Posted inଜାତୀୟ

ମୋଦି ସରକାରଙ୍କ ୨.୦କୁ ଗୋଟିଏ ବର୍ଷ: ଜାତି ଉଦ୍ଦେଶ୍ୟରେ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ସରକାରଙ୍କୁ ଏକ ବର୍ଷ ପୂରଣ ହୋଇଛି। ଏହି ବର୍ଷପୂର୍ତ୍ତି ଅବସରରେ ମୋଦି ଜାତି ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ସରକାରଙ୍କ ଉପଲବ୍ଧି ଓ ଆଗକୁ ଥିବା ଆକାଂକ୍ଷା ବିଷୟରେ ଉଲ୍ଲେଖ କରିଛନ୍ତି। କରୋନା ମହାମାରୀ ସହ ଏକାଠି ହୋଇ ଲମ୍ବା ଯୁଦ୍ଧରେ ଲଢୁଥିବା ଦେଶବାସୀଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି ମୋଦି। ଦେଶବାସୀ ଏହା ପ୍ରମାଣ କରିଛନ୍ତି ଯେ ସାମୁହିକ ବଳ ଓ ସାମର୍ଥ୍ୟ ବିଶ୍ୱର ଶକ୍ତିଶାଳୀ ଦେଶଠାରୁ ବହୁ ଆଗରେ। ମୋଦି ଲେଖିଛନ୍ତି ଆଜିଠାରୁ ଏକବର୍ଷ ପୂର୍ବରୁ ଭାରତୀୟ ଲୋକତନ୍ତ୍ର ଇତିହାସରେ ଏକ ନୂଆ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡି ହୋଇଥିଲା। ଦେଶରେ ପ୍ରାୟ ଗୋଟିଏ ଦଶକ ପରେ ପୂର୍ଣ୍ଣ ବହୁମତରେ କୌଣସି ସରକାରକୁ ଲଗାତାର ଦ୍ୱିତୀୟଥର ଜନତା ଶାସନ କ୍ଷମତା ଦେଇଥିଲେ। ଆଉ ଏହି ଅଧ୍ୟାୟକୁ ରଚନା କରିବାକୁ ଦେଶବାସୀଙ୍କର ବହୁତ ବଡ ଭୂମିକା ରହିଛି। ଆପଣମାନଙ୍କ ପାଖରେ ମଥାନତ କରିବାକୁ ଏହା ମୋ ପାଇଁ ଏକ ଅବସର ବୋଲି ମୋଦି କହିଛନ୍ତି। ଯଦି ପରିସ୍ଥିତି ସ୍ବାଭାବିକ ଥାଆନ୍ତା ତେବେ ମୋତେ ଆପଣଙ୍କ ସହ ଦେଖା କରିବାର ସୌଭାଗ୍ୟ ମିଳିଥାଆନ୍ତା। ହେଲେ କରୋନା ମହାମାରୀ ପାଇଁ ଯେଉଁ ପରିସ୍ଥିତି ଉପୁଜିଛି ଏହି ଚିଠି ମାଧ୍ୟମରେ ମୁଁ ଆପଣଙ୍କ ଆଶୀର୍ବାଦ ନେବାକୁ ଆସିଛି ବୋଲି ମୋଦି କହିଛନ୍ତି। ୨୦୧୫ରେ ଜନତା ଦେଶରେ ଏକ ବଡ ପରିବର୍ତ୍ତନ ଆଶା କରି ଆମକୁ ଭୋଟ ଦେଇଥିଲେ ବୋଲି ସେ ଉଲ୍ଲେଖ କରିଛନ୍ତି। ଆଉ ୫ ବର୍ଷ ଭିତରେ ଆମ ସରକାର ଦେଶର ବିଗିଡିଥିବା ବ୍ୟବସ୍ଥାକୁ ସଜାଡିବା ସହ ଭଷ୍ଟ୍ରାଚାର ମଧ୍ୟରୁ ଦେଶକୁ ବାହାରକୁ ବାହାର କରିପାରିଥିଲା। ପୁରୁଣା କାର୍ଯ୍ୟପ୍ରଣାଳୀକୁ ଦେଖିଲେ ଆମେ ଗରିବଙ୍କ ବ୍ୟାଙ୍କ ଖାତା ଖୋଲିଲୁ, ମାଗଣା ଗ୍ୟାସ କନେକଶନ ଦେଲୁ, ମାଗଣା ବିଜୁଳି ସଂଯୋଗ ଦେଲୁ, ଶୌଚାଳୟ ଓ ଘର ତିଆରି କରି ଗରିବଙ୍କ ଗାରିମା ବୃଦ୍ଧି କରିଛୁ ବୋଲି ମୋଦି ଉଲ୍ଲେଖ କରିଛନ୍ତି। ଏହି ଚିଠିରେ ମୋଦି ସର୍ଜିକାଲ ଷ୍ଟ୍ରାଇକ, ଏୟାର ଷ୍ଟ୍ରାଇକ୍‌, ଓ୍ବାନ ର଼୍ୟାଙ୍କ ଓ୍ବାନ ପେନଶନ, ଓ୍ବାନ ନେଶନ ଓ୍ବାନ ଟାକ୍ସ, ଜିଏସ୍‌ଟି, କୃଷକଙ୍କ ଏମ୍‌ଏସ୍‌ପି ଆଦି କଥା ମଧ୍ୟ ବର୍ଣ୍ଣନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri