ଯାଆଁଳ ଉତ୍ପାଦନ କେନ୍ଦ୍ର ହେଲାଣି ଜଙ୍ଗଲ

ଆଠମଲ୍ଲିକ, ୯ା୩(ଡି.ଏନ.ଏ.) ସରକାରୀ ଉଦାସୀନତା ତଥା ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଚରମ ଅବହେଳା ଯୋଗୁ ଅନୁଗୋଳ ଜିଲା ଆଠମଲ୍ଲିକ ସଦର ମହକୁମାରେ ଥିବା ମାଛ ଯାଆଁଳ କେନ୍ଦ୍ର ଏବେ ଏକପ୍ରକାର ଜଙ୍ଗଲିଆ ପରିବେଶରେ ପରିପୂର୍ଣ୍ଣ ହୋଇଗଲାଣି। ଏଠାରେ ଥିବା ପୋଖରୀଗୁଡିକ ଅନାବନା ଗଛରେ ଭର୍ତ୍ତି ହୋଇ ରହିଥିଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣ କଥା ବିଭାଗ ସମ୍ପୂର୍ଣ୍ଣ ଭୁଲି ଯାଇଥିବା ଅଭିଯୋଗ ହେଉଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ୮ଶହରୁ ଊର୍ଦ୍ଧ୍ୱ ମତ୍ସ୍ୟ ଚାଷୀ ଏଠାରୁ ଯାଆଁଳ ନ ପାଇ ହଇରାଣ ହେଉଛନ୍ତି।
ଅଭିଯୋଗ ଅନୁଯାୟୀ, ଦୀର୍ଘ ଦଶ ବର୍ଷରୁ ଊଦ୍ଧର୍‌ବ ହେବ ଆଠମଲ୍ଲିକ ଯାଆଁଳ ଉତ୍ପାଦନ କେନ୍ଦ୍ର ବନ୍ଦ ରହିଛି। ଆଠମଲ୍ଲିକ ସହରର ମଧ୍ୟ ସ୍ଥଳରେ ସାଢେ ୪ ଏକର ଜମିରେ ଏହି କେନ୍ଦ୍ର ଥିବାବେଳେ ଏଠାରେ ୧୦ରୁ ଅଧିକ ପୋଖରୀ ରହିଛି। ଏହି ଉତ୍ପାଦନ କେନ୍ଦ୍ର ଉପରେ ଆଠମଲ୍ଲିକ ଓ କିଶୋରନଗର ବ୍ଲକର ୮ ଶହରୁ ଊଦ୍ଧର୍‌ବ ମାଛ ଚାଷୀ ନିର୍ଭର କରନ୍ତି। ହେଲେ ଏହା ବନ୍ଦ ହୋଇଯାଇଥିବାରୁ ଚାଷୀମାନେ ବୌଦ୍ଧ, ଅନୁଗୋଳରେ ଥିବା ବେସରକାରୀ ଯାଅଁାଳ ଉତ୍ପାଦନ କେନ୍ଦ୍ରରୁ ଯାଆଁଳ ଆଣି ଚାଷ କରୁଛନ୍ତି। ଏପରିକି ସମ୍ବଲପୁର ଜିଲାର ଚିପିଲିମା ଯାଅଁଳ ଉତ୍ପାଦନ କେନ୍ଦ୍ରରୁ ମଧ୍ୟ ଚାଷୀ ଯାଅଁାଳ ଆଣି ଅଧିକ ଖର୍ଚ୍ଚାନ୍ତ ହେଉଥିଲେ ହେଁ ଆଠମଲ୍ଲିକ କେନ୍ଦ୍ରକୁ ପୁନଃ କାର୍ଯ୍ୟକ୍ଷମ କରାଯାଉ ନାହିଁ। ଏ ନେଇ ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ଚାଷୀଙ୍କ ସମସ୍ୟା ଦୂର କରାଯିବାକୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହୋଇଛି। ସେହିପରି ଏଠାରେ କାର୍ଯ୍ୟାଳୟ ଥିଲେ ମଧ୍ୟ କୌଣସି କର୍ମଚାରୀ ରହୁ ନ ଥିବାରୁ ତାହା ଅସାମାଜିକଙ୍କ ଆଡାସ୍ଥଳୀରେ ପରିଣତ ହେଲାଣି। ତୁରନ୍ତ ଯାଅଁାଳ ଉତ୍ପାଦନ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା ପାଇଁ ଚାଷୀ ମହଲରେ ଦାବି ହୋଇଛି।
ଏ ସମ୍ପର୍କରେ ସ୍ଥାନୀୟ ସହକାରୀ ମତ୍ସ୍ୟ ଅଧିକାରୀ ସୁରେନ୍ଦ୍ର ବେହେରା କହିଛନ୍ତି, ୨୦୧୯ରେ ଉକ୍ତ କେନ୍ଦ୍ରକୁ ଠିକା ଦେବା ପାଇଁ ନିଲାମ ଡକା ଯାଇଥିଲା। ମାତ୍ର ଏଥିପାଇଁ କୌଣସି ସଂସ୍ଥା ଆଗ୍ରହ ପ୍ରକାଶ କରି ନ ଥିଲେ। ଏହାଛଡା ବିଭାଗ ତରଫରୁ ଆର୍ଥିକ ବ୍ୟବସ୍ଥା କରାଯାଉ ନ ଥିବାରୁ କେନ୍ଦ୍ରଟି ଏପରି ଅବସହେଳିତ ଅବସ୍ଥାରେ ପଡ଼ିରହିଛି। ବିଭାଗ ଅର୍ଥ ଯୋଗାଇଲେ ପୁନରୁଦ୍ଧାର କରାଯିବା ସହିତ ମତ୍ସ୍ୟ ଚାଷୀଙ୍କ ସମସ୍ୟାର ସମାଧାନ ହୋଇପାରନ୍ତା। ଏହି କେନ୍ଦ୍ରରେ ଆବଶ୍ୟକ କର୍ମଚାରୀ ମଧ୍ୟ ନାହାନ୍ତି ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ବରୀଙ୍କ କୁଷ୍ମାଣ୍ଡା ବେଶ: ସକାଳୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୨୨।୩( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି । ଚତୁର୍ଥ ଦିବସ ରବିବାରରେ ଦେବୀ କୁଷ୍ମାଣ୍ଡା ବେଶରେ…

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri