ମୋ’ବସ୍‌ରେ ମାଗଣା ଖବରକାଗଜ : ଆଗାମୀ ଦିନରେ ମିଳିବ ଦୂରଭାଷ ପାଠାଗାର ସୁବିଧା

ଭୁବନେଶ୍ୱର,୨ା୯(ବ୍ୟୁରୋ) : କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଦ୍ୱାରା ପରିଚାଳିତ ‘ମୋ ବସ୍‌’ ସେବାରେ ନୂଆ ବ୍ୟବସ୍ଥା ଯୋଡିହୋଇଛି। ବ୍ୟସ୍ତ ଜୀବନଶୈଳୀ ଭିତରେ ଲୋକେ ଖବରକାଗଜ ପଢ଼ିପାରୁନାହାନ୍ତି। ତେବେ ମୋ ବସ୍‌ ଯାତ୍ରାବେଳେ ଦୈନିକ ଲୋକଙ୍କୁ ମାଗଣା ଖବରକାଗଜ ପଢ଼ିବାର ସୁବିଧା ମିଳିବ। ରବିବାର ପୂର୍ବହ୍ନରେ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଆଇପିଏସ୍‌ ଅଧିକାରୀ ଅରୁଣ ବୋଥ୍ରା ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବା ସହ ମାଷ୍ଟରକ୍ୟାଣ୍ଟିନସ୍ଥିତ ମୋ ବସ୍‌ ଟର୍ମିନାଲରେ ନିଜେ ଲୋକଙ୍କୁ ଖବରକାଗଜ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ଦୈନିକ ଇଂଲିଶ ଖବରକାଗଜର ବ୍ୟବସ୍ଥା ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଓଡ଼ିଆ ଦୈନିକ ଓ ସାପ୍ତାହିକଗୁଡ଼ିକୁ ଯାତ୍ରୀଙ୍କୁ ଯୋଗାଇ ଦିଆଯିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି।
ଏ ସମ୍ପର୍କରେ ସୂଚନା ଦେଇ ବୋଥ୍ରା କହିଛନ୍ତି, ଏହି ଅଭିଯାନ ଯାତ୍ରୀଙ୍କୁ ଅଯାଚିତ ସ୍ମାର୍ଟ ଫୋନ ବ୍ୟବହାରରୁ ଦୂରେଇ ରହିବା ପାଇଁ ପ୍ରୋତ୍ସାହିତ କରିବ। କର୍ମମୟ ଜୀବନ ମଧ୍ୟରେ ଜଣେ ବ୍ୟକ୍ତି ପ୍ରତ୍ୟହ ନିଜ ସହିତ ପୁସ୍ତକ ଧରି ବୁଲିବା କିମ୍ବା ଅବସରବେଳେ ଖବରକାଗଜ ପଢ଼ିବା ନିଶ୍ଚିତ ଭାବେ ଏକ ଚିନ୍ତାଯୋଗ୍ୟ ବିଷୟ। ତେଣୁ ଯାତ୍ରା ସମୟରେ ଉପଲବ୍ଧ ଏହି ସେବା ପଢିବା ଅଭ୍ୟାସକୁ ବଳବତ୍ତର କରିବା ନିମନ୍ତେ ସହାୟକ ହେବ। ଆଗାମୀ ଦିନରେ ସମସ୍ତ ମୋ ବସଗୁଡିକରେ ଏହା ଉପଲବ୍ଧ ହେବ। ଏଥିସହ ମୋ ବସ୍‌ଗୁଡିକରେ ଦୂରଭାଷ ପାଠାଗାରର ସୁବିଧା ଯୋଗାଇ ଦେବା ପାଇଁ କ୍ରୁଟ ବିଚାର କରୁଛି ବୋଲି ନିର୍ଦ୍ଦେଶକ ବୋଥ୍ରା କହିଛନ୍ତି। ଯାତ୍ରା ସମୟରେ ପଢିବା ଅଭ୍ୟାସକୁ ପ୍ରୋତ୍ସାହିତ, ପ୍ରଚାରିତ ଏବଂ ବିକଶିତ କରିବା ପାଇଁ କ୍ରୁଟ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି। ସକାଳୁ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏହି ସେବା ବହୁତ ଫଳପ୍ରଦ ହେବ। ଅଧିକରୁ ଅଧିକ ଯାତ୍ରୀଙ୍କୁ ଏହି ସେବା ସହ ଯୋଡିବା ନିମନ୍ତେ ଆମେ ଲକ୍ଷ୍ୟ ରଖିଛୁ ବୋଲି କ୍ରୁଟ୍‌ ମୁଖପାତ୍ର ଦୀପ୍ତି ମହାପାତ୍ର କହିଛନ୍ତି।
ଉଲ୍ଲେଖଥାଉ କି, ବର୍ତ୍ତମାନ ଦୈତ୍ୟନଗରୀର ୨୦ ରୁଟରେ ଦୈନିକ ୨୦୦ଟି ବସ୍‌ ଚଳାଚଳ କରୁଛି। ସ୍ବଚ୍ଛତା ଉପରେ ଗୁରୁତ୍ୱ ଦେଉଥିବା ମୋ ବସ୍‌ରେ ଯାତ୍ରା ସମୟରେ ୭୦ ହଜାର ଯାତ୍ରୀ ଉକୃଷ୍ଟ ଜ୍ଞାନକୌଶଳ ସହ ମାଗଣା ୱାଇ ଫାଇ ସୁବିଧା ପାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

ଭବାନୀପାଟଣା ସହରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ମାରିବାକୁ ଉଦ୍ୟମ

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା…

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri