ମ୍ୟାଲେରିଆ, ଡେଙ୍ଗୁ, ମସ୍ତିଷ୍କ ଜ୍ୱର ସଚେତନତା ଅଭିଯାନ: ୩ ମାସରେ ରୋଗମୁକ୍ତ ସହର ଲକ୍ଷ୍ୟ

ବ୍ରହ୍ମପୁର ଅଫିସ,୩୦ା୬-ବ୍ରହ୍ମପୁର ମହାନଗର ନିଗମ(ବିଏମସି) ଅଞ୍ଚଳରେ ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ମସ୍ତିଷ୍କ ଜ୍ୱର ସଚେତନତା ଓ ନିରାକରଣ କାର୍ଯ୍ୟକ୍ରମ ଆସନ୍ତା ୨ ତାରିଖରୁ ଆରମ୍ଭ ହେବ ା ଦୁଇଟି ପର୍ଯ୍ୟାୟରେ ୩ ମାସ ଧରି ପ୍ରତ୍ୟେକ ୱାର୍ଡରେ ଶୋଭାଯାତ୍ରା, ସଚେତନାମୂଳକ ପ୍ରଚାରପତ୍ର, ସମୁହ ସଫେଇ ଆଦି କରାଯିବ। ଏ ନେଇ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ (ଏନ୍‌ୟୁଏଚଏମ୍‌) ପକ୍ଷରୁ ଶନିବାର ଏକ ସ୍ବତନ୍ତ୍ର ବୈଠକ ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ା
ଡେପୁଟି କମିଶନର ସୌରୀନ୍ଦ୍ର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ (ସିଡିଏମଓ)ଡା. ବିଜୟ କୁମାର ପାଣିଗ୍ରାହୀ, ଅତିରିକ୍ତ ଜିଲା ସହରାଞ୍ଚଳ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଲଲାଟେନ୍ଦୁ ଦାଶ, ନଗର ସ୍ବାସ୍ଥ୍ୟଧିକାରୀ ଡ. ପ୍ରକାଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ ା ଆସନ୍ତା ୨ ତାରିଖରୁ ଜୁଲାଇ ୧୬ ପର୍ଯ୍ୟନ୍ତ ଡାଇରିଆ ନିରାକରଣ ପକ୍ଷ ପାଳନ କରାଯିବ। ଏଥିରେ ଡାଇରିଆର କାରଣ, ନିରାକରଣ ଓ ପ୍ରତିକାର ନେଇ ସମସ୍ତ ୱାର୍ଡରେ ସଚେତନ କରାଯିବ ା ସେହିପରି ଜୁଲାଇ ୧୭ରୁ ସେପ୍ଟେମ୍ବର ୧୬ ପର୍ଯ୍ୟନ୍ତ ମ୍ୟାଲେରିଆ, ଡେଙ୍ଗୁ, ମସ୍ତିସ୍କ ଜ୍ୱର ସଚେତନତା ଓ ନିରାକରଣ ଅଭିଯାନ ଚାଲିବ ା ୨ ପର୍ଯ୍ୟାୟରେ ସହରର ସମସ୍ତ ୪୦ ୱାର୍ଡରେ ଗୋଷ୍ଠୀସ୍ତରୀୟ ହାତଧୁଆର ଉପକାରିତା, ବ୍ୟକ୍ତିଗତ ତଥା ପାରିପାର୍ଶ୍ୱିକ ପରିଚ୍ଛନ୍ନତା, ଜଳ ଉତ୍ସଗୁଡିକର ବିଶୁଦ୍ଧିକରଣ, ମଶାରୀ ବ୍ୟବହାର, ବାହ୍ୟମଳତ୍ୟାଗ ରୋକିବା ଦିଗରେ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ ା ପୋଷ୍ଟର, ଶୋଭାଯାତ୍ରା, ସଫେଇ ଅଭିଯାନ ସହ ମଶା ବଂଶବୃଦ୍ଧି ରୋକିବା ଦିଗରେ ସ୍ବତନ୍ତ୍ର ଅଭିଯାନ ହେବ ବୋଲି ସିଡିଏମଓ ସୂଚନା ଦେଇଛନ୍ତି। ଗତ ଦୁଇବର୍ଷ ହେଲା ଏଭଳି କାର୍ଯ୍ୟକ୍ରମ ହେଉଥିଲେ ମଧ୍ୟ ବ୍ରହ୍ମପୁର ସହର ସମ୍ପୂର୍ଣ୍ଣ ରୂପେ ସଫଳତା ହାସଲ କରିପାରିନି। ତେଣୁ ଚଳିତବର୍ଷର କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଅସ୍ବାସ୍ଥ୍ୟକର ପରିବେଶ ରୋଗର ମୁଖ୍ୟ କାରଣ। ତେଣୁ ପ୍ରତ୍ୟେକ ଅଞ୍ଚଳରେ ପରିବେଶ ସ୍ବଚ୍ଛ ରଖିବା ନିମନ୍ତେ ସହରବାସୀଙ୍କୁ ସଚେତନ କରିବା ଦିଗରେ କାର୍ଯ୍ୟ କରିବାକୁ ଡେପୁଟି କମିଶନର ରାଉତରାୟ ପରାମର୍ଶ ଦେଇଥିଲେ ା ସହରର ୧୭୦ ମହିଳା ଆରୋଗ୍ୟ ସମିତି, ୧୯୬ ଅଙ୍ଗନୱାଡି ସେଣ୍ଟର ସମେତ ବିଦ୍ୟାଳୟ ଓ ସମସ୍ତ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଚାଲିବ। ସହରର ୩୭ ମହିଳା ସ୍ବାସ୍ଥ୍ୟ କର୍ମୀଙ୍କ ସମେତ ଆଶା, ଅଙ୍ଗନୱାଡି କର୍ମୀ ନିୟୋଜିତ ହେବେ। ସ୍ବାସ୍ଥ୍ୟ ପରିଦର୍ଶକ, ସହରାଞ୍ଚଳ ମ୍ୟାଲେରିଆ ସ୍ବାସ୍ଥ୍ୟ ପରିଦର୍ଶକ, ସ୍ବାସ୍ଥ୍ୟ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅଧିକାରୀ ଏହାର ତଦାରଖ କରିବେ ବୋଲି କୁହାଯାଇଥିଲା ା ଏନୟୁଏଚଏମର ସିଟି ପ୍ରୋଗ୍ରାମ ମ୍ୟାନେଜର ଲମ୍ବୋଦର ଦିଗାଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ୭ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ, ସିଡିପିଓ ୧ ଓ ୨ ଏବଂ ଏନୟୁଏଚଏମର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

୧୮୨ କେଜି ଭାଙ୍ଗ ଜବତ କଲା ଅବକାରୀ ବିଭାଗ; ଜେଲ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୭।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଅବକାରୀ ଷ୍ଟ୍ରାଇକିଂ ଫୋର୍ସ ଏବଂ ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ବୁଧବାର ଦିଗପହଣ୍ଡି ବ୍ଳକର ପୃଥକ ସ୍ଥାନରେ...

ବସ୍‌ରେ ଚଢ଼ିବା ବେଳେ ଭ୍ୟାନିଟିରୁ ଲୁଟିନେଲେ ୩୦ ଲକ୍ଷର ସୁନାଗହଣା, ଥାନାରେ ପହଞ୍ଚିଲେ…

ଦିଗପହଣ୍ଡି,୭।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ପୋଡ଼ାମାରି ରୋଡ଼ ଦାମୋଦର ନଗର ୨ୟ ଲେନରେ ରହୁଥିବା ଭୀଷ୍ମଗିରି ଗ୍ରାମର ଇ.ସସ୍ମିତା ପାତ୍ରଙ୍କ ଭ୍ୟାନିଟି...

ଦିଗପହଣ୍ଡି ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ, ୪୦୯ ହିତାଧିକାରୀଙ୍କୁ ବିଧାୟକ….  

ଦିଗପହଣ୍ଡି,୭ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ପଟ୍ଟା ବଣ୍ଟନ ମେଳା ଅନୁଷ୍ଠିତ...

ଭୋଜିରେ ଯୋଗଦେବାକୁ ଯିବା ହେଲା କାଳ, ବିଦ୍ୟୁତ ଆଘାତରେ ହୋମଗାର୍ଡଙ୍କ ମୃତ୍ୟୁ

ଛତ୍ରପୁର,୭ା୧(ଦିଲ୍ଲୀପ ସାମଲ): ବିଦ୍ୟୁତ ଆଘାତରେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି । ମୃତ ହୋମଗାର୍ଡ ଜଣକ ହେଲେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ପୁରୁଣାପାଟଣା...

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ଚାଲିଗଲା ୨ଜଣଙ୍କ ଜୀବନ

ପାତ୍ରପୁର,୭ା୧(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ଖାରିଆଗୁଡ଼ା ଫାଣ୍ଡି ଅଧିନସ୍ଥ ତମ୍ୱାପୂର ମନ୍ଦରଡ଼ା ରାସ୍ତା ଲୁହୁରୁଣି ବଟଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି...

ବିନା ଜଣାଶୁଣାଣିରେ ୫ ପଞ୍ଚାୟତ ମିଶ୍ରଣକୁ ବିରୋଧ କରି ଜିଲାପାଳଙ୍କୁ ଭେଟିଲେ ଶତାଧିକ ଲୋକ, କହିଲେ କାହା…

ଛତ୍ରପୁର,୭ା୧(ଦିଲ୍ଲୀପ ସାମଲ): ଛତ୍ରପୁର ଏନ୍‌ଏସିକୁ ମ୍ୟୁନିସିପାଲିଟି ମାନ୍ୟତା ପ୍ରଦାନ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଡିସେମ୍ବର ୨୬ ତାରିଖରେ ଏନେଇ ଆପତ୍ତି...

୮୦ ଧାନ ବସ୍ତା ନଷ୍ଟ କଲେ ହାତୀପଲ: କର୍ମଚାରୀଙ୍କ ବ୍ୟବହାରରେ ଚାଷୀ ହତୋତ୍ସାହିତ

ଭଞ୍ଜନଗର,୭ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ହାତୀପଲଙ୍କ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଏବଂ...

ଶୀତରେ ଥରୁଛି ରାଜଧାନୀ: ହାଡ଼ ଭଙ୍ଗା ଶୀତକୁ କୋହଲା ପାଗ

ଭୁବନେଶ୍ୱର,୭।୧: ଭୁବନେଶ୍ୱରରେ ୭ ଡିଗ୍ରୀ ତଳକୁ ଖସିଲା ପାରଦ। ସକାଳ ୫ଟା ୩୦ରେ ୧୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ୭.୪ ଡିଗ୍ରୀ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri