ମୌଳିକ ସୁବିଧା କଥା ବୁଝିଲାନି ପ୍ରଶାସନ:ହଷ୍ଟେଲ ଛାଡ଼ିଲେ ୧୫୦ରୁ ଊର୍ଦ୍ଧ୍ୱ ଆଦିବାସୀ ଛାତ୍ରୀ

ପାଲଲହଡା,୧୨।୧୧(ଡି.ଏନ.ଏ.)

ଅନୁଗୋଳ ଜିଲା ପାଲଲହଡା ବ୍ଲକ ନଗିରା ପଞ୍ଚାୟତରେ ଥିବା ସିବିଡା ଶିକ୍ଷା ନିକେତନର ୧୫୦ରୁ ଊର୍ଦ୍ଧ୍ୱ ଆଦିବାସୀ ଛାତ୍ରୀ ଦୀର୍ଘଦିନରୁ ଲାଗି ରହିଥିବା ଅବ୍ୟବସ୍ଥା ପାଇଁ ସୋମବାର ହଷ୍ଟେଲ ଛାଡିଛନ୍ତି। ବାରମ୍ବାର ଦାବି ପରେ ବି ପ୍ରଶାସନ ମୌଳିକ ସୁବିଧା ସମ୍ପର୍କରେ କିଛି ନ ବୁଝିବାରୁ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ସାଥିରେ ନେଇ ଯାଇଥିବା ଜଣାପଡ଼ିଛି।
ଅଭିଭାବକମାନେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାରଙ୍କ ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଏହି ବିଦ୍ୟାଳୟର ପରିଚାଳନା ଦାୟିତ୍ୱ ପାଉଡିଭୁୟଁା ଉନ୍ନୟନ ସଂସ୍ଥାକୁ ଦିଆଯାଇଛି। ଏଠାରେ ଥିବା ସ୍ବତନ୍ତ୍ର ଅଧିକାରୀ ଛାତ୍ରୀମାନଙ୍କ କୌଣସି ସୁବିଧା ଅସୁବିଧା କଥା ବୁଝୁ ନାହାନ୍ତି। ଦୀର୍ଘଦିନରୁ ଏହି ଶିକ୍ଷା ନିକେତନରେ ମୌଳିକ ସୁବିଧା ପାଇବା ପାଇଁ ଅନ୍ତେବାସୀମାନେ ବାରମ୍ବାର ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପାଖରେ ଅଭିଯୋଗ କରି ଆସୁଥିଲେ। ହେଲେ କୌଣସି ସୁଫଳ ମିଳୁ ନ ଥିଲା। ଏହାର ପ୍ରତିବାଦରେ ସୋମବାର ୫ ଦଫା ଦାବିରେ ଅଭିଭାବକମାନେ ବିଦ୍ୟାଳୟ ନିକଟରେ ଏକଜୁଟ ହୋଇ ଏକ ବୈଠକ କରିଥିଲେ। ଯେ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇ ନାହିଁ ସେ ପର୍ଯ୍ୟନ୍ତ ହଷ୍ଟେଲରେ ଛାତ୍ରୀମାନଙ୍କୁ ଛାଡ଼ିବେ ନାହିଁ ବୋଲି ଅଭିଭାବକମାନେ ନିଷ୍ପତ୍ତି ନେଇ ୧୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଙ୍କୁ ନିଜ ସାଙ୍ଗରେ ନେଇ ଯାଇଛନ୍ତି।
ବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ଆବଶ୍ୟକ ଶୌଚାଳୟ ନାହିଁ। ନିମ୍ନମାନର ଖାଦ୍ୟ ଯୋଗାଣ କରାଯାଉଛି। ତେଣୁ ଏଥିପ୍ରତି ଧ୍ୟାନଦେବା ସହ ଅନ୍ତେବାସୀଙ୍କ ପାଇଁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା, ପ୍ରଥମରୁ ଯୁକ୍ତ ୨ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ପାଇଁ ଗତ ଅଭିଭାବକ ମିଟିଂରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପରେ ପାଲଲହଡା ଠାରେ ଅନୁଷ୍ଠିତ ଜିଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମରେ ଜିଲାପାଳଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଥିଲା। କିନ୍ତୁ କୌଣସି ସୁଫଳ ମିଳି ନ ଥିବା ଅଭିଭାବକମାନେ କହିଛନ୍ତି। ଖବରପାଇ ପାଲଲହଡା ବ୍ଲକ ଅଧ୍ୟକ୍ଷ ନବକିଶୋର ନାୟକ ବିଦ୍ୟାଳୟକୁ ଯାଇ ବୁଝାଶୁଝା କରିଥିଲେ ବି ଅଭିଭାବକମାନେ ବୁଝି ନ ଥିଲେ। ଅନ୍ତେବାସୀଙ୍କ ପାଇଁ ଥିବା ଶୌଚାଳୟ ଗୁଡିକ କାମ କରୁ ନ ଥିବାରୁ ଛାତ୍ରୀମାନେ ଶୌଚ ପାଇଁ ସ୍ଥାନୀୟ ଜଙ୍ଗଲକୁ ଯାଉଛନ୍ତି। ସେହିପରି ସ୍ବାସ୍ଥ୍ୟ ଖରାପ ହେଲେ କୌଣସି ଚିକିତ୍ସା ବ୍ୟବସ୍ଥା କରାଯାଉ ନ ଥିବା ସ୍ଥାନୀୟ ସମିତି ସଭ୍ୟା ସ୍ବର୍ଣ୍ଣମୟୀ ପ୍ରଧାନ ଅଭିଯୋଗ କରିଛନ୍ତି। ଏ ନେଇ ପିବିଡିଏର ମୁଖ୍ୟ ତଥା ଉପଜିଲାପାଳ ଅଜିତ କୁମାର ପ୍ରଧାନ କହିଛନ୍ତି, ଘଟଣା ସମ୍ପର୍କରେ ଅବଗତ ଅଛି। ମଙ୍ଗଳବାର ବିଦ୍ୟାଳୟକୁ ଯାଇ ତଦନ୍ତ କରିବି। ଏଥିସହିତ ଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯିବ। ଅଭିଭାବକମାନଙ୍କ ସହ ସ୍ଥାନୀୟ ସରପଞ୍ଚ ପିତନ ବାରିକ, ବରଡ଼ିହ ସରପଞ୍ଚ ଧନମତି ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ବଜେଟ୍‌ରେ ଇକୋ ଟୁରିଜିମ୍‌କୁ ଗୁରୁତ୍ୱ: ଋଷିକୂଲ୍ୟା ମୁହାଁଣରେ ହେବ…

ଗଞ୍ଜାମ,୨।୨(ବିଦ୍ୟାଧର ସାହୁ): ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ସାମୁଦ୍ରିକ କଇଁଛ ବିରଳ ପ୍ରଜାତିର ଅଲିଭ ରିଡ୍‌ଲେଙ୍କ ଏନ୍ତୁଡ଼ିଶାଳ ଭାବେ ସ୍ବତନ୍ତ୍ର ସ୍ଥାନ ପାଇଥିବା ଋଷିକୂଲ୍ୟା ମୁହାଁଣରେ ଇକୋ କରିଡର…

ନାବାଳିକାଙ୍କୁ ଅପହରଣ କରିନେଇ ହାତ ଗୋଡ ବାନ୍ଧି ଜଙ୍ଗଲରେ ଛାଡି ପଳାଇଲେ, ଶାରୀରିକ ସମ୍ପର୍କ ପାଇଁ…

ତୁମୁଡିବନ୍ଧ,୨।୨(ଦୀପକ କୁମାର ପରାସେଠ): ନାବାଳିକାଙ୍କୁ ଅପହରଣ କରି ହାତ ଗୋଡ ବାନ୍ଧି ଜଙ୍ଗଲରେ ଛାଡି ପଳାଇଲେ। ରାତି ଅନ୍ଧାର ଭିତରେ ଘଞ୍ଚ ଜଙ୍ଗଲରେ ଭୟରେ ଜୀବନ ବଞ୍ଚାଇ…

୬ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ

ଭୁବନେଶ୍ୱର,୨।୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସି ସୋମବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ସେ ବିଜୁ…

ମଞ୍ଚରେ ଥିଲେ ମୁଖ୍ୟମନ୍ତ୍ରୀ, ପୂର୍ବ ସରକାରଙ୍କୁ କଟାକ୍ଷ କଲେ ଜିଲାପାଳ

ନୂଆଦିଲ୍ଲୀ,୨।୨: ସୁବର୍ଣ୍ଣପୁର ଜିଲାପାଳ ନୃପରାଜ ସାହୁଙ୍କ ବୟାନକୁ ନେଇ ଓଡ଼ିଶା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ରବିବାର ସୁବର୍ଣ୍ଣପୁରରେ ଆୟୋଜିତ ‘ସୁଭଦ୍ରା ଶକ୍ତି ମେଳା’ ଶୁଭାରମ୍ଭ ହୋଇଥିଲା।…

ଆନ୍ଧ୍ର ଆଧାର କାର୍ଡ ଅପଡେଡ୍‌ କରି ରାଶନ କାର୍ଡ ପ୍ରଦାନ କଲାପରେ ପଶିଲା ଚିନ୍ତା, ମେଳିକଲା…

ପଟ୍ଟାଙ୍ଗି,୨।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଏକାଠିକରି ବୈଠକ ମାଧ୍ୟମରେ…

କାମସାରି ଘରକୁ ଫେରୁଥିଲେ ଶ୍ରମିକ, ରାସ୍ତାରେ ଗଲା ଜୀବନ 

କେସିଙ୍ଗା,୨।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ପେଟ୍ରୋଲ ପମ୍ପ  ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଅଜଣା ଗାଡ଼ି ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ…

ମୁକୁଳା ଡ୍ରେନ୍‌ କବଳରେ ଶିଶୁ: ବାରମ୍ବାର ପଡ଼ିଲା ପରେ ବି…

ଗଞ୍ଜାମ,୨।୨(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡନଂ ପାଞ୍ଚ ତ୍ରିବେଣୀ ମଠ ଛକ ସାହିଠାରେ ଜଣେ ଶିଶୁ ଖେଳୁଥିବା ବେଳେ ହଟାତ ମୁକୁଳା ଡ୍ରେନରେ ପଡି…

ସମ୍ବଲପୁର ତହସିଲ ଦୁଇ ଭାଗ: ନିଯୁକ୍ତି ହେବେ ଅନେକ ଅମିନ-ଆରଆଇ କହିଲେ…

ସମ୍ବଲପୁର, ୨।୨(ପ୍ରମୋଦ ବହିଦାର): ସମ୍ବଲପୁରର ରାଜସ୍ବ ବିଭାଗ ଓ ବିକାଶମୂଳକ କାର୍ଯ୍ୟକୁ ନେଇ ସୋମବାର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri