ମୋ ପୋଖରୀ ଯୋଜନାକୁ ଚାହିଁ ବସିଛନ୍ତି ହିତାଧିକାରୀ

ଭଞ୍ଜନଗର,୬।୧୦(ଡି.ଏନ.ଏ.)-ରାଜ୍ୟରେ ମାଛର ବେଶ୍‌ ଚାହିଦା ରହିଛି। ମାତ୍ର ଯେତିକି ମାଛ ଦୌନନ୍ଦିନ ରାଜ୍ୟରେ ଆବଶ୍ୟକ, ତାଠାରୁ କମ୍‌ ଉତ୍ପାଦନ ହେଉଛି। ତେଣୁ ପଡ଼ୋଶୀ ଆନ୍ଧ୍ର ଉପରେ ମାଛର ଚାହିଦା ମେଣ୍ଟାଇବାକୁ ନିର୍ଭରଶୀଳ ହେବାକୁ ପଡୁଛି ଓଡ଼ିଶାକୁ। ମାଛର ଆବଶ୍ୟକତା ପୂରଣ ପାଇଁ ରାଜ୍ୟରେ ଅଧିକ କିଭଳି ମସତ୍‌ୟଚାଷୀ ସୃଷ୍ଟି ହୋଇପାରିବେ ସେଥିପାଇଁ ସରକାର ଅନେକ ଯୋଜନା କରୁଛନ୍ତି। କିନ୍ତୁ ତଳସ୍ତରରେ କାର୍ଯ୍ୟରତ କିଛି ନ୍ୟସ୍ତସ୍ବାର୍ଥ କର୍ମଚାରୀ ଏବଂ କୁଜି ନେତାଙ୍କ ପାଇଁ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚତ୍ବାରେ ବାଧା ଉପୁଜିଛି।
ବୁଗୁଡ଼ା ବ୍ଲକ ପାଙ୍ଗିଡ଼ିର ଜଣେ ମସତ୍‌ୟଚାଷୀ ଦଣ୍ଡପାଣି ଦୋରା ନିଜସ୍ବ ଅର୍ଥରେ ଛୋଟିଆ ୨ଟି ପୋଖରୀ ଖୋଳିଛନ୍ତି। ୨୦ ବର୍ଷ ପୂର୍ବେ ନିଜ ବାରିପଟେ ଛୋଟିଆ ପୋଖରୀଟିଏ କରି ମାଛ ଚାଷ ଆରମ୍ଭ କରିଥିଲେ। ଏହାପରେ ଲାଭ ହେବାରୁ ୪ ବର୍ଷ ପୂର୍ବେ ଏକର ଜମିର ଅଳ୍ପ କିଛି ଅଞ୍ଚଳରେ ନିଜସ୍ବ ଅର୍ଥରେ ପୋଖରୀ ଖୋଳି ମାଛ ଚାଷ କରୁଛନ୍ତି। ସରକାର ମୋ ପୋଖରୀ ଯୋଜନାରେ ଦଣ୍ଡପାଣିଙ୍କୁ ସହାୟତା ଯୋଗାଇ ଦେଇଥିଲେ ତାଙ୍କର ସ୍ବପ୍ନ ସାକାର ହୋଇପାରିଥାନ୍ତା ଓ ଅଧିକ ଲାଭବାନ ହୋଇପାରିଥାନ୍ତେ। ଏନେଇ ବିଗତ ଦିନରେ କିଛି ନେତାଙ୍କ ସହଯୋଗ ଲୋଡ଼ିଥିଲେ ଦଣ୍ଡପାଣି। କିନ୍ତୁ ଆଜି ପର୍ଯ୍ୟନ୍ତ ଦଣ୍ଡପାଣିଙ୍କୁ ମୋ ପୋଖରୀ ଯୋଜନାରେ ସାମିଲ କରାଯାଇ ପାରିନାହିଁ। ଶୁକ୍ରବାର ଦଣ୍ଡପାଣି ଭଞ୍ଜନଗର ମସତ୍‌ୟ ଯାଅଁାଳ ଉପତ୍ାଦନ କେନ୍ଦ୍ରକୁ ଯାଅଁାଳ ନେବାକୁ ଆସିଥିବାବେଳେ ତାହା କହିଛନ୍ତି। ପ୍ରତ୍ୟେକ ବର୍ଷ ଯାଅଁାଳ ଉପତ୍ାଦନ ସମୟରେ ଦଣ୍ଡପାଣି ସାଇକେଲରେ ପାଙ୍ଗିଡ଼ିରୁ ଆସି ଭଞ୍ଜନଗର ଯାଅଁାଳ କେନ୍ଦ୍ରରୁ ଯାଅଁାଳ ନେଇଥାନ୍ତି। ବୟସ ୮୦ ଟପିଥିଲେ ମଧ୍ୟ ସେ ସାଇକେଲରେ ଏପରି ଯାଅଁାଳ ଧରି ଭଞ୍ଜନଗରରୁ ୩୫ କିମି ଦୁର ପାଙ୍ଗିଡ଼ି ଯାଇଥାନ୍ତି। ଦଣ୍ଡପାଣିଙ୍କ ମତ୍ସ୍ୟ ଚାଷ ପ୍ରତି ଆଗ୍ରହ ଆଗରେ ବୟସ ବାଧକ ସାଜିପାରିନାହିଁ। ତେଣୁ ଦଣ୍ଡପାଣିଙ୍କ ପାଖରେ ସରକାରୀ ସହାୟତା ପହଞ୍ଚାଇବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri