Posted inଜାତୀୟ

ମୋଦି ସରକାରଙ୍କ ଦ୍ୱିତୀୟ ପାଳି: ୫୦ ଦିନର ରିପୋର୍ଟ କାର୍ଡ

ନୂଆଦିଲ୍ଲୀ,୨୩ା୭(ପି.ଟି.): କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରର ଦ୍ୱିତୀୟ ପାଳିରେ ୫୦ ଦିନ ପୂରଣ ହୋଇଛି। ଏହି ସମୟ ମଧ୍ୟରେ ବିକାଶ ଧାରାକୁ ଆଗେଇ ନେବା ଲାଗି ଆଲୋଚନା ଜାରି ରହିଛି। ଗତ ଥର ଅପେକ୍ଷା ଏଥର ସଂସ୍କାର କାର୍ଯ୍ୟ ଅଧିକ ମାତ୍ରାରେ ଆଗେଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭ୍‌ଡ଼େକର ସରକାରର ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି। ଜନମଙ୍ଗଳ କାର୍ଯ୍ୟ, ଲୋକଙ୍କୁ ନ୍ୟାୟ ଓ ସଂସ୍କାର କାର୍ଯ୍ୟ ଲାଗି ସରକାର ପଦକ୍ଷେପ ଗ୍ରହଣ କରିଥିବା ସେ କହିଛନ୍ତି।
ଭାଜପା କ୍ଷମତାକୁ ଆସିବା ପରେ ମେ ୩୦ରେ ମୋଦି ଦ୍ୱିତୀୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥଗ୍ରହଣ କରିଥିଲେ। ଦେଶକୁ ୫ ଟ୍ରିଲିୟନ୍‌ ଅର୍ଥନୀତିରେ ପରିଣତ କରିବା ଲାଗି ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଥିଲେ। ଦ୍ରୁତ ଭିତ୍ତିଭୂମି ବିକାଶ, ସାମାଜିକ ନ୍ୟାୟ, ଶିକ୍ଷା, ସ୍ବାସ୍ଥ୍ୟ ଆଦି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଚନ୍ଦ୍ରୟାନ-୨ ସଫଳତା ପରେ ଗଗନୟାନ ୨୦୨୨ରେ ପ୍ରେରଣ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ଜାଭ୍‌ଡେକର ପ୍ରକାଶ କରିଛନ୍ତି। ଜଳଶକ୍ତି ମିଶନ ସହ ଅନେକ ଐତିହାସିକ ନିଷ୍ପତ୍ତି ସରକାର ନେଇଛନ୍ତିି। ଆଗାମୀ ୫ ବର୍ଷ ମଧ୍ୟରେ ନୂଆ ପୁଞ୍ଜିନିବେଶ ସୁବିଧା ଯୋଗାଇ ଦିଆଯିବ। କୃଷକ, ଯବାନ, ଶ୍ରମିକ, ମଧ୍ୟମ ବର୍ଗ, ବ୍ୟବସାୟୀ ଓ ଯୁବବର୍ଗ ଦେଶ ବିକାଶରେ ଅଗ୍ରଣି ଭୂମିକା ତୁଲାଇବେ।
ଗତ ୫୦ ଦିନର ସରକାରରେ ପ୍ରତି କୃଷକଙ୍କୁ ୬ ହଜାର ଟଙ୍କା ସହାୟତା, କେତେକ ଫସଲର ଏମ୍‌ଏସ୍‌ପି ବୃଦ୍ଧି, ୧୦ ହଜାର କୃଷକ ସଙ୍ଗଠନ ଗଠନ କରାଯାଇଥିବା ଜାଭ୍‌ଡ଼େକର କହିଛନ୍ତି। ଏଥିସହ ପୁଞ୍ଜିନିବେଶ ବୃଦ୍ଧି ଲାଗି ପବ୍ଲିକ ସେକ୍ଟର ବ୍ୟାଙ୍କକୁ ୭୦ ହଜାର କୋଟି ଟଙ୍କା ପ୍ରଦାନ, ଜମ୍ମୁ-କଶ୍ମୀରରେ ଆତଙ୍କବାଦ କମିବା, ଆର୍ଥିକ ପଳାତକଙ୍କୁ କାଠଗଡ଼ାକୁ ଆଣିବା ଆଦି ବହୁ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିସହ ଭାରତ ବିମ୍‌ଷ୍ଟେକ୍‌, ଜି-୨୦ ସମ୍ମିଳନୀରେ ଯୋଗଦେଇ ନିଜର ପକ୍ଷ ରଖିବା ସହ ବୈଦେଶିକ ନୀତିରେ ସ୍ବତନ୍ତ୍ର ସ୍ଥାନ ହାସଲ କରିପାରିଛି। ଦୁର୍ନୀତି ବିରୋଧରେ ଲଢ଼େଇ କରିବା, ପୋକ୍ସୋ ଆଇନ କଡ଼ାକଡ଼ି କରିବା, ମେଡ଼ିକାଲ ଶିକ୍ଷାରେ ସଂସ୍କାର ଆଣିବା ଆଦି ମୋଦି ସରକାରର ୫୦ ଦିନର ରିପୋର୍ଟ କାର୍ଡ ବୋଲି ଜାଭ୍‌ଡ଼େକର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଟଳିଲା ହର୍ମୁଜ ସଙ୍କଟ, ଏପଟେ ଭାରତ ଉପରକୁ ମାଡିଆସିଲା ନୂଆ ବିପର୍ଯ୍ୟୟ, ବିପଦରେ ପଡିବେ ୪୦ କୋଟି ଲୋକ!

ନୂଆଦିଲ୍ଲୀ,୮।୪: ହର୍ମୁଜ ପ୍ରଣାଳୀ ସଙ୍କଟ ଏବେ ଟଳିଯାଇଛି। ଇରାନ-ଆମେରିକା ଯୁଦ୍ଧବିରତି ଘୋଷଣା ବିଶ୍ୱର ତୈଳ ଏବଂ ଗ୍ୟାସ ଯୋଗାଣରେ ଆଶ୍ୱସ୍ତି ଆଣିବ ବୋଲି ଆଶା କରାଯାଉଛି। ଏହି…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା: ମରାମତି ଦାବିରେ ଗ୍ରାମବାସୀଙ୍କ ଧାରଣା

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି ପାଇଁ…

ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖବର: ଗଞ୍ଜାମରେ ପ୍ରସ୍ତୁତି ଚାଲିଛି…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୁବତୀଯୁବକଙ୍କୁ ତାଲିମ ଦିଆଯିବ। ତେଣୁ ଗଞ୍ଜାମ ଜିଲାପାଳ କିର୍ତ୍ତୀ ଭାସନ ଭିଙ୍କ ପ୍ରଚେଷ୍ଟାରେ…

ଇରାନ ଯୁଦ୍ଧରେ ଫସିଗଲେ ଟ୍ରମ୍ପ, ହରାଇବେ ପଦ! ଇସ୍ତଫା ଦାବି କଲେ…

ଓ୍ବାଶିଂଟନ୍‌,୮।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ ୨୮ ତାରିଖରେ ଯେତେବେଳେ ଇସ୍ରାଏଲ ସହ ମିଶି ଇରାନ ବିରୁଦ୍ଧରେ ଆକ୍ରମଣ ଆରମ୍ଭ କରିଥିଲେ, ସେତବେଳେ ସେ ଭେନେଜୁଏଲାରେ…

ଯୁଦ୍ଧ ବନ୍ଦ କରିବା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ବିସ୍ଫୋରକ ବୟାନ: ମୁଁ ଘୋଷଣା କରୁଛି ଯେ, ଆଗାମୀ ଦିନରେ…

ଇସଲାମାବାଦ,୮।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଶେଷରେ ଆମେରିକା ଏବଂ ଇରାନ ଯୁଦ୍ଧବିରତି ଉପରେ ସହମତି ହୋଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା…

ଇରାନ-ଆମେରିକା ଯୁଦ୍ଧବିରତିରେ ଏହି ଦେଶର ବଲ୍ଲେବଲ୍ଲେ, ଆଦାୟ କରିବ ହର୍ମୁଜ ଉପରେ ଶୁଳ୍କ

ଓ୍ବାଶିଂଟନ୍‌,୮।୪: ପଶ୍ଚିମ ଏସିଆରେ ପାଞ୍ଚ ସପ୍ତାହରୁ ଅଧିକ ସମୟ ଧରି ଲାଗି ରହିଥିବା ଯୁଦ୍ଧର ନିଆଁ ଶେଷରେ ଥଣ୍ଡା ପଡ଼ିଛି। ଆମେରିକା ଏବଂ ଇରାନ ଦୁଇ ସପ୍ତାହ…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri