ଯାଜପୁରକୁ ପଛରେ ପକାଇଲା ବାଲେଶ୍ୱର: ପାଲଟିଲା ଦ୍ୱିତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଜିଲା

ଭୁବନେଶ୍ୱର,୧୩।୫(ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବୁଧବାର ସକାଳେ ୧୦୧ ନୂଆ ପଜିଟିଭ୍‌ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୩୮ରେ ପହଞ୍ଚିଛି। ତେବେ ରାଜ୍ୟର ୨୧ଟି ଜିଲାରେ ଏବେ କରୋନା କବଳରେ ଥିବା ବେଳେ ଗଞ୍ଜାମ ୨୧୦ ସଂକ୍ରମିତ ସହ ଶୀର୍ଷ ସ୍ଥାନରେ ରହିଛି। ସେହିଭଳି ଯାଜପୁରକୁ ପଛରେ ପକାଇ ବାଲେଶ୍ୱର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ବାଲେଶ୍ୱରରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ରହିଥିବା ବେଳେ ଯାଜପୁରରେ ରହିଛି ୭୧। ସେହିଭଳି ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା ୫୦, ଭଦ୍ରକରେ ୩୧, ସୁନ୍ଦରଗଡ଼ରେ ୨୩, ଅନୁଗୋଳରେ ୧୫, ମୟୂରଭଞ୍ଜରେ ୯, କେନ୍ଦ୍ରାପଡ଼ାରେ ୯, ଜଗତସିଂହପୁରରେ ୫, ପୁରୀରେ ୪, କେନ୍ଦୁଝରରେ ୪, ବୌଦ୍ଧରେ ୪, କଟକରେ ୩, କଳାହାଣ୍ଡିରେ ୨, ଝାରସୁଗୁଡ଼ାରେ ୨, ବଲାଙ୍ଗୀରରେ ୨, ନୟାଗଡ଼- କୋରାପୁଟ-ଢ଼େଙ୍କାନାଳ-ଦେବଗଡ଼ରେ ଗୋଟିଏ ଲେଖାଏ ସକ୍ରମିତ ଚିହ୍ନଟ ହୋଇଛନ୍ତି।

ପ୍ରକାଶ ଯେ, ରାଜ୍ୟରେ ମୋଟ ୫୩୮ଜଣ ସଂକ୍ରମିତଙ୍କ ମଧ୍ୟରୁ ୪୧୯ଜଣ ଆକ୍ଟିଭ୍‌ ମାମଲା ରହିଛି। ସେହିଭଳି ୧୧୬ଜଣ ସୁସ୍ଥ ହୋଇଛନ୍ତି। ୩ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୂତ ବେଶରେ ସଚେତନତା

ପାଲଲହଡ଼ା, ୧୬ା୪(ଡି.ଏନ.ଏ.) ମହାମାରୀ କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ଅଭିନବ ଉପାୟ ବାଛିଛନ୍ତି ପାଲଲହଡ଼ା ଅଞ୍ଚଳର ସ୍ବେଚ୍ଛାସେବୀ ଦିଲୀପ କୁମାର ପ୍ରଧାନ। ଭୂତ ଭଳି ବେଶ...

ଇଚ୍ଛା ବିରୋଧରେ କାହାକୁୁ ଦିଆଯିବନାହିଁ କରୋନା ଟିକା: କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୭ ।୧: କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି କି କୌଣସି ବ୍ୟକ୍ତିଙ୍କ ଇଚ୍ଛା ବିରୋଧରେ ତାଙ୍କୁ କରୋନା ଟିକା ଦିଆଯାଇ ପାରିବ ନାହିଁ । ଭିନ୍ନକ୍ଷମମାନଙ୍କ...

ବର୍ଷା ଉଭାନ, ଚାଷୀ ଚାତକ: ଫାଟିଲାଣି ତଳି ଘେରା

ନାଉଗଁ।,୨୦ା୭(ସ୍ବ.ପ୍ର.): ବିଗତ ବର୍ଷଗୁଡିକ ଅପେକ୍ଷା ଚଳିତବର୍ଷ ନାଉଗଁ। ବ୍ଲକ ଅଞ୍ଚଳରେ କମ୍‌ ବର୍ଷା ହୋଇଛି। ଫଳରେ ଚାଷ କାର୍ଯ୍ୟ ଏ ପର୍ଯ୍ୟନ୍ତ ଠିକ୍‌ ଭାବେ ହୋଇପାରିନାହିଁ।...

ଡିସେମ୍ବର ୧ରୁ କୋଣାର୍କରେ ଇକୋ ରିଟ୍ରିଟ

ପୁରୀ ଅଫିସ,୨୮ା୧୦:ଇକୋ ରିଟ୍ରିଟ୍‌ର ଚତୁର୍ଥ ସଂସ୍କରଣ ଆସନ୍ତା ଡିସେମ୍ବର ୧ରୁ କୋଣାର୍କରେ ଆରମ୍ଭ ହେବ। ଏନେଇ ଏକ ବୈଠକ ଗୁରୁବାର ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲାପାଳ...

ଚିହ୍ନଟରେ ସୀମିତ ସୁନାମି ପ୍ରବଣ ୬୪ ଗ୍ରାମ

କେନ୍ଦ୍ରାପଡ଼ା ଅଫିସ, ୫ା୯:ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ୪୬ ଓ ମହାକାଳପଡ଼ା ବ୍ଲକ ଅଞ୍ଚଳର ୧୮ ଗ୍ରାମକୁ ସୁନାମି ପ୍ରବଣ ବୋଲି...

ରାଜରାସ୍ତାରେ ଧାନବସ୍ତା ପକାଇ ଆନ୍ଦୋଳନରେ ବସିଲେ ଚାଷୀ

ସରଣ୍ଡା,୨ା୧୨(ଡି.ଏନ୍‌.ଏ.): ବରଗଡ଼ ଜିଲାରେ ଖରିଫ ଋତୁର ଧାନ ବିକ୍ରି ଲାଗି ପ୍ରଥମରୁ ଚାଷୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଆରମ୍ଭରୁ ଟୋକନ ସମସ୍ୟା ଦେଖାଦେଇଛି। ଏପରି ସ୍ଥଳେ...

ନିଆରା ରଜ ପାଇଁ ସଜବାଜ: ଅନ୍‌ଲାଇନରେ ହେବ ରଜ ମହୋତ୍ସବ

ଭୁବନେଶ୍ୱର,୧୨। ୬(ବ୍ୟୁରୋ): କରୋନା ଲାଗି ଏଥର ଫିକା ପଡ଼ିପାରେ ରଜ। ନା ହେବ ଦୋଳିଖେଳ ନା ଜମିବ ରଜଖଟି। ଶଟ୍‌ଡାଉନ୍‌ ଓ ଅନ୍‌ଲକ୍‌ ମଧ୍ୟରେ ରଜ...

ବଢିବନି ବସ୍‌ ଭଡା: ଏସଟିଏ

ଭୁବନେଶ୍ୱର,୨୭।୫(ବ୍ୟୁରୋ)-ରାଜ୍ୟରେ ଆସନ୍ତା କାଲିଠାରୁ ଗଡିବ ଘରୋଇ ବସ। ବସ୍‌। ଏ ନେଇ ଘରୋଇ ବସ ମାଲିକ ସଂଘ ସାଧାରଣ ବୈଠକରେ ନିଷ୍ପତି ହୋଇଛି। ହେଲେ ବସ...

Advertisement
Archives

Model This Week