ପଛରେ କ’ଣ ରହିଛି କାରଣ

ଆଜି ଖ୍ରୀଷ୍ଟମାସ ହୋଇଥିବା ବେଳେ ମହାମାରୀ କରୋନା ପାଇଁ ଏହା ସମ୍ପୂର୍ଣ୍ଣ ଫିକା ପଡ଼ିଛି । ଆପଣ ଦେଖିଥିବେ ଏହି ଦିନରେ ଅନେକ ଲୋକ ନାଲି...

ସୁପର ର଼୍ୟାଟ୍‌

ବର୍ତ୍ତମାନ ଜଳବାୟୁରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରଦୂଷିତ ପରିବେଶର ପ୍ରଭାବ କେବଳ ମାନବ ସମାଜ ନୁହେଁ, ଜୀବଜନ୍ତୁ, ବୃକ୍ଷଲତା ଉପରେ ପଡୁଛି। ଏହି ସମୟରେ ଏକ...

୨୯ବର୍ଷ ପରେ ଏହି ଦେଶରେ ଦେଖିବାକୁ ମିଳିଲା ବିରଳ ଧଳା ହ୍ବେଲ

କାନବେରା,୧୯।୬: ଦକ୍ଷିଣ ଅଷ୍ଟ୍ରେଲିଆର ଏକ ସମୁଦ୍ରରେ ୨୯ବର୍ଷ ପରେ ଏକ ବିରଳ ଧଳା ହମ୍ପବେକ ହ୍ବେଲ ଦେଖିବାକୁ ମିଳିଛି। ଏହା ପୂର୍ବରୁ ୧୯୯୧ରେ ଏହି ହ୍ବେଲକୁ...

ମଝି ଆକାଶରୁ ତଳେ ଖସିଲା ହେଲିକପ୍ଟର: ସମସ୍ତ ଯାତ୍ରୀ ସୁରକ୍ଷିତ

ଲଣ୍ଡନ, ୨୮।୭: କଥାରେ ଅଛି ରଖେ ହରି ମାରେ କିଏ। ଏହାର ସଦସ୍ୟତମ ଉଦାହରଣ ବ୍ରିଟେନ୍‌ରେ ଘଟିଛି। ଏଠାରେ ୪ ଜଣ ଲୋକଙ୍କୁ ନେଇ ଯାଉଥିବା...

ଭଗବାନଙ୍କୁ ଚିଠି ଲେଖି ମନ୍ଦିର ଦାନବାକ୍ସରୁ ଟଙ୍କା ନେଇଗଲେ ଚୋର, ପଢ଼ନ୍ତୁ ଚିଠିରେ କ’ଣ ଲେଖାଥିଲା

ଜଣେ ଚୋର ଅଭିନବ ଉପାୟରେ ଚୋରି କରିଛନ୍ତି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଚୋର ଜଣକ ମାନବିକତା ସହକାରେ ଚୋରି କରିଛନ୍ତି। ତାହା ପୁଣି କୌଣସି...

କରୋନା ସଂକ୍ରମିତଙ୍କ ଜନ୍ମଦିନ ପାର୍ଟି: ଭିଡିଓ ଶେୟାର କରି ଆଇପିଏସ୍‌ କହିଲେ ଏମିତି ନାଚିଲେ ହାରିଯିବ କରୋନା

ନୂଆଦିଲ୍ଲୀ,୬।୯: କେତେକ ଲୋକ ଅଛନ୍ତି ଯେଉଁମାନେ ସବୁ ପରିସ୍ଥିତିରେ ଖୁସି ରହିବାକୁ ଚେଷ୍ଟା କରନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଏକ କରୋନା ହସ୍ପିଟାଲରେ।...

ପ୍ରାକୃତିକ ସୁଇମିଂ ପୁଲ୍, ଏଥିରେ ବ୍ୟବହାର ହୋଇନି ରାସାୟନିକ ପଦାର୍ଥ

ସମସ୍ତଙ୍କର ସ୍ବପ୍ନ ଥାଏ ନିଜ ଘର ସବୁଠୁ ସୁନ୍ଦର ହେଉ। ଘର ନିକଟରେ ବଗିଚା, ସୁଇମିଂ ପୁଲ୍‌ ଆଦି ରହି ଶୋଭାବର୍ଦ୍ଧନ କରୁ। ଖାସ୍‌ ଏଥିପାଇଁ...

ସାଥୀଙ୍କ ହୃଦୟ ଜିଣିବା ପାଇଁ ଦେବେ କେଉଁ ରଙ୍ଗର ଗୋଲାପ…

ଭାଲେଣ୍ଟାଇନ୍‌ ଓ୍ବିକ୍‌ର ପ୍ରଥମ ଦିନକୁ ରୋଜ୍‌ ଡେ କୁହାଯାଇଥାଏ। ଏହା ଫେବୃୟାରୀ ୭ରେ ପାଳିତ ହେବ। ପ୍ରେମିକାପ୍ରେମିକ ନିଜ ସାଥୀଙ୍କ ହୃଦୟ ଜିଣିବା ପାଇଁ ଭିନ୍ନ...

Play 250+ Trending Games
Archives

Model This Week

Why Dharitri