‘ମୋ ସରକାର’ ପରେ ପଶିଛି ଛାନିଆ

ଅନୁଗୋଳ ଅଫିସ, ୧୪ା୧୦: ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ପରେ ମେଡିକାଲ, ଥାନା ଓ ସରକାରୀ କାର୍ଯ୍ୟାଳୟରେ କିପରି ସେବା ଯୋଗାଇ ଦିଆଯାଉଛି ତାହାର ଅନୁଧ୍ୟାନ କରୁଛନ୍ତି ବଡ଼ ବଡ଼ିଆ ଅଧିକାରୀ। ଏସ୍‌ପିଙ୍କଠାରୁ ଆରମ୍ଭ କରି ଜିଲାପାଳ, ବିଭିନ୍ନ ବିଭାଗର ସଚିବ ଏପରି କି ରାଜ୍ୟ ସରକାରଙ୍କ ୫-ଟି ସଚିବ ମଧ୍ୟ ଅଚାନକ ଅନୁଧ୍ୟାନରେ ଆସୁଛନ୍ତି। ଏହାକୁ ନଜରରେ ରଖି ସଜାଗ ହୋଇଯାଇଛନ୍ତି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ। ଶନିବାର ମେଡିକାଲ ପରିଦର୍ଶନ ବେଳେ ଜିଲାପାଳ ମନୋଜ କୁମାର ମହାନ୍ତି ଡାକ୍ତରଙ୍କ ଅନୁପସ୍ଥିତି ନେଇ ଅସନ୍ତୋଷ ପ୍ରକାଶ କରିଥିବାରୁ କାଳେ ରବିବାର କୌଣସି ଅଧିକାରୀ ଆସିପାରନ୍ତି, ତାହାକୁ ନେଇ କର୍ତ୍ତୃପକ୍ଷ ଏକପ୍ରକାର ଛାନିଆ ହୋଇପଡ଼ିଥିଲେ। ଦୀର୍ଘଦିନ ଧରି ଯେଉଁ କାମ ଅଧାପନ୍ତରିଆ ଅବସ୍ଥାରେ ପଡ଼ିଥିଲା ତାହାକୁ ତୁରନ୍ତ ପୂର୍ଣ୍ଣାଙ୍ଗ କରିଦେବା ସହ ରୋଗୀ ସେବା ଉପରେ ଆବଶ୍ୟକ ଧ୍ୟାନ ଦେଇଥିବା ଚର୍ଚ୍ଚାର ବିଷୟ ହୋଇଛି।
ରବିବାର ଛୁଟି ଦିନ ହୋଇଥିଲେ ବି ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ଓ କର୍ମଚାରୀମାନେ ମେଡିକାଲରେ ଉପସ୍ଥିତ ଥିବା ଦେଖାଯାଇଥିଲା। ଏପରି କି ମେଡିକାଲର ସ୍ବଚ୍ଛତା ଉପରେ ସେମାନେ ଗୁରୁତ୍ୱ ଦେବା ସହ ରୋଗୀଙ୍କୁ କିପରି ଉପଯୁକ୍ତ ଚିକିତ୍ସା ସେବା ମିଳିବ ତାହା ଉପରେ ତତ୍ପରତା ଦେଖାଉଥିବା ଲକ୍ଷ୍ୟ କରାଯାଇଥିଲା। ରୋଗୀଙ୍କ ଖାଇବା ଠାରୁ ଆରମ୍ଭ କରି ବେଡ୍‌ ପର୍ଯ୍ୟନ୍ତ ସବୁକିଛିରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦିଆଯାଉଥିଲା। ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ)ଙ୍କ କାର୍ଯ୍ୟାଳୟରେ ତାଲା ପଡ଼ିଥିଲେ ମଧ୍ୟ କିଛି ସମୟ ବ୍ୟବଧାନରେ କେତେଜଣ ଲୋକ ଆସି ସେଠାରେ ବୁଲିଯାଉଥିବା ଦେଖାଯାଇଥିଲା। ଅଧାପନ୍ତରିଆ ଅବସ୍ଥାରେ ମାସେ ହେବ ପଡ଼ିଥିବା ମୁଖ୍ୟ ଫାଟକ ସମ୍ମୁଖ ଆଉଟଡୋର ଗେଟ୍‌ କାମ ମାତ୍ର କିଛି ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ କରିଦିଆଯାଇଥିଲା। ସେହିପରି କୌଣସି ୱାର୍ଡର ରୋଗୀ ଯେପରି କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ ନ ଆଣିବେ ସେଥିପାଇଁ ଡାକ୍ତରଙ୍କ ଠାରୁ ନର୍ସଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଆଚାର ବ୍ୟବହାରରେ ଅଚାନକ ପରିବର୍ତ୍ତନ ଦେଖାଯାଇଥିଲା। ସେମାନେ ରୋଗୀଙ୍କ ବେଡ୍‌ ନିକଟକୁ ଯାଇ ସୁବିଧା ଅସୁବିଧା ବୁଝୁଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ଲଗାଯାଇ ନ ଥିବା ମୋ ସରକାର ବୋର୍ଡକୁ ଅତ୍ୟନ୍ତ ତରବରିଆ ଭାବେ ମଧ୍ୟାହ୍ନରେ ଲଗାଇ ଦିଆଯାଇଥିଲା। କେବଳ ମେଡିକାଲ କର୍ତ୍ତୃପକ୍ଷ ନୁହନ୍ତି, ଆହାର କେନ୍ଦ୍ର ରବିବାର ବନ୍ଦ ଥିଲେ ବି ଏହାର ଚତୁଃପାର୍ଶ୍ୱକୁ ଦାୟିତ୍ୱରେ ଥିବା ସଂସ୍ଥା ପକ୍ଷରୁ ଭଲ ଭାବେ ସଫା କରାଯାଇଥିଲା। ସେହିପରି ଜିଲାପାଳଙ୍କ କାର୍ଯ୍ୟାଳୟ ସହ ବ୍ଲକ କାର୍ଯ୍ୟାଳୟ ଓ ଅନ୍ୟ ସରକାରୀ ଅଫିସ ଗୁଡ଼ିକରେ ସରକାରୀ ବାବୁମାନେ ଅପରାହ୍ନ ପର୍ଯ୍ୟନ୍ତ ସଜାଗ ରହିଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୌର ନିର୍ବାଚନ ଲାଗି ୨ ପର୍ଯ୍ୟବେକ୍ଷକ ନିଯୁକ୍ତ

ଛତ୍ରପୁର,୧୦ା୩(ଡି.ଏନ୍‌.ଏ.)  ପୌର ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ସରିଛି। ଗଞ୍ଜାମ ଜିଲାର ବ୍ରହ୍ମପୁର ମହାନଗର ନିଗମ, ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ଓ ୧୬ଟି ଏନ୍‌ଏସିରେ ନିର୍ବାଚନ...

ପୁଅକୁ ମାରି ବାପାଙ୍କ ଆତ୍ମହତ୍ୟା

ନୂଆପଡ଼ା ଅଫିସ/ ଖଡିଆଳ,୨୫।୬(ଡି.ଏନ.ଏ.): ନୂଆପଡ଼ା ଜିଲା ଧରମବନ୍ଧା ଥାନା ଅନ୍ତର୍ଗତ ଫୋକଟପ ଗ୍ରାମରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟଛି। ପୁଅକୁ ଟାଙ୍ଗିଆରେ ହାଣି...

ସରକାରୀ ନିୟମକୁ ଅଣଦେଖା, ଖରାରେ କାମ କରୁଛନ୍ତି ଶ୍ରମିକ

ନିରାକାରପୁର,୮ା୫(ଡି.ଏନ୍‌.ଏ.): ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ସରକାରଙ୍କ ଶ୍ରମ ନିୟମ ଅନୁଯାୟୀ ଏପ୍ରିଲ ପହିଲାରୁ ସମସ୍ତ ଶ୍ରମିକ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖରାରେ...

ମାଲବାହୀ ଟ୍ରକ୍‌ ଚାଳକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

ଢେଙ୍କାନାଳ ଅଫିସ, ୧୨।୪-କରୋନା ବିପତ୍ତି ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଉଥିବା ଟ୍ରକ୍‌ ଚାଳକଙ୍କୁ ଢେଙ୍କାନାଳ ଛାତ୍ର ବିଜେଡି ପକ୍ଷରୁ ୫୫ନଂ. ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ...

ଆଖି ସାମ୍ନାରେ ପୁଅର ମୃତ୍ୟୁ ଦେଖି ଚାଲିଗଲା ମା’ଙ୍କ ଜୀବନ

ସଜନାଗଡ଼,୨୭ା୪(ଡି.ଏନ୍‌.ଏ.) : ବାଲେଶ୍ୱର ଜିଲା ନୀଳଗିରି ବରହମପୁର ଥାନା ଅଧୀନ ଗରଡିହି ପଞ୍ଚାୟତର ବାଲିଚୁଆ ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ୰ ଶ୍ୟାମସୁନ୍ଦର...

ଦାରିଙ୍ଗବାଡ଼ିରେ ବଢ଼ିଲା ଶୀତ, ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ

ଦାରିଙ୍ଗବାଡ଼ି,୨୪।୧୧(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଚଳିତ ବର୍ଷର ପ୍ରଥମ ଶୀତ ଅନୁଭୁତ ହୋଇଛି। ମଙ୍ଗଳବାର ସକାଳ ୮ଟାରେ ସର୍ବନିମ୍ନ ତାପମାତ୍ରା ୯ଡିଗ୍ରୀ ରହିଥିବା ବ୍ଲକ କାର୍ଯ୍ୟାଳୟ...

ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛି ମାଛଚାଷ

କେନ୍ଦ୍ରାପଡା ଅଫିସ, ୮।୧: ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ କୃଷିକୁ ଗୁରୁତ୍ୱ ଦିଆଯାଏ ା ତେବେ ସାଧାରଣ ଧାନ ଫସଲ ପରିବାରର ଅର୍ଥନୀତିକୁ ସମ୍ଭାଳି ପାରୁନାହିଁ ା...

କେନାଲ ପାଣି ଅଭାବରୁ ଫାଟିଲା ଚାଷ ଜମି

କୁଳିଅଣା,୩ା୯(ସ୍ବ.ପ୍ର.): କେନାଲ ପାଣି ନ ମାଡ଼ିବା ଓ ବର୍ଷା ଅଭାବରୁ ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ମାରାଙ୍ଗତାଣ୍ଡି ପଞ୍ଚାୟତ ଅଧୀନ ପଳାଶବଣୀ ଗ୍ରାମରେ ଥିବା ଚାଷ...

Advertisement
Archives

Model This Week