ଯାତ୍ରା ଆୟୋଜକ, ପାର୍ଟି ମ୍ୟାନେଜର, ଡ୍ୟାନ୍ସରଙ୍କ ନାଁରେ ମାମଲା

ଭୁବନେଶ୍ୱର,୧୦।୨(ବ୍ୟୁରୋ): କଟକଣା ସତ୍ତ୍ୱେ ଖଣ୍ଡଗିରି ଯାତ୍ରାରେ ନଗ୍ନ ନୃତ୍ୟ ପ୍ରଦର୍ଶନକୁ ନେଇ କଳିଙ୍ଗ ଗଣନାଟ୍ୟ ପାଇଁ ଅଡୁଆ ବଢ଼ିଛି। ପାର୍ଟି ମ୍ୟାନେଜର, ଯାତ୍ରା ଆୟୋଜକ ଓ ନଗ୍ନ ନୃତ୍ୟ ପ୍ରଦର୍ଶନ କରିଥିବା ଡ୍ୟାନ୍ସର ଲଭ୍‌ଲୀଙ୍କ ନାମରେ ଖଣ୍ଡଗିରି ଥାନାରେ ଆଇପିସି ଦଫା ୨୯୪, ୩୪ରେ ମାମଲା (ନଂ.୯୫/୨୦) ରୁଜୁ ହୋଇଛି। ପୋଲିସ ୫ ଓ ୭ ତାରିଖର ଡ୍ୟାନ୍ସ ଭିଡିଓକୁ ଯାଞ୍ଚ କରୁଛି। ଏଥିସହ ତଦନ୍ତରୁ ନଗ୍ନ ନୃତ୍ୟ ନେଇ ପ୍ରମାଣ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖଣ୍ଡଗିରି ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର କହିଛନ୍ତି।
ଅନ୍ୟପକ୍ଷରେ ବିବାଦ ବଢ଼ିବା ପରେ ଡ୍ୟାନ୍ସର ଲଭ୍‌ଲୀ ଗଣମାଧ୍ୟମ ସମ୍ମୁଖକୁ ଆସି ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଏଭଳି ନଗ୍ନ ନୃତ୍ୟ ପାଇଁ ଦୁଃଖ ପ୍ରକାଶ କରିବା ସହ ଏଭଳି ଆଉ କରିବେ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି, ସେତିକି ଟିକେ ପାଇଁ ଏମିତି ହେଉଛନ୍ତି। କିନ୍ତୁ ଭୋଜ୍‌ପୁରୀ ଡ୍ୟାନ୍ସରେ ଏହାଠୁ ଅଧିକ ହେଉଛି। ତାହାକୁ ଦେଖିଲେ ବିରୋଧ କରୁଥିବା ଲୋକେ କ’ଣ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଡ୍ୟାନ୍ସ ଦେଖିବା ପାଇଁ ଲୋକେ ଯାତ୍ରାକୁ ଆସୁଛନ୍ତି। ଏଭଳି ଡ୍ୟାନ୍ସର ଡିମାଣ୍ଡ ରହିଥିବାରୁ ଯାତ୍ରାପାର୍ଟି ମାଲିକ ଆମକୁ ଡାକୁଛନ୍ତି। ଡ୍ୟାନ୍ସ ସରିଗଲେ ହାତ ଗଣତି ଲୋକଙ୍କୁ ଛାଡିଦେଲେ ଅନ୍ୟମାନେ ଚାଲିଯାଉଛନ୍ତି। କିନ୍ତୁ ଡ୍ୟାନ୍ସ ପାଇଁ ମୁଁ ଆଜି ନଁା କମେଇଛି। ଡ୍ୟାନ୍ସ କରିବି। ସେଥିପାଇଁ ସେଭଳି ପୋଷାକ ପିନ୍ଧିବି। ଯେଉଁ ବିଟ୍‌କୁ ନଗ୍ନତା ବୋଲି କହୁଛନ୍ତି ତାହାକୁ ଡ୍ୟାନ୍ସରେ ରଖିବି ନାହିଁ ବୋଲି ସେ କହିଛନ୍ତି।
ଏପଟେ ଗତବର୍ଷ ଖଣ୍ଡଗିରି ଯାତ୍ରାରେ ନଗ୍ନ ନୃତ୍ୟ ପ୍ରଦର୍ଶନ କରି ବିବାଦକୁ ଆସିଥିବା ରାନୀ ପଣ୍ଡା ତାଙ୍କ ସହ ଯାତ୍ରା ସଚ୍ଚିତାନନ୍ଦ ଉପରେ ଲଗାଯାଇଥିବା କଟକଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାବେଳେ କାନ୍ଦି କାନ୍ଦି କହିଛନ୍ତି, ମୋ ପାଇଁ କାହାର ପରିବାର ଅପୋଷା ନ ରହୁ। ମୋତେ ଖଣ୍ଡଗିରି ଯାତ୍ରାକୁ ବ୍ୟାନ୍‌ କଲେ ଠିକ୍‌ ଅଛି। କିନ୍ତୁ ଯାତ୍ରା ସଚ୍ଚିଦାନନ୍ଦକୁ ବ୍ୟାନ୍‌ କରିବା ଠିକ୍‌ ନ ଥିଲା। କାରଣ ଡ୍ୟାନ୍ସ ମୁଁ କରିଥିଲି, କିନ୍ତୁ ଯାତ୍ରା ସଚ୍ଚିଦାନନ୍ଦକୁ ବନ୍ଦ କରାଯିବାରୁ ସେଥିରେ କାମ କରୁଥିବା ଟେକ୍ନିସିଆନଙ୍କଠାରୁ ଆରମ୍ଭ କରି ଅନ୍ୟ କର୍ମଚାରୀଙ୍କ ପରିବାର ନାନା ସମସ୍ୟାରେ ରହିଛନ୍ତି। ସେମାନଙ୍କ ଅଭିଶାପ ମୋ ଉପରେ ପଡିବ। ନ୍ୟାୟଟା ସମସ୍ତଙ୍କ ପାଇଁ ସମାନ ହେବା ଉଚିତ। ଗତବର୍ଷ ଯାତ୍ରାରେ ନଗ୍ନ ଡ୍ୟାନ୍ସ କରିଥିବା ଅଭିଯୋଗ କରି କମିଶନରେଟ ପୋଲିସ ମୋର ଘର ପର୍ଯ୍ୟନ୍ତ ପଳାଇ ଆସିଲା। ଏବେ ପୋଲିସ କ’ଣ କରୁଛି। ଏପରି କି ପ୍ରଶାସନ, ଆୟୋଜକ ଏବଂ ବିଏମ୍‌ସି ଜାଣି ମଧ୍ୟ ଚୁପ୍‌ ରହୁଛି। ସେମାନଙ୍କ ଆଖିରେ ଏଭଳି ନଗ୍ନ ନୃତ୍ୟ ଦେଖିବାକୁ ମିଳୁନି କି ବୋଲି ରାନୀ ପ୍ରଶ୍ନ କରିଛନ୍ତି।
ଓଡ଼ିଶା ନାରୀ ସଚେତନ ମଞ୍ଚର ସଭାପତି ଡଲି ରଥ କହିଛନ୍ତି, ପୋଲିସ ଉପରେ ଆମର ଭରସା ରହିଛି। ପୋଲିସ କେବଳ ମାମଲା ରୁଜୁ କରି ବସି ପଡିଲେ ହେବ ନାହିଁ ସେମାନଙ୍କୁ ଗିରଫ କରିବା ଦରକାର। ଏହାହେଲେ ଆଗକୁ ଲଭ୍‌ଲୀ ଏଭଳି ନଗ୍ନ ନୃତ୍ୟ ପ୍ରଦର୍ଶନ କରିବେ ନାହିଁ। ଯଦି କରିବେ ଯାତ୍ରା ପାର୍ଟିର ଟିକେଟ ଏବଂ ଗେଟରେ କେବଳ ପ୍ରାପ୍ତ ବୟସ୍କଙ୍କ ପାଇଁ ଲେଖିଦିଅନ୍ତୁ। କେହି ପରିବାର ନେଇ ଯିବେ ନାହିଁ ବୋଲି ରଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri