Posted inଜାତୀୟ

ମୋଦି ସରକାରଙ୍କ ୧୦୦ ଦିନ: ନଜରରେ ଥିଲା କଶ୍ମୀର

ନୂଆଦିଲ୍ଲୀ,୯।୯(ଆଇଏଏନ୍‌ଏସ୍‌): କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାରଙ୍କ ଦ୍ୱିତୀୟ ପାଳିକୁ ୧୦୦ ଦିନ ପୂରିଛି। ଏହାକୁ ନେଇ ଭାଜପା ଓ ସହଯୋଗୀ ଦଳଗୁଡ଼ିକ ଉତ୍ସବ ମନାଉଥିବାବେଳେ କଂଗ୍ରେସ ସମେତ ବିରୋଧୀମାନେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ତେବେ ଏହି ୧୦୦ ଦିନ ମଧ୍ୟରେ କଶ୍ମୀର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବାବେଳେ ଦେଶର ଅନ୍ୟ ପ୍ରସଙ୍ଗଗୁଡ଼ିକ ଏକପ୍ରକାର ଗୌଣ ହୋଇଯାଇଥିଲା। ରବିବାର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ଖବରଦାତା ସମ୍ମିଳନୀରୁ ଏହା ସ୍ପଷ୍ଟ ହେଉଛି।
ଆସନ ଅକ୍ତିଆର କରି ଡ୍ରାଇଭିଂ ସିଟରେ ବସିଥିବା ଭାଜପା ସରକାରଙ୍କ ୧୦୦ ଦିନର ସଫଳତା ବଖାଣିବାକୁ ଯାଇ କେନ୍ଦ୍ରମନ୍ତ୍ରୀ ଜାଭଡେକର କହିଛନ୍ତି, ଦେଶ ହିତରେ ଦ୍ରୁତଗତିରେ ଅଭୂତପୂର୍ବ ନିଷ୍ପତ୍ତି ନିଆଯାଇଛି। ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବଂ ୩୫-ଏ’କୁ ହଟାଇବା ସହ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ଭଳି ଐତିହାସିକ ନିଷ୍ପତ୍ତି ୧୦୦ ଦିନ ମଧ୍ୟରେ ନିଆଯାଇଛି। ସେହିପରି ହାଫିଜ୍‌ ସୟିଦ, ମାସୁଦ୍‌ ଆଝାର ଓ ଦାଉଦ୍‌ ଇବ୍ରାହିମ୍‌ଙ୍କୁ ଆତଙ୍କବାଦୀ ଘୋଷଣା ପାଇଁ ବାଟ ଫିଟାଇଥିବା ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ)ରେ ସଂଶୋଧନ ଭଳି ନିଷ୍ପତ୍ତି ଦେଶବାସୀଙ୍କ ହିତ ପାଇଁ ନିଆଯାଇଛି। ଏସବୁର ପ୍ରସ୍ତୁତି ସାଧାରଣ ନିର୍ବାଚନର ବହୁ ପୂର୍ବରୁ ହୋଇଥିଲା। କଶ୍ମୀରରେ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବାରେ ଲାଗିଛି। ଯୋଗାଯୋଗର ମାଧ୍ୟମ ସ୍ବାଭାବିକ ହେଉଛି। କେତେକ ବିଦେଶୀ ଗଣମାଧ୍ୟମରେ ପ୍ରସାରିତ ଖବରକୁ ସେ ମିଥ୍ୟା ବୋଲି ଅଭିହିତ କରିଛନ୍ତି। ଜାଭଡେକର ଏହି ଅବସରରେ ତିନି ତଲାକ୍‌ ବିଲ୍‌କୁ ଆଇନରେ ପରିଣତ କରିବା ମୋଦି ସରକାରଙ୍କ ଏକ ବଡ଼ ସଫଳତା ବୋଲି କହିଛନ୍ତି। ପୂର୍ବ ସରକାରଗୁଡ଼ିକ ଅମଳରେ ଭୋଟବ୍ୟାଙ୍କ ରାଜନୀତି ଯୋଗୁ ଏହା ସମ୍ଭବ ହୋଇ ପାରି ନ ଥିବା ସେ ସମାଲୋଚନା କରିଛନ୍ତି। ସେହିପରି ୧୫୦ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବା, ମୋଟର ଯାନ ଆଇନରେ ସଂଶୋଧନ ଓ ଜଳ ଶକ୍ତି ମନ୍ତ୍ରଣାଳୟ ପ୍ରତିଷ୍ଠା ଆଦି ସରକାରଙ୍କ ବଡ଼ ଉପଲବ୍ଧି ବୋଲି ସେ ଦର୍ଶାଇଛନ୍ତି। ଜାଭଡେକର ଏହି ଅବସରରେ ସରକାରଙ୍କ ସଫଳତା ଉଲ୍ଲେଖ ଥିବା ‘ହଣ୍ଡ୍ରେଡ୍‌ ଡେଜ୍‌ ଅଫ୍‌ ବୋଲ୍ଡ ଇନିସିଏଟିଭ୍‌ସ ଆଣ୍ଡ ଡିସିସିଭ୍‌ ଆକ୍ସନ’ ଶୀର୍ଷକ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି।

ଟାର୍ଗେଟ କଲେ ରାହୁଲ-ପ୍ରିୟଙ୍କା: କିଛି ବିକାଶ ହୋଇନି, ମୋଦି ସରକାରଙ୍କୁ ଅଭିନନ୍ଦନ

ମୋଦି ସରକାରଙ୍କ ୧୦୦ ଦିନ ପୂର୍ତ୍ତି ପରେ ଅର୍ଥନୈତିକ ପ୍ରଦର୍ଶନକୁ ନେଇ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ଟାର୍ଗେଟ କରିଛନ୍ତି। ରାହୁଲ ସରକାରଙ୍କୁ ଅଭିନନ୍ଦନ ଜଣାଇବା ଆଳରେ ଉପହାସ କରିଛନ୍ତି। ସେ ଟୁଇଟ୍‌ କରିଛନ୍ତି, ୧୦୦ ଦିନରେ କିଛି ବିକାଶ ହୋଇନାହିଁ। ମୋଦି ସରକାରଙ୍କୁ ଅଭିନନ୍ଦନ। ଗଣତନ୍ତ୍ର ଉପରେ ଆକ୍ରମଣ, ଗଣମାଧ୍ୟମର କଣ୍ଠରୋଧ, ନେତୃତ୍ୱ ଓ ଯୋଜନାର ଅଭାବ ଆମ ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଦେଇଛି। ସେହିପରି ମୋଦି ସରକାରଙ୍କୁ ଟାର୍ଗେଟ କରି ପ୍ରିୟଙ୍କା କହିଛନ୍ତି, ଦେଶରେ ଅର୍ଥନୈତିକ ମାନ୍ଦାବସ୍ଥା ଲାଗି ରହିଥିବାବେଳେ ସରକାର ନୀରବ ରହିଛନ୍ତି। ଡ୍ରାମା, ପ୍ରତାରଣା ଓ ମିଛର ଆଶ୍ରୟ ନେଇ ସରକାର ଲୋକଙ୍କୁ ସତ ଲୁଚାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri