ମୋଦି ୨.୦ର ପ୍ରଥମ ବଜେଟ; ନିର୍ମଳାଙ୍କ ସମ୍ମୁଖରେ ବିକାଶ ବୃଦ୍ଧିର ଆହ୍ବାନ

ନୂଆଦିଲ୍ଲୀ,୪-୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ ଉପସ୍ଥାପନ କରିବେ। ସେ ଏଭଳି ସମୟରେ ଦେଶର ଅର୍ଥମନ୍ତ୍ରୀ ପଦଭାର ଗ୍ରହଣ କରିଛନ୍ତି ଯେତେବେଳେ ଦେଶର ଅର୍ଥନୀତି ବିକାଶ ହାର ହ୍ରାସ ପାଇଛି। ନିଯୁକ୍ତି,ସଞ୍ଚୟ ଓ ଉପଭୋଗ ସାମଗ୍ରୀ କ୍ରୟ କ୍ଷମତା ହ୍ରାସ ସାଙ୍ଗକୁ ଆରମ୍ଭରୁ ମୌସୁମୀ ଧୋକା ଦେବା, ଟ୍ରେଡ ଓ୍ବାର ସମସ୍ୟା ଅର୍ଥନୀତି ଅଭିବୃଦ୍ଧି କ୍ଷେତ୍ରରେ ବାଧକ ସାଜିଛି। ଏହାର ସମାଧାନ ଲାଗି ସୀତାରାମନ୍‌ଙ୍କ ସମ୍ମୁଖରେ ବହୁ ସାହସିକ ପଦକ୍ଷେପ ନେବାର ଆହ୍ବାନ ରହିଛି।

୧.ବିକାଶ ହାର
ଅର୍ଥମନ୍ତ୍ରୀ ତାଙ୍କର ବଜେଟ ମାଧ୍ୟମରେ ଦେଶର ଅର୍ଥନୀତି ବିକାଶ ହାରକୁ କିପରି ବୃଦ୍ଧି କରିବେ, ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି। ଦେଶର ବିକାଶ ହାର ୨୦୧୫ରେ ୭.୫% ଥିବା ବେଳେ ୨୦୧୮-୧୯ରେ ଏହା ୬.୮%କୁ ଖସି ଆସିଛି। ବିକାଶ ହାର ୫ ବର୍ଷର ସର୍ବନିମ୍ନ ସ୍ତରରେ ରହିଥିବା ବେଳେ ଜିଡିପି ଅଭିବୃଦ୍ଧି ଲାଗି ନିର୍ମଳା ଏକାଧିକ ବଡ଼ ପଦକ୍ଷେପ ଘୋଷଣା କରିପାରନ୍ତି।

୨.ବିତ୍ତୀୟ ନିଅଣ୍ଟ ରୋଡମ୍ୟାପ୍‌ରେ ସଂଶୋଧନ
ପ୍ରୋତ୍ସାହନ ପ୍ରଦାନ କରିବାକୁ ଯାଇ ବିତ୍ତୀୟ ନିଅଣ୍ଟ ରୋଡମ୍ୟାପ୍‌କୁ ସଂଶୋଧିତ କରାଯାଇପାରେ। ଆର୍ଥିକ ବର୍ଷ ୨୦୨୦ ଲାଗି ଅନ୍ତରୀଣ ବଜେଟରେ ରାଜସ୍ବ ନିଅଣ୍ଟ ପରିମାଣ ଜିଡିପିର ୩.୪% ନିର୍ଦ୍ଧାରିତ କରାଯାଇଥିଲା। ଯାହା କି ଆର୍ଥିକ ବର୍ଷ ୨୦୧୭ ଓ ୨୦୧୮ରେ ୩.୫% ରହିଥିଲା।

୩.ଟିକସ ହ୍ରାସ
ଅର୍ଥମନ୍ତ୍ରୀ ସୀତାରାମନ ଉପଭୋଗ ବ୍ୟୟ ବଢ଼ାଇବା ଉଦ୍ଦେଶ୍ୟରେ ଟିକସ ହ୍ରାସ ଘୋଷଣା କରିପାରନ୍ତି। ଏହିକ୍ରମରେ ଟିକସ ଛାଡ଼ ସୀମାକୁ ୨.୫ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇପାରେ। ଏହାବ୍ୟତୀତ କମ୍ପାନୀଙ୍କ ଲାଗି ୟୁନିଫର୍ମ କର୍ପୋରେଟ ଟିକସ ପରିମାଣକୁ ୨୫%କୁ ହ୍ରାସ ଘୋଷଣା ହୋଇପାରେ।

୪.ସଞ୍ଚୟ ବୃଦ୍ଧି ଉପାୟ
ବ୍ୟାଙ୍କ, ପୋଷ୍ଟ ଅଫିସରେ ସଞ୍ଚୟ କ୍ରମାଗତ ହ୍ରାସ ପାଉଛି। ସରକାର ଏହାକୁ ରୋକିବା ଲାଗି ଏବଂ ସଞ୍ଚୟ ବୃଦ୍ଧି ଉଦ୍ଦେଶ୍ୟରେ କେତେକ ନୂଆ ଉପାୟ ଗ୍ରହଣ କରିପାରନ୍ତି। ପରିବାର ଯେପରି ଅଧିକ ସଞ୍ଚୟ କରିବେ, ସେଥି ନେଇ ଟିକସ ପ୍ରୋତ୍ସାହନ ସମ୍ପର୍କରେ ବଜେଟରେ ଘୋଷଣା ହୋଇପାରେ। ଆର୍ଥିକ ବର୍ଷ ୨୦୧୪ରେ ସଞ୍ଚୟ ଆକାଉଣ୍ଟରେ ଜିଡିପିର ୩୨.୧% ଅର୍ଥ ରହିଥିଲା। ଏହା ଆର୍ଥିକ ବର୍ଷ ୨୦୧୮ରେ ହ୍ରାସ ପାଇ ୩୦.୫% ହୋଇଛି।

୫.ପୁଞ୍ଜି ପ୍ରତ୍ୟାହାର ବୃଦ୍ଧି
ଅର୍ଥମନ୍ତ୍ରୀ ସୀତାରାମନ ପୁଞ୍ଜି ପ୍ରତ୍ୟାହାର ରାସ୍ତାରେ ଯାଇପାରନ୍ତି। ଆର୍ଥିକ ବର୍ଷ ୨୦୧୭ରେ ୪୬,୨୪୬ କୋଟି ଟଙ୍କା ପୁଞ୍ଜି ପ୍ରତ୍ୟାହାର ଘୋଷଣା କରାଯାଇଥିଲା। ଅନ୍ୟପକ୍ଷରେ ଆର୍ଥିକ ବର୍ଷ ୨୦୧୮ରେ ଏହାକୁ ୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଅନ୍ତରୀଣ ବଜେଟରେ ୯୦ ହଜାର କୋଟି ଟଙ୍କା ରଖାଯାଇଥିଲା।

୬.ନିଯୁକ୍ତି ବୃଦ୍ଧି ଲାଗି ଶ୍ରମ ସୁଧାର
ନିଯୁକ୍ତି ବୃଦ୍ଧି ଲାଗି ଦୀର୍ଘ ଦିନ ହେଲା ଅଟକି ରହିଥିବା ଶ୍ରମ ସୁଧାରକୁ ଆଗକୁ ବଢ଼ାଯାଇପାରେ। ନିଯୁକ୍ତିଦାତାଙ୍କ ପକ୍ଷରୁ ଚାକିରି ଦେବା ଓ ହଟାଇବା ନିୟମରେ ପରିବର୍ତ୍ତନ ହୋଇପାରେ। ଟିକସ ପ୍ରୋତ୍ସାହନ ଦେଇ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରେ।

୭.ଗ୍ରାମୀଣ ଭାରତ ଲାଗି ପ୍ୟାକେଜ
କେନ୍ଦ୍ର ଅର୍ଥମନ୍ତ୍ରୀ ଗ୍ରାମାଞ୍ଚଳରେ ଖର୍ଚ୍ଚ ବୃଦ୍ଧି କରିବା ଲାଗି କେତେକ ଉପାୟ ଘୋଷଣା କରିପାରନ୍ତି। ଚାଷୀଙ୍କ ଲାଗି ଋଣ ଉପରେ ସୁଧ ହାର ହ୍ରାସ କରାଯାଇପାରେ। ସାର ସବ୍‌ସିଡିକୁ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବା ନେଇ ଘୋଷଣା ହୋଇପାରେ। ଅନ୍ତରୀଣ ବଜେଟରେ ଏମ୍‌ଜିଏନ୍‌ଆର୍‌ଜିଏ ଲାଗି ସରକାର ୬୦ ହଜାର କୋଟି ଟଙ୍କା ଆବଣ୍ଟିତ କରିଥିଲେ, ଯାହା କି ଆର୍ଥିକ ବର୍ଷ ୨୦୧୭ରେ ୩୮,୫୦୦ କୋଟି ଟଙ୍କା ଥିଲା।

୮.ଜଳସଙ୍କଟ ଲାଗି ପ୍ୟାକେଜ
ଦେଶରେ ଜଳସଙ୍କଟ କ୍ରମାଗତ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ‘ଜଳ ଶକ୍ତି’ ନାମରେ ଏକ ସ୍ବତନ୍ତ୍ର ମନ୍ତ୍ରଣାଳୟ ଗଠନ କରାଯାଇଛି। ସରକାର ଚଳିତ ବଜେଟରେ ଜଳ ଲାଗି ସ୍ବତନ୍ତ୍ର ଭାବେ ଏକ ପାଣ୍ଠି ଘୋଷଣା କରିପାରନ୍ତି। ଏହି ପାଣ୍ଠିରେ ବଡ଼ ଧରଣର ଅର୍ଥ ଆବଣ୍ଟନ କରାଯାଇପାରେ। ୨୦୦୧ରେ ପ୍ରତି ବ୍ୟକ୍ତିଙ୍କ ଲାଗି ୧୮୧୬ କ୍ୟୁବିକ୍‌ ମିଟର ପାଣି ଉପଲବ୍ଧ ଥିଲା, ଯାହା କି ୨୦୨୫ରେ ୧୩୪୦ ଓ ୨୦୫୦ ସୁଦ୍ଧା ୧୧୪୦ କ୍ୟୁବିକ ମିଟର ରହିଯିବ ବୋଲି ଆଶଙ୍କା କରାଯାଉଛି।

୯.ଭିତ୍ତିଭୂମି ଉପରେ ଜୋର୍‌
ଭିତ୍ତିଭୂମି ସେକ୍ଟରରେ ଖର୍ଚ୍ଚ ବୃଦ୍ଧି କରାଯାଇପାରେ। ଏଥିଲାଗି କେତେକ ବଡ଼ ପ୍ରୋଜେକ୍ଟ ଘୋଷଣା ହୋଇପାରେ। ପାଣ୍ଠି ଯୋଗାଡ ଲାଗି ବଣ୍ଡ ଅଣାଯାଇପାରେ।

୧୦.ନୂଆ ଟିକସ ଘୋଷଣା
ସରକାର ରାଜସ୍ବ ବଢ଼ାଇବା ଲାଗି କେତେକ ନୂଆ ଟିକସ ଘୋଷଣା କରିପାରନ୍ତି। ଲଙ୍ଗ୍‌ ଟର୍ମ କ୍ୟାପିଟାଲ ଗେନ୍ସ ଟ୍ୟାକ୍ସ ହାର ବୃଦ୍ଧି କରାଯାଇପାରେ। ସେହିପରି ସରକାର ଦୀର୍ଘ ୩୪ ବର୍ଷ ପରେ ଇନ୍‌ହେରିଟେନ୍ସ ବା ଉତ୍ତରାଧିକାରୀ ଟିକସ ଲାଗୁ କରିପାରନ୍ତି। ସେହିପରି ବ୍ୟାଙ୍କିଙ୍ଗ୍‌ ଟ୍ରାଞ୍ଜାକ୍‌ଶନ ଟିକସ ବଢ଼ାଇ ରାଜସ୍ବ ଆଦାୟ ବୃଦ୍ଧି କରାଯାଇପାରେ। ଏହାବ୍ୟତିତ ଅଧିକ ଆମଦାନୀ ଉପରେ ସରଚାର୍ଜ ଆଦାୟ କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri