ମୌଳିକ ସୁବିଧାରୁ ବଞ୍ଚିତ ୭ ଭୂମିହୀନ ପରିବାର

ବନ୍ତ, ୨୨।୪ (ସ୍ବ.ପ୍ର.) – ଜମିପଟ୍ଟା ଥାଇ ମଧ୍ୟ ଜାଗା ଚିହ୍ନଟ ହୋଇପାରୁ ନ ଥିବାରୁ ଘର କରିପାରୁନାହାନ୍ତି ୭ ଭୂମିହୀନ ପରିବାର। ଏଥିସହ ସେମାନଙ୍କୁ ମୌଳିକ ସୁବିଧା ମଧ୍ୟ ଯୋଗାଇ ଦିଆଯାଉ ନାହିଁ। ଫଳରେ ସେମାନେ ନାନା ସମସ୍ୟା ଦେଇ ଗତି କରୁଛନ୍ତି। ବିଭିନ୍ନ ସରକାରୀ ଯୋଜନାରୁ ସେମାନେ ବଞ୍ଚିତ ହେଉଛନ୍ତି। ଏ ଦିଗରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି।
ଉଲ୍ଲେଖନୀୟ ଯେ, ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ୨୦୦୮ରେ ଏହି ଭୂମିହୀନ ପରିବାରକୁ ମାଗଣାରେ ଜମିପଟ୍ଟା ଯୋଗାଇ ଦିଆଯାଇଥିଲା। ବନ୍ତ ତହସିଲ ଅଧୀନ ଆଡ଼ିଆ ପଞ୍ଚାୟତ ଓଲଡାଙ୍ଗ ଗ୍ରାମର ମାନତ୍ରୀ ମାଝି, ସଲପି ହାଁସଦା, ସୀତା ମାରାଣ୍ଡି, କୁନି ମାଝି, ସୁଦାମ ମାରାଣ୍ଡି, ରାମ ମାଝି, ଚମ୍ପା ମାଝି ପ୍ରତ୍ୟେକଙ୍କୁ ତତ୍କାଳୀନ ତହସିଲଦାର ୪ ଡିସିମିଲ ଲେଖାଏ ଘରଡିହ ପଟ୍ଟା ପ୍ରଦାନ କରିଥିଲେ। ହେଲେ ଏହାମଧ୍ୟରେ ୧୦ ବର୍ଷ ବିତିଯାଇଥିଲେ ସୁଦ୍ଧା ଜାଗା ଚିହ୍ନଟ ହୋଇପାରି ନାହିଁ। ଉକ୍ତ ଜାଗା ଦଖଲରେ ନ ଥାଇ ମଧ୍ୟ ସେବେଠାରୁ ପ୍ରତିବର୍ଷ ସେମାନେ ଏହି ଜାଗାର ଭୂମିକର ଓ ଖଜଣା ପାଉତି ରାଜସ୍ବ ବିଭାଗକୁ ପୈଠ କରୁଛନ୍ତି। କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅନ୍ତର୍ଗତ ବୀଣାପାଟିଆ ଅଞ୍ଚଳରୁ ଆସିଥିବା ଏହି ୭ ପରିବାର ୨୦ ବର୍ଷ ପୂର୍ବରୁ ବନ୍ତ ତହସିଲ ଓଲଡାଙ୍ଗ ମୌଜାର ଏକ ସରକାରୀ ଜମିରେ ବସତି ସ୍ଥାପନ କରିଥିଲେ। ସମସ୍ତ ପରିବାର ଭୂମିହୀନ ହୋଇଥିବାରୁ ବାରମ୍ବାର ଆବେଦନ ପରେ ତାଙ୍କୁ ଆଡ଼ିଆ ମୌଜାରେ ଏହି ଘରଡିହ ପଟ୍ଟା ମିଳିଥିଲା। ପଟ୍ଟା ପାଇବାର ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ମିଳିଥିବା ପ୍ଲଟ କେଉଁ ଜାଗାରେ ରହିଛି ତାହା ଦଖଲ କି ବେଦଖଲରେ ଅଛି ସେମାନଙ୍କୁ ଜଣା ନ ଥିବା ପ୍ରକାଶ କରିଛନ୍ତି। ବିଲ ମଝିରେ ଥିବା ସେହି ବସତିରେ ଏବେ ୯ ପରିବାରର ୫୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ଦୁର୍ଘଟଣା ବେଳେ ଦମକଳ କିମ୍ବା ଆମ୍ବୁଲାନ୍ସ ଯିବା ତ ଦୂରର କଥା ପାଦଚଲା ରାସ୍ତାଟିଏ ମଧ୍ୟ ନାହିଁ। ପଟ୍ଟାଭୁକ୍ତ ଜାଗା ହୋଇ ନ ଥିବାରୁ ରାସ୍ତା, ବିଜୁଳି, ଘର ଓ ସ୍ବଚ୍ଛ ଭାରତ ମିଶନରେ ଶୌଚାଳୟ ଆଦି ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ଏହି ଆଦିବାସୀ ପରିବାର।
ଜମି ପଟ୍ଟା ପାଇବା ପରେ କେତେ ଯେ ତହସିଲଦାର ବଦଳି ଗଲେଣି ହେଲେ କେହି ଆମ ଗୁହାରି ଶୁଣୁନାହାନ୍ତି ବୋଲି କହିଛନ୍ତି ଗୋପୀନାଥ ମାଝି। ଭୂମିହୀନ ସଲପି ହଁାସଦା ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ବର୍ଷାଦିନେ ପାଣିଘେରରେ ରହୁଛୁ। ବସ୍ତିକୁ ରାସ୍ତା ନାହିଁ। ଆମ ପିଲାଛୁଆ ପାଠ ପଢିବାକୁ ଯାଇପାରୁ ନାହାନ୍ତି। ରୋଗରେ ପଡ଼ିଲେ ଡାକ୍ତରଖାନା ଯିବାକୁ ହେଲେ ରୋଗୀକୁ କାନ୍ଧରେ ବୋହି ମୁଖ୍ୟ ରାସ୍ତାକୁ ନେବାକୁ ପଡ଼େ ବୋଲି ଆଉଜଣେ ଭୂମିହୀନ ଶଙ୍କର ମାରାଣ୍ଡି କହିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ଅତିରିକ୍ତ ତହସିଲଦାର ବିଜୟ କୁମାର ସେଠୀଙ୍କୁ ପଚାରିବାରୁ ଅଫିସରେ ରେକର୍ଡ ଅନୁଧ୍ୟାନ ପରେ ଯାହା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସ ଏ ସମ୍ପର୍କରେ ଅନୁରୂପ ପ୍ରତିକ୍ରିୟା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri