ମ୍ୟାଲେରିଆ ପ୍ରବଣ ଜିଲାରେ ବଣ୍ଟନ ହେବ ୨୬ ଲକ୍ଷ ଔଷଧୀୟ ମଶାରି

ଭୁବନେଶ୍ୱର,୧୮ା୯(ବ୍ୟୁରୋ) : କେନ୍ଦ୍ର ସରକାର ଓଡ଼ିଶାକୁ ୨୬ଲକ୍ଷ ୫୪ହଜାର ଔଷଧୀୟ ମଶାରି ବଣ୍ଟନ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହାର ସୂଚାରୁରୂପେ କାର୍ଯ୍ୟକାରିତା ପାଇଁ ମଙ୍ଗଳବାର ସ୍ବାସ୍ଥ୍ୟ ବିଭାଗର ଷ୍ଟିଅରିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା ଅଧ୍ୟକ୍ଷତା କରି ଔଷଧୀୟ ମଶାରି ବଣ୍ଟନ କ୍ଷେତ୍ରରେ ମ୍ୟାଲେରିଆ ପ୍ରବଣ ଜିଲାଗୁଡ଼ିକୁ ଅଗ୍ରାଧିକାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ କେନ୍ଦ୍ରରୁ ମିଳିଥିବା ଔଷଧୀୟ ମଶାରି ଅତ୍ୟଧିକ ମ୍ୟାଲେରିଆ ପ୍ରବଣ ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲାକୁ ପ୍ରଥମେ ଦିଆଯିବ। ଏହାପରେ ମ୍ୟାଲେରିଆ ନିୟନ୍ତ୍ରଣର ପୂର୍ବାବସ୍ଥାକୁ ଆସିଯାଇଥିବା ନୂଆପଡ଼ା, ମୟୂରଭଞ୍ଜ, ସୋନପୁର, ଅନୁଗୋଳ, ବରଗଡ଼ ଓ ଖୋର୍ଦ୍ଧା ଜିଲାକୁ ଏବଂ ପର୍ଯ୍ୟାୟକ୍ରମେ ନିୟନ୍ତ୍ରଣ ଅବସ୍ଥାକୁ ଆସିଯାଇଥିବା ଅବଶିଷ୍ଟ ୧୪ ଜିଲାକୁ ମଶାରି ବଣ୍ଟନରେ ସାମିଲ କରିବା ପାଇଁ ବୈଠକରେ ସ୍ଥିର ହୋଇଛି। ତେବେ ମଶାରି ବଣ୍ଟନ ଓ ଏହାର ଠିକ୍‌ ବ୍ୟବହାର ନେଇ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଚଳାଇବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୧୭ରେ କେନ୍ଦ୍ର ସରକାର ରାଜ୍ୟକୁ ୧କୋଟି ୧୩ଲକ୍ଷ ଔଷଧୀୟ ମଶାରି ପ୍ରଦାନ କରିଥିଲେ। ଏହାକୁ ବିଭିନ୍ନ ମ୍ୟାଲେରିଆ ପ୍ରବଣ ଜିଲାରେ ବଣ୍ଟନ କରାଯାଇଥିଲା। ଫଳରେ ରାଜ୍ୟରେ ମ୍ୟାଲେରିଆକୁ ପ୍ରାୟ ୮୦ ପ୍ରତିଶତ ନିୟନ୍ତ୍ରଣ କରାଯାଇ ପାରିଥିଲା, ଯାହାକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ ପ୍ରଶଂସା କରିଥିଲେ। ଏହି ମଶାରିର ଅବଧି ପ୍ରାୟ ୩ବର୍ଷ ଥିବାବେଳେ ଓଡ଼ିଶାକୁ ପୁର୍ନବାର ମଶାରି ଯୋଗାଇଦେବା ଲାଗି ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ। ତଦନୁଯାୟୀ କେନ୍ଦ୍ର ସରକାର ୨୬ଲକ୍ଷ ୫୪ହଜାର ମଶାରି ଯୋଗାଇ ଦେଇଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆହୁରି ଅଧିକ ମଶାରି ମିଳିବାର ସମ୍ଭାବନା ରହିଛି। ଆସନ୍ତା ବର୍ଷ କେନ୍ଦ୍ର ସରକାର ରାଜ୍ୟକୁ ଆଉ ୧କୋଟି ୧୩ଲକ୍ଷ ମଶାରି ଯୋଗାଇଦେବାର ସୂଚନା ମିଳିଛି। ସେହି ମଶାରି ଆସିଲେ ୨୦୧୭ରେ ଯୋଗାଯାଇଥିବା ମଶାରିଗୁଡ଼ିକର ସ୍ଥାନ ନେବ ବୋଲି କର୍ତ୍ତୃପକ୍ଷ ସ୍ଥିର କରିଛନ୍ତି। ଏହା ବ୍ୟତୀତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)ରୁ ମଶାରି ଖରିଦ କରିବା ପାଇଁ ସରକାର ସ୍ଥିର କରିବା ପରେ ଏ ନେଇ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri