ଯାଜପୁର ଜିଲା ଭାଜପା ଜୋର ଧରିଲା ଦଳ ବିରୋଧୀଙ୍କ ବହିଷ୍କାର ଦାବି: ଜିଲା ଭାଜପା ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ବିଷୋଦଗାର

କୋରେଇ,୧୮।୮(ସ୍ବ.ପ୍ର.)- ଯାଜପୁର ଜିଲା ଭାଜପାରେ ଆଭ୍ୟନ୍ତରୀଣ କନ୍ଦଳ ଉଗ୍ରରୂପ ନେବାରେ ଲାଗିଛି । ଗତ ସାଧାରଣ ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟରେ ଜଡ଼ିତ କେତେକ କାର୍ଯ୍ୟକର୍ତ୍ତାଙ୍କୁ ହଟେଇବାକୁ ଏବେ ଦାବି ଜୋର ଧରିଛି। ଏହିକ୍ରମରେ ଜିଲା ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଅସନ୍ତୋଷ ଉଗ୍ରରୂପ ନେଇଛି। ଗୁରୁବାର ବ୍ୟାସ ସରୋବରଠାରେ ଯୁବ ଭାଜପା କର୍ମକର୍ତ୍ତା ଏକାଠି ହୋଇ ଯୁବମୋର୍ଚ୍ଚାର ନିଷ୍କ୍ରିୟତା ବିଷୟରେ ଆଲୋଚନା କରିବା ସହ ଆଗାମୀ ଦିନରେ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଉପଯୁକ୍ତ ଦକ୍ଷ ଓ ଦୃଢ ନେତୃତ୍ୱର ଆବଶ୍ୟକ ରହିଛି ବୋଲି ଆଲୋଚନା କରିଥିଲେ ା ଏହାବାଦ ବର୍ତ୍ତମାନର ଜିଲା ଯୁବ ମୋର୍ଚ୍ଚା ସଭାପତି ଆଲେକଜାଣ୍ଡାର ଦାସ ଠିକ୍‌ ଭାବେ ସାଙ୍ଗଠନିକ କାର୍ଯ୍ୟ କରୁ ନ ଥିବା ସହ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କୁ ଅଣଦେଖା କରୁଥିବା ବୈଠକରେ ଅଭିଯୋଗ ହୋଇଥିଲା। ଭାଜପାର ୧୨୦ ମିଶନ ଫେଲ ମାରିବା ପରେ ରାଜ୍ୟସ୍ତରରୁ ବୁଥ ପର୍ଯ୍ୟନ୍ତ ଏବେ ଦଳ ଭିତରେ ମାନସ ମନ୍ଥନ ଚାଲିଛି । କେଉଁଠି ଦୋଷ ତ୍ରୁଟି ରହିଲା, ସେହି ଭୁଲକୁ ଖୋଜିବାକୁ ପ୍ରୟାସ ଚାଲିଛି। ଏହାସହିତ ଦଳର ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ସାଙ୍ଗଠନିକ ପର୍ବ ଚାଲୁ ରହିଛି। ତେଣୁ ଭାଜପାର ବିଭିନ୍ନ ପଦାଧିକାରୀମାନେ ମଧ୍ୟ ପରିବର୍ତ୍ତନ ହେବାର ଆବଶ୍ୟକ ରହିଛି। ଭାଜପାର ପ୍ରୟୋଗଶାଳା କୁହାଯାଉଥିବା ଯାଜପୁର ଜିଲାରେ ଗୋଟିଏ ବି ବିଧାୟକ, ସାଂସଦ ଜିତିବାରେ ସକ୍ଷମ ହୋଇପାରିଲେ ନାହିଁ। ଏଥିପାଇଁ ଦୁର୍ବଳ ନେତୃତ୍ୱ ଓ ଦଳବିରୋଧୀ କାର୍ଯ୍ୟକୁ ଦାୟୀ କରାଯାଇପାରେ ବୋଲି ମତପ୍ରକାଶ ପାଇଥିଲା। ବିଭିନ୍ନ ସମସ୍ୟାର ସମାଧାନ ତଥା ଅଞ୍ଚଳର ବିକାଶ ପାଇଁ ବିଭିନ୍ନ ଦାବି, ବିକ୍ଷୋଭ, ଧାରଣା, ଦଳୀୟ ସମାବେଶ ପାଇଁ ଯୁବବର୍ଗଙ୍କ ଉପରେ ଆସ୍ଥା ରହିଛି । ଏଥିପାଇଁ ଯୁବ ସଭାପତିଙ୍କ ଭୂମିକା ସଂଗଠନଠାରୁ ନିର୍ବାଚନ ପର୍ଯ୍ୟନ୍ତ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ରହିଥାଏ। ପ୍ରାୟ ଦେଢ ବର୍ଷ ତଳେ ଯାଜପୁର ଜିଲାର ଯୁବମୋର୍ଚ୍ଚା ରୂପେ ଆଲେକଜାଣ୍ଡାରଙ୍କୁ ଚୟନ କରାଯାଇଥିଲା। ଏହା ପୂର୍ବରୁ ସେ ରାଜ୍ୟ ସଂଯୋଜକ ଥିବାବେଳେ ଯୁବମୋର୍ଚ୍ଚାର କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା। ହେଲେ ଯାଜପୁରରେ ସରକାରୀ ଦଳ ବିରୋଧରେ ମାଳ ମାଳ ଦୁର୍ନୀତିର ଅଭିଯୋଗ ଥିଲେ ମଧ୍ୟ ଯୁବମୋର୍ଚ୍ଚା ଏହାକୁ ଠିକଣା ଢଙ୍ଗରେ ବିରୋଧ କରି ପାରି ନାହିଁ ା କିଛି ହାତଗଣତି କାର୍ଯ୍ୟକ୍ରମକୁ ବାଦ୍‌ ଦେଲେ ସେତେଟା ପ୍ରଭାବୀ ପ୍ରଦର୍ଶନ ହୋଇ ପାରି ନ ଥିବାରୁ ଭାଜପା ଉପରେ ଲୋକେ ଆସ୍ଥାଭାଜନ ହୋଇ ପାରୁନାହାନ୍ତି। ଯୁବମୋର୍ଚ୍ଚା ସଭାପତିଙ୍କୁ ନ ଡାକି ଶତାଧିକ କର୍ମକର୍ତ୍ତା ଏକାଠି ହେବା ଜିଲା ଭାଜପାରେ ସବୁକିଛି ଠିକ ଚାଲି ନାହିଁ ବୋଲି ପ୍ରମାଣିତ କରୁଛି । କିଛି ଠିକ୍‌ ଚାଲି ନାହିଁ ବୋଲି ପ୍ରମାଣିତ କରିବା ସହ ଦଳ ଦୁର୍ବଳତାକୁ ପଦାରେ ପକାଇବାକୁ ଏବେ ଚେଷ୍ଟା କରାଯାଇଛି। ଯୁବମୋର୍ଚ୍ଚାର ଉପସଭାପତି ରବୀନ୍ଦ୍ର ପୁହାଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟ ସଂଯୋଜକ ଅଯୋଧ୍ୟା ଜେନା, କୈଳାଶ ବିଶ୍ୱାଳ, ଉପସଭାପତି ଦୀପକ ସାମଲ, ବିବେକ ଗନ୍ତାୟତ, ଦିଲ୍ଲୀପ ରାଉତ, ଜିତେନ୍ଦ୍ର ବେହେରା, ପ୍ରିତିରଞ୍ଜନ ଦାସ, ବାଦଲ ଜେନା, ରଞ୍ଜିତ (ବାବୁନି) ପ୍ରମୁଖ ଉପସ୍ଥିତ ଥିଲେ। ଏନେଇ ଜିଲା ଭାଜପା ଯୁବମୋର୍ଚ୍ଚା ସଭାପତି ଆଲେକଜାଣ୍ଡାରଙ୍କୁ ପଚାରିବାରେ ସେ କହିଛନ୍ତି ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସମ୍ପର୍କରେ ସେ କିଛି ଜାଣି ନାହାନ୍ତି। ସାରା ଭାରତବର୍ଷରେ ସାଂଗଠନିକ ପରିବର୍ତ୍ତନ ହେଉଛି। ତେଣୁ ଜିଲାରେ ମଧ୍ୟ ତାହା କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri