ମୋରାଟୋରିୟମ ପରିଚାଳନରେ ବ୍ୟାଙ୍କଗୁଡିକୁ ସମସ୍ୟା

ନୂଆଦିଲ୍ଲୀ,୩୦। ୩: ସବୁ ପ୍ରକାରର ମିଆଦୀ ଋଣ ଉପରେ ଇଏମ୍‌ଆଇ ପ୍ରଦାନ କ୍ଷେତ୍ରରେ ସରକାର ୩ ମାସର ଆଶ୍ୱସ୍ତି ଦେଇଛନ୍ତି। ମାତ୍ର ଏହାକୁ ଲାଗୁ କରାଇବା ଏବଂ ଡକ୍ୟୁମେଣ୍ଟେଶନ କ୍ଷେତ୍ରରେ ଅସୁବିଧା ସ୍ଥିତି ଉପୁଯିବ ବୋଲି ଶିଳ୍ପ ପକ୍ଷରୁ ପ୍ରାରମ୍ଭିକ ପ୍ରତିକ୍ରିୟାରେ କୁହାଯାଇଛି। ଏ କ୍ଷେତ୍ରରେ ପରିଚାଳନାଗତ ଚ୍ୟାଲେଞ୍ଜ ଏବଂ ପେପରଓ୍ବାର୍କରେ ସମସ୍ୟା ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି। ଏବେ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବାରୁ କେତେକ ସାଧାରଣ ଧାରାକୁ ଲାଗୁ କରାଇବା ନେଇ ମଧ୍ୟ ସମସ୍ୟା ଉପୁଜୁଛି। ଏବେ ଶାଖାଗୁଡିକରେ କମ୍‌ ସଂଖ୍ୟକ କର୍ମଚାରୀ ରଖାଯିବା ସହ ଅତି ଦରକାରୀ କାମ କେବଳ ହେଉଛି। ସେହିଭଳି କଲ୍‌ ସେଣ୍ଟରଗୁଡିକରେ କମ୍‌ ସଂଖ୍ୟକ କର୍ମଚାରୀ କାମ କରୁଛନ୍ତି। ଗ୍ରାହକଙ୍କୁ ଇ-ମେଲ ଏବଂ ଏସ୍‌ଏମ୍‌ଏସ୍‌ ପଠାଯାଉଥିବା ବ୍ୟାଙ୍କଗୁଡିକ କହିଛନ୍ତି।
ମେସେଜ ଏବଂ ଇ-ମେଲ କେତେ ସଂଖ୍ୟକ ଗ୍ରାହକଙ୍କ ନିକଟରେ ପହଞ୍ଚିପାରିଲା ତାହା ମୋରାଟୋରିୟମର ସଫଳତା ନିର୍ଭର କରେ। କାହାକୁ ମୋରାଟୋରିମରେ ସାମିଲ କରାଯିବ କାହାକୁ ନାହିଁ ତାହା ଖୁବ୍‌ କମ୍‌ ସମୟରେ ବିଚାର କରିବା କଷ୍ଟକର। ଏବେ କମ୍‌ କର୍ମଚାରୀ କାମ କରୁଥିବାରୁ ସବୁ କର୍ମଚାରୀଙ୍କୁ ମୋରାଟୋରିୟମ ଭିତରେ ନେଇପାରନ୍ତି ବୋଲି ଅନୁମାନ କରାଯାଉଛି। ଏହି ଦିଗ ଉପରେ ଘରୋଇ ବ୍ୟାଙ୍କଗୁଡିକ ବିଚାର କରୁଛନ୍ତି। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି ଯେ, ସିଧାସଳଖ ଭାବେ ସବୁ ଗ୍ରାହକଙ୍କୁ ମୋରାଟୋରିୟମରେ ସାମିଲ କରାଯିବ। ଏସ୍‌ବିଆଇ ନିଷ୍ପତ୍ତି ଉପରେ ସବୁ ବ୍ୟାଙ୍କ ଆଗକୁ ବଢିବେ ବୋଲି ଅନ୍ୟ ଜଣେ ବ୍ୟାଙ୍କର ଏମ୍‌ଡି କହିଛନ୍ତି। ଏହି ପ୍ରସଙ୍ଗ ଉପରେ ବର୍ତ୍ତମାନ ବିଚାର କରାଯାଉଛି ବୋଲି ଏକ ପ୍ରମୁଖ ଘରୋଇ ବ୍ୟାଙ୍କର ରିଟେଲ ବ୍ୟାଙ୍କିଙ୍ଗ ମୁଖ୍ୟ କହିଛନ୍ତି। ସରକାରଙ୍କ ଏଭଳି ନିଷ୍ପତ୍ତି ସତ୍ତ୍ୱେ ଏମିତି କିଛି ଗ୍ରାହକ ରହିଛନ୍ତି ଯେଉଁମାନେ ମୋରାଟୋରିୟର ସୁବିଧା ନେବାକୁ ଚାହଁୁନାହାନ୍ତି। କାରଣ କେବଳ ଋଣ କିସ୍ତି ଦେବା କିଛି ସମୟ ବନ୍ଦ ହୋଇଛି। ସୁଧରେ କୋହଳ କରାଯାଇ ନାହିଁ। ସୁଧହାର ସମାନ ଥିବାରୁ କିଛି ଗ୍ରାହକ ସେମାନଙ୍କ ବକେୟା ରାଶି ପଇଠ ପୂର୍ବବତ୍‌ ଧାରାରେ କରିବାକୁ ଚାହଁୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri