ମୋଦି ୨.୦ର ପ୍ରଥମ ବଜେଟ; ନିର୍ମଳାଙ୍କ ସମ୍ମୁଖରେ ବିକାଶ ବୃଦ୍ଧିର ଆହ୍ବାନ

ନୂଆଦିଲ୍ଲୀ,୪-୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ ଉପସ୍ଥାପନ କରିବେ। ସେ ଏଭଳି ସମୟରେ ଦେଶର ଅର୍ଥମନ୍ତ୍ରୀ ପଦଭାର ଗ୍ରହଣ କରିଛନ୍ତି ଯେତେବେଳେ ଦେଶର ଅର୍ଥନୀତି ବିକାଶ ହାର ହ୍ରାସ ପାଇଛି। ନିଯୁକ୍ତି,ସଞ୍ଚୟ ଓ ଉପଭୋଗ ସାମଗ୍ରୀ କ୍ରୟ କ୍ଷମତା ହ୍ରାସ ସାଙ୍ଗକୁ ଆରମ୍ଭରୁ ମୌସୁମୀ ଧୋକା ଦେବା, ଟ୍ରେଡ ଓ୍ବାର ସମସ୍ୟା ଅର୍ଥନୀତି ଅଭିବୃଦ୍ଧି କ୍ଷେତ୍ରରେ ବାଧକ ସାଜିଛି। ଏହାର ସମାଧାନ ଲାଗି ସୀତାରାମନ୍‌ଙ୍କ ସମ୍ମୁଖରେ ବହୁ ସାହସିକ ପଦକ୍ଷେପ ନେବାର ଆହ୍ବାନ ରହିଛି।

୧.ବିକାଶ ହାର
ଅର୍ଥମନ୍ତ୍ରୀ ତାଙ୍କର ବଜେଟ ମାଧ୍ୟମରେ ଦେଶର ଅର୍ଥନୀତି ବିକାଶ ହାରକୁ କିପରି ବୃଦ୍ଧି କରିବେ, ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି। ଦେଶର ବିକାଶ ହାର ୨୦୧୫ରେ ୭.୫% ଥିବା ବେଳେ ୨୦୧୮-୧୯ରେ ଏହା ୬.୮%କୁ ଖସି ଆସିଛି। ବିକାଶ ହାର ୫ ବର୍ଷର ସର୍ବନିମ୍ନ ସ୍ତରରେ ରହିଥିବା ବେଳେ ଜିଡିପି ଅଭିବୃଦ୍ଧି ଲାଗି ନିର୍ମଳା ଏକାଧିକ ବଡ଼ ପଦକ୍ଷେପ ଘୋଷଣା କରିପାରନ୍ତି।

୨.ବିତ୍ତୀୟ ନିଅଣ୍ଟ ରୋଡମ୍ୟାପ୍‌ରେ ସଂଶୋଧନ
ପ୍ରୋତ୍ସାହନ ପ୍ରଦାନ କରିବାକୁ ଯାଇ ବିତ୍ତୀୟ ନିଅଣ୍ଟ ରୋଡମ୍ୟାପ୍‌କୁ ସଂଶୋଧିତ କରାଯାଇପାରେ। ଆର୍ଥିକ ବର୍ଷ ୨୦୨୦ ଲାଗି ଅନ୍ତରୀଣ ବଜେଟରେ ରାଜସ୍ବ ନିଅଣ୍ଟ ପରିମାଣ ଜିଡିପିର ୩.୪% ନିର୍ଦ୍ଧାରିତ କରାଯାଇଥିଲା। ଯାହା କି ଆର୍ଥିକ ବର୍ଷ ୨୦୧୭ ଓ ୨୦୧୮ରେ ୩.୫% ରହିଥିଲା।

୩.ଟିକସ ହ୍ରାସ
ଅର୍ଥମନ୍ତ୍ରୀ ସୀତାରାମନ ଉପଭୋଗ ବ୍ୟୟ ବଢ଼ାଇବା ଉଦ୍ଦେଶ୍ୟରେ ଟିକସ ହ୍ରାସ ଘୋଷଣା କରିପାରନ୍ତି। ଏହିକ୍ରମରେ ଟିକସ ଛାଡ଼ ସୀମାକୁ ୨.୫ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇପାରେ। ଏହାବ୍ୟତୀତ କମ୍ପାନୀଙ୍କ ଲାଗି ୟୁନିଫର୍ମ କର୍ପୋରେଟ ଟିକସ ପରିମାଣକୁ ୨୫%କୁ ହ୍ରାସ ଘୋଷଣା ହୋଇପାରେ।

୪.ସଞ୍ଚୟ ବୃଦ୍ଧି ଉପାୟ
ବ୍ୟାଙ୍କ, ପୋଷ୍ଟ ଅଫିସରେ ସଞ୍ଚୟ କ୍ରମାଗତ ହ୍ରାସ ପାଉଛି। ସରକାର ଏହାକୁ ରୋକିବା ଲାଗି ଏବଂ ସଞ୍ଚୟ ବୃଦ୍ଧି ଉଦ୍ଦେଶ୍ୟରେ କେତେକ ନୂଆ ଉପାୟ ଗ୍ରହଣ କରିପାରନ୍ତି। ପରିବାର ଯେପରି ଅଧିକ ସଞ୍ଚୟ କରିବେ, ସେଥି ନେଇ ଟିକସ ପ୍ରୋତ୍ସାହନ ସମ୍ପର୍କରେ ବଜେଟରେ ଘୋଷଣା ହୋଇପାରେ। ଆର୍ଥିକ ବର୍ଷ ୨୦୧୪ରେ ସଞ୍ଚୟ ଆକାଉଣ୍ଟରେ ଜିଡିପିର ୩୨.୧% ଅର୍ଥ ରହିଥିଲା। ଏହା ଆର୍ଥିକ ବର୍ଷ ୨୦୧୮ରେ ହ୍ରାସ ପାଇ ୩୦.୫% ହୋଇଛି।

୫.ପୁଞ୍ଜି ପ୍ରତ୍ୟାହାର ବୃଦ୍ଧି
ଅର୍ଥମନ୍ତ୍ରୀ ସୀତାରାମନ ପୁଞ୍ଜି ପ୍ରତ୍ୟାହାର ରାସ୍ତାରେ ଯାଇପାରନ୍ତି। ଆର୍ଥିକ ବର୍ଷ ୨୦୧୭ରେ ୪୬,୨୪୬ କୋଟି ଟଙ୍କା ପୁଞ୍ଜି ପ୍ରତ୍ୟାହାର ଘୋଷଣା କରାଯାଇଥିଲା। ଅନ୍ୟପକ୍ଷରେ ଆର୍ଥିକ ବର୍ଷ ୨୦୧୮ରେ ଏହାକୁ ୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଅନ୍ତରୀଣ ବଜେଟରେ ୯୦ ହଜାର କୋଟି ଟଙ୍କା ରଖାଯାଇଥିଲା।

୬.ନିଯୁକ୍ତି ବୃଦ୍ଧି ଲାଗି ଶ୍ରମ ସୁଧାର
ନିଯୁକ୍ତି ବୃଦ୍ଧି ଲାଗି ଦୀର୍ଘ ଦିନ ହେଲା ଅଟକି ରହିଥିବା ଶ୍ରମ ସୁଧାରକୁ ଆଗକୁ ବଢ଼ାଯାଇପାରେ। ନିଯୁକ୍ତିଦାତାଙ୍କ ପକ୍ଷରୁ ଚାକିରି ଦେବା ଓ ହଟାଇବା ନିୟମରେ ପରିବର୍ତ୍ତନ ହୋଇପାରେ। ଟିକସ ପ୍ରୋତ୍ସାହନ ଦେଇ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରେ।

୭.ଗ୍ରାମୀଣ ଭାରତ ଲାଗି ପ୍ୟାକେଜ
କେନ୍ଦ୍ର ଅର୍ଥମନ୍ତ୍ରୀ ଗ୍ରାମାଞ୍ଚଳରେ ଖର୍ଚ୍ଚ ବୃଦ୍ଧି କରିବା ଲାଗି କେତେକ ଉପାୟ ଘୋଷଣା କରିପାରନ୍ତି। ଚାଷୀଙ୍କ ଲାଗି ଋଣ ଉପରେ ସୁଧ ହାର ହ୍ରାସ କରାଯାଇପାରେ। ସାର ସବ୍‌ସିଡିକୁ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବା ନେଇ ଘୋଷଣା ହୋଇପାରେ। ଅନ୍ତରୀଣ ବଜେଟରେ ଏମ୍‌ଜିଏନ୍‌ଆର୍‌ଜିଏ ଲାଗି ସରକାର ୬୦ ହଜାର କୋଟି ଟଙ୍କା ଆବଣ୍ଟିତ କରିଥିଲେ, ଯାହା କି ଆର୍ଥିକ ବର୍ଷ ୨୦୧୭ରେ ୩୮,୫୦୦ କୋଟି ଟଙ୍କା ଥିଲା।

୮.ଜଳସଙ୍କଟ ଲାଗି ପ୍ୟାକେଜ
ଦେଶରେ ଜଳସଙ୍କଟ କ୍ରମାଗତ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ‘ଜଳ ଶକ୍ତି’ ନାମରେ ଏକ ସ୍ବତନ୍ତ୍ର ମନ୍ତ୍ରଣାଳୟ ଗଠନ କରାଯାଇଛି। ସରକାର ଚଳିତ ବଜେଟରେ ଜଳ ଲାଗି ସ୍ବତନ୍ତ୍ର ଭାବେ ଏକ ପାଣ୍ଠି ଘୋଷଣା କରିପାରନ୍ତି। ଏହି ପାଣ୍ଠିରେ ବଡ଼ ଧରଣର ଅର୍ଥ ଆବଣ୍ଟନ କରାଯାଇପାରେ। ୨୦୦୧ରେ ପ୍ରତି ବ୍ୟକ୍ତିଙ୍କ ଲାଗି ୧୮୧୬ କ୍ୟୁବିକ୍‌ ମିଟର ପାଣି ଉପଲବ୍ଧ ଥିଲା, ଯାହା କି ୨୦୨୫ରେ ୧୩୪୦ ଓ ୨୦୫୦ ସୁଦ୍ଧା ୧୧୪୦ କ୍ୟୁବିକ ମିଟର ରହିଯିବ ବୋଲି ଆଶଙ୍କା କରାଯାଉଛି।

୯.ଭିତ୍ତିଭୂମି ଉପରେ ଜୋର୍‌
ଭିତ୍ତିଭୂମି ସେକ୍ଟରରେ ଖର୍ଚ୍ଚ ବୃଦ୍ଧି କରାଯାଇପାରେ। ଏଥିଲାଗି କେତେକ ବଡ଼ ପ୍ରୋଜେକ୍ଟ ଘୋଷଣା ହୋଇପାରେ। ପାଣ୍ଠି ଯୋଗାଡ ଲାଗି ବଣ୍ଡ ଅଣାଯାଇପାରେ।

୧୦.ନୂଆ ଟିକସ ଘୋଷଣା
ସରକାର ରାଜସ୍ବ ବଢ଼ାଇବା ଲାଗି କେତେକ ନୂଆ ଟିକସ ଘୋଷଣା କରିପାରନ୍ତି। ଲଙ୍ଗ୍‌ ଟର୍ମ କ୍ୟାପିଟାଲ ଗେନ୍ସ ଟ୍ୟାକ୍ସ ହାର ବୃଦ୍ଧି କରାଯାଇପାରେ। ସେହିପରି ସରକାର ଦୀର୍ଘ ୩୪ ବର୍ଷ ପରେ ଇନ୍‌ହେରିଟେନ୍ସ ବା ଉତ୍ତରାଧିକାରୀ ଟିକସ ଲାଗୁ କରିପାରନ୍ତି। ସେହିପରି ବ୍ୟାଙ୍କିଙ୍ଗ୍‌ ଟ୍ରାଞ୍ଜାକ୍‌ଶନ ଟିକସ ବଢ଼ାଇ ରାଜସ୍ବ ଆଦାୟ ବୃଦ୍ଧି କରାଯାଇପାରେ। ଏହାବ୍ୟତିତ ଅଧିକ ଆମଦାନୀ ଉପରେ ସରଚାର୍ଜ ଆଦାୟ କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରୋନିକ୍ସ ହବ୍ ହେବ ଭାରତ: ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ୪.୬ ବିଲିୟନ ଡଲାର ଅନୁଦାନ

ନୂଆଦିଲ୍ଲୀ,୨ା୧: ଭାରତ ସରକାର ଦେଶର ଇଲେକ୍ଟ୍ରୋନିକ୍ସ ଯୋଗାଣ ଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶୁକ୍ରବାର ଆଇଟି (IT) ମନ୍ତ୍ରଣାଳୟ...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଜେଜେଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

ପ୍ଲାଷ୍ଟିକ ପଲିଥିନ ମୁକ୍ତ ହେବ ହୁମା ବଜାର: ଆହ୍ବାନ ଦେଲେ ବିଧାୟକ

ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ...

ସହକାରୀ ପିପି ଭାବେ ନିଯୁକ୍ତି ହେଲେ ହୀରାଧର

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ଆଇନଜୀବୀ ହୀରାଧର ମାଳିଙ୍କୁ ଓଡ଼ିଶା ରାଜ୍ୟ ସରକାରର ଆଇନ ବିଭାଗର ବିଜ୍ଞପ୍ତି ଅନୁସାରେ ଚନ୍ଦାହାଣ୍ଡି ଜେମଏଫସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri