ମୋ ସରକାର ଯୋଜନା ରୂପାୟନ ପରଖିଲେ ଏସ୍‌ପି

ବଲାଙ୍ଗୀର ଅଫିସ, ୨୭ା୧୦ – ରାଜ୍ୟ ସରକାର ମୋ ସରକାର ଯୋଜନା ଲାଗୁ କଲାପରେ ବଲାଙ୍ଗୀର ଜିଲାରେ ଏହି ଯୋଜନା କିଭଳି ରୂପାୟନ ହେଉଛି ଅଭିଯୋଗକାରୀଙ୍କ ନିକଟକୁ ଯାଇ ପରଖିଛନ୍ତି ଏସ୍‌ପି ମଡକର ସନ୍ଦୀପ ସମ୍ପଦ। ଶନିବାର ଅପରାହ୍ନରେ ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗର ପଡାର ରାଜେଶ ପଟେଲଙ୍କ ଘରେ ପହଞ୍ଚିଥିଲେ ଏସ୍‌ପି ସମ୍ପଦ ା ଟାଉନ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ, ସଦର ଏସ୍‌ଡିପିଓ ଶ୍ରୀମନ୍ତ ବାରିକଙ୍କ ଉପସ୍ଥିତିରେ ଅଭିଯୋଗକାରୀଙ୍କୁ ଫୁଲତୋଡା ସହ ଥାନା ଅଧିକାରୀ, ଏସଡିପି ଓ ଏବଂ ଏସ୍‌ପିଙ୍କ ମୋବାଇଲ୍‌ ନମ୍ବର ଥିବା ଏକ ଭିଜିଟିଂ କାର୍ଡ ପ୍ରଦାନ କରାଯାଇଥିଲା ା କିଛି ଦିନ ତଳେ ବଡଭାଇ ମୋହନ ପଟେଲ ଏକ ବାଇକ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଟାଉନ ଥାନାରେ ଅଭିଯୋଗ କରିଥିଲେ ରାଜେଶ ା ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ସମୟରେ ପୋଲିସ ପକ୍ଷରୁ ତାଙ୍କୁ କିଭଳି ବ୍ୟବହାର ପ୍ରଦର୍ଶନ କରାଯାଇଥିଲା, ପିଇବାକୁ ପାଣି ଓ ବସିବାକୁ ଚୌକି ଦିଆଯାଇଥିଲା ନା ନାହିଁ, ଅଭିଯୋଗ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୋଗକାରୀ ସନ୍ତୁଷ୍ଟ ହୋଇିଛନ୍ତି ନା ନାହିଁ ପଚାରି ବୁଝିଥିଲେ। ଏହି ଘଟଣାରେ ଟାଉନ ଥାନାକୁ ୫ ମାର୍କରୁ କେତେ ମାର୍କ ଦେବେ ବୋଲି ପଚାରିଥିଲେ ଏସ୍‌ପି ା ପୋଲିସର ବ୍ୟବହାର ଓ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିବା ସହ ଟାଉନ ଥାନା ପୋଲିସକୁ ସେ ୫ମାର୍କ ଦେଉଥିବା ନେଇ ରାଜେଶ ଏସପିଙ୍କୁ ଜଣାଇଥିଲେ ା ସେହିପରି ବେହେରାପାଲିର ରୀନା କୁମ୍ଭାର ନାମକ ଜଣେ ଅଭିଯୋଗକାରୀଙ୍କ ଘରକୁ ଯାଇଥିଲେ ଏସ୍‌ପି ା ବଡଭାଇ ବିଭିନ୍ନ ସମୟରେ ଗାଳିଗୁଲଜ ଓ ମାରଧର କରୁଥିବା ନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ ରୀନା ା ବରିଷ୍ଠ ପୋଲିସ ଅଧିକାରୀମାନେ ଘରକୁ ଆସି ତାଙ୍କ ଅଭିଯୋଗ ଉପରେ ପଚାରି ବୁଝିଥିବାରୁ ରୀନା ସନ୍ତୋଷ ପ୍ରକାଶ କରିଛନ୍ତି ା ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନା ଲାଗୁ ପରେ କେବଳ ବଲାଙ୍ଗୀର ଟାଉନ ଥାନା ଅଞ୍ଚଳ କାହିଁକି ଜିଲାର ସମସ୍ତ ଥାନା ଅଞ୍ଚଳକୁ ଗସ୍ତ କରି ଅଭିଯୋଗକାରୀଙ୍କ ନିକଟରେ ପହଞ୍ଚି ପୋଲିସ କାର୍ଯ୍ୟକଳାପ ସମ୍ପର୍କରେ ପଚାରିିବ ବୋଲି ଏସପି ସମ୍ପଦ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବିପଦ୍‌ ଅବସ୍‌ତାରେ ପଁଚେତ୍‌ କୁଠା

ଲାଠୋର, ୧୬ା୯ (ଡି.ଏନ.ଏ.)  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ କରୁଆଁଝର ପଁଚେତ୍‌ ଅଫିସ କୁଠା ବିପଦ୍‌ ଅବସ୍‌ତାରେ ରହିଛେ। ହେଲେ ଇ କୁଠାର ମରାମତି...

କନିଷ୍ଠ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ: କପା କିଆରୀରେ ପଡ଼ିଥିଲା ମୃତଦେହ

ବଲାଙ୍ଗୀର ଅଫିସ/ପାଟଣାଗଡ଼,୬।୫(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ବେହେରା (୫୪)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ପାଟଣାଗଡ଼-ବନକାବିହାର ରାସ୍ତାକଡ଼...

ଏସ୍‌ପି ଅଫିସ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ

ବଲାଙ୍ଗିର ଅଫିସ,୧୪।୧୨: ଓଡ଼ିଶା କଂଗ୍ରେସ ଭବନ ଭିତରେ ପଶି ଛାତ୍ର କଂଗ୍ରେସର କର୍ମକର୍ତ୍ତାଙ୍କୁ ପୋଲିସର ଆକ୍ରମଣ ପ୍ରତିବାଦରେ ମଙ୍ଗଳବାର ବଲାଙ୍ଗିର ଜିଲା ଏସ୍‌ପି ଅଫିସ ଆଗରେ...

ବଲାଙ୍ଗୀରରେ ବିପିସିଏଲ୍‌ର ବଟଲିଂ ପ୍ଲାଣ୍ଟ ଉଦ୍‌ଘାଟିତ

ବଲାଙ୍ଗୀର ଅଫିସ,୨୭।୧୨: ବଲାଙ୍ଗୀର ସହର ଉପକଣ୍ଠ ବରକାନି ଗ୍ରାମରେ ନବନିର୍ମିତ ବିପିସିିଏଲ୍‌ର ଏଲ୍‌ପିଜି ବଟଲିଂ ପ୍ଲାଣ୍ଟକୁ ଶୁକ୍ରବାର ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି। ଓଡ଼ିଶା ରାଜ୍ୟପାଳ...

ଗିରିଶଙ୍କରକୁଁ ମିଲବା ବିଜୁ ପକାଘର

ଲୋଇସିଂହା, ୭।୧୧(ଡି.ଏନ.ଏ)- ଗଲା ଦିଆଲି ଆଗରୁ ହେଇଥିବାର ଲଘୁଚାପ ବରଷାରେ ସୁବର୍ଣ୍ଣପୁର ଜିଲା କୁମୁଣ୍ଡେ ଗଁାର ଗିରିଶଙ୍କର ଗେଜୋକଁର ମାଏଟ୍‌ ଘରର କଁାଥି ଭାଂଗି ଯାଇଥିଲା।...

ବଜାରରେ ଲାଗିଲା ମାଓବାଦୀ ପୋଷ୍ଟର

ଲାଠୋର,୧୫ା୫(ଡି.ଏନ.ଏ.): କିଛି ଦିନର ନୀରବତା ପରେ ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ ଘୁନସର ଓ ପୁଟକେଲଚୁଆ ଗ୍ରାମ ମଝି ବଜାର ପାଣ୍ଡାଲରେ ମାଓବାଦୀମାନେ ବ୍ୟାନର...

କରୋନାରେ ଚାଲିଗଲା ସରପଞ୍ଚଙ୍କ ସ୍ବାମୀଙ୍କ ଜୀବନ

ଲୋଇସିଂହା,୧।୫(ଡି.ଏନ୍‌.ଏ.): କରୋନାରେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ହୀରାପୁର ସରପଞ୍ଚ ରୀନା ବିଶିଙ୍କ ସ୍ବାମୀ ଗୋପୀନାଥ ବିଶି(୪୯)ଙ୍କ ଶନିବାର ସକାଳେ ମୃତ୍ୟୁ ଘଟିଛି। ବଲାଙ୍ଗୀର କୋଭିଡ୍‌...

ଲୋଇସିଂହା ଷ୍ଟାଡିୟମରେ ପତାକା ଉତ୍ତୋଳନ କଲେ ବିଧାୟକ

ଲୋଇସିଂହା,୨୬।୧(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଲୋଇସିଂହା ଷ୍ଟାଡିୟମଠାରେ ସ୍ଥାନୀୟ ଜନକଲ୍ୟାଣ ଯୁବ ସାମ୍ମୁଖ୍ୟ ପକ୍ଷରୁ ପଞ୍ଚାୟତସ୍ତରୀୟ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ...

Advertisement
Archives

Model This Week